ଭାଇଙ୍କୁ ଚିଠି ଲେଖି ଡାକିଛନ୍ତି, ହାତ ତିଆରି ରାକ୍ଷୀ ବାନ୍ଧିବେ

ବାରିପଦା ଅଫିସ,୧୪।୮- ଦିନକ ପରେ ଭଉଣୀ ଓ ଭାଇଙ୍କ ପବିତ୍ର ବନ୍ଧନର ଦିବସ ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ମଙ୍ଗଳ ମନାସେ ଓ ନିଜ ସୁରକ୍ଷା ପାଇଁ ଦାବି କରେ। ପରମ୍ପରା ମୁତାବକ ଏହାକୁ ସମଗ୍ର ଭାରତବର୍ଷରେ ପାଳନ କରାଯାଏ। ମୟୂରଭଞ୍ଜ ଜିଲାରେ ଥିବା ୨୬ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ଏହି ଦିନ ନିଜ ନିଜ ଭାଇମାନଙ୍କ ସହିତ ଦିନଟିଏ ବିତାଇବା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରିଛନ୍ତି। ଏହି ବିଦ୍ୟାଳୟଗୁଡିକରେ ସାମୂହିକ ଭାବେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିବା ପାଇଁ କର୍ତ୍ତୃପକ୍ଷମାନେ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଛାତ୍ରୀମାନେ ନିଜ ନିଜ ଭାଇମାନଙ୍କୁ ପୋଷ୍ଟକାର୍ଡ ଯୋଗେ ଚିଠି ଲେଖି ରାକ୍ଷୀ ପୂର୍ଣ୍ଣିମା ଦିନ ବିଦ୍ୟାଳୟ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ନିଜ ହାତ ତିଆରି ରାକ୍ଷୀ ବାନ୍ଧିବାକୁ ଯୋଜନା ମଧ୍ୟ କରିଛନ୍ତି। ଏଥିପାଇଁ ସେମାନଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି। ଛାତ୍ରୀମାନେ ଭଳିକି ଭଳି କାଗଜ, ସୂତା ଓ ବିଭିନ୍ନ ସାମଗ୍ରୀ ବ୍ୟବହାର କରି ରାକ୍ଷୀ ତିଆରି କରିଛନ୍ତି। ଗୋରୁମହିଷାଣି ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ଅନୁଶ୍ରୀ ସୋରେନ କୁହନ୍ତି, ସେ ଭାଇଙ୍କୁ ଚିଠି ଲେଖି ଡାକିଛନ୍ତି ଏବଂ ତାଙ୍କୁ ସେ ନିଜ ହାତ ତିଆରି ରାକ୍ଷୀ ବାନ୍ଧିବେ। ପରିବାର ଠାରୁ ଦୂରରେ ରହୁଥିବାରୁ ଦିନଟିଏ ଭାଇଙ୍କ ସହିତ ବିତାଇବେ ବୋଲି କହିଛନ୍ତି। ବଡ଼ସାହି ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ଅଞ୍ଜନା ବିନ୍ଧାଣୀ କୁହନ୍ତି, ଏହି ଦିନ ଭଉଣୀ ଓ ଭାଇଙ୍କ ସମ୍ପର୍କର ଡୋରି ପାଇଁ ରହିଛି। ଏଣୁ ସେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କ ମଙ୍ଗଳ ମାନାସିବେ। ଜାମଦାପାଳ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ସରିତା ମହାନ୍ତ ମଧ୍ୟ ନିଜ ଭାଇଙ୍କୁ ରାକ୍ଷୀ ବାନ୍ଧିକା ପାଇଁ ହାତରେ ରାକ୍ଷୀ ତିଆରି କରିଛନ୍ତି। ବଜାରରେ ରାକ୍ଷୀ ମିଳୁଥିଲେ ମଧ୍ୟ ନିଜେ ତିଆରି କରି ଭାଇ ହାତରେ ରାକ୍ଷୀ ବାନ୍ଧିବାର ଅନୁଭବ ନିଆରା। ଏଣୁ ସେ ଭାଇଙ୍କୁ ଚିଠି ଲେଖି ଡାକିଛନ୍ତି ବୋଲି ମଧ୍ୟ କହିଛନ୍ତି। ସର୍ବଶିକ୍ଷା ଅଭିଯାନର ଜିଲା ବାଳିକା ଶିକ୍ଷା ସଂଯୋଜକ ମାନସ ସ୍ବାଇଁ ସୂଚନା ଦେଇ କହିଛନ୍ତିି, ଜିଲାର ୨୬ଟି କେଜିବିଭିର ୨୬୦୦ ଛାତ୍ରୀଙ୍କୁ ନେଇ ସେମାନଙ୍କ ବିଦ୍ୟାଳୟଗୁଡିକରେ ସାମୂହିକ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଛାତ୍ରୀମାନେ ନିଜ ହାତରେ ରାକ୍ଷୀ ତିଆରି କରିଛନ୍ତି। ଏଥିପାଇଁ ସମସ୍ତ ଆବଶ୍ୟକ ସାମଗ୍ରୀ ସେମାନଙ୍କୁ ଯୋଗାଇ ଦିଆଯାଇଛି। ତେବେ କେବଳ ରାକ୍ଷୀ ନୁହେଁ ଏହି ଦିନ ସ୍ବାଧୀନତା ଦିବସ ଥିବାରୁ ଛାତ୍ରୀମାନେ ଜାତୀୟ ପତାକା ସମେତ ବିଭିନ୍ନ ସାମଗ୍ରୀ ତିଆରି କରିଛନ୍ତି। ୧୦ରୁ ୨୦ ଜଣ ଛାତ୍ରୀମାନଙ୍କୁ ଛୋଟ ଛୋଟ ଗ୍ରୁପ କରାଯାଇ ଏହି ସବୁ ସାମଗ୍ରୀ ତିଆରି କରିବା ପାଇଁ ଉତ୍ସାହିତ କରାଯାଉଛି। ଆର୍ଟ ଆଣ୍ଡ କ୍ରାଫ୍ଟ କ୍ଷେତ୍ରରେ ଥିବା ସେମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶ ହିଁ ଏହାର ମୂଳ ଲକ୍ଷ୍ୟ ବୋଲି ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri