ଭାରତର ଏହି ସ୍ଥାନକୁ ଯିବା ପାଇଁ ଲାଗିଥାଏ ଭିଜା

ସାରା ବିଶ୍ୱରେ ସେପ୍ଟେମ୍ବର ୨୭ରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଇଛି। ବ୍ୟସ୍ତବହୁଳ ଜୀବନରୁ ଟିକେ ଜଞ୍ଜାଳ ମୁକ୍ତ ହୋଇ ମନଖୁସି କରିବା ଲାଗି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଲୋକମାନେ ପସନ୍ଦ କରନ୍ତି। ଦିନକୁ ଦିନ ଭାରତୀୟ ଲୋକଙ୍କ ମଧ୍ୟରେ ବିଦେଶ ଭ୍ରମଣ ଆକାଂକ୍ଷା ବଢ଼ୁଛି। ହେଲେ ଜାଣିଛନ୍ତି କି, ଭାରତରେ ଏଭଳି କିଛି ସ୍ଥାନ ରହିଛି, ଯେଉଁଠାରେ ବିନା ଇନର ଲାଇନ ପରମିଟରେ ଆପଣ ସେଠାକୁ ଯାଇପାରିବେନି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସ୍ଥାନକୁ ଯିବା ପାଇଁ ଭିଜା ଲାଗିଥାଏ।


ଅରୁଣାଚଳ ପ୍ରଦେଶ: ପାର୍ବତ୍ୟାଞ୍ଚଳ ଅରୁଣାଚଳ ପ୍ରଦେଶ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ଅବସ୍ଥିତ। ଏହାର ପଶ୍ଚିମରେ ଭୁଟାନ, ପୂର୍ବରେ ମ୍ୟାନ୍‌ମାର ଓ ଉତ୍ତରରେ ଚାଇନା ସହ ଅନ୍ତର୍ଜାତୀୟ ସୀମା ଲାଗି ରହିଛି। ଦେଶର ଅନ୍ୟ ରାଜ୍ୟରୁ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଇନର ଲାଇନ ପରମିଟ ଅପରିହାର୍ଯ୍ୟ। ଏହି ପରମିଟ ବା ଭିଜା ସେଠାକାର ରେଜିଡେଣ୍ଟ କମିଶନରଙ୍କଠାରୁ ନେବାକୁ ପଡ଼ିଥାଏ। ଆଉ ଏହି ପରମିଟ ପାଇଁ କୋଲକାତା, ନୂଆଦିଲ୍ଲୀ, ଶିଲଂ ଓ ଗୁଆହାଟୀରେ ଥିବା କାର୍ଯ୍ୟାଳୟରେ ଆବେଦନ କରିବାକୁ ପଡ଼ିଥାଏ। ଅନ୍‌ଲାଇନ୍‌ରେ ମଧ୍ୟ ଲୋକେ ଆବେଦନ କରିପାରିବେ। ଏଠାକୁ ବୁଲି ଆସିବା ପାଇଁ ଲୋକଙ୍କ ପରିଚୟପତ୍ର ନିହାତି ଜରୁରୀ। ଯେପରିକି ପାନ୍‌ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସ୍‌ପୋର୍ଟ ବା ଭୋଟର କାର୍ଡ ଏବଂ ପାସ୍‌ପୋର୍ଟ ସାଇଜ୍‌ ଫଟୋ।


ମିଜୋରାମ: ମିଜୋରାମରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ମନୋରମ ପାହାଡ଼କୁ ଉପଭୋଗ କରିବା ପାଇଁ ପ୍ରତିବର୍ଷ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଏଠାରେ ବହୁ ଜନଜାତି ବାସ କରନ୍ତି। ଏହି ରାଜ୍ୟ ବାଂଲାଦେଶ ଓ ମ୍ୟାନ୍‌ମାରର ଅନ୍ତର୍ଜାତୀୟ ସୀମା ସହ ସଂଯୁକ୍ତ। ମିଜୋରାମରେ ପ୍ରବେଶ କରିବା ପାଇଁ ଇନର ଲାଇନ ପରମିଟ ଆବଶ୍ୟକ ପଡ଼ିଥାଏ। ଏହି ପରମିଟ ମିଜୋରାମ ସରକାରଙ୍କ ସମ୍ପର୍କ ଅଧିକାରୀ ଦେଇଥାନ୍ତି। ପରମିଟ ପାଇଁ ଲୋକମାନେ କୋଲକାତା, ସିଲଚର, ଶିଲଂ, ଗୁଆହାଟୀ ଓ ନୂଆଦିଲ୍ଲୀରେ ଥିବା କାର୍ଯ୍ୟାଳୟକୁ ଆବେଦନ କରିବାକୁ ପଡ଼ିଥାଏ। ବିମାନ ପର୍ଯ୍ୟଟକଙ୍କୁ ଲେଙ୍ଗପୁଇ ବିମାନବନ୍ଦର ଓ ଆଇଜଲରେ ପହଞ୍ଚିବା ପରେ ସୁରକ୍ଷା ଅଧିକାରୀଙ୍କଠାରୁ ପାସ୍‌ ନେବାକୁ ପଡ଼ିଥାଏ। ପର୍ଯ୍ୟଟକମାନେ ସାଙ୍ଗରେ ପରିଚୟ ପତ୍ରର ଜେରକ୍ସ ଓ ୪ଟି ପାସ୍‌ପୋର୍ଟ ଫଟୋ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି।


ନାଗାଲାଣ୍ଡ: ନାଗାଲାଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖିଲେ ଲୋକମାନେ ଭାବବିହ୍ବଳ ହୋଇଯାଆନ୍ତି। ଏଠାରେ ୧୬ଟି ରୀତିନୀତି ସହ ସ୍ବତନ୍ତ୍ର ଭାଷା ଓ ବେଶଭୂଷା ରହିଛି। ନାଗାଲାଣ୍ଡର ପୂର୍ବରେ ମ୍ୟାନ୍‌ମାର ସହ ଅନ୍ତର୍ଜାତୀୟ ସୀମା ଲାଗିରହିଛି। ତେବେ ପର୍ଯ୍ୟଟକଙ୍କୁ ନାଗାଲାଣ୍ଡ ପରିଭ୍ରମଣ ପାଇଁ ଇନର ଲାଇନ ପରମିଟ ବା ଭିଜାର ଆବଶ୍ୟକତା ପଡ଼ିଥାଏ। ଭିଜା ଆବେଦନ ଦିମାପୁର, କୋହିମା, ମୋକୋକଚୁଙ୍ଗ, ନୂଆଦିଲ୍ଲୀ, କୋଲକାତା ଓ ଶିଲଂର ଡେପୁଟି କମିଶନରଙ୍କୁଠାରୁ ପ୍ରାପ୍ତ କରିପାରିବେ। ଅନ୍‌ଲାଇନରେ ମଧ୍ୟ ଏହାକୁ ଆବେଦନ କରିପାରିବେ। ନାଗାଲାଣ୍ଡକୁ ଆସିବା ପାଇଁ ପର୍ଯ୍ୟଟକଙ୍କୁ ପାନ କାର୍ଡ, ଆଧାର କାର୍ଡ, ଭୋଟର କାର୍ଡ ଓ ପାସ୍‌ପୋର୍ଟ ଫଟୋ ଆଣିବା ବାଧ୍ୟତାମୂଳକ।


ଲଦାଖ: ଲଦାଖ ପରିଭ୍ରମଣ ଅତି ସମ୍ବେଦନଶୀଳ ସ୍ଥାନ ବୋଲି କୁହାଯାଏ। କାରଣ ଏହାର ସୀମା ପାକିସ୍ତାନ ଓ ଚାଇନାକୁ ଲାଗିଛି। କିନ୍ତୁ ଏହାର ସବୁ ସ୍ଥାନକୁ ଯିବାପାଇଁ ଅନୁମତି ଦିଆଯାଏ ନାହିଁ। ଦାହ, ହନୁ ବିଲେଜ, ମରକ, ନ୍ୟୋମା, ଲୋମା ବେଣ୍ଡ, ଖାରଦୁଙ୍ଗ ଲା ଆଦି ଜାଗାକୁ ଯିବାକୁ ହେଲେ ପର୍ଯ୍ୟଟକଙ୍କୁ ଇନର ଲାଇନ ପରମିଟର ଆବଶ୍ୟକତା ପଡ଼ିଥାଏ। ଉକ୍ତ ସ୍ଥାନକୁ ଯିବା ପାଇଁ ହେଲେ ସହରର ଡିସି କାର୍ଯ୍ୟାଳୟରୁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇନର ଲାଇନ ପରମିଟ ନେବାକୁ ପଡ଼ିଥାଏ। କିନ୍ତୁ ଆବେଦନ ଫର୍ମକୁ ଦ୍ୱିପହର ୩ଟା ପୂର୍ବରୁ ଜମା କରିବାକୁ ପଡ଼ିଥାଏ। ଏଥିପାଇଁ ପର୍ଯ୍ୟଟକଙ୍କୁ ଦେଶର ନାଗରିକ ବୋଲି ସବୁ କାଗଜପତ୍ରର ଜେରକ୍ସ ସହ ଫଟୋ ପରିଚୟ ପତ୍ରର ଆବଶ୍ୟକତା ପଡ଼ିଥାଏ।


ସିକ୍କିମ: ସେହିପରି ସିକ୍କିମର ଉତ୍ତରରେ ଚାଇନା, ପୂର୍ବରେ ଭୁଟାନ ଓ ପଶ୍ଚିମରେ ନେପାଳ ରହିଛି। ସିକ୍କିମ ରାଜ୍ୟର କିଛି ଅଞ୍ଚଳରେ ପ୍ରବେଶ କରିବାକୁ ଅନୁମତି ନାହିଁ। ସେହିପରି ଜଣେ ଭାରତୀୟ ନାଗରିକ ଭାବରେ ଲାଚୁଙ୍ଗ, ତସମୋଗ ହ୍ରଦ, ନାଥୁଲା, ଯୁମଥାଙ୍ଗ ଆଦି ଅନେକ ସ୍ଥାନକୁ ଯିବାକୁ ହେଲେ ଇନର ଲାଇନ ପରମିଟର ଆବଶ୍ୟକତା ପଡ଼ିଥାଏ। ଏହି ଅନୁମତି ରାଜ୍ୟର ପର୍ଯ୍ୟଟନ ଓ ନାଗରିକ ଉନ୍ନୟନ ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଥାଏ। ପର୍ଯ୍ୟଟକମାନେ ଏହାକୁ ବାଗଡୋଗରା ବିମାନବନ୍ଦର କିମ୍ବା ରଙ୍ଗପୋ ଚେକ ପୋଷ୍ଟରୁ ଆଣିପାରିବେ। ଏଥିପାଇଁ ପର୍ଯ୍ୟଟକଙ୍କୁ ଫଟୋ ପରିଚୟ ପତ୍ର , ଭୋଟର କାର୍ଡ କିମ୍ବା ଡ୍ରାଇଭିଂ ଲାଇସେନ୍ସ ଦେବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri