ଭତାରୁ ବଁଚିତ୍‌ ବୁରୁଧ୍‌ ଦମ୍ପତି

ଲୋଇସିଂହା, ୨୫ା୧ (ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗଁା(ଖ) ସଦର ଗଁାର ବୁରୁଧ୍‌ ଦମ୍ପତି ଯଦୁମଣି ହରପାଲ(୬୩) ଆର ଉଷା ହରପାଲ(୬୦) ବୁଢ଼ାବୁଢ଼ୀ ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଇ ଦମ୍ପତି ଭତାର ଲାଗି ଅନେକ ଥର ପଁଚେତ୍‌ରୁ ବ୍ଲକ ତକ୍‌ ଦରକାରୀ କାଗଜପତର ଦେଇ ନିରାଶ ହେଇଥିବାର ଅଭିଯୋଗ କରିଛନ୍‌।
ସୂଚନା ହିସାବେ ନଅଗଁା(ଖ) ପଁଚେତ୍‌ ସଦର ଗଁାର ଯଦୁମଣି ହରପାଲ। ପରିବାର କହେଲେ ମାଏକିନା ଉଷା, ୫ ଝି’ ଆର ୩ ପୁଓକୁଁ ନେଇ ସଁସାର। ଦୁଖ୍‌ସୁଖ କରି ବୁରୁଧ୍‌ ଦମ୍ପତି ଝି’ପୁଓମାନକୁ ବିହାଚୁରା କରି ସାରିଛନ୍‌। ପୁଓମାନେ କମେଇ ଖାଏବାର ଲାଗି ନିଜର କୁଟୁମ ଧରି ବରଗଡ଼ ଅଂଚଲରେ ରହୁଛନ୍‌। ଏନ୍‌ତାଥି ବୁରୁଧ୍‌ ଦମ୍ପତି ନଅଗଁା(ଖ)ରେ ରହୁଛନ୍‌। ଦମ୍ପତି ପଁଚେତ୍‌ରୁ ପିଡିଏସ୍‌ ଚାଉଲ ପାଉଥିଲାବେଲେ ଯଦୁମଣି କୁଲିମଜୁରି କରି ଦୁଇପଏସା ରୁଜ୍‌ଗାର କରୁଛନ୍‌। ସେ ପଏସାରେ ତାକର ତେଲ୍‌ନୁନ୍‌, କପଡ଼ାଲତା, ଉଷୋକଷା ଖରଚ୍‌ ତୁଲଉଛନ୍‌। ଯଦୁମଣିକଁର ଆଧାର କାର୍ଡ ଅନ୍‌ସାରେ ତାହାକୁ ୬୩ ବଛର ହେଉଥିଲାବେଲେ ଉଷାକୁଁ ୫୭ ବଛର ହେଉଛେ। ହେଲେ ଆଧାର କାର୍ଡରେ ବଏସ୍‌ ଭୁଲ୍‌ ଥିବାର ଦମ୍ପତି କହିଛନ୍‌। ଅନେକ ଲୋକ୍‌ ଘରକେ ଆସି ଭତା କରେଇଦେବାର ବାହାନାରେ ଟଁକା ଆର କାଗଜପତର ନେଇକରି ଯାଉଛନ୍‌। ହେଲେ ପଛେ ଦିନାକେତେ ଉତାରୁ ଜାନ୍‌ବାକେ ମିଲୁଛେ ଆମେ ଠକେ ପଡ଼ିଛୁଁ ବଲି ଯଦୁମଣି କହିଛନ୍‌। ସେନ୍‌ତା ଆଏଜ୍‌କେ ୪ ମାସ ତଲେ ବ୍ଲକରୁ ଗୁଟେ ପରତିନିଧି ଦଲ ଆସି କାଗଜପତର ନେଇ ଭତା ଦେବାକେ କଥା ଦେଇଥିଲେ। ହେଲେ ଆଏଜ୍‌ତକ ଭତା ନାଇଁ ମିଲବାରତାଲ ବଲି ବୁରୁଧ୍‌ ଦମ୍ପତି କହିଛନ୍‌। ଇ ଦିଗେ ବିଡିଓ ଆର ବ୍ଲକ ସାମାଜିକ ସୁରକ୍ଷା ଅଧ୍‌କାରୀ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ପଡ଼ାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଶ୍ରୀରାମ ନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା; ଗର୍ଜିଲା ଛାତ୍ର କଂଗ୍ରେସ, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିବାଦ…

ଉପଜିଲାପାଳଙ୍କ ଅଫିସ ନିକଟରେ ଅଗ୍ନିକାଣ୍ଡ, ୩ ଦୋକାନ ଛାରଖାର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସାଗରପଡ଼ା ଉପଜିଲାପାଳଙ୍କ ଅଫିସ ନିକଟ ଛକରେ ସୋମବାର ଅଗ୍ନିକାଣ୍ଡ ଘଟି ତିନି ଦୋକାନ ଛାରଖାର ହୋଇଯାଇଛି। ଗୋଟିଏ ଟାୟାର ଦୋକାନ ଓ…

ଶ୍ରୀରାମନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା: ଗିରଫ ଦାବି କଲା ବିଜେଡି

ବଲାଙ୍ଗୀର,୨୯ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ…

ରାମନବମୀ ଶୋଭାଯାତ୍ରାବେଳେ ଫାଙ୍କା ଗୁଳିଚାଳନା କରି ଫସିଲେ ବିଧାୟକ, ଏବେ…

ବଲାଙ୍ଗୀର/ଟିଟିଲାଗଡ଼,୨୯ା୩ (ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ଫୁଟିଛି ଗୁଳି। ଆଉ ଏହି ଗୁଳି ଚଳାଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri