Posted inଜାତୀୟ

ଭାଜପା ସହ ମେଣ୍ଟ ପରେ ଇସିଙ୍କ ଶୁଭଦୃଷ୍ଟି: ନିର୍ବାଚନ ଲଢ଼ିପାରିବେ ସିକିମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୩୦ା୯(ପି.ଟି.): ଉପନିର୍ବାଚନ ପୂର୍ବରୁ ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ୍‌ ସିଂ ତମାଙ୍ଗ୍‌ଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ନିର୍ବାଚନ କମିଶନ (ଇସି) ରବିବାର ତାଙ୍କର ଅଯୋଗ୍ୟତା ଅବଧିକୁ ୫ ବର୍ଷ କମାଇ ଦେଇଛନ୍ତି। ଫଳରେ ସେ ଏବେ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ପାଇଁ ନିର୍ବାଚନ ଲଢ଼ିପାରିବେ।
ସିଂ ତମାଙ୍ଗ୍‌ ୧୯୯୦ ଦଶକରେ ପ୍ରାଣୀ ସମ୍ପଦ ମନ୍ତ୍ରୀ ଥିବାବେଳେ ଗାଈ ବଣ୍ଟନ ଯୋଜନାରେ ବଡ଼ ଧରଣର ଦୁର୍ନୀତି ହୋଇଥିଲା। ତାଙ୍କ ବିରୋଧରେ ସରକାରୀ ଅର୍ଥ ହଡ଼ପ ଅଭିଯୋଗ ହୋଇଥିଲା। ଏହି ମାମଲାରେ ତମାଙ୍ଗ୍‌ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଥିପାଇଁ ତାଙ୍କୁ ୨୦୧୭ରୁ ୨୦୧୮ ପର୍ଯ୍ୟନ୍ତ ବର୍ଷକ ପାଇଁ ଜେଲ୍‌ରେ ରହିବାକୁ ପଡ଼ିଥିଲା। ତମାଙ୍ଗ୍‌ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଅଯୋଗ୍ୟ ଥିଲେ। ଏହି କଟକଣା ହଟାଇବା ପାଇଁ ସେ ଗତ ଜୁଲାଇରେ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଥିଲେ। ଶାସକ ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍‌କେଏମ୍‌) ସହ ଶନିବାର ଭାଜପା ମେଣ୍ଟ ଘୋଷଣା କରିଥିଲା। ଏହାର ଦିନକ ପରେ ତାଙ୍କ ଉପରେ ଇସିଙ୍କ ଶୁଭଦୃଷ୍ଟି ପଡ଼ିଛି। ତମାଙ୍ଗ୍‌ଙ୍କ ଅଯୋଗ୍ୟତା ଅବଧିକୁ ୫ ବର୍ଷ କମାଇ ଦିଆଯାଇଛି। ଫଳରେ ସେ ଏବେ ଉପନିର୍ବାଚନ ଲଢ଼ି ପାରିବେ। ତମାଙ୍ଗ୍‌ ୨୦୧୮ ଅଗଷ୍ଟ ୧୦ରେ ଜେଲରୁ ମୁକୁଳି ଗତ ମେ ୨୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଲୋକ ପ୍ରତିନିଧି ଆଇନ, ୧୯୫୧ ଅନୁସାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନେତା ଜେଲରୁ ମୁକୁଳିବାର ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ନିୟମ ରହିଛି। ଏଭଳି ସ୍ଥଳେ ବିଧାୟକ ନ ହୋଇ ମୁଖ୍ୟମନ୍ତ୍ରୀ ପଦରେ ଆସୀନ ଥିବା ତମାଙ୍ଗ୍‌ଙ୍କ ପାଇଁ ପଦ ବଜାୟ ରଖିବା ଲାଗି ୬ ମାସ ମଧ୍ୟରେ ବିଧାନସଭା ନିର୍ବାଚନରେ ବିଜୟୀ ହେବା ଜରୁରୀ। ତମାଙ୍ଗ୍‌ଙ୍କ ଅଯୋଗ୍ୟତା ଅବଧି ୨୦୨୪ ଅଗଷ୍ଟ ୧୦ରେ ଶେଷ ହେବାକୁ ଥିବାବେଳେ ଇସି ଲୋକ ପ୍ରତିନିଧି ଆଇନର ଧାରା ୧୧ ଅନୁସାରେ ତାଙ୍କ ପ୍ରତିଦ୍ୱନ୍ଦ୍ୱିତା କଟକଣାକୁ ୫ ବର୍ଷ ହ୍ରାସ କରିଦେଇଛନ୍ତି। ଫଳରେ ଜେଲ୍‌ରୁ ମୁକୁଳିବାର ୧୧ ମାସ ପରେ ସେ ନିର୍ବାଚନ ଲଢ଼ିପାରିବେ।
ଯେ, ସିକିମର ଭାଜପା ପ୍ରଭାରୀ ନୀତିନ ନବୀନ ଶାସକ ଏସ୍‌କେଏମ୍‌ ସହ ମିଶି ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଥିଲେ। ଭାଜପା ଗ୍ୟାଙ୍ଗ୍‌ଟକ ଓ ମାର୍ଟମ-ରୁମଟେକ୍‌ ଆସନରୁ ଲଢ଼ିବାକୁ ଥିବାବେଳେ ଏସ୍‌କେଏମ୍‌ ଭାଗରେ ପୋକ୍‌ଲୋକ-କାମରଙ୍ଗ ଆସନ ପଡ଼ିଛି। ଅକ୍ଟୋବର ୨୧ରେ ଏହି ୩ ଆସନରେ ଉପନିର୍ବାଚନ ହେବ ବୋଲି ନିକଟରେ ଇସି ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ମୋରଡା,୧୯।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ବନବିଭାଗ ଗୁରୁବାର ଏକ ଶାବକ ହାତୀର ଗଳିତ ମୃତଦେହ ଜବତ କରିଛି। ହେଲେ ଶାବକ ମୃତ୍ୟୁର କାରଣ…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri