ବ୍ୟାସନଗର ପୌର ପରିଷଦ : ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ଦୁର୍ଗନ୍ଧରେ ଲୋକେ ହନ୍ତସନ୍ତ

ଯାଜପୁର ରୋଡ,୨୭ା୯(ନି.ପ୍ର.): ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦ ଅଞ୍ଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଏହି ଅଞ୍ଚଳର ସ୍ଥାନରେ ବସାଯାଇଥିବା ଡଷ୍ଟବିନ୍‌ଗୁଡିକ ଆବର୍ଜନାରେ ପୂରିରହିଛି। ବିଶେଷକରି ଗୋପବନ୍ଧୁ ଛକଠାରୁ ଚୋରଦା ଛକ ପର୍ଯ୍ୟନ୍ତ ରାସ୍ତାରେ କରାଯାଇଥିବା ଡଷ୍ଟବିନ୍‌ରୁ ଆବର୍ଜନା କଢ଼ା ଯାଉନି। ବର୍ଷା ପାଣି ଜମିବାରୁ ଆବର୍ଜନାଗୁଡିକ ପଚି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ପୌରପରିଷଦ ପକ୍ଷରୁ ସହରକୁ ସ୍ବଚ୍ଛତା ରଖିବା ପାଇଁ ଯାଗୃତି ଠିକା ସଂସ୍ଥାକୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। କମ୍ପାନୀ ପରିମଳ ସଫା ସୁତରା ପାଇଁ ମାସିକ ୧୦ଲକ୍ଷ ଟଙ୍କା ବିଲ୍‌ ନେଉଛନ୍ତି। କର୍ମଚାରୀ ଅଭାବ ଯୋଗୁ ଅଳିଆ ଆବର୍ଜନା ସଫା କରିବା ବିଳମ୍ବ ଘଟୁଥିବା କୁହାଯାଉଛି। ତେବେ ଠିକାସଂସ୍ଥା ପକ୍ଷରୁ ନିୟମିତ ସଫାକରା ଯାଉ ନ ଥିବାରୁ ବର୍ଷା ପାଣି ଜମିବାରୁ ଅଳିିଆ ଆବର୍ଜନା ପଚିଶଢି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ପଦ୍ମପୁର, ଚୋରଦା, ଉମାପଦା, ଷ୍ଟେଶନ, ବସ୍‌ଷ୍ଟାଣ୍ଡ, କାନାଡା ବ୍ୟାଙ୍କ ନିକଟ, ନ୍ୟୁୟୁମାର୍କେଟ, ଖଣ୍ଡାହାତା ପ୍ରଭୃତ ୱାର୍ଡ ଓ ସହରର ମୁଖ୍ୟ ରାସ୍ତାରେ ସମରୂପ ପରିସ୍ଥିତି ଦେଖିବାକୁ ମିଳୁଛି। ଅପରପକ୍ଷେ ଅଳିଆ ଆବର୍ଜନାଗୁଡିକୁ ବୁଲା ଷଣ୍ଡ ଖାଇବା ଦ୍ୱାରା ପଶୁମାନେ ବିଭିନ୍ନ ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରୁଛନ୍ତି। ସେହିପରି ଦଳା ବାଇପାସ୍‌ଠାରୁ ନହକା ବାଇପାସ୍‌ ରାସ୍ତା କଡ଼ରେ ପରିବା ଦୋକନୀମାନେ ପଚାଷଢା ପରିବା ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ, କୁକୁଡ଼ା, ଛେଳି କାଟାଳିମାନେ ଏବଂ ଚୋରଦା ଛକଠାରେ ମାଛ ବ୍ୟବସାୟୀ ମାଛ କାତି ଏବଂ ବିଭିନ୍ନ ଅଦରକାରୀ ଦିନିଷ ପକାଉଛନ୍ତି। ଏହାକୁ ସଫା କରା ନ ଯିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ସହରକୁ ସ୍ବଚ୍ଛ ରଖିବା ପାଇଁ ଜିଲାପାଳ ୨ ମାସତଳେ ସ୍ଥାନୀୟ ବ୍ୟାସଦେବ ଟାଉନହଲଠାରେ ସ୍ବଚ୍ଛ ଓଡ଼ିଶା ସୁସ୍ଥ ଓଡ଼ିଶା ଅଭିଯାନ ବର୍ଜବସ୍ତୁ ସମ୍ପର୍କିତ କର୍ମଶାଳା କରିଥିଲେ। ଏଥିରେ ଡ୍ରେନ୍‌ ସଫା କରିବା ସାଙ୍ଗକୁ ସହରକୁ ସ୍ବଚ୍ଛ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ପ୍ରତ୍ୟେକ ଘରେଘରେ ଡଷ୍ଟବିନ ରଖିବା, ଆବର୍ଜନାଗୁଡିକ ଉକ୍ତ ଡଷ୍ଟବିନ୍‌ରୁ ଯାଗୃତୀ କମ୍ପାନୀ ପକ୍ଷରୁ ସଫା କରାଯିବ ବୋଲି କହିଥିଲେ। ସହରକୁ ପଲଥିନ୍‌ ମୁକ୍ତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶକୁ ଇତି ମଧ୍ୟରେ ୩ ମାସ ବିତିଯାଇଥିଲେ ମଧ୍ୟ ଠିକ୍‌ ଭାବରେ କାର୍ଯ୍ୟକାରୀ ହୋଇପାରୁ ନ ଥିବା ଅଭିଯୋଗ ହୋଇଛି। ସହରରେ ପରିମଳ ବ୍ୟବସ୍ଥାକୁ ନେଇ ପୌର ପରିଷଦର ପ୍ରଶାସକ ତଥା କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରୁ, ଯାଗୃତୀ କମ୍ପାନୀ ପରିମଳ ବ୍ୟବସ୍ଥା କାର୍ଯ୍ୟ ଠିକ୍‌ ତୁଲାଇପାରି ନ ଥିବାରୁ ୪ ମାସ ହେବ ବିଲ୍‌ ବନ୍ଦ କରାଯାଇଛି। ୩୦ ତାରିଖ ମଧ୍ୟରେ ସହରର ସମସ୍ତ ଅଳିଆ ଆବର୍ଜନା ଓ ଡଷ୍ଟବିନଗୁଡିକୁ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri