Posted inଖେଳ

ଭାରତ-ଅଷ୍ଟ୍ରେଲିଆ କ୍ୱାର୍ଟର ଫାଇନାଲ

ପୋଚେଫ୍‌ଷ୍ଟ୍ରମ (ଦକ୍ଷିଣ ଆଫ୍ରିକା), ୨୭।୧ (ପି.ଟି.)- ଆଇସିସି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଗ୍ରୁପ୍‌ ପର୍ଯ୍ୟାୟ ଶେଷ ହୋଇଯାଇଥିବାବେଳେ ମଙ୍ଗଳବାରଠାରୁ ସୁପର୍‌ ଲିଗ୍‌ କ୍ୱାର୍ଟର ଫାଇନାଲ ଆରମ୍ଭ ହେବ। ଏହି ନକ୍‌ଆଉଟ୍‌ ପର୍ଯ୍ୟାୟର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ଦଳ ମଙ୍ଗଳବାର ଅଷ୍ଟ୍ରେଲିଆକୁ ଭେଟିବ। ଗ୍ରୁପ୍‌-ଏ’ରେ ସ୍ଥାନ ପାଇଥିବା ଭାରତ ୩ ମ୍ୟାଚ୍‌ରୁ ୩ ବିଜୟ ସହ ୬ ପଏଣ୍ଟ ପାଇ ଅପରାଜେୟ ରହି ନକ୍‌ଆଉଟ୍‌ରେ ପ୍ରବେଶ କରିଛି। ପ୍ରିୟମ ଗର୍ଗଙ୍କ ନେତୃତ୍ୱାଧିନ ଭାରତ ଏହିକ୍ରମରେ ଶ୍ରୀଲଙ୍କା (୯୦ ରନ), ଜାପାନ (୧୦ ଉଇକେଟ୍‌) ଓ ନ୍ୟୁଜିଲାଣ୍ଡ (୪୪ ରନ, ଡିଏଲ୍‌ ପଦ୍ଧତି)କୁ ପରାସ୍ତ କରିଛି। ତେଣୁ କ୍ୱାର୍ଟର ଫାଇନାଲରେ ମଧ୍ୟ ଅଷ୍ଟ୍ରେଲିଆକୁ ହରାଇ ଭାରତ ଏହି ଧାରାକୁ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି। ଅପରପକ୍ଷରେ ଅଷ୍ଟ୍ରେଲିଆ ୩ ମ୍ୟାଚ୍‌ରୁ ୨ ବିଜୟ ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ଗ୍ରୁପ୍‌-ବି’ରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ରେକର୍ଡ ଦୃଷ୍ଟିକୋଣରୁ ଭାରତ ପଛରେ ରହିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଦଳ ଅନ୍ତିମ-୪’ରେ ପ୍ରବେଶ ଲକ୍ଷ୍ୟରେ ରହିଛି। ତେବେ ଉଭୟ ଦଳର ଦୁଇ ରିଷ୍ଟ ସ୍ପିନର ରବି ବିଶ୍ନୋଇ ଓ ଅଷ୍ଟ୍ରେଲିଆର ତନବୀର ସାଙ୍ଗାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଭାରତୀୟ ଦଳର ଉଦୀୟମାନ ଲେଗ୍‌ ସ୍ପିନର ରବି ବର୍ତ୍ତମାନ ସୁଦ୍ଧା ୩ ମ୍ୟାଚ୍‌ରୁ ୧୦ ଉଇକେଟ୍‌ ଅକ୍ତିଆର କରିସାରିଲେଣି। ଅନ୍ତିମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ୩୦ ରନରେ ୪ ଉଇକେଟ୍‌ ନେଇଥିଲେ। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଗତ ଆଇପିଏଲ୍‌ ନିଲାମୀରେ କିଙ୍ଗ୍ସ ଏକାଦଶ ପଞ୍ଜାବ ତାଙ୍କୁ ୨ କୋଟି ଟଙ୍କାରେ କ୍ରୟ କରିଥିଲା। ଯାହାର ମୂଲ୍ୟ ସେ ଚଳିତ ବିଶ୍ୱକପ୍‌ରେ ପ୍ରମାଣିତ କରିସାରିଲେଣି। ଅପରପକ୍ଷରେ ଅଷ୍ଟ୍ରେଲିଆ ସ୍ପିନର ତଥା ଭାରତୀୟ ବଂଶୋଦ୍ଭବ ସାଙ୍ଗା ମଧ୍ୟ ୩ ମ୍ୟାଚ୍‌ରୁ ୧୦ ଉଇକେଟ୍‌ ନେଇସାରିଛନ୍ତି। ସେ ନାଇଜେରିଆ (୫), ଓ୍ବେଷ୍ଟଇଣ୍ଡିଜ (୪) ଓ (୧) ଇଂଲଣ୍ଡ ବିପକ୍ଷରେ ମିଳିତ ଭାବେ ଏହି ଉଇକେଟ୍‌ ପାଇଛନ୍ତି। ଉଭୟ ରବି ଓ ସାଙ୍ଗାଙ୍କ ଉପରେ ଏହି ମ୍ୟାଚ୍‌ରେ ସସ୍ତଙ୍କ ନଜର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri