Posted inଖେଳ

ଭଜିଙ୍କୁ ଖେଳରତ୍ନ ନ ମିଳିବା ପ୍ରସଙ୍ଗ: ତଦନ୍ତ ନିର୍ଦ୍ଦେଶ ଦେଲେ କ୍ରୀଡ଼ାମନ୍ତ୍ରୀ

ଚଣ୍ଡିଗଡ଼,୩୧।୭(ପି.ଟି.)- ପୂର୍ବତନ ଅଫ୍‌ ସ୍ପିନର ହରଭଜନ ସିଂ (ଭଜି)ଙ୍କୁ ଚଳିତ ବର୍ଷ ରାଜୀବ ଗାନ୍ଧୀ ଖେଳରତ୍ନ ଲାଗି ପଞ୍ଜାବ ସରକାରଙ୍କ ପକ୍ଷରୁ ମନୋନୀତ କରାଯାଇଥିଲା। ହେଲେ ବିଳମ୍ବରେ ଆବେଦନ ଯୋଗୁ ତାଙ୍କ ନାମକୁ ଗ୍ରହଣ କରାଯାଇ ପାରି ନ ଥିଲା। ଜାଣିଶୁଣି ରାଜ୍ୟର କ୍ରୀଡ଼ା ବିଭାଗୀୟ ପ୍ରଶାସନ ପକ୍ଷରୁ ବିଳମ୍ବ କରାଯାଇଥିବା ଭେଟେରାନ ସ୍ପିନର ଅଭିଯୋଗ ଆଣି ପଞ୍ଜାବ କ୍ରୀଡ଼ାମନ୍ତ୍ରୀ ରାଣା ଗୁରମିତ ସିଂ ସୋଧିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏଥିଯୋଗୁ କ୍ରୀଡ଼ାମନ୍ତ୍ରୀ ସୋଧି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କ୍ରୀଡ଼ା ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ଏହି ତଦନ୍ତ ଚାଲିବ ବୋଲି ରାଜ୍ୟର କ୍ରୀଡ଼ାମନ୍ତ୍ରୀ କହିଛନ୍ତି। ପୂର୍ବତନ ସ୍ପିନର ଟୁଇଟରରେ ଏକ ଭିଡିଓ ଅପଲୋଡ଼ କରିଥିଲେ, ଯେଉଁଥିରେ ପଞ୍ଜାବ କ୍ରୀଡ଼ା ବିଭାଗ ଦ୍ୱାରା ମନୋନୀତ ହେବା ଲାଗି ଧାର୍ଯ୍ୟ ସମୟ ପୂର୍ବରୁ ସେ ଆବେଦନ କରିଥିବା ଦାବି କରିଛନ୍ତି। ପଞ୍ଜାବ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ପଠାଯାଇଥିବା ଫାଇଲକୁ ପ୍ରତ୍ୟାଖ୍ୟାନ କରାଯାଇଛି ବୋଲି ମୁଁ ଗଣମାଧ୍ୟମ ଦ୍ୱାରା ଜାଣିବାକୁ ପାଇଛି। ଆବେଦନରେ ବିଳମ୍ବ ଯୋଗୁ ମୋ ନାମକୁ ଗୁରୁତ୍ୱ ଦିଆଯାଇ ନ ଥିଲା। ମୁଁ କ୍ରୀଡ଼ା ବିଭାଗୀୟ କାର୍ଯ୍ୟାଳୟରେ ମାର୍ଚ୍ଚ ୨୦ ତାରିଖରେ ଆବେଦନ ପତ୍ର ଦାଖଲ କରିଥିଲି। ଏହା ଦିଲ୍ଲୀରେ ପହଞ୍ଚତ୍ବା ପାଇଁ ୧୦ରୁ ୧୫ ଦିନ ଲାଗିବା କଥା। ଏପରି ହୋଇଥିଲେ ମୁଁ ସମ୍ଭବତଃ ପୁରସ୍କାର ପାଇଥାନ୍ତି। ତେବେ କେଉଁ କାରଣରୁ ଏହା ସମୟ ପୂର୍ବରୁ ଦାଖଲ ହୋଇପାରିଲା ନାହିଁ ମୁଁ ଜାଣିପାରୁନି। ଯଦି ଏଭଳି ଜାରି ରୁହେ, ତେବେ ଖେଳାଳିମାନେ ପଛରେ ରହିଯିବେ। ମୁଁ ଆଶା କରୁଛି ସୋଧି ଏ ସମ୍ପର୍କରେ ପଦକ୍ଷେପ ନେବେ ବୋଲି ଭଜି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri