ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଅବ୍ୟବସ୍ଥା : ଶ୍ୱାସରୁଦ୍ଧ ହୋଇ ମେଡିକାଲ ଗଲେ ବୃଦ୍ଧା

ନାଉଗାଁ,୮ା୧୧(ସ୍ବ.ପ୍ର.): ନାଉଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ମାତ୍ର ଏହି ଶିବିରରେ ନାନା ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଫଳରେ ଏହାକୁ ନେଇ ଅନେକ ଭିନ୍ନକ୍ଷମ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଶେଷକରି ଯେଉଁଠି ଶିବିର ଆୟୋଜନ କରାଯାଇଥିଲା ସେଠାରେ ସ୍ଥାନାଭାବ ଯୋଗୁ ଅନେକ ଭିନ୍ନକ୍ଷମ ବୃଦ୍ଧାବୃଦ୍ଧ ତଳେ ବସିଥିବା ଦେଖିବାକୁ ମିଳିଥିଲା। ଏପରି କି ଶିବିରକୁ ଯିବା ପାଇଁ ଅନେକ ଭିନ୍ନକ୍ଷମ ତଳେ ଘୁଷୁରି ଘୁଷୁରି ଯାଇଥିଲେ। ଶିବିରକୁ ତିରୁଣା ପଞ୍ଚାୟତ ନରଣପୁର ଗ୍ରାମର ଳଳିତା ବଓ୍ବୋ ଆସିଥିଲେ। ତେବେ ସ୍ଥାନାଭାବରୁ ସେ ଶ୍ୱାସରୁଦ୍ଧ ହୋଇ ତଳେ ପଡିଯାଇଥିଲେ। ତାଙ୍କୁ ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଶିବିର ମଧ୍ୟକୁ ଭିନ୍ନକ୍ଷମଙ୍କୁ ନେବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି କର୍ମଚାରୀଙ୍କୁ ନିୟୋଜିତ କରାଯାଇ ନ ଥିଲା। ଯଦ୍ଦ୍ବାରା ଭିନ୍ନକ୍ଷମମାନେ ନିଜସ୍ବ ଉଦ୍ୟମରେ ପାହାଚ ଚଢି ଯିବାର ଦେଖା ଯାଇଥିଲା। ସ୍ଥାନାଭାବା ଓ ଅତ୍ୟଧିକ ଭିନ୍ନକ୍ଷମ ଆସିଥିବାବେଳେ ସେମାନଙ୍କ ପାଇଁ ପାନୀୟଜଳ, ପଙ୍ଖା ଆଦିର ବ୍ୟବସ୍ଥା ମଧ୍ୟ କରାଯାଇ ନ ଥିଲା। ଶିବିରରେ ୫୫୩ ଆବେଦନ ପଞ୍ଜୀକୃତ କରାଯାଇଥିଲା। ଏଥିରେ ଅସ୍ଥିଶଲ୍ୟରେ ୨୭୦, ମାନସିକ ଅନଗ୍ରସରରେ ୧୫୮, ଚକ୍ଷୁରେ ୭୩ଟି, ବାକ୍‌, ଶ୍ରବଣ ଓ ଶକ୍ତିବାଧିତରେ ୪୯ଟି ଓ ଥାଲାସିମିଆରେ ୩ଟି ଅଭିଯୋଗ ଥିଲା। ସମସ୍ତ ବିଭାଗର ଡାକ୍ତର ଯୋଗଦେଇ ପରୀକ୍ଷା କରି ପ୍ରମାଣପତ୍ର ଦେଇଥିଲେ। ଏହାମଧ୍ୟରୁ ୧୨ଜଣ ଆଶାବାଡି, ହୁଇଲ ଚେୟାର ଆଦି ଉପକରଣ ନେବା ପାଇଁ ଆବେଦନ କରିଛନ୍ତି। ଯୋଜନାରେ ନାମ ପଞ୍ଜୀକରଣ କରିଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ କମ୍ପ୍ୟୁଟରୀକରଣ ପ୍ରମାଣପତ୍ର ଦିଆଯିବ ବୋଲି ଜନମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବାଶିଷ ସ୍ବାଇଁ କହିଛନ୍ତି। ଶିବିରରେ ଅବ୍ୟବସ୍ଥା ସମ୍ପର୍କରେ ଜନମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସ୍ବାଇଁଙ୍କୁ ପଚାରିବାରେ ସେମିତି କିଛି ହୋଇ ନ ଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାରମ୍ପରିକ ଖାଦ୍ୟକୁ ନେଇ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ ଆନନ୍ଦମୟୀ….

ଦାରିଙ୍ଗବାଡି, ୧୩ା୪ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ୍‌ କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ଓଡ଼ିଆ ପକ୍ଷ ଅବସରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ବିଡ଼ିଓ ପ୍ରୀତିରଞ୍ଜନ…

ମାଲକାନଗିରି କୋର୍ଟର ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ମାଲକାନଗିରି,୧୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋର୍ଟକୁ ଏକ ଅଜ୍ଞାତ ମେଲ୍‌ରୁ ସୋମବାର ବୋମା ଧମକ ମିଳିଛି। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଅଞ୍ଚଳରେ…

ସ୍ତ୍ରୀଙ୍କୁ ହତ୍ୟା ପରେ ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲେ ସ୍ବାମୀ ଗୁମର ଖୋଲିଲା ୪ ବର୍ଷର ପୁଅ

ରାଇଘର,୧୩।୪ (କିରଣ ପଟ୍ଟନାୟକ): ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ବାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚେଇ ରଖିଥିଲେ।…

ପଞ୍ଚଭୂତରେ ବିଲୀନ ହେଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ, ପୁଅ ଦେଲେ ମୁଖାଗ୍ନି

ମୁମ୍ବାଇ,୧୩।୪: ବଲିଉଡରେ ଶୋକର ଲହରୀ ଖେଳିଯାଇଛି । ସିନେମା ଏବଂ ସଙ୍ଗୀତ ଜଗତ ଜଣେ କିମ୍ବଦନ୍ତୀ ଗାୟିକାଙ୍କୁ ହରାଇଛି । ଆଶା ଭୋସଲେ ଦଶନ୍ଧି ଧରି ଚଳଚ୍ଚିତ୍ର…

କଫସିରପ ଚାଲାଣର ପର୍ଦ୍ଦାଫାଶ କଲା ଦୁର୍ଘଟଣା, ତଳେ ପଡି ଗୋଟାଉଥିବା ବେଳେ ମାଡିବସିଲେ ଲୋକେ

ବଲାଙ୍ଗୀର,୧୩।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଦିନକୁ ଦିନ କଫସିରଫ ବେପାର ବଢିବାରେ ଲାଗିଛି l କଫସିରପ ମାଫିଆମାନେ ବିଭିନ୍ନ ସମୟରେ ବଡ଼ ବଡ଼ ଚାରିଚକିଆ…

ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…

ଡାବୁଗାଁ ବନ ବିଭାଗର ଚଢାଉ: କଲରାପତରିଆ ବାଘ ଛାଲ ଜବତ, ୫ ଗିରଫ

ନବରଙ୍ଗପୁର,୧୩।୪( ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଡାବୁଗାଁ ବନ ବିଭାଗକୁ ସୋମବାର ଏକ ବଡ଼ ସଫଳତା ମିଳିଛି । ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରାସାଦ ବେହେରାଙ୍କ…

ବେପରୁଆ ଗାଡ଼ି ଚାଳନା; ଭାରସାମ୍ୟ ହରାଇ ଲିମ୍ବ ଗଛରେ ପିଟିହେଲା ହାଇଓ୍ବା, ତାପରେ….

ବଲାଙ୍ଗୀର,୧୩ା୪( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନ୍ ପାଲି ରାସ୍ତାରେ ହାଇଓ୍ବା ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସି ଖୁଜେନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri