Posted inଜାତୀୟ

ଭାରତ-ଚାଇନା ସୈନ୍ୟ ସଂଘର୍ଷ

ନୂଆଦିଲ୍ଲୀ,୧୧ା୫(ପି.ଟି.): ଭାରତ-ଚାଇନା ସୀମାର ସିକିମ୍‌ ସେକ୍ଟର ଅନ୍ତର୍ଗତ ନାକୁଲା ଗିରିପଥରେ ଉଭୟ ପକ୍ଷ ସେନା ମଧ୍ୟରେ ସଂଘର୍ଷ ଘଟି ଅନେକ ଯବାନ ଆହତ ହୋଇଛନ୍ତି। ଉଭୟ ପକ୍ଷର ସୈନ୍ୟ ପରସ୍ପରକୁ ମୁଥ ମାରିଥିଲେ ବୋଲି ଭାରତୀୟ ସେନା ସୂତ୍ରରୁ ଜଣାପଡ଼ିଛି। ସ୍ଥାନୀୟ ସ୍ତରରେ ଆଲୋଚନା ପରେ ସେମାନେ ସଂଘର୍ଷରୁ ଓହରିଥିଲେ। ୨୦୧୭ ଅଗଷ୍ଟରେ ଲଦାଖର ପଙ୍ଗୋଙ୍ଗ୍‌ ହ୍ରଦଠାରେ ଭାରତ ଓ ଚାଇନା ସେନା ମଧ୍ୟରେ ଅନୁରୂପ ମୁଥ ମରାମରି ହୋଇଥିଲା। ସାମରିକ ପ୍ରୋଟୋକଲ୍‌ ଅନୁଯାୟୀ ଯବାନମାନେ ଆପୋସ ବୁଝାମଣାରେ ଏହାର ସମାଧାନ କରିଥିଲେ। ଏହାର ଦୀର୍ଘଦିନ ପରେ ପୁଣିଥରେ ଦୁଇଦେଶର ସେନା ମୁହାଁମୁହିଁ ହୋଇଛନ୍ତି। ଶନିବାର ହୋଇଥିବା ଏହି ସଂଘର୍ଷରେ ୧୫୦ ସୈନ୍ୟ ସମ୍ପୃକ୍ତ ଥିଲେ।
ଦୁଇଦେଶ ମଧ୍ୟରେ ସୀମାକୁ ନେଇ ବିବାଦ ରହିଛି। ଭାରତର କେତେକ ଅଞ୍ଚଳକୁ ଚାଇନା ନିଜର ବୋଲି ଦାବି କରିଆସୁଛି। ଏହାକୁ ନେଇ ବେଳେବେଳେ ଦୁଇଦେଶର ସେନା ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ସୀମାକୁ ନେଇ ମତାନ୍ତର ହେବାରୁ ଶନିବାର ଦୁଇ ପକ୍ଷର ଯବାନଙ୍କ ମଧ୍ୟରେ ମୁହଁାମୁହିଁ ହୋଇଥିଲା।
ସୂଚନାଯୋଗ୍ୟ ୨୦୧୭ରେ ଡୋକଲାମଠାରେ ଭାରତ ଓ ଚାଇନା ସେନାଙ୍କ ମଧ୍ୟରେ ସୀମାକୁ ନେଇ ଦୀର୍ଘ ୭୩ ଦିନ ଧରି ମୁହାଁମୁହିଁ ପରିସ୍ଥିତ ଲାଗି ରହିଥିଲା। ସେତେବେଳେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗିଯିବାର ଆଶଙ୍କା ପ୍ରକାଶ ପାଇଥିଲା। ଭାରତ ଓ ଚାଇନା ମଧ୍ୟରେ ୩,୪୮୮ କିଲୋମିଟର ଦୀର୍ଘ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ରହିଛି। ଅରୁଣାଚଳପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାବେଳେ ଚାଇନା ଏହାକୁ ଦକ୍ଷିଣ ତିବ୍ବତ୍‌ର ଏକ ଅଂଶ ବୋଲି ଦାବି କରିଆସୁଛି। ଉଭୟ ଦେଶ ମଧ୍ୟ ସୀମାକୁ ନେଇ ବିବାଦ ଲାଗିରହିଛି। ସୀମାରେ ଶାନ୍ତି ବଜାୟ ରଖିବାକୁ ହେଲେ ବିବାଦର ସ୍ଥାୟୀ ସମାଧାନ ଜରୁରୀ। ଡୋକଲାମ ବିବାଦ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗଙ୍କ ମଧ୍ୟରେ ପ୍ରଥମ ଆନୁଷ୍ଠାନିକ ବୈଠକ ୨୦୧୮ ଏପ୍ରିଲରେ ଉହାନଠାରେ ବସିଥିଲା। ଉଭୟ ସେନା ମଧ୍ୟରେ ବିଶ୍ୱାସ ଓ ବୁଝାମଣା ସ୍ଥାପନ ପାଇଁ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଦୁଇନେତା ସହମତ ହୋଇଥିଲେ। ସେହିବର୍ଷ ଅକ୍ଟୋବରରେ ଚେନ୍ନାଇ ନିକଟ ମାମଲାପୁରମଠାରେ ଦ୍ୱିତୀୟ ସମିଟ୍‌ ଅନୁଷ୍ଠିତ ହୋଇଥିଲା, ଯେଉଁଠି ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଭାରତର ରାସ୍ତା ନିର୍ମାଣକୁ ନେପାଳର ବିରୋଧ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡରୁ ଚାଇନା ସୀମାର ଲିପୁଲେଖକୁ ଭାରତ ପକ୍ଷରୁ ରାସ୍ତା ନିର୍ମାଣ କରାଯାଉଥିବାବେଳେ ନେପାଳ ଆପତ୍ତି ଉଠାଇଛି। ତିବ୍ବତରେ ଥିବା କୈଳାସ ମାନସରୋବରକୁ ଭାରତରୁ ଶ୍ରଦ୍ଧାଳୁଙ୍କ ଯାତ୍ରା ସୁଗମ କରିବା ପାଇଁ ୧୭,୦୦୦ ଫୁଟ୍‌ ଉଚ୍ଚତାରେ ଉକ୍ତ ରାସ୍ତା ନିର୍ମାଣ ଚାଲିଛି। ୮୦ କି.ମି. ବିଶିଷ୍ଟ ଏହି ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେଲେ ଯାତ୍ରୀଙ୍କୁ ଅଧିକ ବାଟ ଦେଇ ଯିବାକୁ ପଡ଼ିବ ନାହିଁ। ତେବେ ନେପାଳର ବହିର୍ବ୍ୟାପାର ମନ୍ତ୍ରଣାଳୟ ଏହାର ଓ୍ବେବ୍‌ସାଇଟ୍‌ରେ ଏକ ବିବୃତି ଜାରି କରି ଆପତ୍ତି ଉଠାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଭାରତର ଏହି ଏକପାଖିଆ ପଦକ୍ଷେପ ଦୁଇଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ବୁଝାମଣାକୁ ଉଲ୍ଲଂଘନ କରୁଛି।
ପ୍ରକାଶ ଯେ, ଭାରତ ଓ ନେପାଳ ସୀମାର ବିବାଦୀୟ ଅଞ୍ଚଳ କାପାଳିନୀ ନିକଟରେ ଲିପୁଲେଖ ଅବସ୍ଥିତ। ଲିପୁଲେଖକୁ ଦୁଇଦେଶ ନିଜର ବୋଲି ଦାବି କରିଥାଆନ୍ତି। ଏହି ଲିଙ୍କ୍‌ ରୋଡ୍‌କୁ ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉଦ୍‌ଘାଟନ କରିଥିଲେ। ରାସ୍ତା ନିର୍ମାଣକୁ ନେପାଳ ବିରୋଧ କରିବା ପରେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଉକ୍ତ ଅଞ୍ଚଳ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲା ଅଧୀନରେ ଆସୁଛି, ଯାହା ଉପରେ ସମ୍ପୂର୍ଣ୍ଣ ଭାବେ ଭାରତର ଅଧିକାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri