Posted inଜାତୀୟ

ଭାଜପା ହାତରୁ ଖସିପାରେ ମଣିପୁର

ଇମ୍ଫାଲ,୧୯ା୬ଭାଜପା ହାତରୁ ଖସିଯାଇପାରେ ମଣିପୁର। ଏହି ଉତ୍ତର-ପୂର୍ବ ରାଜ୍ୟରେ ଭାଜପା ନେତୃତ୍ୱାଧୀନ କ୍ଷମତାସୀନ ମେଣ୍ଟ ସରକାର ସଂଖ୍ୟାଲଘୁରେ ପରିଣତ ହେବା ପରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ ସିଂଙ୍କ ବିପକ୍ଷରେ ବିରୋଧୀ ଦଳ ନେତା ଓକ୍ରାମ ଇବୋବି ସିଂ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଏହାସହ କଂଗ୍ରେସକୁ ସରକାର ଗଠନ ପାଇଁ ସୁଯୋଗ ଦିଆଯାଉ ବୋଲି ଗୁରୁବାର ରାଜ୍ୟପାଳ ନଜ୍‌ମା ହେପତୁଲ୍ଲାଙ୍କ ନିକଟରେ ଦାବି ଜଣାଇଛନ୍ତି।
୬୦ ସଦସ୍ୟ ବିଶିଷ୍ଟ ମଣିପୁର ବିଧାନସଭା ନିର୍ବାଚନ ୨୦୧୭ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ୨୮ ଆସନ ଦଖଲ କରି ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଥିଲା। ଏକାଦଶ ବିଧାନସଭାରେ ଭାଜପାକୁ ୨୧ ଆସନରେ ସଫଳତା ମିଳିଥିବାବେଳେ ନାଗା ପିପୁଲ୍ସ ଫ୍ରଣ୍ଟ (ଏନ୍‌ପିଏଫ୍‌) ଏବଂ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି) ୪ଟି ଲେଖାଏ ଆସନ ଦଖଲ କରିଥିଲେ। ସେହିପରି ତୃଣମୂଳ କଂଗ୍ରେସ (ଟିଏମ୍‌ସି), ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ଏବଂ ସ୍ବାଧୀନ ଭାବେ ଜଣେ ଲେଖାଏ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଭାଜପା ନେତା ଏନ୍‌. ବୀରେନ ସିଂ ଏହି ଦଳଗୁଡ଼ିକର ବିଧାୟକଙ୍କୁ ନେଇ ସରକାର ଗଠନ କରିଥିଲେ। ବୀରେନଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ କଂଗ୍ରେସ ସୁଯୋଗ ଖୋଜୁଥିବାବେଳେ ବୁଧବାର ରାତିରେ ମଣିପୁର ରାଜନୀତିରେ ପରିବର୍ତ୍ତନର ସଙ୍କେତ ମିଳିଥିଲା। ୩ ଭାଜପା ବିଧାୟକ ଟି. ଥଙ୍ଗଜାଲାମ, ସାମୁଏଲ୍‌ ଜେଣ୍ଡାଇ ଏବଂ ଏସ୍‌. ସୁବାସଚନ୍ଦ୍ର ଦଳ ତ୍ୟାଗକରି କଂଗ୍ରେସରେ ଯୋଗଦେଇଥିଲେ। ସେମାନଙ୍କ ସହ ଏନ୍‌ପିପିର ୪, ଟିଏମ୍‌ସି ୧ ଓ ଜଣେ ସ୍ବାଧୀନ ବିଧାୟକ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି। ଇତିମଧ୍ୟରେ ଏନ୍‌ପିପିର ୪ ମନ୍ତ୍ରୀ ବୀରେନ ସିଂଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ଓ୍ବାଇ. ଜୟକୁମାର, ଏଲ୍‌. ଜୟା ଜୟନ୍ତକୁମାର ସିଂ, ଏନ୍‌. କାଲିସି ଏବଂ ଲେଟ୍‌ପାଓ ହାଓକିପ। ଟିଏମ୍‌ସି ବିଧାୟକ ଟି. ରବୀନ୍ଦ୍ରୋ ସିଂ ଏବଂ ସ୍ବାଧୀନ ବିଧାୟକ ଅଶାବୁଦ୍ଦିନ ମଧ୍ୟ ସମର୍ଥନ ପ୍ରତ୍ୟାହାର କରିଛନ୍ତି। ପୂର୍ବରୁ ଦଳବଦଳ କରି ଭାଜପାରେ ସାମିଲ ହୋଇଥିବା ୭ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ବାଚସ୍ପତି ୟୁମନାମ ଖେମଚନ୍ଦ ସିଂ ଅଯୋଗ୍ୟ ଘୋଷଣା କରିଥିଲେ। ସେହିପରି ଅନ୍ୟ ଜଣେ ବିଧାୟକଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗ ବାଚସ୍ପତିଙ୍କ ଟ୍ରିବ୍ୟୁନାଲରେ ବିଚାରାଧୀନ ଅଛି।
ବୀରେନ ସିଂ ସରକାରରୁ ଓହରିଯାଇଥିବା ସମସ୍ତ ବିଧାୟକ ଇବୋବି ସିଂଙ୍କ ଶିବିରରେ ସାମିଲ ହୋଇଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ଇବୋବି ସେମାନଙ୍କୁ ସ୍ବାଗତ କରିଛନ୍ତି। ଏହାସହ କଂଗ୍ରେସ ନେତୃତ୍ୱରେ ନୂଆ ମେଣ୍ଟ ସରକାର ଗଠନ ପାଇଁ ରାଜ୍ୟପାଳ ନଜ୍‌ମା ହେପତୁଲ୍ଲାଙ୍କ ନିକଟରେ ଦାବି ଜଣାଇଛନ୍ତି। ବୀରେନ ସିଂ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିବାରୁ ଆସ୍ଥାଭୋଟ କରାଇବା ପାଇଁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ରାଜ୍ୟପାଳଙ୍କୁ ବିରୋଧୀ ଦଳ ଦାବି କରିଛି। ରାଜ୍ୟପାଳଙ୍କ ସହ ସାକ୍ଷାତ ପରେ କଂଗ୍ରେସ ନେତା ଚଲଟୋନ୍‌ ଆମୋ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୂର୍ବରୁ ୩ ଥର ମୁଖ୍ୟମନ୍ତ୍ରୀ ଥିବା ଇବୋବି ସିଂଙ୍କ ନେତୃତ୍ୱରେ ଏକ ଧର୍ମନିରପେକ୍ଷ ସରକାର ଗଠନ ପାଇଁ ଆମେ ସକ୍ଷମ ବୋଲି ସେ ପ୍ରକାଶ କରିଛନ୍ତି। ରାଜ୍ୟପାଳଙ୍କୁ ଦିଆଯାଇଥିବା ସମର୍ଥନପତ୍ରରେ ସମଭାବାପନ୍ନ ଦଳଗୁଡ଼ିକୁ ନେଇ ଧର୍ମନିରପେକ୍ଷ ପ୍ରଗତିଶୀଳ ମେଣ୍ଟ ଗଠନ କରିବାକୁ କଂଗ୍ରେସ ଚାହୁଁଥିବା ଇବୋବି ଉଲ୍ଲେଖ କରିଛନ୍ତି। ସେହିପରି କେ. ମେଘଚନ୍ଦ୍ର ସିଂଙ୍କ ନେତୃତ୍ୱରେ ୧୨ ଜଣ କଂଗ୍ରେସ ବିଧାୟକ ସମ୍ବିଧାନର ଅନୁଚ୍ଛେଦ ୧୭୯(ସି) ଅନୁସାରେ ବାଚସ୍ପତିଙ୍କୁ ବରଖାସ୍ତ କରାଯାଉ ବୋଲି ବିଧାନସଭା ସଚିବଙ୍କୁ ନୋଟିସ ପଠାଇଛନ୍ତି। ମିଳିଥିବା ସୂଚନାନୁସାରେ ଶାସକ ଭାଜପା ଏବଂ ବିରୋଧୀ କଂଗ୍ରେସ ତଥା ଅନ୍ୟ ବିଧାୟକମାନଙ୍କୁ ପଟ୍ଟ ପରିବର୍ତ୍ତନ ଏଡ଼ାଇବା ଲାଗି ଭିନ୍ନ ଭିନ୍ନ ହୋଟେଲ ଏବଂ ଲଜ୍‌ରେ ରଖାଯାଇଛି। ମଣିପୁରର ଏକମାତ୍ର ରାଜ୍ୟ ସଭା ଆସନ ପାଇଁ ଶୁକ୍ରବାର ନିର୍ବାଚନ ହେବାକୁ ଥିବାବେଳେ ଏହାର ଦିନକ ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣାକ୍ରମ ଦେଖିବାକୁ ମିଳିଛି।
ପ୍ରକାଶ ଯେ, ଗତ କିଛି ମାସ ହେଲା ମୁଖ୍ୟମନ୍ତ୍ରୀ ବୀରେନ ସିଂ ଏବଂ ଉପମୁଖ୍ୟମନ୍ତ୍ରୀ ଜେ. ଜୟକୁମାରଙ୍କ ମଧ୍ୟରେ ଟଣାଓଟରା ଲାଗିରହିଥିଲା। ୪ କଂଗ୍ରେସ ବିଧାୟକ ଏବଂ ଏନ୍‌ପିପିର ୪ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ସେମାନଙ୍କ ମନରେ କୁହୁଳୁଥିବା ଅସନ୍ତୋଷ ଏବେ ବୀରେନ ସିଂଙ୍କୁ କ୍ଷମତାଚ୍ୟୁତ କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri