ଭାରତର ଦମ୍‌ଦାର ବିଜୟ

ଲଣ୍ଡନ, ୯।୬- ଆଇସିସି ବିଶ୍ୱକପର ରବିବାର ଅନୁଷ୍ଠିତ ହାଇ ଭୋଲ୍‌ଟେଜ୍‌ ମ୍ୟାଚରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ। ଭାରତ ବିଜୟର ହିରୋ ସାଜିଛନ୍ତି ଶତକ ହାସଲକାରୀ ଶିଖର ଧାଓ୍ବନ। ଧାଓ୍ବନଙ୍କ ଶତକ, ଅଧିନାୟକ ବିରାଟ କୋହଲିଙ୍କ ଲଢ଼ୁଆ ବ୍ୟାଟିଂ ଓ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ୫୦ ଓଭରରେ ୫ ଉଇକେଟ ହରାଇ ୩୫୨ ରନ କରିଥିଲା। ଜବାବରେ ଡେଭିଡ ଓ୍ବାର୍ନର, ଷ୍ଟିଭେନ ସ୍ମିଥ ଓ ଆଲେକ୍ସ କାରେଙ୍କ ଅର୍ଦ୍ଧଶତକ ସହାୟତାରେ ଲଢ଼େଇ କରିଥିବା ଅଷ୍ଟ୍ରେଲିଆ ୫୦ ଓଭରରେ ୩୧୬ ରନ କରି ଅଲଆଉଟ ହୋଇ ଯାଇଥିଲା। ଚଳିତ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ପରେ ଅଷ୍ଟ୍ରେଲିଆର ଏହା ପ୍ରଥମ ପରାଜୟ। ନିଜର ପ୍ରଥମ ୨ ମ୍ୟାଚରେ ଏହି ଦଳ ଆଫଗାନିସ୍ତାନକୁ ୭ ଉଇକେଟରେ ଓ ଓ୍ବେଷ୍ଟଇଣ୍ଡିଜକୁ ୧୫ ରନରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ଚଳିତ ଟୁର୍ନାମେଣ୍ଟରେ ଭାରତର ଏହା କ୍ରମାଗତ ଦ୍ୱିତୀୟ ବିଜୟ। ପ୍ରଥମ ମ୍ୟାଚରେ କୋହଲିଙ୍କ ଦଳ ଦକ୍ଷିଣ ଆଫ୍ରିକାକୁ ୬ ଉଇକେଟରେ ହରାଇଥିଲା।
୩୫୩ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଓପନିଂ ଯୋଡ଼ିରେ ୬୧ ରନ ସଂଗ୍ରହ ପରେ ଅଧିନାୟକ ଆରନ ଫିଞ୍ଚ୍‌ଙ୍କ ଉଇକେଟ ହରାଇଥିଲା। ହାଇ ସ୍କୋରିଂ ମ୍ୟାଚରେ ଆତ୍ମବିଶ୍ୱାସର ସହ ବ୍ୟାଟିଂ ଆରମ୍ଭ କରିଥିବା ଫିଞ୍ଚ୍‌ ୩୫ ବଲ୍‌ରୁ ୩୬(୩ ଚୌକା, ୧ ଛକା) ରନ କରିଥିବାବେଳେ ଦୁର୍ଭାଗ୍ୟଜନକଭାବେ ରନଆଉଟ ହୋଇ ଯାଇଥିଲେ। ଡେଭିଡ ଓ୍ବାର୍ନରଙ୍କ ସହ ଷ୍ଟିଭେନ ସ୍ମିଥ କ୍ରିଜ୍‌ରେ ଯୋଗଦେବାପରେ ଅଷ୍ଟ୍ରେଲିଆ ଯୋଜନାବଦ୍ଧଭାବେ ଆଗକୁ ବଢ଼ିଥିଲା। ଦ୍ୱିତୀୟ ଉଇକେଟ ଭାଗୀଦାରିରେ ୭୨ ରନ ଯୋଗପରେ ଆଉଟ ହୋଇଥିଲେ ଓ୍ବାର୍ନର। ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ବାଭାବିକ ଆକ୍ରମଣାତ୍ମକ ବ୍ୟାଟିଂ ନ କରି ଓ୍ବାର୍ନର ଏଠାରେ ୮୪ ବଲ୍‌ରୁ ୫ ଚୌକା ସହାୟତାରେ ୫୬ ରନ ସ୍କୋର କରିଥିଲେ। ଷ୍ଟିଭେନ୍‌ ସ୍ମିଥ ଓ ଉସମାନ ଖ୍ବାଜାଙ୍କ ଯୋଡ଼ି ମଧ୍ୟ ବେଶ୍‌ ଜମିଥିଲା। ଦୁହେଁ ଦ୍ରୁତ ହାରରେ ରନ ସଂଗ୍ରହ କରି ନ ଥିଲେ ହେଁ ରଣନୀତି ଅନୁସାରେ ସ୍କୋରକୁ ଆଗେଇ ନେଇଥିଲେ। ବିଜୟ ପାଇଁ ଆବଶ୍ୟକ ରନ ହାର କ୍ରମେ ବଢ଼ି ଚାଲିଥିବାବେଳେ ଯଶପ୍ରୀତ୍‌ ବୁମ୍‌ରାଙ୍କ ଏକ ବଲ୍‌କୁ ଭିନ୍ନ ଢଙ୍ଗରେ ଉଇକେଟ କିପର ମହେନ୍ଦ୍ର ସିଂ ଧୋନୀଙ୍କ ମୁଣ୍ଡ ଉପରେ ମାରିବା ଚକ୍କରରେ କ୍ଲିନ୍‌ ବୋଲ୍ଡ ହୋଇଯାଇଥିଲେ ଖ୍ବାଜା। ସେ ୩୯ ବଲ୍‌ରୁ ୪ ଚୌକା ଓ ୧ ଛକା ସହ ୪୨ ରନ ସ୍କୋର କରିଥିଲେ। ସ୍ମିଥ ଓ ଖ୍ବାଜାଙ୍କ ୩ୟ ଉଇକେଟ ଯୋଡ଼ିରୁ ୬୯ ରନ ସଂଗୃହୀତ ହୋଇଥିଲା। ୫ମ ବ୍ୟାଟ୍ସମ୍ୟାନଭାବେ କ୍ରିଜ୍‌କୁ ଆସିଥିବା ଗ୍ଲେନ ମ୍ୟାକ୍ସଓ୍ବେଲ ଦ୍ରୁତ ହାରରେ ରନ ସଂଗ୍ରହ କରିଥିଲେ। ତେବେ ୪୦ତମ ଓଭରର ଦ୍ୱିତୀୟ ବଲ୍‌ରେ ସ୍ମିଥଙ୍କ ପ୍ରାଇଜ୍‌ ଉଇକେଟ ହାସଲ କରି ଭୁବନେଶ୍ୱର କୁମାର ଭାରତର ବିଜୟ ସମ୍ଭାବନାକୁ ଦୃଢ଼ୀଭୂତ କରିଥିଲେ। ଅମ୍ପାୟର ପ୍ରଥମେ ଏଲବିଡବଲ୍ୟୁ ଦେଇ ନ ଥିଲେ ହେଁ ବିରାଟ କୋହଲି ରିଭ୍ୟୁ ମାଗିବାପରେ ରିପ୍ଲେରେ ବଲ୍‌ ସିଧା ଷ୍ଟମ୍ପ୍‌କୁ ହିଟ୍‌ କରୁଥିବା ପରିଲକ୍ଷିତ ହୋଇଥିଲା। ଫଳରେ ଅମ୍ପାୟର ନିଜ ନିଷ୍ପତ୍ତି ପରିବର୍ତ୍ତନ କରି ସ୍ମିଥଙ୍କୁ ଆଉଟ ଦେଇଥିଲେ। ୭୦ ବଲ୍‌ ଖେଳିଥିବା ସ୍ମିଥ ୫ ଚୌକା ଓ ୧ ଛକା ସହ ୬୯ ରନ ସ୍କୋର କରିଥିଲେ। ଗୋଟିଏ ବଲ୍‌ ବ୍ୟବଧାନରେ ମାର୍କୁସ ଷ୍ଟୋଇନ୍ସ ଭୁବନେଶ୍ୱରଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହେବାସହ ଅଷ୍ଟ୍ରେଲିଆ କ୍ରମେ ପରାଜୟ ମୁହାଁ ହୋଇଥିଲା। ଚାପ ପରିସ୍ଥିତିରେ ମ୍ୟାକ୍ସଓ୍ବେଲ ୨୮(୧୪ ବଲ, ୫ ଚୌକା) ରନ କରି ଆଉଟ ହୋଇ ଯାଇଥିଲେ। ଶେଷଭାଗରେ ଆଲେକ୍ସ କାରେ କେତୋଟି ଦର୍ଶନୀୟ ଶଟ୍‌ ଖେଳିଥିଲେ ହେଁ ତାହା ଅଷ୍ଟ୍ରେଲିଆ ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇ ନ ଥିଲା। ସେ ୩୫ ବଲ୍‌ ଖେଳି ୫ ଚୌକା ଓ ୧ ଛକା ସହାୟତାରେ ୫୫ ରନକରି ଅପରାଜିତ ରହିଥିଲେ। ବ୍ୟାଟିଂ ସମୟରେ ଅଙ୍ଗୁଳିରେ ଆଘାତ ପାଇଥିବାରୁ ଶିଖର ଧାଓ୍ବନ ଫିଲ୍ଡିଂ କରି ନ ଥିଲେ। ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ଫିଲ୍ଡିଂ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ୍‌ ବୁମ୍‌ରା ଓ ଭୁବନେଶ୍ୱର କୁମାର ୩ଟି ଲେଖାଏ ଏବଂ ୟୁଜବେନ୍ଦ୍ର ଚହଲ ୨ଟି ଉଇକେଟ ନେଇଥିଲେ।
କେନିଂଟନ ଓଭାଲ ପିଚ୍‌ର ପ୍ରକୃତିକୁ ଦେଖି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି। ଅଧିନାୟକଙ୍କ ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରିଥିଲେ ଦୁଇ ଓପ୍‌ନର ରୋହିତ ଶର୍ମା ଓ ଶିଖର ଧାଓ୍ବନ। ବ୍ୟାଟିଂ ଫ୍ରେଣ୍ଡ୍‌ଲୀ ପିଚ୍‌ରେ ଦୁହେଁ ଅଷ୍ଟ୍ରେଲୀୟ ବୋଲରଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରି ଶତକୀୟ ଭାଗୀଦାରି ଗଢ଼ିଥିଲେ। ୨୩ତମ ଓଭରର ୩ୟ ବଲ୍‌ରେ ଯାଇ ଅଷ୍ଟ୍ରେଲିଆକୁ ବ୍ରେକ୍‌ ଥ୍ରୁ ମିଳିଥିଲା। ୨୨.୩ ଓଭରରେ ରୋହିତ ଶର୍ମାଙ୍କୁ ଆଲେକ୍ସ କୋରେଙ୍କ ହାତରେ କ୍ୟାଚ୍‌ କରାଇ ଦଳକୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ ନାଥାନ କୁଲ୍ଟର-ନାଇଲ। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଶତକ ହାସଲ କରିଥିବା ରୋହିତ ଏଠାରେ ମଧ୍ୟ ଭଲ ଆରମ୍ଭ କରି ୭୦ ବଲ୍‌ରୁ ୩ ଚୌକା ଓ ୧ ଛକା ସହାୟତାରେ ୫୭ ରନ୍‌ ସ୍କୋର କରିଥିଲେ। ବିରାଟ କ୍ରିଜ୍‌ରେ ଯୋଗଦେବା ପରେ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ। ପିଚ୍‌ରୁ ବୋଲରଙ୍କୁ ବିଶେଷ ସହାୟତା ମିଳି ନ ଥିଲା। ଏଥିରୁ ଭାରତୀୟ ବ୍ୟାଟ୍ସମ୍ୟାନମାନେ ପୂରା ଫାଇଦା ଉଠାଇଥିବାବେଳେ କ୍ୟାରିୟରର ୧୭ତମ ଶତକ ହାସଲ କରିଥିଲେ ଧାଓ୍ବନ। ୯୫ ବଲ୍‌ରୁ ୧୦୦ ରନ୍‌ ପୂରଣ କରିଥିବା ଏହି ବାମହାତୀ ବ୍ୟାଟ୍ସମ୍ୟାନ ୧୦୯ ବଲ୍‌ରୁ ୧୬ ଚୌକା ସହାୟତାରେ ୧୧୭ ରନ୍‌ କରି ମିଚେଲ ଷ୍ଟାର୍କଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଧାଓ୍ବନ ଓ କୋହଲିଙ୍କ ଦ୍ୱିତୀୟ ଉଇକେଟ ଯୋଡ଼ିରେ ୯୩ ରନ୍‌ ସଂଗୃହୀତ ହୋଇଥିଲା। ୪ ନମ୍ବର ବ୍ୟାଟ୍ସମ୍ୟାନ ଭାବେ ପଡ଼ିଆକୁ ଓହ୍ଲାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତହାରରେ ରନ୍‌ ସଂଗ୍ରହ କରିଥିଲେ। ସେ ୨୭ଟି ବଲ୍‌ର ସମ୍ମୁଖୀନ ହୋଇ ୪ ଚୌକା ଓ ୩ ଛକା ସହାୟତାରେ ୪୮ ରନ୍‌ କରି ଆଉଟ ହେବାବେଳକୁ କୋହଲିଙ୍କ ସହ ୪ର୍ଥ ଉଇକେଟ ଭାଗୀଦାରିରେ ୮୧ ରନ୍‌ ଯୋଗକରିଥିଲେ। ଶେଷ ଓଭରରେ ଆଉଟ୍‌ ହୋଇଥିଲେ ମହେନ୍ଦ୍ର ସିଂ ଧୋନୀ ଓ ବିରାଟ। ଦ୍ରୁତହାରରେ ରନ୍‌ ସଂଗ୍ରହ ଚକ୍କରରେ ଧୋନୀ ୧୪ ବଲ୍‌ରୁ ୨୭(୩ ଚୌକା, ୧ ଛକା) ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ସେହିପରି ବିରାଟ ୭୭ଟି ବଲ୍‌ ଖେଳି ୪ ଚୌକା ଓ ୨ ଛକା ସହାୟତାରେ ୮୨ ରନ କରିଥିବାବେଳେ ମାର୍କୁସ ଷ୍ଟୋଇନ୍ସଙ୍କ ବଲ୍‌କୁ ପଏଣ୍ଟ ଉପରେ ମାରିବାକୁ ଯାଇ ପ୍ୟାଟ୍‌ କୁମିନ୍ସଙ୍କ ହାତରେ ଧରାପଡ଼ିଥିଲେ। ଇନିଂସ୍‌ର ଅନ୍ତିମ ବଲ୍‌କୁ ଚୌକାରେ ପରିଣତ କରି ଲୋକେଶ ରାହୁଲ ଭାରତର ସ୍କୋରକୁ ୩୫୦ ଅତିକ୍ରମ କରାଇଥିଲେ। ଭାରତ ୫୦ ଓଭରରେ ୫ ଉଇକେଟ ହରାଇ ୩୫୨ ରନ୍‌ ସ୍କୋର କରିଥିଲା। ଶେଷ ୧୦ ଓଭରରେ ଭାରତ ୧୧୬ ରନ୍‌ ସଂଗ୍ରହ କରିଥିଲା। ଅଷ୍ଟ୍ରେଲିଆ ବୋଲରଙ୍କ ମଧ୍ୟରେ ଷ୍ଟୋଇନ୍ସ ୨ଟି ଏବଂ କୁମିନ୍ସ, ଷ୍ଟାର୍କ ଓ ନାଥାନ କୁଲ୍ଟର-ନାଇଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

VIDEO:ଷ୍ଟେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri