Posted inଫୁରସତ

ବ୍ୟକ୍ତିତ୍ୱ: ଭୀଷ୍ମ ସାହାଣୀ

ଭୀଷ୍ମ ସାହାଣୀ ଏକାଧାରରେ ଥିଲେ ଜଣେ ନାଟ୍ୟକାର, ଔପନ୍ୟାସିକ, ଅଭିନେତା ଏବଂ ଟେଲିଭିଜନ ପର୍ସନାଲିଟି। ବିଶେଷକରି ସେ ତାଙ୍କର ନାଟକ ଏବଂ ଉପନ୍ୟାସ ଆଦି ପାଇଁ ସାରା ଭାରତରେ ଥିଲେ ସୁଖ୍ୟାତ। ତାଙ୍କର ଏକ ଅତି ଲୋକପ୍ରିୟ ଉପନ୍ୟାସ ହେଉଛି ‘ତାମସ’। ଭାରତ ବିଭାଜନକୁ ପୃଷ୍ଠ ଭୂମିରେ ରଖି ସେ ଏହି ଉପନ୍ୟାସ ରଚନା କରିଥିଲେ। ଉପନ୍ୟାସଟି ସର୍ବାଧିକ ପାଠକୀୟତା ଲାଭ କରିଥିଲା। ସେତିକି ନୁହେଁ, ଏହାର ଟେଲିଭିଜନ ସ୍କ୍ରିନପ୍ଲେ ମଧ୍ୟ ସେ ରଚନା କରିଥିଲେ। ଏହା ଟେଲିଭିଜନରେ ପ୍ରସାରିତ ହୋଇ ତାଙ୍କୁ ଆଶାନୁରୂପ ସଫଳତା ଆଣି ଦେଇଥିଲା। ୧୯୯୮ରେ ତାଙ୍କୁ ପଦ୍ମଭୂଷଣ ଉପାଧି ପ୍ରଦାନ କରାଯାଇଥିଲା। ସେହିଭଳି ୨୦୦୨ରେ ସେ ସାହିତ୍ୟ ଏକାଡେମୀର ଫେଲୋଶିପ୍‌ ହାସଲ କରିଥିଲେ। ତାଙ୍କର ଜନ୍ମ ଏକ କଳାକାର ବଂଶରେ। ତାଙ୍କର ବଡ଼ଭାଇ ହେଉଛନ୍ତି ହିନ୍ଦୀ ଫିଲ୍ମର ଜଣେ ଜଣାଶୁଣା ଅଭିନେତା ବଲରାଜ ସାହାଣୀ। ବାବୁ ହରିବଂଶଲ ସାହାଣୀ ଥିଲେ ତାଙ୍କର ବାପା।

ସ୍ବାଧୀନତା ଓ ବିଭାଜନ : ଭାରତର ସ୍ବାଧୀନତା ତଥା ଦେଶ ବିଭାଜନର ଜଣେ ପ୍ରତ୍ୟକ୍ଷ ସାକ୍ଷୀ ଥିଲେ ଭୀଷ୍ମ ସାହାଣୀ। ୧୯୧୫ ଅଗଷ୍ଟ ୮ ତାରିଖରେ ରାଓ୍ବଲପିଣ୍ଡିଠାରେ ଜନ୍ମ ହୋଇଥିଲେ ଭୀଷ୍ମ ।
ସେ ଜଣେ ବିଚକ୍ଷଣ ପ୍ରତିଭା ସମ୍ପନ୍ନ ଛାତ୍ର ଥିଲେ। ଇଂଲିଶ ଭାଷା ସାହିତ୍ୟରେ ସେ ଲାହୋର ସରକାରୀ ମହାବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ସେହିଭଳି ସେ ୧୯୫୮ ମସିହାରେ ପିଏଚ୍‌.ଡି. ହାସଲ କରିଥିଲେ। ଭାରତର ମୁକ୍ତି ସଂଗ୍ରାମରେ ଯୋଗ ଦେଇ ସେ ବ୍ରିିଟିଶ୍‌ ବିରୋଧରେ ଲଢ଼େଇ କରିଥିଲେ। ଭାରତ ବିଭାଜନ ସମୟରେ ଇଣ୍ଡିଆନ୍‌ ନ୍ୟାଶନାଲ କଂଗ୍ରେସର ସେ ଥିଲେ ଜଣେ ସକ୍ରିୟ ସଦସ୍ୟ। ଦେଶ ବିଭାଜନ ପରେ ଦଙ୍ଗା ଆରମ୍ଭ ହୋଇଗଲା। ବହୁ ଲୋକ ଶରଣାର୍ଥୀ ହୋଇ ଜୀବନ ଯାପନ କରିଥିଲେ। ସେହି ସମୟରେ ଅର୍ଥାତ୍‌ ୧୯୪୭ ମାର୍ଚ୍ଚ ମାସରେ ସେ ରାଓ୍ବଲ୍‌ପିଣ୍ଡି ଠାରେ ଦଙ୍ଗା ପୀଡ଼ିତ ଶରଣାର୍ଥୀଙ୍କ ନିମନ୍ତେ ରିଲିଫ୍‌ କ୍ୟାମ୍ପ୍‌ର ମଧ୍ୟ ଆୟୋଜନ କରିଥିଲେ।

କଂଗ୍ରେସ ଛାଡ଼ି କମ୍ୟୁନିଷ୍ଟ : ୧୯୪୮ ମସିହାରେ ଭୀଷ୍ମ ସାହାଣୀ ଇଣ୍ଡିଆନ୍‌ ପିପୁଲ୍ସ ଥିଏଟର ଆସୋସିଏଶନ୍‌ (ଇପଟା)ରେ କାମ କଲେ। ଏ ସଂସ୍ଥାରେ ତାଙ୍କର ବଡ଼ଭାଇ ତଥା ଅଭିନେତା ବଲରାଜ ସାହାଣୀ ମଧ୍ୟ ଆଗରୁ କାମ କରୁଥିଲେ। ବଲରାଜ ସେଠାରେ କେବଳ ଅଭିନେତା ଭାବରେ କାମ କରୁଥିବା ବେଳେ ଭୀଷ୍ମ ସାହାଣୀ ସେଠାରେ ଜଣେ ଅଭିନେତା ତଥା ନିର୍ଦ୍ଦେଶକ ଭାବରେ ଯୋଗଦେଲେ। ଇପଟାରେ ଯୋଗଦେବା ଯୋଗୁ ସେ କଂଗ୍ରେସ ପାଇଁ ସମୟ ଦେଇପାରିଲେ ନାହିଁ। ଫଳରେ କଂଗ୍ରେସକୁ ତାଙ୍କୁ ଛାଡ଼ିବାକୁ ହେଲା। କଂଗ୍ରେସକୁ ସିନା ଛାଡ଼ିଲେ। ହେଲେ ରାଜନୀତି ଛାଡ଼ି ପାରିଲେ ନାହିଁ। କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଲେ।

କ୍ୟାରିୟର: କ୍ୟାରିୟର କରିବା ପାଇଁ ତାଙ୍କୁ ବମ୍ବେ (ବର୍ତ୍ତମାନର ମୁମ୍ବାଇ) ଛାଡ଼ି ପଞ୍ଜାବ ଯିବାକୁ ପଡ଼ିଲା। ସେ ପ୍ରଥମେ ଅମୃତସରର ଅମ୍ବାଲା ଏବଂ ପରେ ଖାଲସା କଲେଜରେ ଜଣେ ଅଧ୍ୟାପକ ଭାବରେ ଯୋଗଦେଲେ। ସେଠାରୁ ସେ ଗଲେ ଦିଲ୍ଲୀ। ଦିଲ୍ଲୀର ଜାକିର ହୁସେନ୍‌ କଲେଜରେ ସେ ଇଂଲିଶର ଅଧ୍ୟାପକ ଭାବରେ କାର୍ଯ୍ୟକଲେ। ୧୯୫୬ରୁ ୧୯୬୩ ଯାଏ ସେ ଜଣେ ଟ୍ରାନ୍ସଲେଟର ଭାବରେ କାର୍ଯ୍ୟକଲେ। ସେଥିଲାଗି ତାଙ୍କୁ ମସ୍କୋ ଯିବାକୁ ପଡ଼ିଲା। ସେହି ସମୟ ମଧ୍ୟରେ ସେ ଲିଓ ଟଲଷ୍ଟୟଙ୍କ ଗପସବୁକୁ ହିନ୍ଦୀରେ ଅନୁବାଦ କଲେ ଏବଂ ତାଙ୍କର ଉପନ୍ୟାସ ରିସରେକଶନ୍‌କୁ ମଧ୍ୟ ସେ ହିନ୍ଦୀରେ ଅନୁବାଦ କରିଥିଲେ। ତେବେ ଏହା ତାଙ୍କ ମନ ପସନ୍ଦର କାମ ନ ଥିଲା। ସେ ପୁଣିଥରେ ଦିଲ୍ଲୀ ଚାଲିଆସିଲେ ଓ ତାଙ୍କର ଅଧ୍ୟାପନା ବୃତ୍ତିରେ ଯୋଗଦେଲେ।

ସାହାଣୀଙ୍କ ସାହିତ୍ୟ : ଭୀଷ୍ମ ସାହାଣୀଙ୍କ ସାହିତ୍ୟ ବହୁଭାବରେ ସମୃଦ୍ଧ। ତେବେ ବିଭାଜନ ଓ ତା’ର ଧ୍ୱଂସ ତାଣ୍ଡବ ତାଙ୍କ ସାହିତ୍ୟକୁ ଅତ୍ୟଧିକ ପ୍ରଭାବିତ କରିଥିବା ଦେଖିବାକୁ ମିଳେ। ତାହାର ଏକ ଉଦାହରଣ ହେଉଛି ଉପନ୍ୟାସ ‘ତାମସ’। ବିଭାଜନକୁ ନେଇ କିଭଳି ରାଜନୀତି କରାଯାଇଥିଲା ଆଉ ସେଥିରେ କିପରି ସାଧାରଣ ଲୋକେ ବଳି ପଡ଼ିଥିଲେ ତାହାର ଏକ ମାର୍ମିକ ଚିତ୍ର ସେ ପ୍ରଦାନ କରିଥିଲେ ଉପନ୍ୟାସ ‘ତାମସ’ରେ। ଉପନ୍ୟାସଟି ଇଂଲିଶ ସମେତ ଫ୍ରେଞ୍ଚ, ଜର୍ମାନ ଆଦି ବହୁ ବୈଦେଶିକ ଭାଷା ତଥା ଅନେକ ଆଞ୍ଚଳିକ ଭାଷାରେ ମଧ୍ୟ ଅନୁଦିତ ହୋଇ ତାଙ୍କୁ ସଫଳତା ଆଣିଦେଇଥିଲା।  ୨୦୦୩ ଜୁଲାଇ ୧୧ ତାରିଖରେ ଏହି ଯୋଗଜନ୍ମା ବ୍ୟକ୍ତିତ୍ୱଙ୍କର ଦେହାନ୍ତ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସତରେ କଣ ଛାତରେ ଚୂନ କିମ୍ବା ଧଳା ରଙ୍ଗ ଲଗାଇଲେ ଗରମ କମିଥାଏ? ଜାଣନ୍ତୁ ଏହା ପଛର…

ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଗରମ ଯୋଗୁ ଲୋକେ ହାହୁତାଶ ହେଉଛନ୍ତି। ଏଭଳି ସ୍ଥିତିରେ ଘରକୁ ଭିତରୁ ଥଣ୍ଡା ରଖିବା ପାଇଁ ଲୋକେ ବିଭିନ୍ନ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

କେତେ ତାପମାତ୍ରାରେ ତରଳିଯାଏ ମଣିଷ ଚର୍ମ? ଜାଣନ୍ତୁ ଆମ ଶରୀର କେତେ ଗରମ ସହିପାରିବ…

ପ୍ରଚଣ୍ଡ ସୂର୍ଯ୍ୟ ଏବଂ ରେକର୍ଡ ଭାଙ୍ଗି ଯାଉଥିବା ଗରମ ସମସ୍ତଙ୍କୁ କଷ୍ଟରେ ପକାଇଛି। ଯେତେବେଳେ ପାରଦ 45 ଡିଗ୍ରୀ ସେଲସିୟସ ଅତିକ୍ରମ କରେ, ଏହା କେବଳ ଝାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri