Posted inଖେଳ

ବ୍ୟାଡ୍‌ମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟର ପାଇଁ ତତ୍ପରତା

ଭୁବନେଶ୍ୱର,୨୮।୯(ସ୍ପୋଟର୍‌ସ ବ୍ୟୁରୋ)- ଭୁବନେଶ୍ୱରରେ ବ୍ୟାଡ୍‌ମିଣ୍ଟନ ହାଇପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା କରିବାରେ ଡାଲମିଆ ସିମେଣ୍ଟ୍ସ ଭାରତ ଲିମିଟେଡ ସହାୟତାର ହାତ ବଢ଼ାଇଛି। ଏଥିପାଇଁ ଡାଲମିଆ ସିମେଣ୍ଟ୍ସ ପୁଲେଲା ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଫାଉଣ୍ଡେଶନ (ପିଜିବିଏଫ୍‌)କୁ ସହାୟତା କରିବ। କର୍ପୋରେଟ ସୋସିଆଲ ରେସପନସିବିଲିଟି (ସିଏସ୍‌ଆର)କୁ ଦୃଷ୍ଟିରେ ରଖି ଏହି କମ୍ପାନୀ ପ୍ରଥମେ ୩୦ କୋଟି ଟଙ୍କା ପ୍ରଦାନ କରିବ। ବ୍ୟାଡମିଣ୍ଟର ପ୍ରଚାର ଓ ପ୍ରସାର ନିମନ୍ତେ ପୂର୍ବରୁ ରାଜ୍ୟ ସରକରେ ହାଇପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠ ପାଇଁ ପିଜିବିଏଫ୍‌ ସହ ବୁଝାମଣା କରିଥିଲେ।
ଏହି ବିଶ୍ୱସ୍ତରୀୟ ବ୍ୟାଡିମିଣ୍ଟନ ଏକାଡେମୀ ଓ ହାଇପରଫର୍ମାନ୍ସ ସେଣ୍ଟରର ରୂପରେଖ, ରୋଡମ୍ୟାପ୍‌, ଡିଜାଇନ ଓ ଭିଜନକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ୍‌ୁ ଲୋକସେବା ଭବନରେ ଅବଗତ କରାଯାଇଥିଲା। ଆଗାମୀ ଡିସେମ୍ବରରେ ସେଣ୍ଟରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଓ ଏହା ୨୦୨୦ ସୁଦ୍ଧା ସମ୍ପୂର୍ଣ୍ଣରୂପେ ପ୍ରସ୍ତୁତ ହେବ। ଆସନ୍ତାବର୍ଷ ଡିସେମ୍ବରରୁ ହାଇ ପରଫର୍ମାନ୍ସ ସେଣ୍ଟରରେ ବ୍ୟାଡମିଣ୍ଟନ ଏକାଡେମୀ କାର୍ଯ୍ୟକରିବାର ଆରମ୍ଭ କରିବ। ଏହି ଏକାଡେମୀରେ ଖେଳାଳିଙ୍କୁ ବିଶ୍ୱସ୍ତରୀୟ ଟ୍ରେନିଂ ଓ କୋଚିଂ ସୁବିଧା ପ୍ରଦାନ କରାଯିବ। କିମ୍ବଦନ୍ତୀ ବ୍ୟାଡମିଣ୍ଟନ ଖେଳାଳି ତଥା କୋଚ୍‌ ପୁଲେଲା ଗୋପୀଚାନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଏକାଡେମୀ ତଥା ସେଣ୍ଟର କାର୍ଯ୍ୟ କରିବ।
ଏନେଇ ଚାଲିଥିବା ପ୍ରୟାସକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିବା ସହ ପ୍ରଶଂସା କରିଛନ୍ତି। ଗୋପୀଚାନ୍ଦଙ୍କ ଦୂରଦୃଷ୍ଟି ଓ ଡାଲମିଆ ଭାରତର ସହାୟତାରେ ଏହି ସେଣ୍ଟର ଦେଶର ଅନ୍ୟତମ ବିଶ୍ୱସ୍ତରୀୟ ଟ୍ରେନିଂ ସେଣ୍ଟରରେ ପରିଣତ ହେବ ବୋଲି ସେ କହିଛନ୍ତି। ଏହି ସେଣ୍ଟର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ୩ ଏକର ଜମି ଯୋଗାଇଦେବେ। କେବଳ ସେତିକ ନୁହେଁ ରାଜ୍ୟ ସରକାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ପରିସରରେ ଏକ ମଲ୍ଟି ପରପୋଜ ବା ବହୁମୁଖୀ ଇନ୍‌ଡୋର ହଲ୍‌ ନିର୍ମାଣ କାର୍ଯ୍ୟ ଚାଲୁରଖିଛନ୍ତି। ଏହା ଆସନ୍ତା ଫେବୃୟାରୀ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହେବ। ଶିଳ୍ପାନୁଷ୍ଠାନଗୁଡିକର ସହାୟତାରେ କ୍ରୀଡ଼ାର ପ୍ରଚାର ପ୍ରସାର ହେବା ଏକ ସକାରାତ୍ମକ ପଦକ୍ଷେପ ବୋଲି ସେ କହିଛନ୍ତି। ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ସରକାର ସବୁବେଳେ ପ୍ରୟାସ କରିବ ଓ ଏଭଳି କାର୍ଯ୍ୟକ୍ରମ ହାତକୁ ନେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବିଭିନ୍ନ କ୍ରୀଡ଼ାବର୍ଗରେ ରାଜ୍ୟ ସରକାର ହାଇପରଫର୍ମାନ୍ସ ସେଣ୍ଟର ସ୍ଥାପନ ପାଇଁ ଗତ କିଛିବର୍ଷ ହେବ ଅଗ୍ରାଧିକାର ଦେଇ ଆସୁଛନ୍ତି। ବ୍ୟାଡମିଣ୍ଟନରେ ଯୁବ ପ୍ରତିଭା ଚିହ୍ନଟ ଓ ସେଗୁଡିକର ବିକାଶ ପାଇଁ ଏହି ଏକାଡେମୀ କାର୍ଯ୍ୟ କରିବ। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ପିଜିବିଏଫ୍‌ ପ୍ରତିଷ୍ଠାତା ତଥା କୋଚ୍‌ ପୁଲୋଲା ଗୋପୀଚାନ୍ଦ, ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ, କ୍ରୀଡ଼ା ସଚିବ ବିଶାଲ ଦେବ, କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା, ଡାଲମିଆ ସିମେଣ୍ଟ୍ସ ମ୍ୟାନେଜିଂ ଡାଇରେକ୍ଟର ପୁନୀତ ଡାଲମିଆ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପୂର୍ୱରୁ ବଡ଼ ଉପହାର; ରାଜ୍ୟ ସରକାରୀ କର୍ମଚାରୀ, ଶିକ୍ଷକ ଓ ପେନସନଭୋଗୀଙ୍କ ବଢିକି ଆସିବ ଦରମା

ନୂଆଦିଲ୍‌ଲୀ,୨୨।୨: ହୋଲି ପୂର୍ୱରୁ ଖୁସି ଖବର। ସରକାରୀ କର୍ମଚାରୀ, ଶିକ୍ଷକ ଓ ପେନସନଧାରୀଙ୍କ ବଢିବ ଦରମା-ଭତ୍ତା। ଏନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସରକାର…

ଯୌନ ନିର୍ଯାତନା: ଅଭିମୁକ୍ତେଶ୍ୱରାନନ୍ଦଙ୍କ ନାଁରେ ମାମଲା ରୁଜୁ ନିର୍ଦ୍ଦେଶ

ଲକ୍ଷ୍ନୌ,୨୨।୨: ଉତ୍ତରାଖଣ୍ଡ ବଦ୍ରିନାଥସ୍ଥିତ ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବିରୋଧରେ ଶିଶୁ ଯୌନ ନିର୍ଯ୍ୟାତନା ମାମଲା ରୁଜୁ କରିବାକୁ ଆହ୍ଲାବାଦସ୍ଥିତ ସ୍ବତନ୍ତ୍ର ପକ୍‌ସୋ କୋର୍ଟ ଶନିବାର ନିର୍ଦ୍ଦେଶ…

ବର୍ଡରରେ ପାକିସ୍ତାନର ବଡ଼ ଏୟାରଷ୍ଟ୍ରାଇକ୍‌, ସକାଳୁ ସକାଳୁ ଥରିଲା…

ଇସଲାମବାଦ,୨୨।୨: ପାକିସ୍ତାନର ବଡ଼ ଏୟାର ଷ୍ଟ୍ରାଇକ୍‌। ଆଫଗାନିସ୍ତାନରେ ପାକିସ୍ତାନ ବଡ଼ ଷ୍ଟ୍ରାଇକ୍‌ କରିଥିବା ସମ୍ପର୍କରେ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ପାକତିକା ପ୍ରଦେଶର…

ଜଳିଗଲା ବଡ଼ପଡ଼ିଆ ପରିବା ମାର୍କେଟ୍, ୬୫ ରୁ ଅଧିକ ଦୋକାନ ପୋଡ଼ି ପାଉଁଶ

ପାରାଦୀପ,୨୨।୨(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ବନ୍ଦର ସହର ବଡପଡିଆ ମୁଖ୍ୟ ପରିବା ମାର୍କେଟରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି ।ଏଥିରେ ୬୫ ରୁ ଅଧିକ…

ଭାରତୀୟ ବ୍ୟବସାୟୀଙ୍କୁ ଆଶ୍ବସ୍ତି; ଶସ୍ତା ହେବ ଆମେରିକା ବଜାରକୁ ଯାଉଥିବା ସାମଗ୍ରୀ

ଓ୍ବାଶିଂଟନ୍‌,୨୨।୨: ଆମେରିକା ସୁପ୍ରିମକୋର୍ଟରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା । ଟାରିଫକୁ ସୁପ୍ରିମକୋର୍ଟ ବେଆଇନ କହିବା ପରେ ବଢ଼ିଲା ଟ୍ରମ୍ପଙ୍କ ଅଡୁଆ । ଭାରତ ଉପରେ ୧୮…

ଗୁଜରାଟ ମଡେଲର ସ୍ଥିତି

ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାୟ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଗୁଜରାଟରେ ଶାସନ କରିଆସୁଛି। ବାସ୍ତବରେ ଗୁଜରାଟ ଏକ ଦୁଇ-ଦଳୀୟ ରାଜ୍ୟ। କିନ୍ତୁ ବାବ୍ରୀ…

ଖାମେନେଇଙ୍କୁ ହତ୍ୟା କରିପାରେ ଆମେରିକା

ଓ୍ବାଶିଂଟନ୍‌,୨୨।୨: ଇରାନର ସର୍ବୋଚ୍ଚ ଧର୍ମଗୁରୁ ଆୟାତୋଲ୍ଲା ଅଲୀ ଖାମେନେଇ ଏବଂ ତାଙ୍କ ପୁଅ ମୋଜତାବାଙ୍କୁ ହତ୍ୟା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଜନା ଚଳାଇଛନ୍ତି। ଇରାନର…

ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ବୈଠକ, ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ନଳକୂପ ମରାମତି ନହେଲେ….

ଭଞ୍ଜନଗର,୨୨।୨(ବାବୁଲା ପ୍ରଧାନ): ଫେବୃଆରୀ ମାସରୁ ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେଲାଣି । ଏହାକୁ ଦେଖିଲେ ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବା ନେଇ ଆଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri