Posted inଜାତୀୟ

ଭାରତ ପ୍ରତି ଆମେରିକା କୃତଜ୍ଞ: ଟ୍ରମ୍ପ୍‌

ଅହମଦାବାଦ,୨୫ା୨(ପି.ଟି.): ଇସ୍‌ଲାମିକ୍‌ ଆତଙ୍କବାଦରୁ ଦେଶବାସୀଙ୍କୁ ସୁରକ୍ଷା ଦେବା ଲାଗି ଭାରତ ଓ ଆମେରିକା ପ୍ରତିଶ୍ରୁତିବଦ୍ଧ। ଦୁଇଦେଶ ମିଳିତ ଭାବେ ଇସ୍‌ଲାମିକ୍‌ ଆତଙ୍କବାଦର ମୁକାବିଲା କରିବେ ବୋଲି ସୋମବାର ଗୁଜରାଟ ଅହମଦାବାଦର ମୋଟେରା ଷ୍ଟାଡିୟମରେ ଅନୁଷ୍ଠିତ ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ଏଥିସହିତ ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କକୁ ନୂଆ ସୋପାନକୁ ନେଇଯିବା ସହ ବାଣିଜ୍ୟ ସମ୍ପର୍କ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କାର୍ଯ୍ୟ କରିବେ ବୋଲି ଟ୍ରମ୍ପ୍‌ କହିଥିଲେ। ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବଢ଼ିବା ସହ ମିଳିତ ସମରାଭ୍ୟାସ କରାଯିବ। ଭାରତର ପ୍ରତିରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ସେନାବାହିନୀକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯିବ। ତାଙ୍କ ଦେଶ ଭାରତକୁ ଭଲପାଏ ଓ ଭାରତ ପ୍ରତି କୃତଜ୍ଞ ବୋଲି ବିଶ୍ୱର ସର୍ବବୃହତ୍‌ ଷ୍ଟାଡିୟମରେ ଲକ୍ଷାଧିକ ଜନତାଙ୍କୁ ସମ୍ବୋଧିତ କରି ଆମେରିକା ରାଷ୍ଟ୍ରପତି ଏହା କହିଛନ୍ତି।
ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ୍‌ ଉପସ୍ଥିତ ଥିଲେ। ଏହି ଅବସରରେ ଟ୍ରମ୍ପ୍‌ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ସେ ଭାରତର ମହାନ୍‌ ପରମ୍ପରା, ବ୍ୟକ୍ତି ସ୍ବାଧୀନତା, ଆଇନର ଶାସନ, ମାନବିକ ମର୍ଯ୍ୟାଦା ଓ ସଦ୍‌ଭାବନାର ଭୂୟସୀ ପ୍ରଶଂସା କରିଥିଲେ। ସେ କହିଥିଲେ, ଭାରତ ପାଇଁ ଆମେରିକା ହୃଦୟରେ ସ୍ବତନ୍ତ୍ର ସ୍ଥାନ ରହିଛି। ଭାରତର ଉନ୍ନତି ପାଇଁ ମୋଦି ଅହରହ କାର୍ଯ୍ୟ କରିଚାଲିଛନ୍ତି। ଜଣେ ଚା’ ବିକାଳିରୁ ଆଜି ସେ ଏତେ ବଡ଼ ହୋଇପାରିଛନ୍ତି। ଭାରତର ମୋଦିଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। ମୋଦିଙ୍କ ପାଇଁ ଭାରତରେ ପ୍ରତି ୧୨ ମିନିଟରେ ଜଣେ ଲୋକ ଦାରିଦ୍ର୍ୟ ମୁକ୍ତ ହେଉଛନ୍ତି ବୋଲି ଟ୍ରମ୍ପ୍‌ କହିଥିଲେ। ନିଜର ଅଭିଭାଷଣରେ ଟ୍ରମ୍ପ୍‌ ଭାରତୀୟ ଚଳଚ୍ଚିତ୍ର ବିଷୟରେ ଅବତାରଣା କରିବା ସହ ସଚିନ ତେନ୍ଦୁଲକରଙ୍କ ଭଳି କ୍ରିକେଟ କିମ୍ବଦନ୍ତୀ ଭାରତ ସୃଷ୍ଟି କରିପାରିଛି ବୋଲି କହିଥିଲେ।
ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ଟ୍ରମ୍ପ୍‌ଙ୍କୁ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ସ୍ବାଗତ କରିଥିଲେ। ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଟ୍ରମ୍ପ୍‌ଙ୍କ ବିମାନ ପହଞ୍ଚତ୍ବାର ୧ ଘଣ୍ଟା ପୂର୍ବରୁ ମୋଦି ସେଠାରେ ପହଞ୍ଚତ୍ଥିଲେ। ଟ୍ରମ୍ପ୍‌ଙ୍କ ବିମାନ ପହଞ୍ଚତ୍ବା ପରେ ମୋଦି ପ୍ରୋଟୋକଲ ଭାଙ୍ଗି ତାଙ୍କୁ ସ୍ବାଗତ କରିଥିଲେ। ବିମାନ ବନ୍ଦରରୁ ଉଭୟ ନେତା ସାବରମତି ଆଶ୍ରମ ଅଭିମୁଖେ ବାହାରିଥିଲେ। ସେଠାରେ ଟ୍ରମ୍ପ୍‌ ଦମ୍ପତି ମହାତ୍ମା ଗାନ୍ଧୀଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ସେମାନଙ୍କୁ ଗାନ୍ଧିଜୀ ଓ କସ୍ତୁରବା ରହୁଥିବା ପ୍ରକୋଷ୍ଠ ‘ହୃଦୟ କୁଞ୍ଜ’ ଦେଖାଇଥିଲେ। ଟ୍ରମ୍ପ୍‌ ଓ ମେଲାନିଆ ସେଠାରେ ଗାନ୍ଧିଜୀଙ୍କ ଚରଖା ଚଳାଇଥିଲେ ଓ ଆଶ୍ରମ ଛାଡିବା ପୂର୍ବରୁ ଭିଜିଟର ପୁସ୍ତିକାରେ ସ୍ବାକ୍ଷର କରିଥିଲେ। ସେଠାରୁ ଦୀର୍ଘ ୨୨ କିଲୋମିଟର ରୋଡ୍‌ ଶୋ’ରେ ଆସି ମୋଟେରା ଷ୍ଟାଡିୟମରେ ପହଞ୍ଚତ୍ଥିଲେ ଆମେରିକା ରାଷ୍ଟ୍ରପତି। ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ୧ ଲକ୍ଷ ୧୦ ହଜାର ଜନସାଧାରଣ ଉପସ୍ଥିତ ରହି ଟ୍ରମ୍ପ୍‌ଙ୍କୁ ସ୍ବାଗତ କରିଥିଲେ। ଷ୍ଟାଡିୟମରେ ଝିଅ ଇଭାଙ୍କା, ଜ୍ୱାଇଁ ଜାରେଡ କୁଶନେର, ତାଙ୍କ ପ୍ରଶାସନର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ମଙ୍ଗଳବାର ଦୁଇଦେଶ ମଧ୍ୟରେ ୩ ବିଲିୟନ ଡଲାର ମୂଲ୍ୟର ପ୍ରତିରକ୍ଷା ଚୁକ୍ତିନାମା ସ୍ବାକ୍ଷର ହେବା ସହ ଆମେରିକା ଭାରତ ମୁଖ୍ୟ ପ୍ରତିରକ୍ଷା ସହଯୋଗୀ ହେବାକୁ ଯାଉଛି ବୋଲି ଏହି ଅବସରରେ ଟ୍ରମ୍ପ୍‌ ଘୋଷଣା କରିଥିଲେ। ଭାରତ ଓ ଆମେରିକା ମଧ୍ୟରେ ସ୍ବାଭାବିକ ଓ ସ୍ଥାୟୀ ବନ୍ଧୁତା ରହିଥିବା ସେ କହିଥିଲେ। ଭାରତର ସାଂସ୍କୃତିକ ବିବିଧତାଠାରୁ ଆରମ୍ଭ କରି ଚଳଚ୍ଚିତ୍ର ଓ କ୍ରୀଡ଼ା କ୍ଷେତ୍ରରେ ସଫଳତା ସମ୍ପର୍କରେ ଟ୍ରମ୍ପ୍‌ ଭାଷଣରେ ଉଲ୍ଲେଖ କରିଥିଲେ।
ଆମେରିକା ରାଷ୍ଟ୍ରପତିଙ୍କ ଏହି ଗସ୍ତ ଦୁଇଦେଶ ମଧ୍ୟରେ ସମ୍ପର୍କର ନୂଆ ଇତିହାସ ସୃଷ୍ଟି କରିବ ବୋଲି ମୋଦି କହିଥିଲେ। ଆତଙ୍କବାଦ ଦମନରେ ଟ୍ରମ୍ପ୍‌ଙ୍କ ନେତୃତ୍ୱକୁ ମୋଦି ପ୍ରଶଂସା କରିଥିଲେ। ଟ୍ରମ୍ପ୍‌ଙ୍କ ନେତୃତ୍ୱରେ ଭାରତ-ଆମେରିକା ସମ୍ପର୍କ ଯଥେଷ୍ଟ ବୃଦ୍ଧି ପାଇଛି। ସପରିବାର ଟ୍ରମ୍ପ୍‌ ଭାରତ ଆସିବା ଦୃଢ଼ ବନ୍ଧୁତାକୁ ସୂଚାଉଛି ବୋଲି ମୋଦି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri