ବ୍ୟବସାୟୀଙ୍କୁ ଲୁଟ୍‌ ଘଟଣାରେ ୧୧ ଗିରଫ: ୧୨.୫୯ଲକ୍ଷ ଟଙ୍କା, ଖଣ୍ଡା ଓ ବନ୍ଧୁକ ଜବତ

ଶେରଗଡ଼/ସୋରଡା/ଧରାକୋଟ,୨ା୬(ଡି.ଏନ୍‌.ଏ.)- ଧରାକୋଟ ଥାନା ବାଦଗଡ଼ ଗ୍ରାମ ଛକ ନିକଟରୁ ବୁଧବାର ବିଳମ୍ବିତ ରାତିରେ ୩ ବ୍ୟବସାୟୀଙ୍କ ଠାରୁ ୧୬ ଲକ୍ଷ ୮୦ ହଜାର ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ବଡ଼ଗଡ଼ ଥାନାରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ। ଘଟଣାରେ ସମ୍ପୃକ୍ତ ୧୧ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୨ଲକ୍ଷ ୫୯ହଜାର ୫ଶହ ଟଙ୍କା ଜବତ ହୋଇଛି। ଗିରଫମାନେ ହେଲେ ଖଣ୍ଡବନ୍ଧ ଗ୍ରାମର ଅନିଲ ଡାକୁଆ, ଜାହାଡ଼ାର କୃଷ୍ଣଚନ୍ଦ୍ର ଜେନା, ବଳରାମପୁରର ମିଲିକେଶନ ବେହେରା, ବାଟଶାସନର ଲକ୍ଷ୍ମୀନାରାୟଣ ବେହେରା, ଜଗନ୍ନାଥପୁରର ସୁଜିତ ବିଷୋୟୀ, ଢଉଗଁାର ରାଜେଶ୍ୱର ନାୟକ, ମଙ୍ଗଳପୁରର ଶ୍ରୀକାନ୍ତ ଗୌଡ, ଡାକିବଜାର କବି ଗୌଡ, ଭାଲିଆଗୋଚ୍ଛା ଗ୍ରାମର ବସନ୍ତ କୁମାର ବିଷୋୟୀ, ପଲ୍ଲିଗୁମୁଳାର ଅମର ନାଥ ମୁନି, ମେଣ୍ଟିବାଉଁଶର ଅରୁଣ ନାୟକ। ସମସ୍ତ ଅଭିଯୁକ୍ତଙ୍କୁ ଆସିକା କୋର୍ଟକୁ ଚାଲାଣ କରାଯାଇଛି।
କେନ୍ଦୁପଲ୍ଲୀର ବ୍ୟବସାୟୀ ବି.ବାୟା ପାତ୍ର, ସୋରଡାର ଏ.ଗଣେଷ ପାତ୍ର ଓ ଏସ୍‌. ତ୍ରିପତି ପାତ୍ର ଆନ୍ଧ୍ରପ୍ରଦେଶରେ ଛେଳିବିକି ୧୬ ଲକ୍ଷ ୮୦ ହଜାର ଟଙ୍କା ଧରି ଗତ ୨୭ତାରିଖ ସନ୍ଧ୍ୟାରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗିରିସୋଲାରେ ପହଞ୍ଚତ୍ଥିଲେ। ପୂର୍ବରୁ ପରିଚିତ ଡ଼ାକିବଦା ଗ୍ରାମର ଅଟୋ ଚାଳକ କବି ଗୌଡ଼ଙ୍କୁ ଘରେ ନେଇ ଛାଡିବାକୁ ଡାକିଥିଲେ। ପୂର୍ବରୁ ଥରେ ଛେଳିବିକି ଲକ୍ଷାଧିକ ଟଙ୍କା ଧରି କବିଙ୍କ ଅଟୋରେ ଏମାନେ ଯାଇଥିବାରୁ ତାଙ୍କର ଲୋଭ ହୋଇଥିଲା। ସେ ଭାଲିଆଗୋଚ୍ଛା ଗ୍ରାମର ବସନ୍ତ ବିଷୋୟୀଙ୍କୁ ଡାକି ଲୁଟ୍‌ ଯୋଜନା କରିଥିଲେ। ବସନ୍ତ ତାଙ୍କ ପରିଚିତ ଜାହାଡାର କୃଷ୍ଣଚନ୍ଦ୍ରଙ୍କୁ ବାଦଗଡ ଛକରେ ଲୁଟ୍‌ ପାଇଁ ଯୋଜନା କରିବାକୁ କହିଥିଲେ। କବି ଓ ବସନ୍ତ ଚାଳକ କ୍ୟାବିନ୍‌ରେ ବସିଥିବାବେଳେ ବାୟା, ଗଣେଶ ଓ ତ୍ରିପତି ଅଟୋ ଡ଼ାଲାରେ ବସିଥିଲେ। ବାଦଗଡ ଛକରେ ସେମାନଙ୍କଠାରୁ ଲୁଟ୍‌ ହୋଇଥିଲା। ଧରାକୋଟ ଥାନାରେ ବାୟା ଏତଲା ଦେବାପରେ ପୋଲିସ ନଂ.୮୩/୨୦ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଧରାକୋଟ, ଆସିକା, ବଡଗଡ ଓ ସୋରଡା ଥାନା ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲେ। ଅଟୋ ଚାଳକ କବି ଓ ବସନ୍ତଙ୍କୁ ଡାକି ଜେରାପରେ ସେମାନେ ସତ ମାନି ଯାଇଥିଲେ। ପରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri