ଭାରତ ଊର୍ଜା ନ୍ୟାୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୧।୯(ବ୍ୟୁରୋ):ଭାରତରେ ଊର୍ଜା ନ୍ୟାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବୋଚ୍ଚ ପ୍ରଧାନ୍ୟ ଦେଉଛନ୍ତି। ଆବୁଧାବୀଠାରେ ସୋମବାର ଆୟୋଜିତ ଅନ୍ତର୍ଜାତୀୟ ଶକ୍ତି ଫୋରମର ଅଷ୍ଟମ ଏସୀୟ ଶକ୍ତି ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ା ୟୁଏଇ ଓ ଭିଏତନାମର ମନ୍ତ୍ରୀ, ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ପ୍ରମୁଖ ଅଧିକାରୀ, ଓପେକ୍‌ର ସାଧାରଣ ସଚିବ ଏବଂ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଭେଟି ଭାରତ ଓ ୟୁଏଇ ସହ ଆର୍ଥିକ ଏବଂ ଅନ୍ୟାନ୍ୟ ସହଯୋଗ ଉପରେ ଧର୍ମେନ୍ଦ୍ର ଆଲୋଚନା କରିଛନ୍ତି ା
ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଆସନ୍ତା ଦୁଇ ଦଶନ୍ଧିରେ ଏସିଆ ବିଶ୍ୱ ଆର୍ଥିକ ବିକାଶର କେନ୍ଦ୍ର ହେବ। ଭାରତ ଓ ଚାଇନା ଏହାର ୮୦ ଭାଗ ଅଂଶୀଦାର ହେବେ ା ବିଶ୍ୱର ଶକ୍ତି ଚାହିଦା ବଢିବା ସହ ଅକ୍ଷୟ ଶକ୍ତିର ବ୍ୟବହାରରେ ଦ୍ରୁତ ପ୍ରଗତି ଘଟିବ ା ୨୦୪୦ ସୁଦ୍ଧା ଅକ୍ଷୟ ଶକ୍ତି ଯୋଗାଣରେ ଦୁଇ ତୃତୀୟାଂଶ ବୃଦ୍ଧି ପାଇବ ଭବିଷ୍ୟତରେ ଊର୍ଜା ମିଶ୍ରଣ ୩୦ ପ୍ରତିଶତରେ ପହଞ୍ଚିବ ା ଦୁର୍ବଳ ଏବଂ ଅସନ୍ତୁଳିତ ଊର୍ଜା କାରଣରୁ ଏସିଆରେ ୪ଶହ ମିଲିୟନରୁ ଊର୍ଦ୍ଧ୍ୱ ଲୋକ ବିଜୁଳି ପାଇବାରୁ ବଞ୍ଚିତ ଅଛନ୍ତି। ଏଥିପାଇଁ ସୁରକ୍ଷିତ, ଶସ୍ତା ଏବଂ ସୁଲଭ ଊର୍ଜା ପ୍ରଦାନ କରିବା ସବୁ ଦେଶର ସରକାରଙ୍କ ପାଇଁ ପ୍ରାଥମିକତା ରହିଛି ା ବିଗତ ୫ବର୍ଷରେ ଭାରତ ଊର୍ଜା ନ୍ୟାୟ ଏବଂ ଊର୍ଜାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଉପରେ ଅଧିକ ଜୋର ଦେଇଛି ା ଏହି ସମୟରେ ଭାରତ ଦେଶର ୧.୩ ବିଲିୟନର ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ଊର୍ଜା ନ୍ୟାୟ ଅନୁଭବ କରିବା ନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରିଛି ବୋଲି ସେ କହିଛନ୍ତି।
ଧର୍ମେନ୍ଦ୍ର ଆହୁରି କହିଛନ୍ତି, ବୈଠକ ଊର୍ଜା ସୁରକ୍ଷାକୁ ମଜବୁତ୍‌ କରିବାର ନୂଆ ରାସ୍ତା ଦେଖାଇବ। ଏହି ଅବସରରେ ୟୁଏଇର ଶକ୍ତି ଓ ଶିଳ୍ପ ମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ର ଆଲୋଚନା କରିଛନ୍ତି। ଭାରତ-ୟୁଏଇ ମଧ୍ୟରେ ବ୍ୟାପକ ଋଣନୈତିକ ସହଯୋଗକୁ ଦୃଢ କରିବା ପାଇଁ ଉଭୟ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ା ବିଶେଷଭାବେ ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ହାଇଡ୍ରୋକାର୍ବନ କ୍ଷେତ୍ରର କାର୍ଯ୍ୟକୁ ଆହୁରି ମଜବୁତ କରିବା ଦିଗରେ ରାସ୍ତା ବାହାର କରିବା ଓ ଇସ୍ପାତ୍‌ ରପ୍ତାନି ଚାହିଦାକୁ ବୃଦ୍ଧି ଉପରେ ଆଲୋଚନା ହୋଇଛି। ଓଡ଼ିଶାର ଚଣ୍ଡିଖୋଲ ଏବଂ କର୍ନାଟକର ପାଦୁରଠାରେ ହେବାକୁ ଥିବା ଭାରତର ଋଣନୈତିକ ପେଟ୍ରୋଲିୟମ ଭଣ୍ଡାର କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ୟୁଏଇ ପୁନର୍ବାର ଅଂଶଗ୍ରହଣ କରିବା ପାଇଁ ସେମାନଙ୍କୁ କହିଛନ୍ତି। ଷ୍ଟ୍ରେଟ୍‌ ଅଫ୍‌ ହରମୁଜରେ ଦେଖାଯାଇଥିବା ବିଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରିବା ସହ ଉପତ୍ାଦନ ହ୍ରାସକୁ ଓପେକ୍‌ର ସଦସ୍ୟମାନେ ସମର୍ଥନ କରିବା ଦ୍ୱାରା ପ୍ରତିକୂଳଭାବେ ଏହି ନିଷ୍ପତ୍ତିି ଭାରତୀୟ ଉପଭୋକ୍ତାଙ୍କ ଉପରେ ପ୍ରଭାବ ପକାଉଛି ବୋଲି ସେ କହିଛନ୍ତି ା
ସେହିପରି ଓପେକ୍‌ର ସାଧାରଣ ସଚିବ ଏଚ୍‌ଇ ମହମ୍ମଦ ସାନୁସି ବାର୍କିଣ୍ଡୋଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରଧାନ ସାକ୍ଷାତ କରିଛନ୍ତି। ସମ୍ପ୍ରତି ଭୂ-ରାଜନୈତିକ ବିକାଶ ଦ୍ୱାରା ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟର ସ୍ଥିରତା ଏବଂ ଏହାର ରପ୍ତାନି ଉପରେ ପଡିଥିବା ପ୍ରଭାବ ସମ୍ବନ୍ଧରେ ସେ ଆଲୋଚନା କରିଛନ୍ତି। ବିଶ୍ୱସ୍ତରର ଅଶୋଧିତ ତୈଳର ସନ୍ତୁଳନ ଏବଂ ହାରାହାରି ମୂଲ୍ୟ ନିର୍ଦ୍ଧାରଣ ପାଇଁ ଦୁଇ ଦେଶ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା ା ଭାରତ ଏବଂ ଓପେକ୍‌ ମଧ୍ୟରେ ଆସନ୍ତା ଉଚ୍ଚସ୍ତରୀୟ ବୈଠକ ଚଳିତବର୍ଷ ଶେଷ ଆଡ଼କୁ ଆୟୋଜନ କରିବା ପାଇଁ ବାର୍କିଣ୍ଡୋ ଇଚ୍ଛା ପ୍ରକାଶ କରିଛନ୍ତି ା ଏହାସହ ଧର୍ମେନ୍ଦ୍ର ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ଇଡି ଫତେହ ବିରୋଲଙ୍କୁ ଭେଟି ବିଶ୍ୱ ବଜାରରେ ତୈଳ ଏବଂ ଗ୍ୟାସର ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା କରି ଏହାର ସମୀକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଆରପି ଥାନା ଦାବି କଲା ରେଳ ଉପଭୋକ୍ତା ସଂଘ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ଗୁରୁବାର ବରଗଡ଼ ଏସ୍‌ପି ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କୁ ଫେରାଦ ହୋଇଥିଲେ। ନୂତନ…

କାଠଯୋଡ଼ି ନଦୀରୁ ମୃତଦେହ ଉଦ୍ଧାର ମାମଲା: ମୃତ ଯୁବତୀ FM ମେଡିକାଲ କଲେଜ ଛାତ୍ରୀ, ଘର…

କଟକ/ବାରଙ୍ଗ,୪।୬(ପ୍ରଭୁ କଲ୍ୟାଣ ପାଲ/ ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଥାନା ଅଧୀନ କାଠଯୋଡ଼ି ନଦୀରୁ ଗୁରୁବାର ଭୋରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ସେ ହେଲେ…

ବୁଲା କୁକୁର ଆତଙ୍କ, ଗୋଟିଏ ଦିନରେ ୭ଜଣଙ୍କୁ କାମୁଡ଼ିଲା

ଅମ୍ବାଦଳା,୪।୬(ରବୀନ୍ଦ୍ର ପଣ୍ଡା): ରାୟଗଡ଼ା ଜିଲା ଅମ୍ବାଦଳା ଅଞ୍ଚଳରେ ବୁଲା କୁକୁର ଆତଙ୍କ ଦେଖାଦେଇଛି। ଗୁରୁବାର ଏକ ବୁଲା କୁକୁର କାମୁଡାରେ ଜଣେ ଶିଶୁଙ୍କ ସହ ମୋଟ ୭ଜଣ…

ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ, ବନ୍ଧା ହେଲେ ଜମି ମାଲିକ

କୋରୁକୋଣ୍ଡା,୪।୬(ଶିବଦତ୍ତ ସାହୁ): ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମାଲକାନଗିରି ଜିଲା ଓର୍କେଲ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ…

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ: ଖାର୍ଗେ-ପୱନ ଖେରା କର୍ନାଟକରୁ ମନୋନୀତ

ନୂଆଦିଲ୍ଲୀ,୪।୬: କଂଗ୍ରେସ ଦଳ କର୍ନାଟକ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତାମିଲନାଡୁ ଏବଂ ଝାଡ଼ଖଣ୍ଡ ରାଜ୍ୟ ପାଇଁ ରାଜ୍ୟ ସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ କର୍ନାଟକରୁ…

ପଦ୍ମପୁରରେ ନିଶା କାରବାର ଉପରେ ଚଢାଉ: ୨୨ ବସ୍ତା ବେଆଇନ କଫ୍ ସିରପ୍ ଜବତ, ୨ ଗିରଫ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ପୋଲିସ…

ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ ଛାତ୍ରୀଛାତ୍ରଙ୍କ ସଫଳତା, ଏନ୍‌. ଝାନ୍ସିରାଣୀ ବିଶ୍ବବିଦ୍ୟାଳୟ ଟପ୍ପର

ବରଗଡ,୪।୬(ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଅନୁଷ୍ଠିତ ବିବିଏ ପରୀକ୍ଷାରେ ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟର ଛାତ୍ରୀଛାତ୍ରମାନେ ସଫଳତା ହାସଲ କରି ଅନୁଷ୍ଠାନ ଓ ସମଗ୍ର…

NH କଡ଼ରେ ଛିଡ଼ା ହୋଇଥିବା ହାଇୱା ଭିତରୁ ମିଳିଲା ଯୁବକଙ୍କ ମୃତଦେହ, ପରିବାରର ହତ୍ୟା ଅଭିଯୋଗ

ଡେରାବିଶ, ୪।୬(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୫୩ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀନାରାୟଣପୁର ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri