ବ୍ୟବସାୟୀଙ୍କୁ ୨୧୦୦ କୋଟି ଟଙ୍କାର କ୍ଷତି

ଭୁବନେଶ୍ୱର,୧୨-୫: ଫନୀ ଯୋଗୁ ରାଜ୍ୟ ମଧ୍ୟରେ ବାଣିଜ୍ୟ କାରବାର ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଜିଲାର କ୍ଷୁଦ୍ର ବ୍ୟବସାୟୀ ବାତ୍ୟା ଫନୀ ଦ୍ୱାରା ବୃହତ୍ତ ପରିମାଣର କ୍ଷତି ସହିଛନ୍ତି। ଏହି ୫ ଜିଲା ସମେତ ରାଜ୍ୟର ବ୍ୟବସାୟୀମାନେ ମୋଟ ୨୦୦୦ରୁ ୨୧୦୦ କୋଟି ଟଙ୍କାର କ୍ଷତି ସହିଥିବା ବଜାର ବିଶେଷଜ୍ଞଙ୍କ ପକ୍ଷରୁ ସୂଚନା ରହିଛି।

ରାଜ୍ୟ ବ୍ୟବସାୟୀ ମହାସଂଘର ସଭାପତି ସୁଧାକର ପଣ୍ଡା କହିଛନ୍ତି ଯେ, ଫନୀ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କରିଛି। ଏହା ଯୋଗୁ ରାଜ୍ୟର ୫ ଜିଲାର ବ୍ୟବସାୟୀଙ୍କୁ ପ୍ରଭାବିତ କରିବା ସହ ସେମାନଙ୍କ ବ୍ୟବସାୟକୁ କ୍ଷତି ପହଞ୍ଚାଇଛି। କ୍ଷୁଦ୍ର ବ୍ୟବସାୟୀଙ୍କ ଅଣ୍ଟା ଭାଙ୍ଗିଯାଇଛି। ଛୋଟ ଛୋଟ ଦୋକାନ କରି ଚଳୁଥିବା ଲୋକଙ୍କ ଦୋକାନ ଭାଙ୍ଗିବା ସହ କୋଟି କୋଟି ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଏହା ଫଳରେ ସେମାନେ ପୁଣି ଥରେ ସଳଖି ଛିଡା ହେବାକୁ କଷ୍ଟକର ହୋଇ ପଡିଛି। କଟକର ମାଲଗୋଦାମ, ପୁରୀ ହେଉିକି ଭୁବନେଶ୍ୱରରେ ଫନୀର ପ୍ରଭାବ ବ୍ୟବସାୟୀଙ୍କୁ ବାଧିଛି ବୋଲି ପଣ୍ଡା ସୂଚନା ଦେଇଛନ୍ତି।

ବୀମା ସୁବିଧା ନେଇ ନ ଥିବା କ୍ଷୁଦ୍ର ବ୍ୟବସାୟୀ କ୍ଷତି ଯୋଗୁ ବର୍ତ୍ତମାନ ହଇରାଣ ହେଉଛନ୍ତି। ବ୍ୟବସାୟୀଙ୍କ ଏହି ଅସୁବିଧାକୁ ସରକାର ବିଚାର କରିବା ଆବଶ୍ୟକ ବୋଲି ସଂଘ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି। ବ୍ୟବସାୟୀଙ୍କ ଲାଗି ଆର୍ଥତ୍କ ସହାୟତା ପ୍ୟାକେଜ ଦିଗରେ ସରକାର କାର୍ଯ୍ୟ କରନ୍ତୁ ବୋଲି ସଂଘ ଦାବୀ ଜଣାଇଛି।

ଯେଉଁ ବ୍ୟବସାୟୀମାନେ ଋଣ ନେଇ ବ୍ୟବସାୟ କରୁଛନ୍ତି ବର୍ତ୍ତମାନର କ୍ଷତି ସେମାନଙ୍କୁ ଦୋହଲାଇ ଦେଇଥିବାରୁ ଋଣ ସୁଝିବା ବେଳେ କିଛି ରିହାତି ବ୍ୟବସ୍ଥା ଆଣିବା ନେଇ ବିଚାର କରିବାକୁ ସଂଘ ଗୁରୁତ୍ୱାରୋପ କରିଛି। ବିଭିନ୍ନ ଯୋଜନାରେ ବ୍ୟାଙ୍କଗୁଡିକ ବ୍ୟବସାୟୀଙ୍କୁ ଋଣ ସହାୟତା ପ୍ରଦାନ କରନ୍ତୁ ବୋଲି ସଂଘ  ଦାବି ରଖିଛି। ଏହା ହେଲେ ସେମାନେ ପୁଣି ଥରେ ବ୍ୟବସାୟ ଆରମ୍ଭ କରିବାକୁ ସକ୍ଷମ ହେବେ । ଏସମସ୍ତ ପ୍ରସଙ୍ଗକୁ ନେଇ ଆସନ୍ତା ମଙ୍ଗଳବାର ସଂଘର ଏକ ପ୍ରତିନିଧି ଦଳ ସରକାରଙ୍କୁ ଭେଟି ଆଲୋଚନା କରିବାକୁ ଯୋଜନା ରଖିଥିବା ସଭାପତି ପଣ୍ଡା କହିଛନ୍ତି। ସେହିଭଳି ବର୍ତ୍ତମାନ ୫ ଜିଲାର ଜିଲାପାଳଙ୍କ ସହ ବ୍ୟବସାୟୀଙ୍କ ସମସ୍ୟା ନେଇ ଆଲୋଚନା ଜାରି ରହିଛି ବୋଲି ସେ କହିଛନ୍ତି।

ଫନୀ ପରେ ପ୍ରଭାବିତ କଟକର ମାଲଗୋଦାମର ବ୍ୟାବସାୟିକ ସ୍ଥିତି ସୁଧୁରିଥିବା ବ୍ୟବସାୟୀ ସଂଘର ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ପାତ୍ର ସୂଚନା ଦେଇଛନ୍ତି। ସେହିଭଳି ଭୁବନେଶ୍ୱରରେ ୟୁନିଟ ୧ରେ କାରବାର ସ୍ବାଭାବିକ ସ୍ଥିତିକୁ ମଧ୍ୟ ଆସିଛି। ପୁରୀରେ କାରବାର ଏବେ ପୂର୍ବ ଅବସ୍ଥାକୁ ଆସିଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri