Posted inଖେଳ

ଭାରତ ଏ’କୁ ଜିତାଇଲେ ଆୟାର, ଖଲିଲ

ନୂଆଦିଲ୍ଲୀ,୧୨।୭- ଭାରତ ଏ’ ଦଳ ଶ୍ରେୟାସ ଆୟାର ଓ ଖଲିଲ ଅହମ୍ମଦଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ୬୫ ରନ୍‌ର ବିଜୟ ସହ ତା’ର ଓ୍ବେଷ୍ଟଇଣ୍ଡିଜ ଅଭିଯାନ ଆରମ୍ଭ କରିିଛି। ଆଣ୍ଟିଗୁଆଠାରେ ଖେଳାଯାଇଥିବା ପ୍ରଥମ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଦଳ ୧୯୦ ରନ୍‌କୁ ସଫଳତାର ସହ ଡିଫେଣ୍ଡ କରି ପାରିଛି। ଏହି ବିଜୟ ସହ ୫ ମ୍ୟାଚ୍‌ ବିଶିଷ୍ଟ ଅନ୍‌ଅଫିସିଆଲ ସିରିଜ୍‌ରେ ଭାରତ ଏ’ ୧-୦ ବ୍ୟବଧାନରେ ଅଗ୍ରଣୀ ହାସଲ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଏ’ ୨୨ ରନ୍‌ ମଧ୍ୟରେ ୩ ଉଇକେଭାରତ ଏ’କୁ ଜିତାଇଲେ ଆୟାର, ଖଲିଲ
ନୂଆଦିଲ୍ଲୀ,୧୨।୭- ଭାରତ ଏ’ ଦଳ ଶ୍ରେୟାସ ଆୟାର ଓ ଖଲିଲ ଅହମ୍ମଦଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ୬୫ ରନ୍‌ର ବିଜୟ ସହ ତା’ର ଓ୍ବେଷ୍ଟଇଣ୍ଡିଜ ଅଭିଯାନ ଆରମ୍ଭ କରିିଛି। ଆଣ୍ଟିଗୁଆଠାରେ ଖେଳାଯାଇଥିବା ପ୍ରଥମ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଦଳ ୧୯୦ ରନ୍‌କୁ ସଫଳତାର ସହ ଡିଫେଣ୍ଡ କରି ପାରିଛି। ଏହି ବିଜୟ ସହ ୫ ମ୍ୟାଚ୍‌ ବିଶିଷ୍ଟ ଅନ୍‌ଅଫିସିଆଲ ସିରିଜ୍‌ରେ ଭାରତ ଏ’ ୧-୦ ବ୍ୟବଧାନରେ ଅଗ୍ରଣୀ ହାସଲ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଏ’ ୨୨ ରନ୍‌ ମଧ୍ୟରେ ୩ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଶ୍ରେୟାସ ଆୟାର ଓ ହନୁମା ବିହାରୀ ୪ର୍ଥ ଉଇକେଟ ଲାଗି ଦଳୀୟ ସ୍କୋରରେ ୯୫ ରନ୍‌ ଯୋଡ଼ିଥିଲେ। ବିହାରୀ ୩୪ ଓ ଆୟାର ୭୭ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାପରେ କ୍ରମାଗତ ଉଇକେଟ ପତନ ଘଟିବାରୁ ଦଳ ୪୮.୫ ଓଭରରେ ୧୯୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଘରୋଇ ଦଳ ପାଇଁ ରୋଷ୍ଟନ ଚେଜ ୪ ଓ ଆକିମ ଜର୍ଡାନ ୩ ଉଇକେଟ ନେଇଥିଲେ। ଜବାବରେ ଜୋନାଥନ କାର୍ଟର (୪୧*) ଓ ରବମାନ ପାଓ୍ବେଲ (୪୧)ଙ୍କ ବ୍ୟତୀତ ଓ୍ବେଷ୍ଟଇଣ୍ଡିଜ ଏ’ ଦଳର ଅନ୍ୟକୌଣସି ଖେଳାଳି ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇ ପାରି ନ ଥିଲେ। ଫଳରେ ଘରୋଇ ଦଳ ୩୫.୫ ଓଭରରେ ୧୨୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ବିଜୟ ଦଳ ଲାଗି ଖଲିଲ ଅହମ୍ମଦ ୩ ଉଇକେଟ ନେଇଥିଲେ। ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ୧୪ ତାରିଖରେ ଆଣ୍ଟିଗୁଆସ୍ଥିତ ସାଇ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମ୍‌ରେ ଖେଳାଯିବ।
ଟ ହରାଇ ସଙ୍କଟରେ ପଡ଼ିଥିଲା। ଶ୍ରେୟାସ ଆୟାର ଓ ହନୁମା ବିହାରୀ ୪ର୍ଥ ଉଇକେଟ ଲାଗି ଦଳୀୟ ସ୍କୋରରେ ୯୫ ରନ୍‌ ଯୋଡ଼ିଥିଲେ। ବିହାରୀ ୩୪ ଓ ଆୟାର ୭୭ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାପରେ କ୍ରମାଗତ ଉଇକେଟ ପତନ ଘଟିବାରୁ ଦଳ ୪୮.୫ ଓଭରରେ ୧୯୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଘରୋଇ ଦଳ ପାଇଁ ରୋଷ୍ଟନ ଚେଜ ୪ ଓ ଆକିମ ଜର୍ଡାନ ୩ ଉଇକେଟ ନେଇଥିଲେ। ଜବାବରେ ଜୋନାଥନ କାର୍ଟର (୪୧*) ଓ ରବମାନ ପାଓ୍ବେଲ (୪୧)ଙ୍କ ବ୍ୟତୀତ ଓ୍ବେଷ୍ଟଇଣ୍ଡିଜ ଏ’ ଦଳର ଅନ୍ୟକୌଣସି ଖେଳାଳି ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇ ପାରି ନ ଥିଲେ। ଫଳରେ ଘରୋଇ ଦଳ ୩୫.୫ ଓଭରରେ ୧୨୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ବିଜୟ ଦଳ ଲାଗି ଖଲିଲ ଅହମ୍ମଦ ୩ ଉଇକେଟ ନେଇଥିଲେ। ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ୧୪ ତାରିଖରେ ଆଣ୍ଟିଗୁଆସ୍ଥିତ ସାଇ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମ୍‌ରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହା ଡବଲ ଗେମ୍‌…, କ୍ରିକେଟର୍ସଙ୍କ ସହ ହ୍ୟାଣ୍ଡସେକ୍‌ ପାଇଁ କାହିଁକି ନାହିଁ ଅନୁମତି? ଜୟଶଙ୍କରଙ୍କ ସହ PAK ସ୍ପିକରଙ୍କ ହାତ ମିଳାଇବାକୁ ନେଇ…

ଇସଲାମାବାଦ/ନୂଆଦିଲ୍ଲୀ,୨।୧: ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଢାକାରେ ପାକିସ୍ତାନ ଜାତୀୟ ପରିଷଦର ବାଚସ୍ପତି ଆୟାଜ ସାଦିକଙ୍କ ସହ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ହାତ...

‘କେହି ଟି-୨୦ ବିଶ୍ୱକପ ଦେଖିବେ ନାହିଁ…’ ଆଇସିସି ଉପରେ ବର୍ଷିଲେ ଅଶ୍ୱିନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨।୧: ପୂର୍ବତନ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ରବିଚନ୍ଦ୍ରନ ଅଶ୍ୱିନ ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ସମ୍ପର୍କରେ ନିଜର ନିରାଶା ପ୍ରକାଶ କରିଛନ୍ତି। ଅଶ୍ୱିନ କହିଛନ୍ତି ,...

ବିରାଟ-ରୋହିତଙ୍କୁ ଦେଖିବାକୁ ପ୍ରଶଂସକଙ୍କ ପ୍ରବଳ ଉତ୍ସାହ: ୮ ମିନିଟ୍‌ରେ ସରିଗଲା ଭାରତ ବନାମ ନ୍ୟୁଜିଲାଣ୍ଡ ଟିକେଟ

ନୂଆଦିଲ୍ଲୀ,୨।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ ଜାନୁଆରୀ ୧୧, ୨୦୨୬ରେ ଆରମ୍ଭ ହେବାକୁ ଯାଉଛି। ଏହି ହାଇ-ଭୋଲଟେଜ ମ୍ୟାଚ ପାଇଁ ପ୍ରଶଂସକମାନେ ଉତ୍ସାହିତ।...

ଟିମ୍‌ ଇଣ୍ଡିଆକୁ ମିଳିବ ନୂଆ କୋଚ: ଇଂଲଣ୍ଡର କିମ୍ବଦନ୍ତୀଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଭାରତୀୟ ମହିଳା କ୍ରିକେଟ ଦଳ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ଖୁବଶୀଘ୍ର ଜଣେ ନୂତନ ଶକ୍ତି...

୨୦୨୬ରେ ୩ ବଡ଼ ମାଇଲଖୁଣ୍ଟ ଅତିକ୍ରମ କରିବେ ବିରାଟ! ନ୍ୟୁଜିଲାଣ୍ଡ ସିରିଜର ପ୍ରଥମ ମ୍ୟାଚରୁ ହେବ ଆରମ୍ଭ!

ନୂଆଦିଲ୍ଲୀ,୨।୧: ୨୦୨୫ ମସିହାରେ ବିରାଟ କୋହଲିଙ୍କ ପାଇଁ ବହୁତ କିଛି ଘଟିଥିଲା। ସେ ଏପରି କିଛି ସଫଳତା ହାସଲ କରିଥିଲେ ଯାହା ସେ ଏପର୍ଯ୍ୟନ୍ତ ପାଇ...

ନିଜ IPL ଟିମ୍‌ KKRରୁ କେତେ ରୋଜଗାର କରନ୍ତି କିଙ୍ଗ୍‌ ଖାନ? ଜାଣିଲେ…

ନୂଆଦିଲ୍ଲୀ,୨।୧: ବଲିଉଡର କିଙ୍ଗ ଖାନ ସବୁବେଳେ ଖବରର ଶିରୋନାମାରେ ରହିଥାନ୍ତି। ସେ ତାଙ୍କ ଫିଲ୍ମ ମାଧ୍ୟମରେ ପ୍ରଶଂସକମାନଙ୍କୁ ମୋହିତ କରନ୍ତି। ବର୍ତ୍ତମାନ, ପ୍ରଶଂସକମାନେ ଶାହରୁଖ ଖାନଙ୍କ...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri