ଭାରତକୁ ସଫଳତା: ଉହାନରେ କରୋନା ସଂକ୍ରମଣ କରିଥିବା ଭୂତାଣୁର ମିଳିଲା ସନ୍ଧାନ

ନୂଆଦିଲ୍ଲୀ,୨୯।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଏହାକୁ ରୋକିବା ପାଇଁ ବହୁରାଷ୍ଟ୍ରର ବୈଜ୍ଞାନିକ ନାନା ପ୍ରକାର ଗବେଷଣା ଜାରି ରଖିଛନ୍ତି। ଏପରିସ୍ଥଳେ ଭାରତୀୟ ବୈଜ୍ଞାନିକଙ୍କୁ ସଫଳତା ମିଳିଛି। ୩୬୦୦ ଭୂତାଣୁ ଉପରେ ପରୀକ୍ଷା ନିରୀକ୍ଷା କରି ସେମାନେ ୧୧ଟି କରୋନା ଭୂତାଣୁକୁ ଚିହ୍ନଟ କରିଛନ୍ତି। ସେଥିମଧ୍ୟରୁ ଏ-୨-ଏ ଭୂତାଣୁ ଚାଇନାର ଉହାନରେ ତାଣ୍ଡବ ରଚିଥିବା କୁହାଯାଉଛି। ଏସବୁ କରୋନା ଭୂତାଣୁର ସଂରଚନା ଭିନ୍ନ ଭିନ୍ନ। ମନୁଷ୍ୟ ଶରୀରରେ ଆର୍‌ଏନ୍‌ଏ ସଂରଚନା ଆଧାରରେ ଏସବୁ ଭୂତାଣୁ କମ୍‌ ସମୟ ମଧ୍ୟରେ ସଂକ୍ରମଣ ଆରମ୍ଭ କରିଥାନ୍ତି। ପ୍ରଥମେ ଗଳା, ପରେ ଫୁସଫୁସ୍‌କୁ ସଂକ୍ରମିତ ହୋଇଥାଏ। ଏହାପରେ ଲିଭର ଏବଂ କିଡ୍‌ନୀରେ ସଂକ୍ରମଣ ହୋଇଥାଏ ବୋଲି ପଶ୍ଚିମବଙ୍ଗର ନ୍ୟାଶନାଲ୍‌ ଇନଷ୍ଟୁଚ୍ୟୁଟ୍‌ ଅଫ୍‌ ବାୟୋମେଡ଼ିକାଲ ଜିନୋମିକ୍ସ୍‌ର ଗବେଷକ ସୂଚନା ଦେଇଛନ୍ତି। ୨୦୧୯ ଡିସେମ୍ବର ଠାରୁ ୨୦୨୦ ଏପ୍ରିଲ୍‌ ୬ ପର୍ଯ୍ୟନ୍ତ ଏହି ଗବେଷଣା ଜାରି ରହିଥିଲା। ଉହାନରେ ସଂକ୍ରମଣ କରିଥିବା ଏ-୨-ଏ କରୋନା ଭୂତାଣୁ ଭାରତର ୪୫ ପ୍ରତିଶତ ସଂକ୍ରମିତଙ୍କଠାରେ ରହିଛି। ଏହି ଭୂତାଣୁ ଅତି ମାରାତ୍ମକ। ପୃଥିବୀର କେତେକ ଦେଶରେ ଏହାର ୮୦ ପ୍ରତିଶତ ଲୋକଙ୍କୁ ସଂକ୍ରମିତ ହୋଇଛି। ଏଥିରେ ଥିବା ଆମିନୋ ଏସିଡ୍‌ ପରବର୍ତ୍ତୀ ସମୟରେ ଏସ୍ପାର୍ଟିକ୍‌ ଏସିଡ୍‌ରୁ ଗ୍ଲାଇସିନ୍‌କୁ ପରିବର୍ତ୍ତିତ ହୋଇଥାଏ। ଅପରପକ୍ଷରେ କରୋନା ଭୂତାଣୁର ଅନ୍ୟ ପ୍ରକାରରେ ଏସ୍ପାର୍ଟିକ୍‌ ଏସିଡ୍‌ ରହିଥାଏ। ଏହାର କୌଣସି ପରିବର୍ତ୍ତନ ଘଟି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri