Posted inଖେଳ

ଭାରତ- ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ

ପ୍ରୋଭିଡେନ୍ସ (ଗୁୟାନା),୮।୮(ପି.ଟି.)- ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡଠାରୁ ସେମିଫାଇନାଲରେ ପରାସ୍ତ ହୋଇ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଭାରତ ପ୍ରଥମଥର ପାଇଁ ଦିନିକିଆ ମ୍ୟାଚ୍‌ ଖେଳିବାକୁ ଯାଉଛି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବେ। ଟି୨୦ ସିରିଜରେ ୩-୦ରେ କ୍ଲିନ୍‌ ସୁଇପ୍‌ କରିବା ପରେ ବିଜୟରୁ ଦିନିକିଆ ସିରିଜ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ସ୍ଥାନୀୟ ପ୍ରୋଭିଡେନ୍ସ ଷ୍ଟାଡିୟମ ଗୁରୁବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଅଭିଜ୍ଞ ଓପନର ଶିଖର ଧାଓ୍ବନ ଦିନିକିଆ ଫର୍ମାଟକୁ ପ୍ରତ୍ୟାବର୍ତ୍ତନ କରିବେ। କୋହଲି ଓ ରୋହିତ ଶର୍ମାଙ୍କ ପରେ ଧାଓ୍ବନ ଭାରତ ତୃତୀୟ ଶ୍ରେଷ୍ଠ ଦିନିକିଆ ଖେଳାଳି ବିବେଚିତ ହେଉଛନ୍ତି। ୧୩୦ଟି ଦିନିକିଆ ମ୍ୟାଚ୍‌ ଖେଳି ଧାଓ୍ବନ ୧୭ଟି ଶତକ ଅର୍ଜନ କରିଛନ୍ତି। ରୋହିତଙ୍କ ଧାଓ୍ବନ ଇନିଂସ ଓପନ୍‌ କରିବେ। ଫଳରେ ଲୋକେଶ ରାହୁଲ ୪ ନମ୍ବରରେ ବ୍ୟାଟିଂ କରିବା ଆଶା କରାଯାଉଛି। କେଦାର ଯାଦବ ୫ କିମ୍ବା ୬ ନମ୍ବରରେ ବ୍ୟାଟିଂ କରିବାର ସୁଯୋଗ ହାସଲ କରିବେ। ତେବେ ଏହା ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଅଧିନାୟକ କିପରି ବ୍ୟବହାର କରିବେ ତାହା ଉପରେ ନିର୍ଭର କରୁଛି। ମନୀଷ ପାଣ୍ଡେ ଓ ଶ୍ରେୟାସ ଆୟରଙ୍କ ମଧ୍ୟରୁ କିଏ ମିଡଲ ଅର୍ଡରରେ ବ୍ୟାଟିଂ କରିବ ତାହା କହିବା ଅବଶ୍ୟ କଷ୍ଟକର। ତେବେ ଟିମ୍‌ ମ୍ୟାନେଜମେଣ୍ଟ ଆୟରଙ୍କୁ ଅପେକ୍ଷାକୃତ ଅଧିକ ସୁଯୋଗ ଦେଇ ପରୀକ୍ଷା ନିରୀକ୍ଷା କରିବାକୁ ଚାହିଁବ।
ବୋଲିଂରେ ଭୁବନେଶ୍ୱର କୁମାର ଦୁଇଟି ଦେଶରେ ଗତ ସପ୍ତାହରେ ୩ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଫଳରେ ତାଙ୍କୁ ବିଶ୍ରାମ ଦିଆଯାଇ ମହମ୍ମଦ ସାମିଙ୍କୁ ସୁଯୋଗ ଦିଆଯିବା ଆଶା କରାଯାଉଛି। ସେ ଦ୍ରୁତ ବୋଲି ବିଭାଗର ନେତୃତ୍ୱ ନେବେ। ନବଦୀପ ସଇନି ଦିନିକିଆରେ ପଦାର୍ପଣ କରିବା ନିଶ୍ଚିତ ମନେ ହେଉଛି। ଗତ ବିଶ୍ୱକପ୍‌ରେ ଭାରତ ହଟ୍‌ ଫେଭରାଇଟ୍‌ ମନେହେଉଥିଲେ ମଧ୍ୟ ଅପ୍ରତ୍ୟାଶିତ ଭାବେ ନ୍ୟୁଜିଲାଣ୍ଡଠାରୁ ହାରି ବିଦାୟ ନେଇଥିଲା। ତେବେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟି୨୦ ସିରିଜରେ କ୍ଲିନ୍‌ ସୁଇପ୍‌ କରି ଭାରତ ଲୟ ଫେରିପାଇଛି। ବିଶ୍ୱକପ୍‌ ବିପର୍ଯ୍ୟୟ ମନରୁ ଲିଭି ନ ଥିଲେ ମଧ୍ୟ ଭାରତ ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ ଉପସ୍ଥିତି ସତ୍ତ୍ୱେ ଟି୨୦ ଭଳି ଦିନିକିଆ ମଧ୍ୟ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି।
ତାରକା ଓପନର ରୋହିତ ଶର୍ମା ତାଙ୍କ ଦମ୍‌ଦାର ଫର୍ମ ଜାରି ରଖିବା ଆଶା କରାଯାଉଛି। ବିଶ୍ୱକପ୍‌ରେ ୫ଟି ଶତକ ହାସଲ କରି ସେ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ। ବିଶ୍ୱକପ୍‌ରେ ଧାଓ୍ବନ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରିବା ପରେ ବୁଢ଼ା ଆଙ୍ଗୁଠିରେ ଆଘାତ ପାଇବା କାରଣରୁ ବିଶ୍ୱକପ୍‌ରୁ ବାଦ୍‌ ପଡିଥିଲେ। ବିଶ୍ୱକପ୍‌ରେ କୋହଲି ମଧ୍ୟ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ ଓ ଏହି ସିରିଜରେ ମଧ୍ୟ ତାହାକୁ ଦୋହରାଇବା ଲକ୍ଷ୍ୟରେ ରହିଛନ୍ତି। ବିଶ୍ୱକପ୍‌ ବିପର୍ଯ୍ୟୟ ପରେ ସୀମିତ ଓଭର ଫର୍ମାଟରେ ତାଙ୍କ ନେତୃତ୍ୱକୁ ନେଇ କେତେକ ପୂର୍ବତନ କ୍ରିକେଟର ପ୍ରଶ୍ନ ଉଠାଇଥିଲେ। ଗୋଟିଏ ଖରାପ ଦିନ ଓ ଇନିଂସ କୋହଲିଙ୍କ ବିଶ୍ୱକପ୍‌ ଆଶାକୁ ଧୂଳିସାତ୍‌ କରିଥିଲା। ଅବଶ୍ୟ ବିଶ୍ୱକପ୍‌ ଓ ଓ୍ବେଷ୍ଟଇଣ୍ଡିଜ୍‌ରେ ଦିନିକିଆ ସିରଜ୍‌ ଖେଳିବା ଭିନ୍ନ କଥା। ଦଳର ଦମ୍‌ଦାର ପ୍ରଦର୍ଶନରେ କୋହଲି ନିଶ୍ଚିତ ସନ୍ତୁଷ୍ଟ ଥିବେ। ବ୍ୟାଟିଂରେ ପନ୍ତ ଓ ବୋଲିଂରେ କ୍ରୁନାଲ ପାଣ୍ଡ୍ୟାଙ୍କ ପ୍ରଦର୍ଶନରେ କୋହଲି ପ୍ରଭାବିତ ହୋଇଥିବେ। ଏହି ଦୁଇ ଖେଳାଳିଙ୍କର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ସେ କହିଛନ୍ତି। ଟି୨୦ ସିରିଜରେ କ୍ରୁନାଲ ମ୍ୟାନ୍‌ ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ।
ଟି୨୦ ସିରିଜରେ ହ୍ବାଇଟ୍‌ଓ୍ବାସର ଶିକାର ହୋଇଥିଲେ ମଧ୍ୟ ଗେଲ ଦଳକୁ ଫେରିଥିବାରୁ ଓ୍ବେଷ୍ଟଇଣ୍ଡିଜ୍‌ ଦିନିକିଆ ସିରିଜରେ ବାଜି ମାରିବା ଲକ୍ଷ୍ୟରେ ରହିଛି। ବିଶ୍ୱକପ୍‌ ଅବସରରେ ଗେଲ ଭାରତ ବିପକ୍ଷ ଦିନିକିଆ ସିରିଜ ତାଙ୍କର ଶେଷ ସିରିଜ ହେବ ବୋଲି ଘୋଷଣା କରିଥିଲେ। ବାମହାତୀ ଓପନର ଜନ୍‌ କ୍ୟାମ୍ପବେଲ୍‌, ରୋଷ୍ଟନ ଚେଜ ଓ ଅଲରାଉଣ୍ଡର କିମୋ ପଲ ୧୪ ଜଣିଆ ଦଳରେ ସାମିଲ ହୋଇଛନ୍ତି। ଦ୍ୱିତୀୟ ଓ ତୃତୀୟ ଦିନିକିଆ ଯଥାକ୍ରମେ ୧୧ ଓ ୧୪ ତାରିଖରେ ତ୍ରିନିଦାଦର କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ଘରୋଇ ପରିବେଶରୁ ଫାଇଦା ଉଠାଇ ଓ୍ବେଷ୍ଟଇଣ୍ଡିଜ ଭାରତକୁ ଚକ୍‌ମା ଦେବା ଲକ୍ଷ୍ୟରେ ରହିଛି। ଫଳରେ ଏହି ସିରିଜ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ବନ, ଲୋକେଶ ରାହୁଲ, ଶ୍ରେୟାସ ଆୟର, ମନୀଷ ପାଣ୍ଡେ, ରିଷଭ ପନ୍ତ (ଉଇକେଟକିପର), ରବୀନ୍ଦ୍ର ଜାଡେଜା, କୁଲଦୀବ ଯାଦବ, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ ଓ ନବଦୀପ ସଇନି।
ଓ୍ବେଷ୍ଟଇଣ୍ଡିଜ ଦଳ: ଜାସନ ହୋଲ୍ଡର (ଅଧିନାୟକ), କ୍ରିସ୍‌ ଗେଲ, ଜନ କ୍ୟାମ୍ପବେଲ, ଏଭିନ ଲୁଇସ୍‌, ସାଇ ହୋପ୍‌, ଶିମରନ ହେଟମେୟର, ନିକୋଲାସ ପୁରନ, ରଷ୍ଟନ ଚେଜ୍‌, ଫାବିଆନ ଆଲେନ, କାର୍ଲୋସ ବ୍ରାଥଓ୍ବେଟ, କିମୋ ପଲ, ଶେଲଡନ କଟ୍ରେଲ, ଓଶେନ ଥୋମାସ ଓ କେମର ରୋଚ୍‌।
ସ୍ଥାନ : ଗୁୟାନା
ସମୟ: ସନ୍ଧ୍ୟା ୭ଟା
ପ୍ରସାରଣ: ସୋନୀ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri