ବ୍ଲେଡରେ ଦାଦା ଗଳା କାଟିଲା ପୁତୁରା

ବ୍ରହ୍ମପୁର ଅଫିସ,୮ା୬- ପୋଲସରା ଥାନା ଚିରିକିପଡ଼ାଶାସନ ପଞ୍ଚାୟତ ବିରିପୁର ଗ୍ରାମରେ ଶୁକ୍ରବାର ରାତିରେ ପୁତୁରା ଆକ୍ରମଣରେ ଦାଦା ଗୁରୁତର ହୋଇଛନ୍ତି। ଆହତ ଜଣକ ହେଲେ ବିରିପୁର ଗ୍ରାମର ଏସ. ରାଜାରାଓ ଦୋରା। ପ୍ରକାଶ ଯେ, ଶୁକ୍ରବାର ରାତି ପ୍ରାୟ ୮ଟାରେ ରାଜାରାଓଙ୍କ ପୁଅ ଧର୍ମାରାଓ ତାଙ୍କ ଦୋକାନରେ ବସିଥିଲେ। ପୁତୁରା ନିଶାସକ୍ତ ଅବସ୍ଥାରେ ଆସି ଧର୍ମାରାଓଙ୍କ ସହ କୌଣସି କାରଣକୁ ନେଇ ପାଟିତୁଣ୍ଡ କରିଥିଲେ। ପାଟି ଶୁଣି ବାପା ରାଜାରାଓ ଦୋକାନ ପାଖକୁ ଆସିଯିବାରୁ ପୁତୁରା ଧରିଥିବା ଏକ ବ୍ଲେଡରେ ତାଙ୍କ ଡ଼ାହାଣ ହାତ ଓ ବେକକୁ ବ୍ଲେଡ୍‌ରେ କାଟି ଦେଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଖବର ଲେଖାହେବା ସୁଦ୍ଧା ଥାନାରେ ମାମଲା ରୁଜୁ ହୋଇନଥିବା ଜଣାପଡିଛି।

ସୁଧୁରିବ ରେଶମ ସହରର ଟ୍ରାଫିକ ସମସ୍ୟା : ବିଏମ୍‌ସି ପକ୍ଷରୁ ଆଇଟିଏମ୍‌ଏସ୍‌ର ନିର୍ମାଣ କାର୍ଯ୍ୟ ଆରମ୍ଭ
ବ୍ରହ୍ମପୁର ଅଫିସ,୮ା୬- ବ୍ରହ୍ମପୁରରେ ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଇଣ୍ଟିଗ୍ରେଟେଡ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଟିଏମ୍‌ଏସ୍‌) ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଜୁନ ଶେଷ ସୁଦ୍ଧା ପୂର୍ବ ନିର୍ଦ୍ଧାରିତ ପ୍ରସ୍ତାବ ଅନୁସାରେ ସହରର ୫ ଜନଗହଳିପୂର୍ଣ୍ଣ ଛକରେ ସିଭିଲ, କେବୁଲ ଓ ଅଣ୍ଡର ୱାଇରିଂ କାର୍ଯ୍ୟ ସରିବ। ଜୁଲାଇରୁ ସମସ୍ତ ଛକରେ ଇଣ୍ଟିଗ୍ରେଟେଡ କ୍ୟାମେରା ଲଗାଯିବା ନେଇ ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି। ବ୍ରହ୍ମପୁର ସହରର ଜନସଂଖ୍ୟା ବଢ଼ିବା ସାଙ୍ଗକୁ ଦିନକୁ ଦିନ ଟ୍ରାଫିକ ସମସ୍ୟା ଜଟିଳ ହୋଇପଡୁଛି। ଏଥିସହ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ବେହାଲ ହୋଇଛି। ବ୍ୟବସ୍ଥାରେ ସୁଧାର ଆଣିବା ଓ ବେପାରୁଆ ଗାଡ଼ିଚାଳନା କରୁଥିବା ବ୍ୟକ୍ତିଙ୍କ ଉପରେ ଅଙ୍କୁଶ ଲଗାଇବାକୁ ବିଏମ୍‌ସି ପକ୍ଷରୁ ନୂତନ ଟ୍ରାଫିକ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବାକୁ ଅଣ୍ଟାଭିଡିଛିା ପୋଲିସ ପ୍ରଶାସନ, ଗଞ୍ଜାମ ଜିଲା ଆରଟିଓ ଅଫିସର ସହଯୋଗରେ ସହରର ପ୍ରମୁଖ ୫ ଟି ଛକରେ ବିଏମ୍‌ସି ପକ୍ଷରୁ କାର୍ଯ୍ୟକ୍ଷମ ହେବାକୁ ଯାଉଛି ଇଣ୍ଟିଗ୍ରେଟେଡ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ(ଆଇଟିଏମ୍‌ଏସ୍‌)। ଏନେଇ ଫେବୃୟାରୀ ୬ରେ ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ ହୋଇଥିବା ବେଳେ ଏହାର ନିର୍ମାଣ ଦାୟିତ୍ୱ ଭୁବନେଶ୍ୱରର ଭିଏଲଏସ୍‌ଏସ୍‌ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ କମ୍ପାନୀକୁ ଦିଆଯାଇଛିା ଫେବୃୟାରୀ ୨୫ରେ ଏହାର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ତେବେ ବିଏମ୍‌ସି ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ମେ ମାସ ସୁଦ୍ଧା ବିଏମ୍‌ସି ପକ୍ଷରୁ ଏହି ସିଷ୍ଟମ ପାଇଁ ସ୍ବତନ୍ତ୍ର ଆପ୍ଲିିକେଶନ ସଫ୍ଟୱେର ଡେଭଲପ କରାଯାଇଛି। ଏଥିସହ ଆରଟିଓ କାର୍ଯ୍ୟାଳୟର ଇ-ବାହନ ଆପ ସହ ମଧ୍ୟ ଏହାକୁ ସଂଲଗ୍ନ କରାଯିବା କାର୍ଯ୍ୟ ଶେଷ ହୋଇଛି। ବିଏମ୍‌ସି କାର୍ଯ୍ୟଳୟ ପରିସରରେ କମାଣ୍ଡାଣ୍ଟ କଣ୍ଟ୍ରୋଲ ସେଣ୍ଟର କାର୍ଯ୍ୟ ମଧ୍ୟ ୮୦ ପ୍ରତିଶତ ଶେଷ ହୋଇଛି। ମେ ଶେଷ ସପ୍ତାହରୁ ପ୍ରମୁଖ କୋର୍ଟପେଟା, କମାପଲ୍ଲୀ ଛକରେ କେବୁଲ ଓ ଅଣ୍ଡର ୱାଇରିଂ କାର୍ଯ୍ୟ ଶେଷ ହୋଇଛି।
ଜୁନ ସୁଦ୍ଧା ଉକ୍ତ ଦୁଇ ଛକ ସମେତ ଟାଟାବେଞ୍ଜ, ପିଭିଏନ୍‌ ରାଓ, ଗେଟବଜାର ଛକରେ କେବୁଲ, ଅଣ୍ଡର ୱାଇରିଂ ଓ ସିଭିଲ ୱାର୍କ ଶେଷ ହେବ। ଜୁଲାଇରୁ ସମସ୍ତ ଛକରେ ଇଣ୍ଟିଗ୍ରେଟେଡ କ୍ୟାମେରା ଖଞ୍ଜା ଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ସହରର ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଏମ୍‌ସି ପକ୍ଷରୁ ଆରମ୍ଭ ହୋଇଥିବା ଆଇଟିଏମ୍‌ଏସ୍‌ ସିଷ୍ଟମରେ ସହରର ଜନଗହଳିପୂର୍ଣ୍ଣ ଛକ ଟାଟାବେଞ୍ଜ, ପିଭିଏନ ରାଓ ପେଟ୍ରୋଲ ପମ୍ପ, କମାପଲ୍ଲୀ, ଗେଟବଜାର, କୋର୍ଟପେଟାରେ ସ୍ବୟଂଚାଳିତ ଟ୍ରାଫିକ ଲାଇଟ ସହ ଇଣ୍ଟିଗ୍ରେଟେଡ କ୍ୟାମେରା ଲାଗିବ। ୭ କୋଟି ଟଙ୍କା ବିନିମୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପରେ ସମସ୍ତ ଛକରେ କଳା ଓ ରଙ୍ଗିନ ଫଟୋ ଉତ୍ତୋଳନ କରିପାରୁଥବା ଦୁଇପ୍ରକାର କ୍ୟାମେରା ଲଗାଯିବ। ଏହି କ୍ୟାମେରା ଜେବ୍ରା କ୍ରସିଂ ଦେଇ ଯାତାୟାତ କରୁଥିବା ବାଇକ୍‌ ଚାଳକଙ୍କ ସ୍ପିଡ ଡିଟେକ୍ଟ କରିବା ସହ ତା’ର ନମ୍ବର ପ୍ଲେଟ ଫଟୋ ଉତ୍ତୋଳନ କରିବ। ଏହି କ୍ୟାମେରା ଦ୍ୱୟ ନାଇଟ ଭିଜନ ହୋଇଥିବାରୁ ରାତିରେ ମଧ୍ୟ ଏହା ଚାଳକଙ୍କ ବେଗ ରେକର୍ଡ କରିବା ସହ ଫଟୋ ଉତ୍ତୋଳନ କରିବ। ବିଏମ୍‌ସି କାର୍ଯ୍ୟାଳୟରେ ଏହାର ମୁଖ୍ୟ କଣ୍ଟ୍ରୋଲ ରୁମ ରହିବା ସହ ଆରଟିଓ ଓ ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟରେ ମଧ୍ୟ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ ରହିବ। ଏହି ବ୍ୟବସ୍ଥାରେ ରଙ୍ଗସାଇଡ୍‌ , ଟ୍ରାଫିକ ନିୟମକୁ ଅବମାନନା କରୁଥିବା ବ୍ୟକ୍ତିଙ୍କ ଗାଡି ନମ୍ବର ପ୍ଲେଟ ସଙ୍ଗେ ସଙ୍ଗେ କ୍ୟାମେରାରେ ଉତ୍ତୋଳିତ ହୋଇ ଆରଟିଓ ଓ ବିଏମ୍‌ସି କଣ୍ଟ୍ରୋଲ ରୁମରେ ପହଞ୍ଚିବା ପରେ ଆରଟିଓ ଅଫିସରୁ ଉକ୍ତ ବ୍ୟକ୍ତିଙ୍କୁ ଜରିମାନା ନୋଟିସ ପ୍ରେରଣ କରାଯିବାର ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରରେ ଲାଗିଗଲା ନିଆଁ , ପାଟି ଶୁଣି ପଡ଼ୋଶୀ ପହଞ୍ଚି…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରେ ଅଚାନକ ଲାଗିଗଲା ନିଆଁ। ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଲେ ପରିବାର। ଏଭଳି ଏକ...

‘ଆଗକୁ ବଢ଼ିବେ ଚାଷୀ, ସରକାରୀ ଯୋଜନାରେ ସାମିଲ ହୋଇ ହେବେ ଉପକୃତ’

ଭଞ୍ଜନଗର,୧୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପଡ଼ିଆରେ ଗୁରୁବାର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ଉପଜିଲାପାଳ...

କଟନି ଛଟନି ବନ୍ଦ କରିବାକୁ ପରାମର୍ଶ ଦେଲେ ମନ୍ତ୍ରୀ, କହିଲେ ଚାଷୀମାନେ କେବଳ ମଣ୍ଡିରେ ଧାନ ଦିଅନ୍ତୁ

ବୁଗୁଡ଼ା ୧୮/୧୨/(କାଳିଚରଣ ଦାଶ):  ଚଳିତ ମାସ ୨୩ ତାରିଖ ଠାରୁ ଖରିଫ ଋତୁ ଧାନ ସଂଗ୍ରହ କରିବେ ସରକାର । ତେଣୁ ଜିଲ୍ଲା ଓ ବ୍ଲକ...

ଚକରା ଘାଟିରେ ପର୍ଯ୍ୟଟକ-ଦନ୍ତା ମୁହାଁମୁହିଁ: ଲୋକେ ଆତଙ୍କିତ

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ରେ ଦନ୍ତା ହାତୀମାନଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଜଙ୍ଗଲ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତା ଶିକ୍ଷାବର୍ଷରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା…

ବ୍ରହ୍ମପୁର,୧୮।୧୨(ସ୍ମୃତି ରଞ୍ଜନ ମହାଲିକ): ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri