ଭଙ୍ଗାଚାଳିଆରେ ବିତୁଛି ଦିନ

ରାଇସୁଆଁ, ୨୦।୧(ଡି.ଏନ.ଏ.)-ସରକାର ଗରିବ ନିରାଶ୍ରୟଙ୍କ ଥଇଥାନ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁପକ୍କା ଘର ଆଦି ଯୋଜନା କରିଛନ୍ତି। ମାତ୍ର କେନ୍ଦୁଝର ଜିଲା ସଦର ଅଞ୍ଚଳରେ ଏହାର ବହୁ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ବହୁ ଧନିକ ଗୋଷ୍ଠୀର ଲୋକ ହାତଗୁଞ୍ଜା ଦେଇ ହାତେଇ ନେଇଛନ୍ତି ପ୍ରଧାନମନ୍ତ୍ରୀ ଆବାସ ,ବିଜୁ ପକ୍କା ଘର। ମାତ୍ର ବହୁ ଗରିବ ନିରାଶ୍ରୟ ହାତ ଗୁଞ୍ଜା ଦେଇ ନ ପାରିବାରୁ ବଞ୍ଚିତ ହୋଇ ରହିଯାଉଛନ୍ତି। ଫଳରେ ଏବେ ବି ବହୁ ଦୟନୀୟ ଭାବରେ ଭଙ୍ଗା ଚାଳିଆରେ ରହୁଛନ୍ତି। ଏହା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ସଦର ଅଞ୍ଚଳର ବାଉରୀପଦା ପଞ୍ଚାୟତର ମୁକୁନା ଗ୍ରାମର ଗରିବ ନିରାଶ୍ରୟ ନବ ବେହେରାଙ୍କ କ୍ଷେତ୍ରରେ। ନବ ବେହେରା ଜଣେ ଅତି ଗରିବ ଆଦିବାସୀ ବ୍ୟକ୍ତି। ବୟସ ତାଙ୍କର ୭୫। ନିଃସନ୍ତାନ ଅଟନ୍ତି। ଆଗରୁ ବଳବୟସ ଥିବାରୁ କାମଧନ୍ଦା କରି ପରିବାର ପ୍ରତିପୋଷଣ କରୁଥିଲେ। ମାତ୍ର ଏବେ ବାର୍ଦ୍ଧକ୍ୟ ଯୋଗୁ କାମଧନ୍ଦା କରି ପାରୁ ନାହାନ୍ତି। ଫଳରେ ସ୍ତ୍ରୀସ୍ବାମୀ ମିଶି କିଛି ବାଉଁଶ ସାମଗ୍ରୀ ତିଆରି କରି ବହୁ କଷ୍ଟରେ ବିକ୍ରିବଟା କରି ଚଳନ୍ତି। ଘର ଡିହ ଖଣ୍ଡିକୁ ଛାଡିଦେଲେ ଜମିବାଡି ବୋଲି କିଛି ନାହିଁ। ମୁଣ୍ଡ ଗୁଞ୍ଜିବା ପାଇଁ ଖଣ୍ଡେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ବହୁ ବାର ବ୍ଲକ କାର୍ଯ୍ୟାଳୟରୁ ପଞ୍ଚାୟତ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନୟାନ୍ତ ହେଲେଣି ହେଲେ ଆଜିଯାଏ ତାଙ୍କୁ ଖଣ୍ଡେ ଘର ମିଳିଲାନାହିଁ। ଫଳରେ ବର୍ଷା ଶୀତରେ ଏହି ଭଙ୍ଗା ଘରେ ପଲିଥିନ ଟାଣି ରହୁଛନ୍ତି। ଏଥି ପ୍ରତି ଜିଲା ପ୍ରଶାସନ ଦୃଷ୍ଟିଦେଇ ତୁରନ୍ତ ତାଙ୍କୁ ଖଣ୍ଡେ ମୁଣ୍ଡ ଗୁଞ୍ଜିବାକୁ ଘର ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଜିଲାପ୍ରଶାସନ ନିକଟ ରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ପାଇଁ ବୁଗୁଡ଼ା ବନାଞ୍ଚଳରୁ ଗଲା ୧୬ ଖଣ୍ଡ ଫାଶି କାଠ

ବୁଗୁଡ଼ା,୨୧।୩(କାଳିଚରଣ ଦାଶ): ବୁଗୁଡ଼ା ପାଇଁ ଏକ ସୌଭାଗ୍ୟର ଦିନ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ତିଆରି ସକାଶେ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ…

ମନ୍ଦିର ପ୍ରତିଷ୍ଠା, ନାମଯଜ୍ଞ ପାଇଁ ପ୍ରସ୍ତୁତି : ଅଧିକରୁ ଅଧିକ ଜନସମାଗମ ଆଶଙ୍କା

ଗଞ୍ଜାମ,୨୧।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକର କରପଡା ଗ୍ରାମରେ ଆସନ୍ତା ୨୨ରୁ ୨୬ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ମହା ଆଡମ୍ବରରେ ମା’ ବୁଢ଼ୀ ଠାକୁରାଣୀ ଏବଂ…

ଗଛରେ ପିଟିହୋଇ ଓଲଟିଲା କାର୍‌: ଆଖିବୁଜିଦେଲେ ,ଶାଳା,ଭିଣୋଇ

ନନ୍ଦପୁର,୨୧ା୩(ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଗୁରୁବାର ରାତିରେ ଏକ କାର୍‌ ରାସ୍ତା ପାର୍ଶ୍ୱ ଥିବା ଆମ୍ବଗଛକୁ…

ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ: ନାଟକ ‘ପଲ୍ଲୀରୁ ଦିଲ୍ଲୀ ’ ମଞ୍ଚସ୍ଥ…

ଦିଗପହଣ୍ଡି,୨୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ମେଘଝୋଳି ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହେଇଯାଇଛି…

ମା’ କନକ ଦୁର୍ଗାଙ୍କ ଚନ୍ଦ୍ରଘଣ୍ଟା ବେଶ: ଭକ୍ତଙ୍କ ଭିଡ଼

ଦେବଗଡ,୨୧।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ତୃତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶନିବାର ମା’ କନକ…

ବର୍ଷେ ହେଲା ପ୍ରେମିକାଙ୍କ ସହ ରଖୁଥିଲେ ଶାରିରୀକ ସମ୍ପର୍କ: ଗର୍ଭବତୀ ହେବାରୁ…

ନୀଳଗିରି,୨୧।୩(ପ୍ରଶାନ୍ତ ବିଶ୍ୱାଳ):ପ୍ରେମିକାଙ୍କୁ ଗର୍ଭବତୀ ପରେ ପ୍ରତାରଣା। ବିବାହର ମିଛ ପ୍ରତିଶ୍ରୁତି ଦେଇ ବର୍ଷେ ହେଲା ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପ୍ରେମିକା ଗର୍ଭବତୀ ହେବା ପରେ…

ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ମୁଖା ପିନ୍ଧା ଯୁବକ: ସ୍ବାମୀଙ୍କୁ ଲାତ ମାରି…

ଝାରସୁଗୁଡା,୨୧।୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ସରବାହାଲ ତଳିପଡାଠାରେ ଭଡା ରହୁଥିବା ଧୀରେନ୍ଦ୍ର ମହାରଣାଙ୍କ ଘରକୁ ଶୁକ୍ରବାର ରାତିରେ ଜଣେ ଯୁବକ ମୁଖା ପିନ୍ଧି ଏକ ବାଇକରେ…

ପ୍ଲାଷ୍ଟିକ ବ୍ୟବହାରକୁ ନା: ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବାକୁ ଅଣ୍ଟା ଭିଡ଼ିଲା ପ୍ରଶାସନ

ଦାରିଙ୍ଗବାଡ଼ି,୨୧।୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପ୍ରଶାସନ ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାରକୁ ନା କହିବା ଓ ହୋଟେଲ ରେଷ୍ଟୁରାଣ୍ଟରେ ପ୍ଲାଷ୍ଟିକ ବଦଳରେ ଶିଆଳି ଖଲିପତ୍ର ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri