Posted inଫୁରସତ

ଭାବନାକୁ ଟାଇପ୍‌ କରିବ ଫେସ୍‌ବୁକ ଏଆର୍‌ ଡିଭାଇସ୍‌

ସାନ୍‌ଫ୍ରନସିସ୍କୋ:ଫେସ୍‌ବୁକ ଏକ ବ୍ରେନ୍‌ କମ୍ପ୍ୟୁଟର ଆଗ୍ୟୁମେଣ୍ଟେଡ ରିୟଲିଟି(ଏଆର) ଇଣ୍ଟରଫେସ ଡିଭାଇସ ବିକାଶ କରୁଛି ଯାହା ଆପଣଙ୍କ ଭାବନାକୁ ଟାଇପ କରିପାରିବ। ୨୦୧୮ରେ କମ୍ପାନୀ ତା’ର ବ୍ରେନ୍‌ କମ୍ପ୍ୟୁଟର ଇଣ୍ଟରଫରେନ୍ସ ପ୍ରୋଗ୍ରୋମରେ ଏଭଳି ଡିଭାଇସ ବିକାଶ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାାକୁ ପୂର୍ଣ୍ଣାଙ୍ଗ ସ୍ତରରେ ପହଞ୍ଚାଇବା ପାଇଁ ଫେସବୁକ ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆର ଗବେଷକମାନଙ୍କୁ ସହଯୋଗ କରୁଛି। ନ୍ୟୁରୋଲୋଜି ସମସ୍ୟା ଯୋଗୁ ବାକଶକ୍ତି ହରାଇଥିବା ବ୍ୟକ୍ତିଙ୍କୁ ପୁଣି କହିବା ପାଇଁ ପ୍ରୟାସ ଜାରି ରଖିଥିବା ଗବେଷକମାନେ ଏହିି ଡିଭାଇସ୍‌ ମାଧ୍ୟମରେ ପୀଡିତଙ୍କ ଭାବନାର ଅଳ୍ପ କିଛି ଶବ୍ଦକୁ ଟାଇପ କରିପାରିଛନ୍ତି। ସେମାନଙ୍କ ପୂରା ଭାବନାକୁ ନିର୍ଭୁଲ ଭାବରେ ଟାଇପ କରିବା ପାଇଁ ଅଧିକ ଅନୁଧ୍ୟାନ ଆବଶ୍ୟକ ବୋଲି ଗବେଷକମାନେ କହିଛନ୍ତି। ଏହି ଡିଭାଇସ ଏକ ମିନିଟରେ୧୦୦ ଶବ୍ଦ ଟାଇପ କରି ୧ହଜାର ଶବ୍ଦ ଟାଇପ କରିବାର କ୍ଷମତା ରଖିପାରିବ। ଟାଇପ୍‌ରେ ଭୁଲର ହାର୧୭ ପ୍ରତିଶତରୁ କମ୍‌ ବି ରହିବ। ଫେସବୁକ ମଧ୍ୟ ଏହା ପୂର୍ବରୁ ଏଲନ ମସ୍କଙ୍କ ନ୍ୟୁରୋଲିଙ୍କ୍‌ ଷ୍ଟାର୍ଟଅପ୍‌ ସହ କାର୍ଯ୍ୟ କରି ଏକ ଟିନି ବ୍ରେନ୍‌( ଚିପ୍‌ ସହ ଥ୍ରେଡ୍‌) ବିକାଶ କରିଛି ଯାହା ଏବେ ବ୍ୟବହାର କରାଯାଇଥିବା ବ୍ରେନ ମେଶିିନ ଇଣ୍ଟରଫେସ ବଦଳରେ ବ୍ୟବହାର କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri