ବ୍ୟାଙ୍କ ମହାମିଶ୍ରଣକୁ ନେଇ ସୀତାରାମନ୍‌ଙ୍କ ପ୍ରତିକ୍ରିୟା;କେହି ଚାକିରି ହରାଇବେ ନାହିଁ

ଚେନ୍ନାଇ,୨-୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମହାମିଶ୍ରଣ ହେବ ବୋଲି ଘୋଷଣା କରିସାରିଛନ୍ତି। ଏହାଦ୍ୱାରା କର୍ମଚାରୀ ଛଟେଇ ହୋଇଯିବେ ବୋଲି ଆଶଙ୍କା ପ୍ରକାଶ ପାଇଥିବା ବେଳେ ଅର୍ଥମନ୍ତ୍ରୀ ଏହାକୁ ଖଣ୍ଡନ କରିଛନ୍ତି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଯୋଗୁ ଜଣେ ହେଲେ କର୍ମଚାରୀଙ୍କୁ ଛେଇଟ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ବ୍ୟାଙ୍କ ମହାମିଶ୍ରଣ ଯୋଗୁ କର୍ମଚାରୀ ଛଟେଇ ହୋଇଯିବେ ବୋଲି ବ୍ୟାଙ୍କ ମହାସଂଘଗୁଡ଼ିକ ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି। ଏହା ଉପରେ ନିଜର ପ୍ରତିକ୍ରିୟାରେ ସୀତାରାମନ୍‌ କହିଛନ୍ତି ଯେ, ଏହି ଆଶଙ୍କା ସମ୍ପୂର୍ଣ୍ଣ ତଥ୍ୟହୀନ। ବ୍ୟାଙ୍କ ମହାମିଶ୍ରଣ ଘୋଷଣା ବେଳେ କର୍ମଚାରୀଙ୍କୁ ବିଦା କରାଯିବ ନାହିଁ ବୋଲି ସେ ଶୁକ୍ରବାର ଖବରଦାତା ସମ୍ମିଳନୀରେ କହିଥିବା କର୍ମଚାରୀ ମହାସଂଘଗୁଡ଼ିକ ମନେ ପକାନ୍ତୁ। ମିଶ୍ରଣ ହେବାକୁ ଥିବା ସମସ୍ତ ବ୍ୟାଙ୍କ କର୍ମଚାରୀ ୟୁନିୟନଗୁଡ଼ିକୁ ସେ ପୁଣି ଆଶ୍ୱସ୍ତ କରି କହିଛନ୍ତି ଯେ, ଜଣେ ହେଲେ କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ। ସୂଚନାଥାଉ କି, କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ୟାଙ୍କ ମହାମିଶ୍ରଣ ଘୋଷଣା କରିବା ପରେ ଏହାକୁ ବିରୋଧ କରି ବ୍ୟାଙ୍କ ମହାସଂଘଗୁଡ଼ିକ ପକ୍ଷରୁ ଶନିବାର ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଓ ସେମାନେ କଳାବ୍ୟାଚ୍‌ ପିନ୍ଧିଥିଲେ।
ବନ୍ଦ ହେବ ନାହିଁ କୌଣସି ବ୍ୟାଙ୍କ
ଏଠାରେ ସୀମାଶୁଳ୍କ, ଜିଏସ୍‌ଟି ଓ ଆୟକର ବିଭାଗର ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ସୀତାରାମନ୍‌ କହିଛନ୍ତି ଯେ, ମହାମିଶ୍ରଣ ପରେ କୌଣସି ବ୍ୟାଙ୍କକୁ ବନ୍ଦ କରାଯିବ ନାହିଁ। ଏଥିସହ କୌଣସି ବ୍ୟାଙ୍କକୁ କିଛି ନୂଆ କରିବାକୁ କୁହାଯାଇନାହିଁ। ତେବେ ସରକାରଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ଅଧିକ ପୁଞ୍ଜି ଦିଆଯାଉଛି। ପୂର୍ବଭଳି ସେମାନେ ନିଜର ଗତିବିଧି ଜାରି ରଖିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ଉଦ୍ୟୋଗ ଜଗତର ସମସ୍ୟା ଶୁଣୁଛୁ
ଦେଶରେ ମାନ୍ଦାବସ୍ଥା ଆସିଛି ବୋଲି ହେଉଥିବା ଅଭିଯୋଗକୁ ଅର୍ଥମନ୍ତ୍ରୀ ସୀତାରାମନ୍‌ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ଅର୍ଥନୀତି ଧିମା ହୋଇଥିବା ବେଳେ ସରକାର ଉଦ୍ୟୋଗ ଜଗତ ସହ ନିରନ୍ତର ଆଲୋଚନା କରୁଛନ୍ତି ଓ ସେମାନଙ୍କ ସମସ୍ୟା ଶୁଣୁଛନ୍ତି। ସେ କହିଛନ୍ତି ଯେ, ଉଦ୍ୟୋଗ ଜଗତ ସମସ୍ୟାର ସମାଧାନ ଲାଗି କ’ଣ ଚାହୁଁଛନ୍ତି, ସରକାର ସେମାନଙ୍କ ଠାରୁ ପ୍ରସ୍ତାବ ଗ୍ରହଣ କରୁଛନ୍ତି। ଇତିମଧ୍ୟରେ ସେ ଦୁଇଥର ଉଦ୍ୟୋଗ ଜଗତର ପ୍ରତିନିଧିଙ୍କୁ ଭେଟି ସାରିଛନ୍ତି ଓ ଆଗକୁ ମଧ୍ୟ ଭେଟିବେ ବୋଲି ସୀତାରାମନ୍‌ ଉଲ୍ଲେଖ କରିଛନ୍ତି।
ଅଟୋମୋବାଇଲ ସେକ୍ଟର ପାଇଁ ଜିଏସ୍‌ଟି ହ୍ରାସ ସୁପାରିସ୍‌
ଅର୍ଥନୀତି ଧିମା ହେବା କାରଣରୁ ଅଟୋ ସେକ୍ଟରରେ ଗାଡ଼ି ବିକ୍ରି ହ୍ରାସ ପାଇଛି ବୋଲି କୁହାଯିବାରୁ ଅର୍ଥମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସରକାର ଇଲେକ୍ଟ୍ରିକ ଗାଡ଼ି ବିକ୍ରିକୁ ପ୍ରୋତ୍ସାହିତ କରିବେ। ତେବେ ଏଥିପାଇଁ ଅନ୍ୟ ଗାଡ଼ି ବିକ୍ରିକୁ ଅଣଦେଖା କରାଯିବ ନାହିଁ। ଅଟୋ ସେକ୍ଟରରେ ଲାଗୁ ହୋଇଥିବା ଜିଏସ୍‌ଟି ହାର ହ୍ରାସ କରିବା ଅଧିକାର ତାଙ୍କ ନିକଟରେ ନାହିଁ। ଏ ସଂକ୍ରାନ୍ତରେ ନିଷ୍ପତ୍ତି ଜିଏସ୍‌ଟି କାଉନସିଲ୍‌ ନେଇପାରିବ। ତେବେ କେନ୍ଦ୍ର ସରକାର ଜିଏସ୍‌ଟି ହ୍ରାସ ପାଇଁ କାଉନସିଲ୍‌କୁ ସୁପାରିସ୍‌ କରିଛନ୍ତି। ବଜେଟରେ ଘୋଷିତ କେତେକ ପଦକ୍ଷେପର ପରିଣାମ ଏବେ ଦେଖିବାକୁ ମିଳିଛି ବୋଲି ସୀତାରାମନ୍‌ ସ୍ପଷ୍ଟ କରିଛନ୍ତି।
ମନମୋହନ ସିଂହଙ୍କ ବୟାନ ଉପରେ ନୀରବ
କେନ୍ଦ୍ର ସରକାର ରାଜନୈତିକ ପ୍ରତିଶୋଧ ମନୋଭାବ ପରିତ୍ୟାଗ କରି ବିଶେଷଜ୍ଞଙ୍କ ସହ ବସି ମାନ୍ଦାବସ୍ଥା ଦୂର କରିବା ରାସ୍ତା ବାହାର କରନ୍ତୁ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ ରବିବାର କହିଛନ୍ତି। ଏହା ଉପରେ ନିର୍ମଳା କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଡ.ସିଂହଙ୍କ ବୟାନକୁ ନେଇ ବିଚାର କରିବେ ବୋଲି ସେ କହିଛନ୍ତି। ଏହାଛଡ଼ା ସେ ଅନ୍ୟ କୌଣସି ମନ୍ତବ୍ୟ ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାନା ପାଟେକରଙ୍କ ପରିବାରରେ କିଏ କିଏ ଅଛନ୍ତି? ପତ୍ନୀଙ୍କଠାରୁ ଅଲଗା ରହୁଥିଲା ବେଳେ ଜଣେ ପୁଅଙ୍କର ମୃତ୍ୟୁ ହୋଇସାରିଛି

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ମଣିପାଲ ହସ୍ପିଟାଲର ଅଙ୍କୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଶେଖର ସାଲକର…

୪ ଦଫା ଦାବିରେ ଓଡ଼ିଶା ବନ୍ଦ, ପଦ୍ମପୁରରେ କଂଗ୍ରେସର ପିକେଟିଂ

ପଦ୍ମପୁର, ୮।୧୦ (ପ୍ରଦୀପ୍ତ ଦାଶ): ୪ ଦଫା ଦାବି ନେଇ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗୁରୁବାର ସକାଳୁ…

ଆସିଲା ନାନା ପାଟେକରଙ୍କ ମୃତ୍ୟୁର ଅସଲ କାରଣ! ଡାକ୍ତର କହିଲେ…

ମୁମ୍ବାଇ,୮।୧୦: ବରିଷ୍ଠ ଅଭିନେତା ନାନା ପାଟେକର ଗୁରୁବାର ସକାଳ ୫ଟା୨୦ ସମୟରେ ପରଲୋକ ହୋଇଛି। ହୃଦଘାତ (କାର୍ଡିଆକ ଆରେଷ୍ଟ) ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଇଛି।…

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?