ଭାରତକୁ ଟ୍ରେଡ୍‌ ଓ୍ବାର୍‌ ଲାଭ;ରପ୍ତାନି ବୃଦ୍ଧିରେ ବିଶ୍ୱରେ ଏକମାତ୍ର ଦେଶ

ନୂଆଦିଲ୍ଲୀ,୨-୮: ଆମେରିକା ଓ ଚାଇନା ମଧ୍ୟରେ ଟ୍ରେଡ୍‌ ଓ୍ବାର୍‌ ଆରମ୍ଭ ହୋଇଥିବା ବେଳେ ଏସିଆରେ ଭାରତ ଏକମାତ୍ର ଦେଶ ଯିଏକି ଅଧିକ ରପ୍ତାନି କରିବାରେ ସଫଳ ହୋଇଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଆର୍ଥିକ ବର୍ଷ ୨୦୧୭ର ଚତୁର୍ଥ ତ୍ରୈମାସରେ ବିଶ୍ୱ ରପ୍ତାନିରେ ଭାରତର ଅଂଶ ୧.୫୮% ରହିଥିଲା। ତେବେ ୨୦୧୯ ଆର୍ଥିକ ବର୍ଷରେ ଏହା ୧.୭୧%କୁ ବୃଦ୍ଧି ପାଇଛି। ଏହି ଅବଧିରେ ଏସିଆର ଅନ୍ୟ ଦେଶଗୁଡ଼ିକର ରପ୍ତାନି ଅଂଶ ହ୍ରାସ ପାଇଛି। ନିକଟରେ ଏକ ସାକ୍ଷାତକାର ଦେଇ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଭାରତୀୟ ଅର୍ଥନୀତି ବିଶ୍ୱ ବିିନିର୍ମାଣ ଯୋଗାଣ ଶୃଙ୍ଖଳାରେ ପଡୋଶୀଙ୍କ ଭଳି ସମ୍ପୂର୍ଣ୍ଣ ଭାବେ ଜଡ଼ିତ ନ ଥିବାରୁ ଭାରତର ରପ୍ତାନି ବୃଦ୍ଧି ପାଉଛି। ଟ୍ରେଡ ଓ୍ବାର୍‌ ସ୍ଥିତିରେ ମଧ୍ୟ ଭାରତକୁ ଫାଇଦା ମିଳୁଛି। ଦକ୍ଷିଣ କୋରିଆ ଓ ଜାପାନର ମାଲ୍‌କୁ ଚାଇନା ସର୍ବାଧିକ କିଣିଥାଏ। ତେବେ ସେମାନଙ୍କର ବିଶ୍ୱରେ ରପ୍ତାନି ଅଂଶ ଅଧିକ ହ୍ରାସ ପାଇଛି। ଭାରତ ଲାଗି ଆମେରିକା ତଥା ଚାଇନା ଏବଂ ସଂଯୁକ୍ତ ଆରବ ଏମିରାଟ ତୃତୀୟ ସବୁଠୁ ବଡ଼ ବଜାର। ଦିଲ୍ଲୀସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫରେନ୍‌ ଟ୍ରେଡ ପ୍ରଫେସର ରାକେଶ ମୋହନ ଯୋଶୀଙ୍କ କହିବାନୁଯାୟୀ, ଭାରତର ମାଲ୍‌ ଓ ମାର୍କେଟ ବାସ୍କେଟ ସମ୍ପୂର୍ଣ୍ଣ ଭାବେ ବିଭିଧତାଭରା ହୋଇଥିବାରୁ ରପ୍ତାନି କ୍ଷେତ୍ରରେ ଦେଶକୁ ଫାଇଦା ମିଳୁଛି। ଫେଡେରେଶନ ଅଫ୍‌ ଏକ୍ସପୋର୍ଟ ଅଗାନାଇଜେଶନ ଏମଡି ତଥା ସିଇଓ ଅଜୟ ଶାହଙ୍କ ମତରେ ଆମେରିକା ଓ ଚାଇନା ମଧ୍ୟରେ ଟ୍ରେଡ ଓ୍ବାର ଆରମ୍ଭ ହେବା ଦ୍ୱାରା ଦୁଇ ଦେଶକୁ ଭାରତର ରପ୍ତାନି ବୃଦ୍ଧି ପାଇଁ ସୁଯୋଗ ଦେଇଛି। ବିଗତ ୬ ବର୍ଷ ମଧ୍ୟରେ ଆମେରିକାକୁ ଭାରତରୁ ରପ୍ତାନି ମାର୍ଚ୍ଚ ୨୦୧୮ରେ ଶେଷ ହୋଇଥିବା ବର୍ଷରେ ସର୍ବାଧିକ ହୋଇଛି। ସେହିପରି ଗତ ଆର୍ଥିକ ବର୍ଷରେ ଚାଇନାକୁ ଭାରତର ରପ୍ତାନି ୩୧% ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୨ ହାତ ଖାଇ ଦଣ୍ଡରୁ ଝୁଲିଲେ ପାଟୁଆ: କଣ୍ଟା ଫୁଟାଇଥିଲେ ମଧ୍ୟ ବାହାରୁ ନଥିଲା ରକ୍ତ

ସାକ୍ଷୀଗୋପାଳ,୧୪।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ନିକଟବର୍ତ୍ତୀ ଭୀମପୁର ଓ ଦାଶବିଦ୍ୟାଧରପୁର ଗ୍ରମାରେ ପ୍ରସିଦ୍ଧ ଖାଇଫୋଡ ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମାନସିକ ପୂରଣ…

ବଡ଼ ଆଲର୍ଟ ଜାରି କଲା IMD, ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ,୧୪।୪: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଏମ. ମହାପାତ୍ର କହିଛନ୍ତି ଯେ ଚଳିତ ବର୍ଷ ମୋଟ ବର୍ଷା ସାଧାରଣ ହାରାହାରି ପ୍ରାୟ ୯୨ ପ୍ରତିଶତ ହେବ…

ବିହାରରେ ‘ସମ୍ରାଟ’ ଯୁଗ ଆରମ୍ଭ: ବୁଧବାର ଶପଥ ଗ୍ରହଣ

ପାଟନା,୧୪।୪: ନୀତୀଶ କୁମାର ମଙ୍ଗଳବାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଶେଷ କ୍ୟାବିନେଟ ବୈଠକ କରି ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଇସ୍ତଫା ପତ୍ର…

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

ନିଆଁରେ ଚାଲିଲେ ମାନସିକଧାରୀ, ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼

ରିଷିଡା୧୪।୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ ଝାମୁଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ମା’ ତାରିଣୀ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆସିଲା ନୀତୀଶଙ୍କ ପ୍ରତିକ୍ରିୟା, ଭାବପ୍ରବଣ ହୋଇ ଲେଖିଲେ ଏମିତି…

ପାଟନା,୧୪।୪: ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଲୋକଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ ନୀତୀଶଙ୍କ ଇସ୍ତଫା ପରେ ପାଟନାରୁ ଦିଲ୍ଲୀର…

ଯୁଦ୍ଧ ଉତ୍ତେଜନା ଭିତରେ ଭାରତ-ଚାଇନା ମୁହାଁମୁହିଁ, ସୀମାରେ ହଲଚଲ!

ନୂଆଦିଲ୍ଲୀ,୧୪।୪: ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକୁ କାଳ୍ପନିକ ନାମ ଦେବା ବିରୋଧରେ ଭାରତର ପ୍ରତିବାଦ ପରେ, ଚାଇନା ମଙ୍ଗଳବାର (୧୪ ଏପ୍ରିଲ, ୨୦୨୬) ଆଉ ଏକ ଆପତ୍ତିଜନକ ବିବୃତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri