ଭଂଗା କୁରିଆରେ ବୁଢ଼ାବୁଢ଼ିକର ବିତୁଛେ ଜୀବନ: ପକାଘର ଖଁଡ଼େ ଆଶ୍‌ରେ ଭାଗୀରଥି ଆର ନୁର

ଜାମଟିକ୍ରା, ୨୨।୪ (ଡି.ଏନ.ଏ):  କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖିକର ଲାଗି ଯୋଜନା ଉପରେ ଯୋଜନା ତିଆର କରୁଛନ୍‌। ଭିନେ ଭିନେ ଯୋଜନାରେ ସରକାର ଫିବଛର କୋଟି କୋଟି ଟଁକା ସାରୁଛନ୍‌। ହେଲେ ବହୁତ୍‌ ଜାଗାରେ ସରକାରୀ ଅଧ୍‌କାରୀ, କରମଚାରୀକର ଉଦାସୀନତା ଲାଗି ପରକୁତ ହିତାଧିକାରୀ ଯୋଜନାର ସୁଫଲ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ର ଖଲିଆପାଲି କୁଡ଼ାପଡ଼ାରେ।
ସୂଚନା ଅନ୍‌ସାରେ କୁଡ଼ାପଡ଼ାର ଭାଗୀରଥି ରଣା(୮୦) ଆର ତାକର ମାଏକିନା ନୁର ରଣା(୭୨)। ଦୁଇ ବୁଢ଼ାବୁଢ଼ି ଜୀବନ୍‌ର ଶେଷ୍‌ ମୁଡ଼ସାକେ ପୁହୁଁଚିଥିଲା ବେଲେ ଅଭାବ୍‌ ଅନାଟନ ଲାଗି ଗୁଟେ ଭଂଗା ଦଦ୍‌ରା ମାଏଟ୍‌ କୁରିଆରେ ଜୀବନ୍‌ ବିତଉଛନ୍‌। ସେମାନର ୪ଟା ପୁଓ ଅଛନ୍‌, ହେଲେ ଅଧାରର ମା’ବାପ୍‌କେ କେହି ନାଇଁ ଗୁଚିରବାର। ଯେନ୍‌ଥିରଲାଗି ବୁଢ଼ାବୁଢ଼ି ନିଜର ଭାଏଗ୍‌କେ ଆଦ୍‌ରି ଭଂଗା କୁରିଆରେ ଜୀବନ୍‌ ବିତଉଛନ୍‌। ସରକାରକଁର ତରଫୁ ମିଲୁଥିବାର ୧୦ କେ.ଜି. ଚାଉଲ ଆର ବୁଢ଼ାବୁଢ଼ି ଭତା ତାକର ସାହାଭରସା। ଏହେଦେ ଭାଗୀରଥି ଖଟେ ପଡ଼ିଥିଲାବେଲେ ନୁର ଆପନେର ସେବାଯତନ କରବାର ସଂଗେ ନିଜେ ବଁଚ୍‌ବାର ରାହା ଖୁଜୁଛନ୍‌। ହେଲେ ଦୁଇ ବୁଢ଼ାବୁଢ଼ି ସବୁପରକାର ସରକାରୀ ଯୋଜନାର ଲାଗି ହକ୍‌ଦାର ଥିଲେ ବି ଆଏଜ୍‌ତକ୍‌ ପକାଘର ଖଁଡ଼େ ପାଏବାରୁ ବଁଚିତ ହେଇ ରହିଛନ୍‌। ବୁଢ଼ାବୁଢ଼ି ରହୁଥିବାର ଘରର ଅବସ୍‌ତା ଏନ୍‌ତା ଯେ, ଖରା, ବର୍ଷା, ଶୀତ, କାକରରେ ଘରେ ଥିଲେ ଯେନ୍‌ଟା ନାଇଁଥିଲେ ସେଟା। ଇଆଡ଼େ ସରକାର ଏସିସିସି ତାଲିକାରେ ନଁା ଥିବାର ଲୁକ୍‌କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକା ଘର ଯୁଗେଇ ଦେଉଛନ୍‌। ହେଲେ ତାଲିକାଟା ଏନ୍‌ତା ତିଆର ହେଇଛେ ଯେ, ବହୁତ୍‌ ଜାଗାରେ ଗୁଟେ ଘରର ୩ ଝନ୍‌କର ନଁା ଥିଲାବେଲେ ନିହାତି ଗରିବ୍‌ ଆର ହକ୍‌ଦାର ହିତାଧିକାରୀ ତାଲିକାରୁ ବାଦ୍‌ ପଡ଼ିଛନ୍‌। ବୁଗବୁଗା ସରପଁଚ୍‌ ଆମର ଉପରେ କୁରପା କରି ସରକାରୀ ଯୋଜନାରେ ପକାଘର ଖଁଡ଼େ ଯୁଗେଇ ଦେଲେ ଆମେ ଧଏନ୍‌ ହେତୁଁ ବଲି ଦୁଇ ବୁଢ଼ାବୁଢ଼ି ଗଣମାଧ୍ୟମ ଆଘେ କହିଛନ୍‌। ଇ ବାବ୍‌ଦେ ଥାନୀୟ ସରପଁଚ୍‌ ପୁଷ୍ପକାନ୍ତି ସେଠକୁଁ ପଚରାଲାରୁ ସେମାନକୁ ପକାଘର ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଜମନକିରାରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

ଜମନକିରା,୧୪।୭(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ସଦର ମହକୁମା ଅନ୍ତର୍ଗତ ରାଧାକୃଷ୍ଣପଡ଼ା ଅଞ୍ଚଳରେ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପୋଖରୀରେ ବୁଡ଼ି…

ଘରେ ଝିଅକୁ ସ୍ତନ୍ୟପାନ କରାଉଥିଲେ ମା’: ମାଡ଼ିଗଲା ଟ୍ରକ୍‌, ଆଉ ତା’ପରେ ଯାହା ଘଟିଲା…

ସମ୍ବଲପୁର,୧୪।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ସଦର ଥାନା ଅନ୍ତର୍ଗତ ବାରିବନ୍ଧ ନିକଟ ଜାତୀୟ ରାଜପଥ(୫୩)ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ବାରିବନ୍ଦ…

ସମ୍ବଲପୁର କୋର୍ଟକୁ ତୃତୀୟ ଥର ପାଇଁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଓକିଲଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ସମ୍ବଲପୁର,୧୩।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କୋର୍ଟକୁ ପୁଣି ଥରେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ତୃତୀୟ ଥର ପାଇଁ ଏଭଳି ଧମକପୂର୍ଣ୍ଣ ମେଲ ଆସିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri