ବ୍ୟବସାୟୀଙ୍କ କ୍ଷତି ଟପିବ ୧ ହଜାର କୋଟି: ବଜାର ସ୍ଥିତି ବିଗାଡୁଛି କରୋନା

ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା(କୋଭିଡ-୧୯)ର ପ୍ରକୋପ ସମଗ୍ର ବିଶ୍ୱକୁ ଅସ୍ତବ୍ୟସ୍ତ କରି ପକାଇଛି। ଏଥିଯୋଗୁ ବିଶ୍ୱ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି। ଏହି ରୋଗ କେବଳ ମଣିଷ ସ୍ବାସ୍ଥ୍ୟକୁ ଯେ ଗ୍ରାସ କରୁଛି ତାହା ନୁହେଁ, ରାଜ୍ୟର ସାମାଜିକ ଏବଂ ଆର୍ଥିକ ବ୍ୟବସ୍ଥାକୁ ମଧ୍ୟ ଦୋହଲାଇ ଦେଇଛି। ଛୋଟ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ ମାଲିକମାନେ ମଧ୍ୟ ହତାଶ ହୋଇ ପଡିଛନ୍ତିି। ଜରୁରୀ ସାମଗ୍ରୀକୁ ଛାଡି ଦେଲେ ବଜାରର ଅନ୍ୟ ସମସ୍ତ ବ୍ୟବସାୟ ଏକ ପ୍ରକାର ବନ୍ଦ ହେବାକୁ ବସିଲାଣି। ଗତ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟରେ ପ୍ରାୟ ୧ ହଜାର କୋଟି ଟଙ୍କାର କ୍ଷତି ହେବ ବୋଲି ଅନୁମାନ କରାଯାଇଛି। କରୋନା ଗୁଜବ ଯୋଗୁ କୁକୁଡା ବ୍ୟବସାୟ ଗୁରୁତର ପ୍ରଭାବିତ ହୋଇଛି। ଗୁଜବ ପ୍ରଚାର ହେବା ଯୋଗୁ ଚିକେନ, ଅଣ୍ଡା ବିକ୍ରି ୬୦ ପ୍ରତିଶତ ତଳକୁ ଖସିଯାଇଛି। ରାଜ୍ୟ ସରକାର ବିଜ୍ଞାପନ ଜରିଆରେ ଲୋକମାନଙ୍କ ମନରୁ ଚିକେନ ପ୍ରତି ଭୟ ଦୂର କରିବାକୁ ଚେଷ୍ଟା କଲେ ମଧ୍ୟ ବ୍ୟବସାୟରେ ସେତେଟା ଉନ୍ନତି ପରିଲକ୍ଷିତ ହେଉ ନାହିଁ ବୋଲି ଚିକେନ ବ୍ୟବସାୟୀ ବାବୁ ଖାନ କହିଛନ୍ତି। କରୋନା ଯୋଗୁ ସମଗ୍ର ରାଜ୍ୟରେ କୁକୁଡା ଚାଷୀ ଓ ଚିକେନ ବ୍ୟବସାୟୀଙ୍କର ପ୍ରାୟ ୩ଶହ କୋଟି ଟଙ୍କାରୁ ଊର୍ଦ୍ଧ୍ୱ କ୍ଷତି ହେଲାଣି। ଏଭଳି ପରିସ୍ଥିିତି ଜାରି ରହିଲେ କ୍ଷତି ଆହୁରି ବଢିବ ବୋଲି ଆଶଙ୍କା କରାଯାଇଛି। ବଡ ବଡ ମଲ୍‌, ସିନେମା ହଲ୍‌, ରେସ୍ତୋରାଁ ବନ୍ଦ କରିବାକୁ ସରକାର ଘୋଷଣା କରିଛନ୍ତି। ଏସବୁ ଉପରେ ନିର୍ଭର କରିଥିବା ମାଲିକ ଓ କର୍ମଚାରୀ ନିଜର ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇ ପଡିଛନ୍ତି। ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ କେମିତି ଉଠାଇବେ ସେ ନେଇ ଚିନ୍ତାରେ ପଡିଛନ୍ତି। ଛୋଟ ଜଳଖିଆ ଓ ଫାଷ୍ଟ ଫୁଡ ବ୍ୟବସାୟୀ ମଧ୍ୟ କରୋନା ଯୋଗୁ କ୍ଷତି ସହିବା ଆରମ୍ଭ କରିଛନ୍ତି। ଲୋକମାନେ ଫାଷ୍ଟ ଫୁଡ ଖାଇବାକୁ ଭୟ କରୁଛନ୍ତି। ଏ ସବୁ ବ୍ୟବସାୟ ୪୦ରୁ ୫୦ ପ୍ରତିଶତ କମିଥିବା ବ୍ୟବସାୟୀମାନେ କହୁଛନ୍ତି। ବିମାନ ସେବା ବନ୍ଦ ହେବା ଯୋଗୁ ରାଜ୍ୟର ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହୋଇଛି। ଟୁର୍‌ ଅପରେଟର ଏବଂ ହୋଟେଲ ମାଲିକମାନେ କ୍ଷତି ସହୁଛନ୍ତି। ଗତ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟକୁ ୪୦ ପ୍ରତିଶତ ଘରୋଇ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେଲିଫୋନ ଏକ୍ସଚେଞ୍ଜରୁ ବ୍ୟାଟେରୀ ଚୋରି: ବିଜୁଳି ଚାଲିଗଲେ ଉପଭୋକ୍ତା ସେବାରୁ ବଞ୍ଚିତ

ଭଞ୍ଜନଗର, ୧।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଟେଲିଫୋନ ଏକ୍ସଚେଞ୍ଜରୁ ଗତ ଶୁକ୍ରବାର ମୂଲ୍ୟବାନ ସବୁ ବ୍ୟାଟେରୀ ଚୋରି ହୋଇଯାଇଛି । ଏହାପୂର୍ବରୁ…

ପାଣି ପାଇଁ ବ୍ଲକ ସମ୍ମୁଖରେ ଅନଶନ କଲେ ସମିତି ସଭ୍ୟ, ବାଲଟି ଧରି ମହିଳାମାନେ

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପାଣି ପାଇଁ ସମିତି ସଭ୍ୟ ବ୍ଲକ ସମ୍ମୁଖରେ ଅନଶନ କରିଥିବା ବେଳେ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ…

Featured Video Play Icon

ପୋଲିସ ଟିମ୍‌ ନେଇ ଶାଶୂ ଘରେ ପହଞ୍ଚିଲେ ତ୍ରିଷ୍ଣା, ତା’ପରେ…

ଭୁବନେଶ୍ୱର, ୧।୬: ୟ୍ୟୁଟବର ତ୍ରିଷ୍ଣା ପୋଲିସ ଉପସ୍ଥିତରେ ଶାଶୂ ଘରେ ପହଞ୍ଚି ସମସ୍ତ ଯୌତୁକ ଜିନିଷ…

RCB ଜିତିବା ପରେ ରୋମାଣ୍ଟିକ ହେଲେ ଅନୁଷ୍କା: ଶେୟାର କଲେ ଏମିତି ଫଟୋ

ନୂଆଦିଲ୍ଲୀ,୧।୬: ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ…

ପୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଖେଳ: ଅନଲାଇନରେ ମହାପ୍ରସାଦ, ଖଜା ବିକ୍ରି ନେଇ…

ପୁରୀ, ୧।୬ (ଅଜିତ କୁମାର ମହାନ୍ତି): ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ହେଉଥିବା ସହ ଭକ୍ତମାନଙ୍କ ଭାବାବେଗ ସହିତ ଖେଳାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଅନଲାଇନ…

କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା; ବଡ଼ ଆକ୍ସନ, ୩ ପୋଲିସ….

ଭୁବନେଶ୍ବର,୧।୬: କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବର୍ତ୍ତମାନ ବଡ଼ ଆକ୍ସନ ନିଆଯାଇଛି । କବିସୂର୍ଯ୍ୟନଗର ଥାନା ଓ ବାଲିଚାଇ…

ଟୋକନ ସମସ୍ୟା ନେଇ ଆମରଣ ଅନଶନରେ ଚାଷୀ : ସ୍ଥାୟୀ ସମାଧାନ ନ ହେଲେ…

ଝାରବନ୍ଧ, ୧।୬ (ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଆଞ୍ଚଳିକ କୃଷକ ସଂଗଠନ ତରଫରୁ ଟୋକନ ସମସ୍ୟାର ସମାଧାନ ଦାବିରେ ସୋମବାର ଡଭା…

ଅର୍ଥ ବିଭାଗର ବଡ଼ ନିର୍ଦ୍ଦେଶ: ସରକାରୀ କାର୍ଯ୍ୟରେ EV ବାଧ୍ୟତାମୂଳକ

ଭୁବନେଶ୍ୱର,୧।୬: ଅର୍ଥ ବିଭାଗ ପକ୍ଷରୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳି ଜାରି କରାଯାଇଛି। ସରକାରୀ କାର୍ଯ୍ୟରେ ଇଲେକ୍ଟ୍ରିକ ଯାନବାହନ (EV) ବ୍ୟବହାର ପାଇଁ ଅର୍ଥ ବିଭାଗ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri