ଭାରତରେ ଫୁଟିବ କରୋନା ବୋମା

ଜାତିସଂଘ, ୭ା୬: ମହାମାରୀ କରୋନା ବିଶ୍ୱକୁ କଲବଲ କରିଚାଲିଛି। ଏବେ ୬୮ ଲକ୍ଷରୁ ଅଧିକ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଥିବା ବେଳେ ୩.୯୮ ଲକ୍ଷ ଲୋକଙ୍କ ଜୀବନ ଗଲାଣି। ଆମେରିକା, ବ୍ରାଜିଲ, ରୁଷିଆ, ସ୍ପେନ୍‌, ବ୍ରିଟେନ ପରେ ଭାରତ ଷଷ୍ଠ ସ୍ଥାନରେ ରହିଛି। ଭାରତର ଜନସଂଖ୍ୟା ଘନତ୍ୱ ଅନ୍ୟ ୪ ସର୍ବାଧିକ ଭୂତାଣୁ ଆକ୍ରାନ୍ତ ଦେଶଠାରୁ ଅଧିକ ଥିବା ବେଳେ ଲକ୍‌ଡାଉନ୍‌ ଉଠିଯିବା ବିପତ୍ତିକୁ ଆମନ୍ତ୍ରଣ କରିଛି। ଗତ କିଛିଦିନ ମଧ୍ୟରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପ୍ରବାସୀଙ୍କ ଆଗମନ ପରେ ଭାରତର ସ୍ଥିତି ଜଟିଳ ହେବାରେ ଲାଗିଛି। ୬୭ ଦିନର ଲକ୍‌ଡାଉନ୍‌ ଅତିକ୍ରମ କରିଥିଲେ ହେଁ ଭାରତରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣକୁ ଆସିପାରିନାହିଁ। ଏବେ ଲକ୍‌ଡାଉନ୍‌କୁ ଉଠାଇଦେବାର ମାନେ କରୋନା ବିସ୍ଫୋରଣ ଲାଗି ବାଟ ଫିଟାଇବା ବୋଲି କହିଛନ୍ତି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଜରୁରିକାଳୀନ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକେଲ ର଼୍ୟାନ୍‌। ମାତ୍ର ୩ ସପ୍ତାହରେ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ଦୁଇଗୁଣ ବଢ଼ିବା ଚିନ୍ତ ଜନକ ବିଷୟ। ଆଗାମୀ ଦିନରେ ଭାରତରେ କରୋନା ବୋମା ବିସ୍ଫୋରଣ କରିବାର ଆଶଙ୍କା ଅଧିକ ରହିଥିବା ସେ ପ୍ରକାଶ କରିଛନ୍ତି।
ଦକ୍ଷିଣ ଏସିଆର ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଭୂତାଣୁ ବ୍ୟାପିବାରେ ଲାଗିଛି। ପାକିସ୍ତାନ, ବାଂଲାଦେଶ ଭଳି ଜନବହୁଳ ଦେଶରେ ଏହା କାୟାବିସ୍ତାର କରିଥିଲେ ହେଁ ଏହା ବିସ୍ଫୋରକ ରୂପ ନେଇନାହିଁ। ଭାରତର ସହରାଞ୍ଚଳଗୁଡ଼ିକରେ ଉଗ୍ର ସଂକ୍ରମଣ ସ୍ଥିତି ଦେଖିବାକୁ ମିଳିଛି। ଦେଶବ୍ୟାପୀ ଲକ୍‌ଡାଉନ୍‌ ଯୋଗୁ କେତେକାଂଶରେ ଭୂତାଣୁ ସଂକ୍ରମଣକୁ ରୋକାଯାଇ ପାରିଥିଲା ବୋଲି ର଼୍ୟାନ୍‌ ମତବ୍ୟକ୍ତ କରିଛନ୍ତି। ଏବେ ପୁଣି ସଂକ୍ରମଣ ରାସ୍ତା ଖୋଲି ଦିଆଯାଇଥିବା ସେ କହିଛନ୍ତି। ଶନିବାର କେବଳ ୯,୮୮୭ ନୂଆ ମାମଲା ସାମ୍ନାକୁ ଆସିବା ଓ ୨୯୪ ଜଣଙ୍କ ମୃତ୍ୟୁ ହେବା ଏହାର ସଂକେତ ଦେଇସାରିଛି। ଭାରତରେ ଏବେ  ୨,୩୬,୬୫୭ ରୋଗୀ ଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ି ୬,୬୪୨ରେ ପହଞ୍ଚିଛି।
ମାର୍ଚ୍ଚ ୨୫ରେ ଦେଶବ୍ୟାପୀ ପ୍ରଥମ ଲକ୍‌ଡାଉନ୍‌ ଘୋଷଣା କରାଯିବା ବେଳେ ଭାରତରେ ମାତ୍ର ୫୧୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ମେ ୩୧ରେ ଶେଷ ହେବା ପରେ କେବଳ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଜୁନ୍‌ ୩୦ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ହେଲେ ଭାରତ ସରକାର ଜୁନ୍‌ ୮ରୁ ପର୍ଯ୍ୟାୟକ୍ରମେ ସବୁ କଟକଣା କୋହଳ କରିବା ଲାଗି ନିଷ୍ପତ୍ତି ନେଇଥିବା ବେଳେ ଏହା ବୁମେରାଂ ସାବ୍ୟସ୍ତ ହେବାର ଆଶଙ୍କା ରହିଥିବା ର଼୍ୟାନ୍‌ କହିଛନ୍ତି। ଏବେ ବିସ୍ଫୋରକ ସ୍ଥିତି ଦେଖାଦେଇନାହିଁ। ହେଲେ ଲୋକମାନଙ୍କ ଗତିବିଧି ବଢ଼ିବା ସହ ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକ ରହିଛି। ବିଶେଷକରି ଲକ୍‌ଡାଉନ୍‌ କଟକଣା ଉଠିବା, ପ୍ରବାସୀଙ୍କ ଆଗମନ, ଜନସଂଖ୍ୟା ଘନତ୍ୱ, ଲୋକଙ୍କ ଚଳପ୍ରଚଳ ଯୋଗୁ ଭାରତରେ ଆଗାମୀ ଦିନରେ କରୋନା ବୋମା ଫୁଟିବାର ଆଶଙ୍କା ଅଧିକ ରହିଥିବା ର଼୍ୟାନ୍‌ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଣ୍ଡେଲରେ ବାହୁଡା ଯାତ୍ରା, ଦ୍ୱିତୀୟ ଦିନରେ ରଥ ଟାଣିଲେ ଶ୍ରଦ୍ଧାଳୁ

କେସିଙ୍ଗା,୨୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମ ଆୟୁର୍ବେଦିକ ସେବା ସଦନ ନିକଟରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଶନିବାର ବାହୁଡା ଯାତ୍ରାର ଦ୍ୱିତୀୟ…

ଭବାନୀପାଟଣାରେ ଇତିହାସ: ପ୍ରଥମ ଥର ପାଇଁ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଦେଖି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): ଭବାନୀପାଟଣା ସହରରେ ପ୍ରଥମ ଥର ପାଇଁ ନନ୍ଦିଘୋଷ ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଏହି…

ସୁନାବେଶରେ ଝଲସିଲେ ମହାପ୍ରଭୁ, ଭାବବିହ୍ବଳ ହେଲେ ଭକ୍ତ

ଛତ୍ରପୁର, ୨୫ା୭ (ଦିଲ୍ଲୀପ ସାମଲ): ପବିତ୍ର ସୁନାବେଶର ଦିବ୍ୟ ରୂପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଝଲସିଛନ୍ତି। ଛତ୍ରପୁର ତାଡେପଲ୍ଲୀ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ରଥ ଉପରେ…

ସୁନା ବେଶ ଦର୍ଶନ ପାଇଁ ପ୍ରବଳ ଭିଡ଼, ଭୁବନେଶ୍ୱର-ପୁରୀ ରାସ୍ତା ଜାମ୍‌

ଭୁବନେଶ୍ୱର,୨୫।୭: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥି। ତିନିରଥରେ ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ମହଣ ମହଣ ସୁନାରେ ସଜେଇ ହୋଇ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ସୁନାବେଶ ଦର୍ଶନ…

ବଡ଼ ଖବର: ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ପ୍ରହଲାଦ ଜୋଶୀଙ୍କୁ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ,୨୫।୭: ବଡ଼ ଘୋଷଣା। ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ନୂଆ ଶିକ୍ଷାମନ୍ତ୍ରୀ ଘୋଷଣା କରାଯାଇଛି। କ୍ୟାବିନେଟ ମନ୍ତ୍ରୀ ପ୍ରହଲାଦ ଜୋଶୀଙ୍କୁ ତାଙ୍କର ବର୍ତ୍ତମାନର ବିଭାଗ ସହିତ ଶିକ୍ଷା…

ବାହୁଡ଼ା ଯାତ୍ରାରେ ଅନନ୍ତଙ୍କ ଘରେ ଅଲୌକିକ ଦୃଶ୍ୟ: ପାଣି ଗରାରେ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ

କୃଷ୍ଣପ୍ରସାଦ,୨୫ା୭(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସହାବାଜପୁର ଗ୍ରାମରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ବାହୁଡ଼ା ଯାତ୍ରା ଦିନ ସେହି…

କଳାହାଣ୍ଡିରେ ବିଜେଡିକୁ ବଡ଼ ଝଟ୍‌କା: ପଦ୍ମ ଧରିଲେ ଜିଲା ପରିଷଦ ଅଧ୍ୟକ୍ଷଙ୍କ ସହ ଶତାଧିକ ନେତା

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଦୁର୍ବଳ ହେଉଛି ବିଜୁ ଜନତା ଦଳ (ବିଜେଡି)। ଜିଲାରେ କ୍ଷମତାରୁ ଅପସାରିତ ହୋଇଥିବା ବିଜେଡିକୁ ଏକ ବଡ଼ଧରଣର ରାଜନୈତିକ ଝଟ୍‌କା ଲାଗିଛି।…

କିଏ ହେବେ ଦେଶର ନୂଆ ଶିକ୍ଷାମନ୍ତ୍ରୀ? ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୋଦୀ କ୍ୟାବିନେରେ ହଲଚଲ, ସାମ୍ନାକୁ ଆସିଲା ବଡ଼ ନାଁ!

ନୂଆଦିଲ୍ଲୀ,୨୫।୭: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଏବେ ଚର୍ଚ୍ଚା ହେଉଛି ଯେ ଦେଶର ପରବର୍ତ୍ତୀ ଶିକ୍ଷାମନ୍ତ୍ରୀ କିଏ ହେବେ। ମୋଦୀ କ୍ୟାବିନେଟ୍‌ରେ କେତେକ ନାମକୁ ନେଇ ବିଚାର-ବିମର୍ଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri