ବ୍ୟାଙ୍କିଙ୍ଗ ସଂସ୍କାର,ମିଶ୍ରଣ ନେଇ ହୋଇପାରେ ଘୋଷଣା

ନୂଆଦିଲ୍ଲୀ,୧୦-୬: ଆଗାମୀ ବଜେଟରେ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସଂସ୍କାର ଏବଂ ବ୍ୟାଙ୍ଗ ମିଶ୍ରଣ ନେଇ ବିଭିନ୍ନ ପଦକ୍ଷେପ ଉପରେ ସରକାର ଘୋଷଣା କରିପାରନ୍ତି। ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତି ଭାବେ ପରିବର୍ତ୍ତିିତ କରିବା ଲାଗି ବ୍ୟାଙ୍କିଙ୍ଗ ଶିଳ୍ପ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଉକ୍ତ କ୍ଷେତ୍ର ଉପରେ ସରକାର ଧ୍ୟାନ କେନ୍ଦ୍ରିତ କରି ପାରନ୍ତି ବୋଲି ଅନୁମାନ କରାଯାଉଛି। ଏନ୍‌ଡିଏ ସରକାରଙ୍କ ଦ୍ୱିତୀୟ ପାଳିର ବଜେଟ ଜୁଲାଇ ୫ରେ ଆସିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏହାକୁ ଉପସ୍ଥାପନ କରିବେ। ୨୦୧୮-୧୯ ଅଭିବୃଦ୍ଧି ଗତ ୫ ବର୍ଷର ସର୍ବନିମ୍ନ ସ୍ତର ୬.୮%କୁ ଖସିଥିବାରୁ ଉନ୍ନତ ଅଭିବୃଦ୍ଧି ଦିଗରେ ପଦକ୍ଷେପ ସରକାର ନେବା ନେଇ ବଜାରର ଆଶା ରହିଛି। ବ୍ୟାଙ୍କ ଅଫ୍‌ ବରୋଦା, ବିଜୟା ଏବଂ ଦେନା ବ୍ୟାଙ୍କ ମିଶ୍ରଣ ହୋଇ ସାରିଥିବା ବେଳେ ଛୋଟଛୋଟ ବ୍ୟାଙ୍କଗୁଡିକର ମିଶ୍ରଣ ଧାରା ଜାରି ରହିବ ବୋଲି ଜଣେ ଅଧିକାରୀ କହିଛନ୍ତି।
ଛୋଟଛୋଟ ବ୍ୟାଙ୍କଗୁଡିକୁ ଅଧିଗ୍ରହଣ କରିବା ଲାଗି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, କାନାରା ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ୟନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଭଳି ବ୍ୟାଙ୍କ ଭଲ ସ୍ଥିତିରେ ରହିଥିବା ଅଧିକାରୀ ଜଣକ କହିଛନ୍ତି। ବଜେଟରେ ସରକାର ଲୋକମାନଙ୍କୁ ଟିକସ ରିହାତି ପ୍ରଦାନ କରିବା ସହ ନ୍ୟୁନତମ ବିକଳ୍ପ ଟିକସ(ମ୍ୟାଟ)କୁ ବାଦ ଦେବେ ବୋଲି ବଜାର ବିଶେଷଜ୍ଞମାନେ ଆଶା ପ୍ରକଟ କରିଛନ୍ତି। ଏପରିସ୍ଥିତିରେ ଘରୋଇ ନିବେଶକୁ ପ୍ରୋତ୍ସାହନ କରିବା ଲାଗି ସରକାର ପଦକ୍ଷେପ ନିଅନ୍ତୁ ବୋଲି ଶିଳ୍ପ ସଂଘ ସିଆଇ ସରକାରଙ୍କୁ ନିବେଦନ କରିଛି। ଏହାବାଦ ଟିକସ ଛାଡ ସୀମା ୫ ଲକ୍ଷ ଟଙ୍କାକୁ ବଢାଇବା ଉପରେ ଆସୋଚାମ ଜୋର ଦେଇଛି। ସେହିଭଳି ଅର୍ଥମନ୍ତ୍ରୀ ମଙ୍ଗଳବାର ଦେଶର କୃଷକଙ୍କ ପ୍ରତିନିଧି ଦଳକୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ସେହିଭଳି ଚଳିତ ମାସ ୧୧-୧୩ ତାରିଖ ମଧ୍ୟରେ ଅର୍ଥନୀତିଜ୍ଞ, ଶିଳ୍ପ ଏବଂ ଉଦ୍ୟୋଗ ପ୍ରତିନିଧିଙ୍କୁ ଅର୍ଥମନ୍ତ୍ରୀ ଭେଟିବେ। ୨୦୧୯-୨୦ ବଜେଟ ଲାଗି ଲୋକମାନଙ୍କଠାରୁ କନସଲଟେଶନ ଗ୍ରହଣ କରିବାର ଶେଷ ତାରିଖ ଚଳିତ ମାସ ୨୦ ତାରିଖ ଧାର୍ଯ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri