ବ୍ରହ୍ମପୁରରେ ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ: ନିରାଶରେ ଫେରିଲେ ବହୁ ଅଭିଯୋଗକାରୀ

ବ୍ରହ୍ମପୁର ଅଫିସ୍‌,୧୩ା୭-ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ(କ୍ୟାମ୍ପ କୋର୍ଟ) ଶୁକ୍ରବାର ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ମୋଟ ୬୫ ମାମଲାର ଶୁଣାଣି ପାଇଁ ଲକ୍ଷ୍ୟ ରଖାଯାଇଥିଲା। ସେଥିରୁ ୩୯ ମାମଲାରେ ସମ୍ପୃକ୍ତ ବ୍ୟକ୍ତିମାନେ ପହଞ୍ଚିଥିଲେ। ମାତ୍ର ୭ମାମଲାର ଉଭୟ ପକ୍ଷ ଉପସ୍ଥିତ ଥିଲେ। ବଳକା ମାମଲାରେ ଅପରପକ୍ଷ ଅନୁପସ୍ଥିତ ଥିବା ଯୋଗୁ କୌଣସିଟିି ଫଇସଲା ହୋଇପାରି ନ ଥିଲା। ୬ ମାମଲାର କେବଳ ଅପର ପକ୍ଷ ହିଁ ଉପସ୍ଥିତ ଥିଲେ, କିନ୍ତୁ ଏତଲାକାରୀଙ୍କ ପକ୍ଷରୁ କେହି ନ ଥିଲେ। ତେବେ ବହୁ ସଂଖ୍ୟକ ମାମଲାର ଅପରପକ୍ଷ ଅନୁପସ୍ଥିତି ଥିବା ନେଇ ମହିଳା ଆୟୋଗ ସଦସ୍ୟାମାନେ ଉଦ୍‌ବେଗ ଏବଂ ଅସନ୍ତୋଷ ପ୍ରକାଶ କରିଥିଲେ। ୪ ମାମଲାର ଆପୋସ ସମାଧାନ ହୋଇଥିବା ବେଳେ ଗୋଟିଏ ମାମଲାର ତଦନ୍ତ ପାଇଁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିଭଳି ୨ଟି ମାମଲା ସୁରକ୍ଷା ଅଧିକାରୀଙ୍କ ପାଖକୁ ତଦନ୍ତ ପାଇଁ ପଠାଇ ଦିଆଯାଇଥିବା ବେଳେ ୩ ମାମଲାକୁ ଜିଲା ଆଇନ୍‌ ସେବା ପ୍ରାଧିକରଣଙ୍କ ପାଖକୁ ପଠାଇ ଦିଆଯାଇଛି। ୨୮ ମାମଲାର ଶୁଣାଣି ପୁଣି ଥରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଉଭୟ ପକ୍ଷର ଅସହଯୋଗ ଯୋଗୁ ଗୋଟିଏ ମାମଲାର ଫଇସଲା ହୋଇପାରି ନ ଥିଲା।
ମହିଳା ଆୟୋଗର ସଦସ୍ୟା କୁସୁମ ରଥ ଏବଂ ସ୍ନେହାଞ୍ଜଳି ମହାନ୍ତି, ଡିଏସ୍‌ପି ବିଜୟା ବରୁଆ, ଆଇନ୍‌ ସହାୟତକାରୀ ଅରବିନ୍ଦ ପଟ୍ଟନାୟକ, ଉମାକାନ୍ତ ସାହୁ ଏବଂ ତ୍ରିଲୋଚନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ଉପଜିଲାପାଳ ଦିଗନ୍ତ କୁମାର ରାଉତରାୟ, ଅତିରିକ୍ତ ଏସ୍‌ପି ମୟାଧର ସେଠୀ, ଡିଏସ୍‌ପି ଜେ.କେ. ପଟ୍ଟନାୟକ, ମହିଳା ସୁରକ୍ଷା ଅଧିକାରୀ ଆର୍‌.ଜ୍ଞାନେଶ୍ୱରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ତେବେ ମାମଲାଗୁଡ଼ିକ ମଧ୍ୟରେ ସର୍ବାଧିକ ମାମଲା ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ଜନିତ ଥିଲା। ଯେଉଁ ମାମଲାରେ ଉଭୟ ପକ୍ଷ ଉପସ୍ଥିତ ଥିଲେ, ସେହି ମାମଲାଗୁଡ଼ିକୁ ଯଥା ସମ୍ଭବ ଆପୋସ ସମାଧାନ ପାଇଁ ସଦସ୍ୟାମାନେ ଗୁରୁତ୍ୱ ଦେଇଥିଲେ। ହେଲେ ମହିଳାଙ୍କ ପରିବାର ବର୍ଗମାନେ ସେଥିରେ ରାଜି ହୋଇ ନ ଥିବା ଦେଖିବାକୁ ମିଳିଥିଲା।
ଫଳରେ ମାମଲାଗୁଡ଼ିକର କୌଣସି ନିଷ୍କର୍ଷ ବାହାରି ପାରି ନଥିଲା।
ଶିବିର ଅଦାଲତ ଆୟୋଜନକୁ ନେଇ ମଧ୍ୟ ସଦସ୍ୟାମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଗତ ୬ବର୍ଷ ଭିତରେ ଏମିତି ଅବ୍ୟବସ୍ଥା କେବେ ହୋଇନାହିଁ ବୋଲି ସଦସ୍ୟାମାନେ ଗଣମାଧ୍ୟମକୁ କହିଥିଲେ। ଶିବିର ପୂର୍ବାହ୍ନ ୧୦ଟାରେ ଆରମ୍ଭ ହେବାକୁ ସ୍ଥିର ହୋଇଥିଲା।
ହେଲେ ସ୍ଥାନୀୟ ପ୍ରଶାସନର ଅଧିକାରୀଙ୍କ ଦେଖା ନ ଥିଲା। ଏପରିକି ପୋଲିସ ଅଧିକାରୀମାନେ ପ୍ରାୟ ସାଢ଼େ ୧୨ଟା ପରେ ଶିବିରରେ ପହଞ୍ଚିଥିଲେ। ଫଳରେ ମାମଲାଗୁଡ଼ିକର ଶୁଣାଣି ବାଧାପ୍ରାପ୍ତ ହୋଇଥିଲା। କୌଣସି ଏକ ମାମଲାର ତଦନ୍ତ ଦାୟିତ୍ୱ ପୋଲିସକୁ ପ୍ରଦାନ କରିବା ପାଇଁ ସଦସ୍ୟମାନେ ନିଷ୍ପତ୍ତି ନେଉଥିବା ବେଳକୁ ପୋଲିସ ଅଧିକାରୀ ଅନୁପସ୍ଥିତ ଥିଲେ। ଅପର ପକ୍ଷକୁ ନୋଟିସ୍‌ ପଠାଇବା ପାଇଁ ମଧ୍ୟ ପୋଲିସ ବିଭାଗର କେହି ନ ଥିଲେ।
ସେହିଭଳି ବିପକ୍ଷ ପକ୍ଷଗୁଡ଼ିକୁ ବହୁ ପୂର୍ବରୁ ଏହି ଶିବିରରେ ଉପସ୍ଥିତ ରହିବାକୁ ଅବଗତ କରାଯାଇଥିଲା। ସେମାନେ ଅନୁପସ୍ଥିତ ଥିବା ଯୋଗୁ ମାମଲାଗୁଡ଼ିକର କୌଣସି ଫଇସଲା ହୋଇପାରି ନ ଥିଲା। ମହିଳାଙ୍କ ସମ୍ପର୍କିତ ମାମଲାଗୁଡ଼ିକର ଶୁଣାଣି ବେଳେ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବା କଥା। ହେଲେ କେହି ଜଣେ ମଧ୍ୟ ଉପସ୍ଥିତ ନ ଥିଲେ। ଏସବୁକୁ ନେଇ ସଦସ୍ୟମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri