ବ୍ରାଉନ୍‌ସୁଗାର ଡିଲର ସେକ୍‌ ରାଜାଙ୍କ ଘର ଉପରେ ଚଢ଼ାଉ: ସିସି କ୍ୟାମେରା ଜଗୁଥିଲା କଳାବେପାର

ଭୁବନେଶ୍ୱର, ୧୯।୯(ବ୍ୟୁରୋ)/ ବାଲେଶ୍ୱର ଅଫିସ: ବ୍ରାଉନ୍‌ସୁଗାର ଡିଲର ସେକ୍‌ ରାଜା କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ହାତରେ ଧରାପଡିବା ପରେ ଅନେକ ଗୁମର ଫିଟିବାରେ ଲାଗିଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ରାଜସ୍ଥାନ, ନେପାଳ, ବାଂଲାଦେଶ, ଗୋଆରେ ରାଜାଙ୍କର ନେଟ୍‌ଓ୍ବର୍କ ରହିଛି। ବାଂଲାଦେଶରୁ ଜଳପଥରେ ବ୍ରାଉନସୁଗାର ଆଣି ବାଲେଶ୍ୱରରେ ପହଞ୍ଚାଇବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳ ଓ ଅନ୍ୟ ରାଜ୍ୟକୁ ଚାଲାଣ କରନ୍ତି ରାଜା। ତେବେ ତାଙ୍କ କଳା ସାମ୍ରାଜ୍ୟ ଓ ବହୁ କୋଟି ସମ୍ପତ୍ତିର ସୁରାକ ମିଳିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି। ଭୁବନେଶ୍ୱର ସ୍ପେଶାଲ କୋର୍ଟ ଅନୁମତି ଦେବା ପରେ ବୁଧବାରଠାରୁ ଏସ୍‌ଟିଏଫ୍‌ ତାଙ୍କୁ ୭ଦିନିଆ ରିମାଣ୍ଡରେ ଆଣିଛି। ଏସ୍‌ଟିଏଫ୍‌ କାର୍ଯ୍ୟାଳୟରେ ଏସ୍‌ପି ରାହୁଲ ପିଆର୍‌ଙ୍କ ତତ୍ତ୍ୱାବଧାନରେ ଗଠିତ ସ୍ବତନ୍ତ୍ର ଟିମ୍‌ ତାଙ୍କୁ ଜେରା କରୁଛି। ଅନ୍ୟପକ୍ଷରେ ମଧ୍ୟାହ୍ନରେ ବାଲେଶ୍ୱର ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ସହଦେବଖୁଣ୍ଟା ମଡେଲ ଥାନା ଅନ୍ତର୍ଗତ ଅରଡ଼ବଜାର ମସଜିଦ୍‌ ଗଳିସ୍ଥିତ ରାଜାଙ୍କ ବିଳାସପୂର୍ଣ୍ଣ ବାସଭବନ ଉପରେ ଚଢ଼ାଉ କରିଥିଲା। ସେଠାରୁ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ରାଜାଙ୍କ କଳାକାରବାରକୁ ସୁରକ୍ଷା ଦେବାକୁ ଘର ଓ ଗଳି ରାସ୍ତାକୁ ପୂରା ସିସିଟିଭି କ୍ୟାମେରା ଜଗୁଥିଲା। ବ୍ରାଉନସୁଗାର ବ୍ୟବସାୟୀଙ୍କ ସମେତ ପୋଲିସ ଓ ଅନ୍ୟ ଲୋକଙ୍କ ଯାତାୟାତ ଉପରେ ଏହା ନଜର ରଖୁଥିଲା। ସ୍ପେଶାଲ ସ୍କ୍ବାଡ୍‌ ଘର ଓ ବାହାରେ ଲାଗିଥିବା ୪ ସିସିିଟିଭି କ୍ୟାମେରା ସହ କମ୍ପ୍ୟୁଟର ହାର୍ଡଡିସ୍କକୁ ଜବତ କରିଛି। ହାର୍ଡଡିସ୍କକୁ ଯାଞ୍ଚ କଲାପରେ ରାଜାଙ୍କ କଳା ସାମ୍ରାଜ୍ୟ ସମ୍ପର୍କରେ ବହୁ ତଥ୍ୟ ମିଳିବ ବୋଲି ପୋଲିସ ଆଶା ରଖିଛି।
ଗତ ୧୬ ତାରିଖରେ ଏସ୍‌ଟିଏଫ୍‌ ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଯଦୁପୁର ଅଞ୍ଚଳରୁ ସେକ୍‌ ରାଜାଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ନଗଦ ୧ଲକ୍ଷ ଟଙ୍କା, ଗୁଳି ଭର୍ତ୍ତି ପିସ୍ତଲ, ୧୩୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଏବଂ ୬ଟି ମୋବାଇଲ ଫୋନ୍‌ ଜବତ ହୋଇଥିଲା। ପୂର୍ବରୁ ଖୋର୍ଦ୍ଧାରୁ ଗିରଫ ହୋଇଥିବା ପଥର ତଥା ବ୍ରାଉନସୁଗାର ବେପାରୀ ଛୋଟା ଓ ଅନ୍ୟ କେତେଜଣ ସହଯୋଗୀଙ୍କୁ ପଚରାଉଚରାବେଳେ କିଙ୍ଗ୍‌ପିନ୍‌ ରାଜାଙ୍କ ସମ୍ପର୍କରେ ସୁରାକ ପାଇଥିଲା ଏସ୍‌ଟିଏଫ୍‌। ତାଙ୍କୁ ଧରିବା ପରେ ପୂରା ସାମ୍ରାଜ୍ୟକୁ ଧ୍ୱଂସ କରିବା ପାଇଁ ଏସ୍‌ଟିଏଫ୍‌ ଅଭିଯାନ ଆରମ୍ଭ କରିଛି। ତେବେ ବୁଧବାର ପୋଲିସ ବାଲେଶ୍ୱର ଅରଡ଼ବଜାରସ୍ଥିତ ରାଜାଙ୍କ ବାସଭବନ ଉପରେ ଚଢ଼ାଉବେଳେ ତାଙ୍କ ଘର ବନ୍ଦ ଥିବା ଦେଖିବାକୁ ମିଳିଥିଲା। ମସଜିଦ୍‌ ଗଳି ଆରମ୍ଭରୁ ତାଙ୍କ ଘର ଯାଏ ସିସି ଟିଭି କ୍ୟାମେରା ଲଗାଯାଇଥିବା ଦେଖି ପୋଲିସ ସତର୍କତାର ସହ ଆଗକୁ ବଢ଼ିଥିଲା। ତେବେ ସିସିଟିଭି କ୍ୟାମେରାର ହାର୍ଡଡିସ୍କ ରାଜାଙ୍କ ଭାଉଜ ସନ୍‌ୱାର ବିବିଙ୍କ ଘରେ ରହିଥିଲା। ସ୍ପେଶାଲ ସ୍କ୍ବାଡ୍‌ ସେସବୁକୁ ଜବତ କରିବା ସହ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି। ବାଲେଶ୍ୱର ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ରେ ଡିଏସ୍‌ପି ମନୋଜ ରାଉତ, ରେମୁଣା ଥାନା ଆଇଆଇସି ଶୁଭ୍ରାଂଶୁ ନାୟକ ପ୍ରମୁଖ ଥିଲେ।
ଏସ୍‌ଟିଏଫ୍‌ ଆଇଆଇସି ଆଲୋକ ଜେନା କହିଛନ୍ତି, ରାଜା ଅଧିକାଂଶ ସମୟରେ କଲିକତାରେ ରହି ଗୋଆ, ରାଜସ୍ଥାନ, ନେପାଳକୁ ଯାଉଥିଲେ। ସହଯୋଗୀ ଓ ଏଜେଣ୍ଟମାନେ ବ୍ରାଉନ୍‌ସୁଗାର ଠିକଣା ସ୍ଥାନରେ ପହଞ୍ଚାଉଥିଲେ। ତାଙ୍କ ସମ୍ପର୍କରେ ଅଧିକ ଖୋଳତାଡ଼ ଚାଲିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri