Odisha Elections 2024
Posted inଜାତୀୟ

ଭାଜପାର ନୂଆ ଗେମ୍‌ ପ୍ଲାନ୍‌: ଏଥର ଏକତରଫା ହେବ ନିର୍ବାଚନ!

ନୂଆଦିଲ୍ଲୀ,୧୯।୩: ଲୋକ ସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ରାଜନୀତିରେ ଭାଜପା ନୂତନ ଗେମ୍‌ ପ୍ଲାନ। ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକରେ ମଙ୍ଗଳବାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ପହଞ୍ଚିଛନ୍ତି। ରାଜ ଠାକରେ ଷ୍ଟସୋମବାର ରାତିରେ ଦିଲ୍ଲୀରେ ପହଞ୍ଚିଥିଲେ। ମଙ୍ଗଳବାର ସେ ଏକ ଘରୋଇ ହୋଟେଲରେ ଭାଜପା ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କୁ ଭେଟିଥିଲେ।
ଏହି ବୈଠକ ଶେଷ ହେବା ପରେ ଏମଏନଏସ ମୁଖ୍ୟ ଅମିତ ଶାହାଙ୍କ ବାସଭବନରେ ତାଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ। ଏହି ସମୟରେ ରାଜ ଠାକରେଙ୍କ ସହ ବିନୋଦ ତାୱଡେ ମଧ୍ୟ ଅମିତ ଶାହାଙ୍କୁ ଭେଟିବାକୁ ଆସିଥିଲେ।
ଲୋକ ସଭା ନିର୍ବାଚନ ପୂର୍ବରୁ ରାଜନୈତିକ ସର୍କଲରେ ଚର୍ଚ୍ଚା ହେଉଛି ଯେ, ରାଜ ଠାକରେ ଏନଡିଏରେ ଯୋଗ ଦେଇପାରନ୍ତି। ମହାରାଷ୍ଟ୍ରର ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ ଏବଂ ରାଜ୍ୟ ଭାଜପା ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ନୂଆଦିଲ୍ଲୀରେ ଉପସ୍ଥିତ ଅଛନ୍ତି।
ଦିଲ୍ଲୀରେ ପହଞ୍ଚିବା ପରେ ରାଜ ଠାକରେ କହିଛନ୍ତି, ମୋର କାର୍ଯ୍ୟସୂଚୀ କ’ଣ ମୁଁ ଏପର୍ଯ୍ୟନ୍ତ ଜାଣି ନାହିଁ। ମୋତେ କେବଳ ଦିଲ୍ଲୀ ଆସିବାକୁ କୁହାଯାଇଥିଲା ଏବଂ ମୁଁ ଦିଲ୍ଲୀ ଆସିଥିଲି।ମହାରାଷ୍ଟ୍ରର ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ ମଧ୍ୟ ଏ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି, ଯଦି କୌଣସି ନିଷ୍ପତ୍ତି ନିଆଯାଏ ତେବେ ଆପଣଙ୍କୁ ସୂଚନା ଦିଆଯିବ। ରାଜ ଠାକରେଙ୍କ ଏମ୍‌ଏନ୍‌ଏସ୍‌ ଏନଡିଏରେ ପ୍ରବେଶ କରିପାରେ। ଭାଜପା ତାଙ୍କୁ ଶିନ୍ଦେଙ୍କ ଶିବସେନା କୋଟାରୁ ଆସନ ଦେଇପାରେ। ସୂଚନାନୁସାରେ, ରାଜ ଠାକରେ ଏନଡିଏରୁ ଦୁଇଟି ସିଟ ଦାବି କରୁଛନ୍ତି। ଯଦି ଏହା ହୁଏ, ତେବେ ମହାରାଷ୍ଟ୍ର ଭାଜପାର ପତିଆରା ବୃଦ୍ଧି ପାଇବା ସହ ଦଳ ଏଠାରେ ଏକତରଫା ବିଜୟ ହାସଲ କରିବ ବୋଲି ଚର୍ଚ୍ଚା ହେଉଛି।
ଭାଜପା ନେତୃତ୍ୱାଧୀନ ଏନଡିଏ ସହଯୋଗୀ ଦଳ ଏଥର ମହାରାଷ୍ଟ୍ରର ୪୮ ଟି ମଧ୍ୟରୁ ୪୫ଟି ଲୋକ ସଭା ଆସନ ଜିତିବାର ଲକ୍ଷ୍ୟ ରଖିଛି। କେନ୍ଦ୍ରରେ ଏନଡିଏ ୪୦୦ ରୁ ଅଧିକ ସିଟ ଜିତିବାକୁ ଲକ୍ଷ୍ୟ ରଖିଛି ଏବଂ କେବଳ ଭାଜପା ୩୭୦ରୁ ଅଧିକ ସିଟ ଜିତିବାକୁ ଲକ୍ଷ୍ୟ ରଖିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍‌ ଚାମ୍ପିୟନ୍‌ ଦଳକୁ ମିଳିବ ପୁଳାପୁଳା ଟଙ୍କା: ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩୧।୫: ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ ଗୋଟିଏ ଦିନ ବାକି ଅଛି। ଏହି ଟୁର୍ନାମେଣ୍ଟ ଜୁନ ୧ରୁ ଆରମ୍ଭ ହେଉଛି। ଏଥର ଟି-୨୦ ବିଶ୍ୱକପ...

ସୁଧୁରୁନି ଚାଇନା, ପୁଣି କଲା ଏମିତି କାମ

ନୂଆଦିଲ୍ଲୀ/ବେଜିଂ,୩୧ା୫: ଭାରତର ସିକିମ୍‌ ସୀମାଠାରୁ ୧୫୦ କିଲୋମିଟରରୁ କମ୍‌ ଦୂରରେ ଚାଇନା ଏହାର ଅତ୍ୟାଧୁନିକ ଜେ-୨୦ ଲଢ଼ୁଆ ବିମାନ ମୁତୟନ କରିଛି। ତିବ୍ବତର ଦ୍ୱିତୀୟ ବୃହତ୍‌...

‘ମୁଁ ଜେଲ୍‌ ଯାଉଛି, ମୋର ମାତାପିତାଙ୍କ ଧ୍ୟାନ ରଖିବେ’; ଆତ୍ମସମର୍ପଣ ପୂର୍ବରୁ ଭାବପ୍ରବଣ ହେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୩୧।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ଦିଲ୍ଲୀବାସୀଙ୍କୁ ଏକ ଭାବପ୍ରବଣ ବାର୍ତ୍ତା ଦେଇଛନ୍ତି। ଜୁନ ୨ରେ ସୁପ୍ରିମକୋର୍ଟରେ ଆତ୍ମସମର୍ପଣ କରିବାକୁ ଯାଉଛନ୍ତି କେଜରିୱାଲ। ଏହା...

ଘରକୁ ଫେରିଲା ୧୦୦ ଟନ୍‌ ସୁନା

ନୂଆଦିଲ୍ଲୀ, ୩୧ା୫:ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଦ୍ୱାରା ବ୍ରିଟେନରୁ ୧୦୦ ଟନ୍‌ରୁ ଅଧିକ ସୁନା ଦେଶକୁ ଅଣାଯାଇଛି। ୧୯୯୧ରେ ଦିଆଯାଇଥିବା ଏହି ସୁନା ପ୍ରଥମ...

ଏହି ଅଭିନେତ୍ରୀଙ୍କୁ ସମନ ପଠାଇଲା ଇଡି

କୋଲକାତା,୩୧ା୫: ପଶ୍ଚିମବଙ୍ଗ ରାଶନ ଦୁର୍ନୀତି ମାମଲାରେ ଆଉ ଜଣେ ଅଭିନେତ୍ରୀଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ବେଙ୍ଗଲ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତାଙ୍କୁ ଇଡି ସମନ ପଠାଇଛି।...

ମୋଦି ବସିଥିବା ଧ୍ୟାନ ସ୍ଥାନରେ ପର୍ଯ୍ୟଟକ ଏଣ୍ଟ୍ରି ବ୍ୟାନ୍‌ ହଟିଲା

କନ୍ୟାକୁମାରୀ,୩୧ା୫: ତାମିଲନାଡୁର କନ୍ୟାକୁମାରୀରେ ଅବସ୍ଥିତ ବିବେକାନନ୍ଦ ରକ୍‌ ମେମୋରିଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧ୍ୟାନ କାର୍ଯ୍ୟକ୍ରମ ଚାଲିଛି। ଏହି ସମୟରେ ସାଧାରଣ ପର୍ଯ୍ୟଟକଙ୍କୁ ବିବେକାନନ୍ଦ ରକ୍‌...

ସିମ୍‌ଲାରେ ଅଟକିଲା ଟ୍ରେନ୍‌

ସିମ୍‌ଲା,୩୧ା୫: ହିମାଚଳ ପ୍ରଦେଶର ଜଙ୍ଗଲରେ ନିଆଁ ଲାଗି ଲକ୍ଷଲକ୍ଷ ବନ୍ୟଜନ୍ତୁଙ୍କର ମୃତ୍ୟୁ ଘଟିଛି। ରାଜ୍ୟର ଶିମଲା, ମଣ୍ଡି, ବିଳାସପୁର ଏବଂ ସୋଲାନ ଜିଲାରେ ସବୁଜ ବନାନୀ...

ଦିଲ୍ଲୀରେ ଜଳ ସଙ୍କଟ, ଟ୍ୟାଙ୍କର ପଛରେ ଦୌଡୁଛନ୍ତି ଲୋକେ…

ନୂଆଦିଲ୍ଲୀ,୩୧ା୫: ଉତ୍ତର ଏବଂ ମଧ୍ୟ ଭାରତର ଅନେକ ଅଞ୍ଚଳ ଭୟଙ୍କର ହିଟ୍‌ଓ୍ବେଭ୍‌ ଜାରି ରହିଛି। ସର୍ବାଧିକ ତାପମାତ୍ରାର ପୁରୁଣା ବର୍ଷର ରେକର୍ଡଗୁଡିକ ଭାଙ୍ଗିଛି ଏବଂ ଏହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri