‘ଭାଜପା ଉପରେ ଲୋକେ ଅସନ୍ତୁଷ୍ଟ ଥିବା ଜାଣିପାରିଥିଲି’

ଭୁବନେଶ୍ୱର, ୮ା୬(ବ୍ୟୁରୋ): ରାଜ୍ୟ ମନ୍ତ୍ରିମଣ୍ଡଳରେ କେଉଁମାନେ ସ୍ଥାନ ପାଇବେ ସେନେଇ ଗତ ୨୮ତାରିଖରେ ଚର୍ଚ୍ଚା ଲାଗି ରହିଥିଲା। ହେଲେ ରାତିରେ ସବୁ କଳ୍ପନାଜଳ୍ପନାର ଅବସାନ ଘଟିଲା। ଘୋଷଣା ହୋଇଥିଲା ନୂଆ ମନ୍ତ୍ରୀମାନଙ୍କ ତାଲିକା, ଯେଉଁଥିରୁ ଅଭିଜ୍ଞ ଓ ବରିଷ୍ଠ ନେତାଙ୍କ ନାମ ସହ କେତୋଟି ନୂଆ ଚେହେରା ସାମ୍ନାକୁ ଆସିଥିଲା। ସେଥିମଧ୍ୟରେ ଥିଲେ କାକଟପୁର ବିଧାନସଭା ଆସନରୁ ଜିତିଥିବା ତୁଷାରକାନ୍ତି ବେହେରା। ପ୍ରଥମ ଥର ବିଧାୟକ ଭାବେ ଶପଥ ନେବା ପୂର୍ବରୁ ତୁଷାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀଭାବେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ଶିକ୍ଷାଗତ ଯୋଗ୍ୟତା, ଯୁବ ସୁଲଭତା ବଳରେ ତାଙ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ଯୁବ ଓ କ୍ରୀଡ଼ା ସହିତ ସୂଚନା ଓ ପ୍ରଯୁକ୍ତିବିଦ୍ୟା(ଆଇଟି) ବିଭାଗ ଦାୟିତ୍ୱ। ମନ୍ତ୍ରୀ ଭାବେ ଏହି ଗୁରୁଦାୟିତ୍ୱକୁ କେତେ ଚ୍ୟାଲେଞ୍ଜ ମନେକରୁଛନ୍ତି ଏବଂ ରାଜନୈତିକ କ୍ୟାରିୟର ସମ୍ପର୍କରେ ତୁଷାରକାନ୍ତିଙ୍କ ସହ ଧରିତ୍ରୀର ଆଳାପ।
ପ୍ରଥମ ଥର ବିଧାୟକ ଓ ମନ୍ତ୍ରୀ ହେବାର ସୌଭାଗ୍ୟ ପାଇବା ପରେ କେମିତି ଅନୁଭବ କରୁଛନ୍ତି?
ବହୁତ ଖୁସି ଅନୁଭବ କରୁଛି। ଦାୟିତ୍ୱ ବଢିଯାଇଛି। ଯେଉଁ ଗୁରୁ ଦାୟିତ୍ୱ ମିଳିଛି ତାକୁ ଠିକ୍‌ଭାବେ ନିର୍ବାହ କରିବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ମୋ ଉପରେ ବିଶ୍ୱାସ କରି ଗୁରୁଦାୟିତ୍ୱ ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି। ବିଶେଷଭାବେ କାକଟପୁରବାସୀ ନିର୍ବାଚିତ କରି ପଠାଇଥିବାରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି।
ପୂର୍ବରୁ ଭାଜପାରେ ଥିଲେ, ହଠାତ୍‌ ବିଜେଡି ଟିକେଟ ପାଇ ଦଳ ପରିବର୍ତ୍ତନ କରିବା ପଛରେ କାରଣ କ’ଣ?
ଭାଜପାରେ ଥିଲି। କାକଟପୁର ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା ମାର୍ଚ୍ଚ ୩୦/୩୧ ସୁଦ୍ଧା କରିଥିଲା। ମୁଁ ଏପ୍ରିଲ ୨ରେ ବିଜେଡିରେ ଯୋଗଦେଲି।
ବିଜେଡି ଯିବା ଆଗରୁ ଆପଣଙ୍କ ସହ କିଏ ଯୋଗାଯୋଗରେ ଥିଲେ, ଆପଣ କାହା ସହ ଯୋଗାଯୋଗ କରୁଥିଲେ?
ନା ସେମିତି କିଛି ନାହିଁ। ମୋ ସହ କେହି ଯୋଗାଯୋଗରେ ନ ଥିଲେ। ଯେତେବେଳେ ଲୋକମାନଙ୍କ ପାଖରେ ପହଞ୍ଚି ବାସ୍ତବତା ଜାଣିଲି, ଲୋକେ ଭାଜପା ଉପରେ ଅସନ୍ତୁଷ୍ଟ ଅଛନ୍ତି। ୨୦୧୪ରେ ଭାଜପା ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହିଁ ବୋଲି ଲୋକେ ଅଧିକ ଅସନ୍ତୁଷ୍ଟ ଅଛନ୍ତି। ଲୋକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଅଧିକ ଭଲ ପାଇବା ଓ ବିଶ୍ୱାସ ରଖିଛନ୍ତି। ଓଡ଼ିଶାର ବିକାଶ ଏବଂ ରାଜ୍ୟର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ସେ ଯେଭଳି ଦାୟିତ୍ୱ ନିର୍ବାହ କରିଛନ୍ତି ସେଥିରେ ପ୍ରେରିତ ହୋଇ ବିଜେଡିରେ ଯୋଗଦେଲି।
ଭାଜପାରେ ମିଶିବା ସମୟରେ କ’ଣ ଭାବି ଯୋଗଦେଇଥିଲେ?
୨୦୧୩ରେ ଭାଜପାରେ ଯୋଗ ଦେଇଥିଲେ। ସେତେବେଳେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ମିଶିଥିଲି। ସବୁଠାରୁ ବଡ଼ କଥା ଦେଶର ବିକାଶ ଏବଂ ନିର୍ମାଣ ପାଇଁ ଛୋଟବେଳୁ ମନରେ ଥିଲା, ତେଣୁ ଭାଜପା ଯାଇଥିଲି।
ଆପଣ ୨୦୧୪ରେ ଭାଜପା ଟିକେଟରେ ନିର୍ବାଚନ ଲଢିଲେ, ଏହା ମଧ୍ୟରେ ୫ ବର୍ଷ ବିତିଯିବା ପରେ ଲାଗିଲା ଭାଜପା ଠିକ୍‌ କାମ କରୁନାହିଁ। ଏଠି ଭାଜପା ବିରୋଧରେ ଜନମତ ଅଛି ବୋଲି?
ମୁଁ ଯେତେବେଳ ଭାଜପାରେ ଥିଲି ସେତେବେଳେ ଦଳ ଉପରେ ପ୍ରାଧାନ୍ୟ ନ ଦେଇ ଲୋକଙ୍କ ସମସ୍ୟା ଉପରେ ବେଶି ପ୍ରାଧାନ୍ୟ ଦେଉଥିଲି। ଯେହେତୁ ମୁଁ କାକଟପୁର ବ୍ଲକ ଅସ୍ତରଙ୍ଗ ପିଲା, ତେଣୁ ସ୍ଥାନୀୟ ସମସ୍ୟା ଉପରେ ଗୁରୁତ୍ୱ ଦେଇ ଲୋକଙ୍କ ସହ କାମ କରୁଥିଲି। ଲୋକଙ୍କ ବିକାଶ ବିଜେଡିରେ ସମ୍ଭବ ବୋଲି ଜାଣିବା ପରେ ଦଳ ପରିବର୍ତ୍ତନ କଲି।
ଆପଣ କହୁଛନ୍ତି ଭାଜପା ଉପରେ ଲୋକେ ଅସନ୍ତୁଷ୍ଟ ଅଛନ୍ତି, ସେମାନଙ୍କ ବିରୋଧରେ ଜନମତ ଯିବ ଭାବି ଦଳ ପରିବର୍ତ୍ତନ କଲେ। ହେଲେ ଦେଶରେ ଭାଜପା ଏକକ ସଂଖ୍ୟା ଗରିଷ୍ଠ ଦଳଭାବେ ସରକାର ଗଠନ କଲା। ଓଡ଼ିଶାରେ ମଧ୍ୟ ଭୋଟ ହାର ବଢିଲା, ଏଇଟା କେମିତି ସମ୍ଭବ ହେଲା?
ମୁଁ ରାଜ୍ୟ କଥା କହୁଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୨୦୧୪ରେ ୧୧୭ ଆସନ ପାଇଥିଲୁ ଏଥର ୧୧୨ ଆସନ ପାଇଛୁ। ତେଣୁ କହିବା ଭୁଲ ହେବ ଏଠି ବିଜେଡିକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି। ୨୦୧୪ରେ କଂଗ୍ରେସର ଯେଉଁ ଭୋଟ ଥିଲା ତାହା ଭାଜପାକୁ ଆସିଛି ବୋଲି କହିବି।
ଆପଣଙ୍କ ପ୍ରିୟ ନେତା କିଏ?
-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
କେଉଁସବୁ ସ୍ଥାନୀୟ ସମସ୍ୟାକୁ ଆପଣ ପ୍ରାଥମିକତା ଦେବେ?
ଅସ୍ତରଙ୍ଗ ବ୍ଲକର ୭ଟି ପଞ୍ଚାୟତ ଲୁଣା ନଦୀ କଡ଼ରେ ରହିଛି। ସେଠାରେ ଶୁଦ୍ଧ ପାନୀୟ ଜଳ ପହ଼ଞ୍ଚିପାରି ନାହିଁ। ବହୁ ସ୍ଥାନରେ ନଳକୂପରେ ଲୁଣି ପାଣି ପଡେ। ସେହି ସମସ୍ୟାକୁ ପ୍ରଥମେ ଗୁରୁତ୍ୱ ଦେବି। ଏହାଛଡା କାକଟପୁର, ଅସ୍ତରଙ୍ଗ ଏବଂ କୋଣାର୍କରେ ଥିବା ଡାକ୍ତରଖାନାଗୁଡିକର ଭିତ୍ତିଭୂମିକୁ ଅଧିକ ସଜାଡିବି। ଏହାସହ ସେହିସବୁ ଡାକ୍ତରଖାନାରେ ଅଧିକ ଡାକ୍ତର ନିଯୁକ୍ତି ଦିଗରେ ଗୁରୁତ୍ୱ ଦେବି।
ବିଜୁ ଯୁବ ବାହିନୀ ନିଯୁକ୍ତି ଦଳୀୟ ଭିତ୍ତିରେ କରାଯାଇଥିବା ବିଭିନ୍ନ ମହଲରେ ଅଭିଯୋଗ କରାଯାଉଛି, ସେନେଇ କିଛି ତ୍ରୁଟି ବିଚ୍ୟୁତିକୁ ଆପଣ ସୁଧାରିବେ କି?
ସମାଜର ସେବା ପାଇଁ ସ୍ବେଚ୍ଛାସେବୀମାନଙ୍କୁ ଏଥିରେ ସାମିଲ କରାଯିବ। ଗତ ମେ ୩ରେ ସାମୁଦ୍ରିକ ଝଡ ଫନୀ ଦ୍ୱାରା କ୍ଷୟକ୍ଷତି ହୋଇଥିବା ଅଞ୍ଚଳରେ ବିଜୁ ଯୁବ ବାହିନୀ ସଦସ୍ୟମାନେ ଉଦ୍ଧାର କାର୍ଯ୍ୟ କରିଥିଲେ। ସେମାନେ କ’ଣ ଦଳ ଦେଖି ସେବା କରିଛନ୍ତି , ସେମିତି କିଛି ଲାଗୁନାହିଁ।
ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ରାଜ୍ୟରେ ୨୧ଲକ୍ଷରୁ ଅଧିକ ବିଜୁ ଯୁବ ବାହିନୀ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ବାତ୍ୟା ପ୍ରଭାବିତ ଅଞ୍ଚଳର ସଦସ୍ୟଙ୍କୁ ଛାଡ଼ିଦେଲେ ବାକି ୧୫ଲକ୍ଷ ସଦସ୍ୟ କ’ଣ ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ ?
୧୫ ଲକ୍ଷ କାମ କରି ନ ଥିଲେ ମଧ୍ୟ ଜିଲାସ୍ତରରେ ଥିବା ବିଜୁ ଯୁବ ବାହିନୀ ସଦସ୍ୟମାନେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଏହାର ନଜିର ମୋ ପାଖରେ ରହିଛି।
ପୂର୍ବତନ ମନ୍ତ୍ରୀ ଥିବା ବହୁ ବରିଷ୍ଠ ନେତା ମନ୍ତ୍ରିମଣ୍ଡଳରେ ନାହାନ୍ତି। ଆପଣଙ୍କୁ ଲାଗୁଛି ସେମାନେ ଯେପରି କାର୍ଯ୍ୟ କରିବାର ଦକ୍ଷତା ରଖିଥିଲେ, ଆପଣଙ୍କ ଭଳି ନୂଆ ମନ୍ତ୍ରିମାନେ ସେମିତି କାର୍ଯ୍ୟ କରିପାରିବେ?
ତା’ଉପରେ କିଛି କହିବା ଠିକ୍‌ ହେବ ନାହିଁ। ଯେଉଁ ନେତାମାନେ ଆଗରୁ କାର୍ଯ୍ୟ କରିଛନ୍ତି, ସେମାନଙ୍କଠାରୁ ବହୁତ କିଛି ଶିଖିବାର ଅଛି। ସେମାନଙ୍କ ମାର୍ଗଦର୍ଶନରେ ଆଗକୁ କାମ କରିବି ବୋଲି ଭାବୁଛି।
ମନ୍ତ୍ରୀଭାବେ ରାଜ୍ୟର କେଉଁ ୩ ସମସ୍ୟା ପ୍ରତି ଆପଣଙ୍କ ପ୍ରାଥମିକତା ରହିବ?
ବର୍ତ୍ତମାନ ମୋତେ ଦୁଇଟି ବିଭାଗର ଦାୟିତ୍ୱ ମିଳିଛ। ସୂଚନା ଓ ପ୍ରଯୁକ୍ତିବିଦ୍ୟା(ଆଇଟି) ଏବଂ କ୍ରୀଡା ଓ ଯୁବବ୍ୟାପାର ବିଭାଗ ଦିଆଯାଇଛି। ଆଇଟି କ୍ଷେତ୍ରରେ ଭିତ୍ତିଭୂମିର ଯେଉଁ ଅଭାବ ରହିଛି ତାର ସମାଧାନ ଉପରେ ଗୁରୁତ୍ୱଦେବି। ଇନ୍‌ଫୋସିସ୍‌, ଟେକ୍‌ ମହିନ୍ଦ୍ରା ଭଳି କମ୍ପାନୀ ଥିଲେ ମଧ୍ୟ ଆହୁରି ବହୁତ କମ୍ପାନୀ ରାଜ୍ୟକୁ ଆଣିବାକୁ ପ୍ରୟାସ କରିବି। ଯେପରି ଉକ୍ତ କମ୍ପାନୀଗୁଡିକ ବିଭିନ୍ନ ଜିଲାରେ ମଧ୍ୟ କାର୍ଯ୍ୟ କରିବେ। ବ୍ରହ୍ମପୁର, ରାଉରକେଲା ଏବଂ ବାଲେଶ୍ୱର ଭଳି ସହରରେ ସଫ୍ଟଓ୍ବେର ଟେକ୍ନୋଲୋଜି ପାର୍କ ଅଫ୍‌ ଇଣ୍ଡିଆ(ଏସ୍‌ଟିପିଆଇ) ରହିଛି। ତା’ ମାଧ୍ୟମରେ କିଭଳି ଅଧିକ ଛୋଟ କମ୍ପାନୀ ଆସିବ ସେ ଦିଗରେ ମଧ୍ୟ ଅଧିକ ପ୍ରାୟସ କରିବି।
ଓଡ଼ିଶାରେ ଆଇଟି ହବ୍‌ ହୋଇପାରୁନାହିଁ, ସେ ଦିଗରେ ଆପଣଙ୍କ ପ୍ରୟାସ କ’ଣ ରହିବ?
ଆଇଟି ହବ୍‌ ହେବା ପାଇଁ ଇକୋ ସିଷ୍ଟମ୍‌ର ଆବଶ୍ୟକତା ରହିଛି। ଅନ୍ୟ ରାଜ୍ୟରୁ ଯେଉଁ ପିଲାମାନେ ଆସିବେ ସେମାନେ କିଭଳି ଏଠାରେ ସୁରୁଖୁରୁରେ ଚଳିବେ, ସେମାନଙ୍କ ସୁରକ୍ଷା, ରହିବା ପାଇଁ ଘର, ଟ୍ରାଫିକ୍‌ ପରିଚାଳନା ଆଦି ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ପଡ଼ିବ। ଏହି ବ୍ୟବସ୍ଥା ଧୀରେ ଧୀରେ ହେଲାଣି। ଭୁବନେଶ୍ୱର ଆଇଟି ହବ୍‌ ପାଇଁ ଯେଉଁ ବ୍ୟବସ୍ଥା କରାଯିବା କଥା ତାହା ବିଳମ୍ବରେ ହେଲା। ବେଙ୍ଗାଲୁରୁ ହେଉ କି, ହାଇଦ୍ରାବାଦ, ପୁଣେ ଆଦି ସହର ଆଇଟି ହବ୍‌ ହେବା ପଛରେ ସୁଦୃଢ଼ ବ୍ୟବସ୍ଥା ରହିଆସିଛି। ତା’ର ଗୋଟିଏ କାରଣ କ୍ଲାଇମେଟ୍‌ ମଧ୍ୟ କହିବି। କିନ୍ତୁ ହାଇଦ୍ରାବାଦ୍‌ର କ୍ଲାଇମେଟ୍‌ ସହ ଭୁବନେଶ୍ୱରର ସାମଞ୍ଜସ୍ୟ ରହିଛି। ତେଣୁ ଆଗାମୀ ଦିନରେ କ୍ଲାଇମେଟ୍‌ ଯୋଗୁ ସେମିତି କିଛି ବିଶେଷ ଅସୁବିଧା ହେବନାହିଁ। ଇକୋ ସିଷ୍ଟମ୍‌ରେ ଡେଭଲପମେଣ୍ଟ ଏବଂ କମ୍ପାନୀଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯିବ।
ମୁଖ୍ୟମନ୍ତ୍ରୀଙ୍କ ୩ ଫର୍ମୁଲାକୁ ଆପଣ କେମିତି ଦେଖନ୍ତି?
ମୁଖ୍ୟମନ୍ତ୍ରୀଙ୍କ ୩ ଫର୍ମୁଲା ଏବେ ତାହା ୫ଟିରେ ପରିଣତ ହୋଇସାରିଛି। ମୁଖ୍ୟମନ୍ତ୍ରୀ ସମୟକୁ ବେଶି ଗୁରୁତ୍ୱ ଦେଇଛନ୍ତି। ତେଣୁ ସମୟ ମଧ୍ୟରେ କାର୍ଯ୍ୟଗୁଡିକର ସମୀକ୍ଷା କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବୁ। ରାଜ୍ୟରେ ବହୁ କାର୍ଯ୍ୟ ଏବେ ଅନ୍‌ଲାଇନରେ ଚାଲିଛି। ଅନ୍ୟ ରାଜ୍ୟକୁ ଦେଖିଲେ ଓଡ଼ିିଶାରେ ଇଲେକ୍ଟ୍ରି ବିଲ୍‌ ଦେୟ ପ୍ରଦାନ ଭଳି ବିଭିନ୍ନ କ୍ଷେତ୍ରରେ ଅନ୍‌ଲାଇନ କାର୍ଯ୍ୟ ଆଗରେ ରହିଛି।
-ସାକ୍ଷାତ୍‌: ସୁନୀତ୍‌ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା-ରୁଷିଆ-ଆମେରିକାକୁ ପଛରେ ପକାଇ ଏହି ଲିଷ୍ଟ୍‌ରେ ଆଗକୁ ଗଲା ଭାରତ, ଜାଣନ୍ତୁ ପାକିସ୍ତାନ ସ୍ଥିତି କ’ଣ

ନୂଆଦିଲ୍ଲୀ,୫।୨: ବିଶ୍ୱ ବୌଦ୍ଧିକ ଫାଉଣ୍ଡେସନ (WIF) ଦ୍ୱାରା ପ୍ରକାଶିତ ଦାୟିତ୍ୱବାନ ରାଷ୍ଟ୍ର ସୂଚକାଙ୍କ ଦେଶଗୁଡ଼ିକ ଉପରେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରେ। ଏହି ତାଲିକା ଏକ…

ବଲାଙ୍ଗୀର ସହର ପରିକ୍ରମା କଲେ ଆୟୁର୍ବେଦ ଛାତ୍ରୀଛାତ୍ର, ସୁବର୍ଣ୍ଣ ଜୟନ୍ତୀ ଗେଟକୁ କଳିକେଶ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ବିଧାୟକ…

୧ ବଲ୍‌ ୯ ରନ୍‌: ବିନା ଓ୍ବାଇଡ୍‌-ନୋ ବଲ୍‌ରେ କେମିତି ହେଲା ସମ୍ଭବ, ଜାଣନ୍ତୁ କ୍ରିକେଟ୍‌ ପଡ଼ିଆରେ ରୋଚକ ଘଟଣା

ହରାରେ,୫।୨: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୧୯ ବର୍ଷରୁ କମ ବିଶ୍ୱକପ ସେମିଫାଇନାଲ ମ୍ୟାଚ କ୍ରିକେଟ ପଡ଼ିଆରେ ଏକ ଅସାଧାରଣ ଘଟଣା ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବ୍ୟାଟିଂ…

ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ଜୋରଦାର୍‌ ଝଟ୍‌କା: ଯନ୍ତ୍ରଣାରେ ଛଟ୍‌ପଟ୍‌ ହୋଇ…

ନୂଆଦିଲ୍ଲୀ,୫।୨: ICC ଟି-୨୦ ବିଶ୍ୱକପ ୨୦୨୬ ପୂର୍ବରୁ ଟିମ ଇଣ୍ଡିଆର ଖେଳାଳିଙ୍କ ଆଘାତର ଧାରା ଜାରି ରହିଛି। ଦ୍ରୁତ ବୋଲର ହର୍ଷିତ ରାଣା ଏବେ ଏହି ତାଲିକାରେ…

ସାଙ୍ଗ ନେଲା ସାଙ୍ଗର ଜୀବନ, ହତ୍ୟା କରି ଜରିରେ କରିଦେଲେ ପ୍ୟାକ୍‌, ୫ ଦିନ ପରେ ମିଳିଲା…

ବ୍ରଜରାଜନଗର, ୫।୨(ବିଜୟ ବରାଡ଼): ଝାରସୁଗୁଡା ବ୍ରଜରଜନଗର ଥାନା ରାମପୁର ଫାଣ୍ଡି ଆନ୍ତର୍ଗତ କୁକୁରିକାନୀ ପଡ଼ାର ଟାଙ୍ଗର ଘାଟ ଜଙ୍ଗଲରେ ଏକ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି…

ଗୋବିନ୍ଦାଙ୍କ ପତ୍ନୀ ସୁନିତାଙ୍କ ଚମକିଲା ଭାଗ୍ୟ, ୫୮ ବର୍ଷ ବୟସରେ…

ମୁମ୍ବାଇ: ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା, ଯିଏ ପ୍ରାୟତଃ ତାଙ୍କ ବୟାନ ପାଇଁ ଶିରୋନାମାରେ ଥାନ୍ତି। ଏବ ପୁଣି ଥରେ ଖବରରେ ଅଛନ୍ତି। ଏଥର, ତାଙ୍କର ବିବାଦୀୟ…

ଏହି କାରଣକୁ ନେଇ ୧୨ ଘଣ୍ଟିଆ ଲାଞ୍ଜିଗଡ ବନ୍ଦ ଡାକରା: ସ୍କୁଲ, କଲେଜ, ଦୋକାନ ବଜାର ସବୁ ଠପ୍‌

ଲାଞ୍ଜିଗଡ,୫।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସବ-ରେଜିଷ୍ଟାର କାର୍ଯ୍ୟାଳୟକୁ ଜିଲା ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁରଠାରେ ସ୍ଥାପନ ନେଇ ଲାଞ୍ଜିଗଡ ଅଞ୍ଚଳବାସୀ ବିରୋଧ କରିଛନ୍ତି।…

ବିବାହର କିଛି ଘଣ୍ଟା ପରେ ଏକ ସନ୍ତାନକୁ ଜନ୍ମ ଦେଲେ କନ୍ୟା, ଆଶ୍ଚର୍ଯ୍ୟ ହୋଇଗଲା ବର, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୫।୨: ଉତ୍ତର ପ୍ରଦେଶର ରାମପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜିମନଗର ଥାନା ଅଞ୍ଚଳ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri