ଭଲ ଚରିତ୍ର ଆଶାରେ ଅଭିନୟଠାରୁ ଦୂରେଇ ଯାଇଥିଲେ ଏହି ଅଭିନେତା

ବଲିଉଡ୍‌ର ଚକୋଲେଟ ହିରୋ ଭାବେ ପରିଚିତ ଚନ୍ଦ୍ରଚୁଡ଼ ସିଂହ ୧୯୯୬ରେ ଫିଲ୍ମ ‘ତେରେ ମେରେ ସପ୍‌ନେ’ ମାଧ୍ୟମରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିୟର ଆରମ୍ଭ କରିଥିଲେ। ହେଲେ ତାଙ୍କୁ ପ୍ରକୃତ ସଫଳତା ମିଳିଥିଲା ‘ମାଚିସ’ରେ। ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ନବାଗତ କଳାକାର ରୂପେ ପୁରସ୍କୃତ ହୋଇଥିଲେ। ଆଜି ଅର୍ଥାତ୍‌ ଅକ୍ଟୋବର ୧୧ ହେଉଛି ଏହି ଚକୋଲେଟ ହିରୋଙ୍କ ଜନ୍ମଦିନ।
‘ମାଚିସ୍‌’ ପରେ ଚନ୍ଦ୍ରଚୁଡ଼ ‘କ୍ୟା କେହେନା’ ଏବଂ ‘ଜୋସ୍‌’ ପରି ଅନେକ ସଫଳ ସିନେମା ଭେଟି ଦେଇଛନ୍ତି। ପାଖାପାଖି ୧୨ଟି ସିନେମାରେ ଅଭିନୟ କରିବା ପରେ ସେ ଦୀର୍ଘ ବର୍ଷ ଧରି ଅଭିନୟ ଦୁନିଆରୁ ଗାଏବ ହୋଇଯାଇଥିଲେ ହେଁ ୨୦୧୨ ମସିହାରେ ଏକାସାଙ୍ଗରେ ସେ ୩ଟି ସିନେମା ମାଧ୍ୟମରେ ପୁଣି ଫେରିଥିଲେ। ଫିଲ୍ମଗୁଡିକ ଥିଲା ‘ଚାର ଦିନ କି ଚାନ୍ଦନୀ’, ‘ଜିଲା ଗାଜିୟାବାଦ’ ଏବଂ ‘ଦି ରିଲକ୍ଟାଣ୍ଟ ଫଣ୍ଡାମେଣ୍ଟାଲିଷ୍ଟ’। ଏହି ସମୟରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯିବାର କାରଣ ମଧ୍ୟ କହିଥିଲେ। ଉକ୍ତ ସମୟରେ ତାଙ୍କୁ ଅନେକ ସିନେମାରେ ଅଫର ମିଳୁଥିଲା। ମାତ୍ର ସେ କିଛି ଭିନ୍ନ ଚରିତ୍ରରେ କାମ କରିବାକୁ ଚାହୁଁଥିଲେ। ଭଲ ଚରିତ୍ର ନ ମିଳିବାରୁ ସେ ଅଭିନୟରୁ ଦୂରେଇ ଯାଇଥିବା କହିଥିଲେ। ଇତି ମଧ୍ୟରେ ସେ କେତୋଟି ସିନେମାରେ ଅତିଥି କଳାକାର ଚରିତ୍ରରେ କାମ କରିଛନ୍ତି। ୨୦୦୦ ମସିହାରେ ତାଙ୍କର ଦୁର୍ଘଟଣା ହୋଇଥିଲା। ଏଥିରେ ତାଙ୍କ କାନ୍ଧରେ ଗୁରୁତର ଆଘାତ ଲାଗିଥିଲା । ଫଳରେ ତାଙ୍କର ଅଭିନୟ ଜୀବନ ରେ ପୂୂର୍ଣ୍ଣଚ୍ଛେଦ ପଡ଼ିଯାଇଥିଲା। ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ପାଖାପାଖି ୧୦ ବର୍ଷ ସମୟ ଲାଗିଥିଲା। ଫିଲ୍ମ ‘ଚାର ଦିନ କି ଚାନ୍ଦନୀ’ ମାଧ୍ୟମରେ ପୁଣିଥରେ ସେ ଅଭିନୟକୁ ଫେରିଥିଲେ। ଅଭିନୟରେ ପାଦ ଦେବା ପୂର୍ବରୁ ସେ ଡନ୍‌ ୟୁନିଭର୍ସିଟିରେ ମ୍ୟୁଜିକ୍‌ ଟିଚର ଭାବେ କାମ କରୁଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri