ଭାରତ ‘ବିଶ୍ୱର ଫାର୍ମାସୀ’ ଭୂମିକା ନେଇଛି: ଏସ୍‌ସିଓ

ବେଜିଂ,୨୨ା୬(ପି.ଟି.): ମେଡିସିନ କ୍ଷେତ୍ରରେ ଗଭୀର ଜ୍ଞାନକୌଶଳ, ଅଭିଜ୍ଞତା ଯୋଗୁ ଭାରତ କରୋନା ମହାମାରୀ ସମୟରେ ‘ବିଶ୍ୱର ଫାର୍ମାସୀ’ ଭୂମିକା ଗ୍ରହଣ କରିଛି ବୋଲି ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ) ମହାସଚିବ ଭ୍ଲାଦିମିର ନୋରୋଭ କହିଛନ୍ତି। ଭାରତ ନିଜ ଦେଶର କରୋନା ସଂକ୍ରମଣକୁ ରୋକିବା ଏବଂ ଚିକିତ୍ସା ନିମନ୍ତେ ଜରୁରୀ ପଦକ୍ଷେପ ନେବା ସହ ମହାମାରୀ ବିରୋଧରେ ଲଢ଼ିବା ପାଇଁ ୧୩୩ ଦେଶକୁ ଔଷଧ ଯୋଗାଇଦେଇଛି। ଏହା ଭାରତର ଉଦାରତାକୁ ଦର୍ଶାଉଛି ବୋଲି ନୋରୋଭ ନ୍ୟୁଜ୍‌ ଏଜେନ୍ସି ପିଟିଆଇକୁ ସାକ୍ଷାତ୍‌କାର ଦେଇ କହିଛନ୍ତି। ତାଙ୍କ ମତରେ ଏହା ଏକ ମୂଲ୍ୟବାନ ଓ ଦାୟିତ୍ୱସମ୍ପନ୍ନ ଉଦାହରଣ, ଯାହା ଏକ ବଡ଼ ଶକ୍ତିର ଆଚରଣର ପ୍ରତୀକ। ଏହାସହିତ ଏସ୍‌ସିଓ ସଦସ୍ୟ ଦେଶଗୁଡ଼ିକର ପରିପୂର୍ଣ୍ଣତା ଏବଂ ପାରସ୍ପରିକ ସହଯୋଗକୁ ଦର୍ଶାଉଛି। ନିକଟରେ ଭାରତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛି। ଏନେଇ ନୋରୋଭ କହିଛନ୍ତି ଯେ, ୨୦୨୧-୨୨ ପାଇଁ ଭାରତ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟତା ହାସଲ କରିଛି। ଏହା ବହୁତ ଗୁରୁତ୍ୱବହନ କରେ। ଗତ ଜାନୁୟାରୀରେ ଭାରତ ଗସ୍ତରେ ଆସି ଶୀର୍ଷ ନେତୃତ୍ୱଙ୍କ ସହ ବ୍ୟାପକ ବାର୍ତ୍ତାଳାପ କରିଥିବା ନୋରୋଭ କହିଛନ୍ତି ଯେ, ଭାରତର ଦକ୍ଷତାସମ୍ପନ୍ନ ବୈଜ୍ଞାନିକ ଏବଂ ଡାକ୍ତରୀ ବୃତ୍ତିଧାରୀମାନେ କରୋନା ଭାଇରସ୍‌ ସମ୍ପର୍କରେ ବିଶ୍ୱସ୍ତରରେ ହେଉଥିବା ଅଧ୍ୟୟନ ଓ ଟିକା ବିକାଶ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିବେ ବୋଲି ତାଙ୍କର ବିଶ୍ୱାସ ରହିଛି। ସୂଚନାଥାଉ କି, ଏସ୍‌ସିଓର ମୁଖ୍ୟ କାଯର୍ର୍‌ୟାଳୟ ଚାଇନା ରାଜଧାନୀ ବେଜିଂରେ ରହିଛି। ଏହା ହେଉଛି ୮ ଦେଶ ବିଶିଷ୍ଟ ଅର୍ଥନୈତିକ ଓ ସୁରକ୍ଷା ବ୍ଲକ। ଭାରତ ଓ ପାକିସ୍ତାନ ୨୦୧୭ରେ ଏହାର ସଦସ୍ୟ ହୋଇଥିଲେ। ଏହାର ପ୍ରତିଷ୍ଠାତା ସଦସ୍ୟମାନେ ହେଲେ, ଚାଇନା, ରୁଷିଆ, କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ ଏବଂ ଉଜ୍‌ବେକିସ୍ତାନ।
ଉଜ୍‌ବେକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ନୋରୋଭ କହିଛନ୍ତି ଯେ, ଭାରତ ଏବେ ଅନେକ ବିଶ୍ୱସ୍ତରୀୟ ପଦକ୍ଷେପ ପାଇଁ ଦିଗ ନିର୍ଦ୍ଧାରଣ କରିଛି। ଏହାର କାରଣ ହେଉଛି, ଉଚ୍ଚଗୁଣ ସମ୍ପନ୍ନ ତଥା ସୁଲଭ ମୂଲ୍ୟର ଔଷଧ, ଯନ୍ତ୍ରପାତି, ଟିକା ଉତ୍ପାଦନ ସାଙ୍ଗକୁ ଔଷଧ ଏବଂ ସ୍ବାସ୍ଥ୍ୟ ପରିଚାଳନା କ୍ଷେତ୍ରରେ ଭାରତର ବ୍ୟାପକ ଅଭିଜ୍ଞତା ଏବଂ ଗଭୀର ଜ୍ଞାନ। ସେ କହିଛନ୍ତି ଯେ, ଜେନେରିକ ଔଷଧ କ୍ଷେତ୍ରରେ ଭାରତ ବିଶ୍ୱର ସର୍ବବୃହତ ଉତ୍ପାଦକ ହୋଇପାରିଛି, ଯାହା ସମୁଦାୟ ବିଶ୍ୱ ଉତ୍ପାଦନର ୨୦%। ଏହାସହିତ ବିଶ୍ୱର ୬୨% ଟିକା ଚାହିଦାକୁ ଭାରତ ପୂରଣ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରୁ ଚୋରି କରୁଥିଲେ ଚୋର, ହଠାତ୍‌ ଶୁଭିଲା ଠାକୁରାଣୀଙ୍କ ପାଉଁଜି ଶବ୍ଦ, ଭୟରେ ଥରିଥରି ଏମିତି କହିଲେ…

ଭଦ୍ରକ,୧୦ା୪(ସନାତନ ରାଉତ):  ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ ମନ୍ଦିରର ହୁଣ୍ଡିରେ ଥିବା ଟଙ୍କା ରବିବାର ରାତିରେ ଚୋରି ହୋଇଥିଲା। ଏହି ଚୋରିରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଭଦ୍ରକ…

ପ୍ରେମରେ ପ୍ରତାରଣା ପାଇବା ପରେ ଟାଓ୍ବାର ଉପରକୁ ଚଢିଗଲେ ଯୁବକ, ତା’ପରେ ଘଟିଲା…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): ପ୍ରେମରେ ପ୍ରତାରଣା ପାଇବା ପରେ ଯୁବକ ୩୩ କେଭି ଟାୱାରରେ ଚଢି ଜୀବନ ହାରିବା ପାଇଁ ଚେଷ୍ଟା କରୁଥିବାବେଳେ ପୋଲିସ ପହଞ୍ଚି…

ରାଜ୍ୟ ସଭା ଏମପି ହେଲେ ନୀତୀଶ କୁମାର, ସଂସଦରେ ନେଲେ ଶପଥ

ନୂଆଦିଲ୍ଲୀ,୧୦।୪:  ଆଜି ବିହାରର ରାଜନୀତିରେ ଏକ ବଡ଼ ଏବଂ ଐତିହାସିକ ପରିବର୍ତ୍ତନ ଘଟିଛି । ଦୀର୍ଘ ସମୟ ଧରି ରାଜ୍ୟର ନେତୃତ୍ୱ ଦେଇଥିବା ନୀତୀଶ କୁମାର ଆଜି…

ଇସ୍ତଫା ଦେଲେ ହାଇକୋର୍ଟ ବିଚାରପତି ଯଶୱନ୍ତ ବର୍ମା: ଆସିଥିଲା ମହାଭିଯୋଗ, ଘରୁ ମିଳିଥିଲା…

ନୂଆଦିଲ୍ଲୀ,୧୦।୬: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଷ୍ଟ୍ରପତିଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ତାଙ୍କୁ ପଦରୁ ହଟାଇବା…

ବଢ଼ିବ ତାତି: ଗରମ-ଗୁଳୁଗୁଳିରେ ଛଟପଟ ହେବେ ଏସବୁ ଜିଲାର ଲୋକେ, ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୦।୪: ରାଜ୍ୟରେ ପାରଦ ପୁଣି ଉପରମୁହାଁ ହେବ। ଦୁଇଦିନ ମଧ୍ୟରେ ୪ରୁ ୬ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ବିଶେଷକରି ଶନିବାର ୧୧ ତାରିଖରୁ ପଶ୍ଚିମ ଓ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା

ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri