ବ୍ୟାଙ୍କ ମହାମିଶ୍ରଣକୁ ନେଇ ସୀତାରାମନ୍‌ଙ୍କ ପ୍ରତିକ୍ରିୟା;କେହି ଚାକିରି ହରାଇବେ ନାହିଁ

ଚେନ୍ନାଇ,୨-୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମହାମିଶ୍ରଣ ହେବ ବୋଲି ଘୋଷଣା କରିସାରିଛନ୍ତି। ଏହାଦ୍ୱାରା କର୍ମଚାରୀ ଛଟେଇ ହୋଇଯିବେ ବୋଲି ଆଶଙ୍କା ପ୍ରକାଶ ପାଇଥିବା ବେଳେ ଅର୍ଥମନ୍ତ୍ରୀ ଏହାକୁ ଖଣ୍ଡନ କରିଛନ୍ତି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଯୋଗୁ ଜଣେ ହେଲେ କର୍ମଚାରୀଙ୍କୁ ଛେଇଟ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ବ୍ୟାଙ୍କ ମହାମିଶ୍ରଣ ଯୋଗୁ କର୍ମଚାରୀ ଛଟେଇ ହୋଇଯିବେ ବୋଲି ବ୍ୟାଙ୍କ ମହାସଂଘଗୁଡ଼ିକ ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି। ଏହା ଉପରେ ନିଜର ପ୍ରତିକ୍ରିୟାରେ ସୀତାରାମନ୍‌ କହିଛନ୍ତି ଯେ, ଏହି ଆଶଙ୍କା ସମ୍ପୂର୍ଣ୍ଣ ତଥ୍ୟହୀନ। ବ୍ୟାଙ୍କ ମହାମିଶ୍ରଣ ଘୋଷଣା ବେଳେ କର୍ମଚାରୀଙ୍କୁ ବିଦା କରାଯିବ ନାହିଁ ବୋଲି ସେ ଶୁକ୍ରବାର ଖବରଦାତା ସମ୍ମିଳନୀରେ କହିଥିବା କର୍ମଚାରୀ ମହାସଂଘଗୁଡ଼ିକ ମନେ ପକାନ୍ତୁ। ମିଶ୍ରଣ ହେବାକୁ ଥିବା ସମସ୍ତ ବ୍ୟାଙ୍କ କର୍ମଚାରୀ ୟୁନିୟନଗୁଡ଼ିକୁ ସେ ପୁଣି ଆଶ୍ୱସ୍ତ କରି କହିଛନ୍ତି ଯେ, ଜଣେ ହେଲେ କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ। ସୂଚନାଥାଉ କି, କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ୟାଙ୍କ ମହାମିଶ୍ରଣ ଘୋଷଣା କରିବା ପରେ ଏହାକୁ ବିରୋଧ କରି ବ୍ୟାଙ୍କ ମହାସଂଘଗୁଡ଼ିକ ପକ୍ଷରୁ ଶନିବାର ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଓ ସେମାନେ କଳାବ୍ୟାଚ୍‌ ପିନ୍ଧିଥିଲେ।
ବନ୍ଦ ହେବ ନାହିଁ କୌଣସି ବ୍ୟାଙ୍କ
ଏଠାରେ ସୀମାଶୁଳ୍କ, ଜିଏସ୍‌ଟି ଓ ଆୟକର ବିଭାଗର ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ସୀତାରାମନ୍‌ କହିଛନ୍ତି ଯେ, ମହାମିଶ୍ରଣ ପରେ କୌଣସି ବ୍ୟାଙ୍କକୁ ବନ୍ଦ କରାଯିବ ନାହିଁ। ଏଥିସହ କୌଣସି ବ୍ୟାଙ୍କକୁ କିଛି ନୂଆ କରିବାକୁ କୁହାଯାଇନାହିଁ। ତେବେ ସରକାରଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ଅଧିକ ପୁଞ୍ଜି ଦିଆଯାଉଛି। ପୂର୍ବଭଳି ସେମାନେ ନିଜର ଗତିବିଧି ଜାରି ରଖିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ଉଦ୍ୟୋଗ ଜଗତର ସମସ୍ୟା ଶୁଣୁଛୁ
ଦେଶରେ ମାନ୍ଦାବସ୍ଥା ଆସିଛି ବୋଲି ହେଉଥିବା ଅଭିଯୋଗକୁ ଅର୍ଥମନ୍ତ୍ରୀ ସୀତାରାମନ୍‌ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ଅର୍ଥନୀତି ଧିମା ହୋଇଥିବା ବେଳେ ସରକାର ଉଦ୍ୟୋଗ ଜଗତ ସହ ନିରନ୍ତର ଆଲୋଚନା କରୁଛନ୍ତି ଓ ସେମାନଙ୍କ ସମସ୍ୟା ଶୁଣୁଛନ୍ତି। ସେ କହିଛନ୍ତି ଯେ, ଉଦ୍ୟୋଗ ଜଗତ ସମସ୍ୟାର ସମାଧାନ ଲାଗି କ’ଣ ଚାହୁଁଛନ୍ତି, ସରକାର ସେମାନଙ୍କ ଠାରୁ ପ୍ରସ୍ତାବ ଗ୍ରହଣ କରୁଛନ୍ତି। ଇତିମଧ୍ୟରେ ସେ ଦୁଇଥର ଉଦ୍ୟୋଗ ଜଗତର ପ୍ରତିନିଧିଙ୍କୁ ଭେଟି ସାରିଛନ୍ତି ଓ ଆଗକୁ ମଧ୍ୟ ଭେଟିବେ ବୋଲି ସୀତାରାମନ୍‌ ଉଲ୍ଲେଖ କରିଛନ୍ତି।
ଅଟୋମୋବାଇଲ ସେକ୍ଟର ପାଇଁ ଜିଏସ୍‌ଟି ହ୍ରାସ ସୁପାରିସ୍‌
ଅର୍ଥନୀତି ଧିମା ହେବା କାରଣରୁ ଅଟୋ ସେକ୍ଟରରେ ଗାଡ଼ି ବିକ୍ରି ହ୍ରାସ ପାଇଛି ବୋଲି କୁହାଯିବାରୁ ଅର୍ଥମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସରକାର ଇଲେକ୍ଟ୍ରିକ ଗାଡ଼ି ବିକ୍ରିକୁ ପ୍ରୋତ୍ସାହିତ କରିବେ। ତେବେ ଏଥିପାଇଁ ଅନ୍ୟ ଗାଡ଼ି ବିକ୍ରିକୁ ଅଣଦେଖା କରାଯିବ ନାହିଁ। ଅଟୋ ସେକ୍ଟରରେ ଲାଗୁ ହୋଇଥିବା ଜିଏସ୍‌ଟି ହାର ହ୍ରାସ କରିବା ଅଧିକାର ତାଙ୍କ ନିକଟରେ ନାହିଁ। ଏ ସଂକ୍ରାନ୍ତରେ ନିଷ୍ପତ୍ତି ଜିଏସ୍‌ଟି କାଉନସିଲ୍‌ ନେଇପାରିବ। ତେବେ କେନ୍ଦ୍ର ସରକାର ଜିଏସ୍‌ଟି ହ୍ରାସ ପାଇଁ କାଉନସିଲ୍‌କୁ ସୁପାରିସ୍‌ କରିଛନ୍ତି। ବଜେଟରେ ଘୋଷିତ କେତେକ ପଦକ୍ଷେପର ପରିଣାମ ଏବେ ଦେଖିବାକୁ ମିଳିଛି ବୋଲି ସୀତାରାମନ୍‌ ସ୍ପଷ୍ଟ କରିଛନ୍ତି।
ମନମୋହନ ସିଂହଙ୍କ ବୟାନ ଉପରେ ନୀରବ
କେନ୍ଦ୍ର ସରକାର ରାଜନୈତିକ ପ୍ରତିଶୋଧ ମନୋଭାବ ପରିତ୍ୟାଗ କରି ବିଶେଷଜ୍ଞଙ୍କ ସହ ବସି ମାନ୍ଦାବସ୍ଥା ଦୂର କରିବା ରାସ୍ତା ବାହାର କରନ୍ତୁ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ ରବିବାର କହିଛନ୍ତି। ଏହା ଉପରେ ନିର୍ମଳା କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଡ.ସିଂହଙ୍କ ବୟାନକୁ ନେଇ ବିଚାର କରିବେ ବୋଲି ସେ କହିଛନ୍ତି। ଏହାଛଡ଼ା ସେ ଅନ୍ୟ କୌଣସି ମନ୍ତବ୍ୟ ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri