Posted inଖେଳ

ବ୍ଲାକ୍‌ କ୍ୟାପ୍‌ ଚ୍ୟାଲେଞ୍ଜ

ଏକ ସମ୍ପୂର୍ଣ୍ଣ ସିରିଜ ଖେଳିବା ପାଇଁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ନ୍ୟୁଜିଲାଣ୍ଡ ଗସ୍ତ କରିଛି। ଭାରତ ଓ ନ୍ୟୁଜିଲାଣ୍ଡ ୫ଗୋଟି ଟି୨୦, ୩ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚରେ ପରସ୍ପରକୁ ଭେଟିବେ। ୨୪ ତାରିଖରେ ଅକ୍‌ଲାଣ୍ଡଠାରେ ପ୍ରଥମ ଟି୨୦ ମ୍ୟାଚରୁ ସିରିଜ ଆରମ୍ଭ ହେବ। ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଭାରତ ଲାଗି ଏହି ଗସ୍ତ ବିଶେଷ ଭାବେ ମହତ୍ତ୍ୱ ରଖୁଛି।

୨୦୨୦ମସିହା ବର୍ଷ ଆରମ୍ଭ ଟିମ୍‌ ଇଣ୍ଡିଆ ପାଇଁ ବେଶ୍‌ ଆହ୍ବାନପୂର୍ଣ୍ଣ ରହିଥିଲା। ଟିମ୍‌ ଇଣ୍ଡିଆ ତାର ପ୍ରଭାବୀ ପ୍ରଦର୍ଶନ ମାଧ୍ୟମରେ ଦୁଇ ଦୁଇଟି ସିରିଜ ବିଜୟୀ ହୋଇଛି, ଯାହାକି ବିରାଟ ବାହିନୀର ମନୋବଳକୁ ଦେଶ ସୁଦୃଢ କରିବା ସହିତ ଆଗାମୀ ବିଦେଶ ଗସ୍ତ ପାଇଁ ବେଶ୍‌ ଫଳପ୍ରଦ ହେବ ବୋଲି କ୍ରିକେଟ୍‌ ପ୍ରେମୀମାନେ ବିଶ୍ୱାସ ରଖିଛନ୍ତି। ବର୍ଷ ଆରମ୍ଭ ହୋଇଥିଲା ଶ୍ରୀଲଙ୍କା ସହିତ ୩ଟି ଟି୨୦ ମ୍ୟାଚ ମାଧ୍ୟମରୁ। ପ୍ରଥମ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯିବା ପରେ ଟିମ୍‌ ଇଣ୍ଡିଆ ପରବର୍ତ୍ତୀ ଦୁଇଟି ମ୍ୟାଚରେ ଶ୍ରୀଲଙ୍କାକୁ ଅତି ସହଜରେ ହରାଇ ସିରିଜ ବିଜୟୀ ହୋଇଥିବାବେଳେ ପରବର୍ତ୍ତୀ ଅବସ୍ଥାରେ ଘରୋଇ ମାଟିରେ ଶକ୍ତିଶାଳୀ କଙ୍ଗାରୁ ଦଳ ସହିତ ୩ଟି ଏକଦିବସୀୟ ମ୍ୟାଚ ଖେଳିଥିଲା। ପ୍ରଥମ ମ୍ୟାଚରେ ଲଜ୍ଜାଜନକ ରୂପେ ପରାସ୍ତ ହେବା ପରେ ପୁନର୍ବାର ଟିମ୍‌ ଇଣ୍ଡିଆ ୨ଟି ମ୍ୟାଚରେ ସଫଳ ପ୍ରତ୍ୟାବର୍ତ୍ତନ କରିବା ସହିତ ଅଷ୍ଟ୍ରେଲିଆକୁ ୨-୧ରେ ସିରିଜ ହରାଇ ନିଜର ଦକ୍ଷତା ପ୍ରତିପାଦନ କରିବା ସହିତ ଟିମ୍‌ ବିରାଟ ତାର ଶ୍ରେଷ୍ଠତା ବଜାୟ ରଖିଛି। ୩ଟି ଫର୍ମାଟରେ ଟିମ୍‌ ଇଣ୍ଡିଆ ବିଶ୍ୱର ସମସ୍ତ ଶକ୍ତିଶାଳୀ ଟିମ୍‌କୁ ପରାସ୍ତ କରିବାକୁ ସକ୍ଷମ ଏକଥା ପ୍ରମାଣ କରିଛନ୍ତି ଟିମ୍‌ ଇଣ୍ଡିଆର ଇନ୍‌ଫର୍ମ ବ୍ୟାଟସମ୍ୟାନ ଏବଂ ସଫଳ ପେସ୍‌ ବୋଲରମାନେ।
ଦୁଇଟି ଭିନ୍ନ ସିରିଜର ସଫଳତା ଟିମ୍‌ ଇଣ୍ଡିଆ ପାଇଁ ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତରେ ବେଶ୍‌ ସହାୟକ ହେବାର ଆଶା କରାଯାଉଛି। ଯଦିଓ ନ୍ୟୁଜିଲାଣ୍ଡ ଗସ୍ତ ସର୍ବଦା ଟିମ୍‌ ଇଣ୍ଡିଆ ପାଇଁ ବେଶ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ରହିଛି। ଚଳିତ ୨ଟି ଭିନ୍ନ ସିରିଜରେ ପୁନର୍ବାର ନିଜର ଚମକ ଦେଖାଇଛନ୍ତି ରୋହିତ ଶର୍ମା, ବିରାଟ କୋହଲି, ଶିଖର ଧାୱନ ଏବଂ ଲୋକେଶ ରାହୁଲ। ସେହିପରି ବୋଲିଂରେ ମହମ୍ମଦ ଶାମି ତାଙ୍କର କମାଲ ବୋଲିଂ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରାଇଥିବା ବେଳେ ନବଦୀପ ସଇନି ତାଙ୍କର ଲୟ ଫେରିପାଇଛନ୍ତି। ଯଶପ୍ରୀତ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ସେତେ ପ୍ରଭାବୀ ହୋଇପାରି ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏକଦିବସୀୟ ମ୍ୟାଚରେ ରୋହିତ ଶର୍ମାଙ୍କ ନଅହଜାର ପୂରଣ ଏବଂ ଅଧିନାୟକ ଭାବରେ ବିରାଟ କୋହଲିଙ୍କ ୮୨ଟି ମ୍ୟାଚରେ ପାଞ୍ଚହଜାର ରନ୍‌ ପୂରଣ କରିବା।
ଏକ ସମ୍ପୂର୍ଣ୍ଣ ସିରିଜ ଖେଳିବା ପାଇଁ ଟିମ୍‌ ଇଣ୍ଡିଆ ବିରାଟ କୋହଲିଙ୍କ ନେତୃତ୍ୱରେ ୫ଟି ଟି୨୦, ୩ଟି ଏକଦିବସୀୟ ଏବଂ ୨ଟି ଟେଷ୍ଟ ମ୍ୟାଚ ଖେଳିବା ପାଇଁ ନ୍ୟୁଜିଲାଣ୍ଡରେ ପହଞ୍ଚିଛି। ଏହି ସିରିଜ ଜାନୁୟାରୀ ୨୪ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୪ତାରିଖ ପର୍ଯ୍ୟନ୍ତ ଖେଳାଯିବ। ନ୍ୟୁଜିଲାଣ୍ଡରେ ଦଳର ଅଧିନାୟକ ଅଭିଜ୍ଞ ବ୍ୟାଟ୍ସମ୍ୟାନ କେନ୍‌ ୱିଲିୟମସନ୍‌ ରହିଥିବା ବେଳେ ଟିମ୍‌ ଇଣ୍ଡିଆର ଅଧିନାୟକ ରହିଛନ୍ତି ରେକର୍ଡ ମ୍ୟାନ ବିରାଟ କୋହଲି।
ଜୁନ ମାସରେ ଇଂଲଣ୍ଡରେ ଖେଳାଯିବାକୁ ଥିବା ଆଇସିସି ଟେଷ୍ଟ ମ୍ୟାଚ ପାଇଁ ଏହି ସିରିଜ ଟିମ୍‌ ଇଣ୍ଡିଆ ପାଇଁ ବେଶ୍‌ ଆହ୍ବାନପୂର୍ଣ୍ଣ ହେବ। ଯଦିଓ ଟିମ୍‌ ଇଣ୍ଡିଆ ଅନ୍ୟ ଦେଶମାନଙ୍କ ତୁଳନାରେ ପଏଣ୍ଟ ଟେବୁଲରେ ବେଶ୍‌ ଶୀର୍ଷସ୍ଥାନରେ ରହିଛି ନ୍ୟୁଜିଲାଣ୍ଡର ପେସ ଉଇକେଟ, ୱିଣ୍ଡି କଣ୍ଡିସନ, ଗ୍ରାସିଂ ଉଇକେଟ, ସର୍ଟ ବାଉଣ୍ଡାରୀ ସବୁବେଳ ପାଇଁ ବେଶ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ରହିଆସିଛି। ବର୍ତ୍ତମାନ ଟିମ୍‌ ଇଣ୍ଡିଆର ପେସ୍‌ ବାହିନୀ ବେଶ୍‌ ଶାଣିତ ଏବଂ ଶୃଙ୍ଖଳିତ ରହିଛି। ମହମ୍ମଦ ଶାମି, ଇଶାନ୍ତ ଶର୍ମା, ଉମେଶ ଯାଦବ ଏବଂ ଯଶପ୍ରୀତ ବୁମରା, ନବଦୀପ ସଇନି ଏବଂ ଭୁବନେଶ୍ୱର କୁମାର ଭଲ ଫର୍ମରେ ରହିଛନ୍ତି। ଓପନର ଶିଖର ଧାୱନ ଆଘାତ ସମସ୍ୟା ଯୋଗୁ ଓହରି ଯିବା ଉଭୟ ଟି୨୦ ଏବଂ ଏକଦିବସୀୟ ସିରିଜ ପାଇଁ ବ୍ୟାଟିଂ ଡାଉନରେ ସମସ୍ୟା ହୋଇପାରେ। ମନୀଷ ପାଣ୍ଡେ, ଶ୍ରେୟାଶ ଆୟାର, ଶାର୍ଦ୍ଦୁଳ ଠାକୁର, ଅଲରାଉଣ୍ଡର ଶିବମ୍‌ ଦୁବେଙ୍କ ଉପରେ ଟି୨୦ ମ୍ୟାଚ ପାଇଁ ବିସିସିଆଇର ନଜର ନିଶ୍ଚିତ ରହିବ। ଯଦିଓ ବିସିସିଆଇ ୫ଟି ଟି୨୦ ମ୍ୟାଚ ପାଇଁ ଟିମ୍‌ ଘୋଷଣା କରିଛି ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସୁସ୍ଥ ପ୍ରତ୍ୟାବର୍ତ୍ତନ ଉପରେ ନଜର ରଖିଛି।
ଆଇସିସି ଟି୨୦ ର଼୍ୟାକିଙ୍ଗରେ ଟିମ୍‌ ଇଣ୍ଡିଆ ପଞ୍ଚମ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ଷଷ୍ଠ ସ୍ଥାନରେ ରହିଛି। ଏକଦିବସୀୟ ମ୍ୟାଚରେ ଟିମ୍‌ ଇଣ୍ଡିଆ ୨ୟ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ୩ୟ ସ୍ଥାନରେ ଏବଂ ଟେଷ୍ଟ ମ୍ୟାଚରେ ଟିମ୍‌ ଇଣ୍ଡିଆ ୧ନଂ ସ୍ଥାନରେ ରହିଥିବା ବେଳେ କ୍ୱିଇ ଦଳ ୩ୟ ସ୍ଥାନରେ ରହିଛି।
ଟିମ୍‌ ଇଣ୍ଡିଆର ନ୍ୟୁଜିଲାଣ୍ଡ ସହିତ ଟି୨୦ ରେକର୍ଡ ଅତ୍ୟନ୍ତ ନୈରାଶ୍ୟଜନକ। ଉଭୟ ଦେଶ ମଧ୍ୟରେ ଖେଳାଯାଇଥିବା ମୋଟ ୧୧ଟି ଟି୨୦ ମ୍ୟାଚ ମଧ୍ୟରୁ ଟିମ୍‌ ଇଣ୍ଡିଆ ୩ଟି ମ୍ୟାଚରେ ଜିତିଥିବାବେଳେ ନ୍ୟୁଜିଲାଣ୍ଡ ୮ଟି ମ୍ୟାଚରେ ବିଜୟୀ ହୋଇ ବେଶ୍‌ ଆଗରେ ରହିଛି। ୨୦୦୭ରୁ ୨୦୧୯ ମଧ୍ୟରେ ଏହି ୧୧ଟି ମ୍ୟାଚ ଖେଳାଯାଇଛି। ସେହିପରି ଉଭୟ ଦେଶ ମଧ୍ୟରେ ୧୦୭ଟି ଦିନିକିଆ ମ୍ୟାଚ ଖେଳାଯାଇଥିବା ବେଳେ ଟିମ୍‌ ଇଣ୍ଡିଆ ୫୫ଟି ମ୍ୟାଚ ଜିତିଥିବାବେଳେ ୪୬ଟି ମ୍ୟାଚ ହାରିଛି, ଗୋଟିଏ ମ୍ୟାଚ ଟାଇ ରହିଥିବା ବେଳେ ୫ଟି ମ୍ୟାଚ କୌଣସି ଫଳାଫଳ ମିଳିପାରି ନାହିଁ। ଉଭୟ ଦେଶ ମଧ୍ୟରେ ୫୭ଟି ଟେଷ୍ଟ ମ୍ୟାଚ ଖେଳାଯାଇଥିବା ବେଳେ ଟିମ୍‌ ଇଣ୍ଡିଆ ୨୧ଟିରେ ବିଜୟୀ ହୋଇଥିବାବେଳେ ୧୦ଟିରେ ପରାଜିତ ହୋଇଛି। ୨୬ଟି ମ୍ୟାଚ ଡ୍ରରେ ସମାପ୍ତ ହୋଇଛି। ଆଗକୁ ରହିଛି ଟି୨୦ ବିଶ୍ୱକପ୍‌। ତେଣୁ ଉଭୟ ଦେଶର ବୋର୍ଡ ଟି୨୦ କ୍ରିକେଟ ଉପରେ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ଏହି ଗସ୍ତ ପରେ ଭାରତ ମଧ୍ୟ ଆଗାମୀ ଟି୨୦ ବିଶ୍ୱକପ୍‌ ପାଇଁ ଏକ ଶ୍ରେଷ୍ଠ ତଥା ସନ୍ତୁଳିତ ଦଳ ଚୟନ କରିବାରେ ସମର୍ଥ ହେବ।

କାର୍ଯ୍ୟ ସୂଚୀ

ଟି୨୦ ସିରିଜ
ତାରିଖ ମ୍ୟାଚ୍‌ ଭେନୁ ସମୟ
ଜାନୁୟାରୀ ୨୪ ପ୍ରଥମ ଟି୨୦ ଅକ୍‌ଲାଣ୍ଡ ଅପରାହ୍ନ ୧୨.୩୦
ଜାନୁୟାରୀ ୨୬ ଦ୍ୱିତୀୟ ଟି୨୦ ଅକ୍‌ଲାଣ୍ଡ ଅପରାହ୍ନ ୧୨.୩୦
ଜାନୁୟାରୀ ୨୯ ତୃତୀୟ ଟି୨୦ ହାମିଲଟନ ଅପରାହ୍ନ ୧୨.୩୦
ଜାନୁୟାରୀ ୩୧ ଚତୁର୍ଥ ଟି୨୦ ଓ୍ବେଲିଂଟନ ଅପରାହ୍ନ ୧୨.୩୦
ଫେବୃୟାରୀ ୨ ପଞ୍ଚମ ଟି୨୦ ମାଉଣ୍ଟ ମଉନଗାନୁଇ ଅପରାହ୍ନ ୧୨.୩୦
ଦିନିକିଆ ସିରିଜ
ଫେବୃୟାରୀ ୫ ପ୍ରଥମ ଦିନିକିଆ ହାମିଲଟନ ସକାଳ ୭.୩୦
ଫେବୃୟାରୀ ୮ ଦ୍ୱିତୀୟ ଦିନିକିଆ ଅକ୍‌ଲାଣ୍ଡ ସକାଳ ୭.୩୦
ଫେବୃୟାରୀ ୧୧ ତୃତୀୟ ଦିନିକିଆ ମାଉଣ୍ଟ ମଉନଗାନୁଇ ସକାଳ ୭.୩୦
ଟେଷ୍ଟ ସିରିଜ
ଫେବୃୟାରୀ ୧୪ ଅଭ୍ୟାସ ମ୍ୟାଚ୍‌ ହାମିଲଟନ ଭୋର ୩.୩୦
ଫେବୃୟାରୀ ୨୧ ପ୍ରଥମ ଟେଷ୍ଟ ଓ୍ବେଲିଂଟନ ଭୋର ୪.୩୦
ଫେବୃୟାରୀ ୨୯ ଦ୍ୱିତୀୟ ଟେଷ୍ଟ ଖ୍ରୀଷ୍ଟଚର୍ଚ୍ଚ ଭୋର ୪.୩୦

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri