ବ୍ରହ୍ମପୁର ଷ୍ଟାଡିୟମ୍‌ରେ ସର୍ବସାଧାରଣଙ୍କ ପ୍ରବେଶ: ପେସାଦାର ଖେଳାଳିଙ୍କ ବିରୋଧ

ବ୍ରହ୍ମପୁର ଅଫିସ୍‌,୨୧ା୬- ନେତା ବଦଳିଲେ, ନୀତି ବଦଳେ। ଏକଥା କୁହାଯାଏ। ହେଲେ ବ୍ରହ୍ମପୁର ସହରରେ ଏବେ ନେତା ବଦଳୁଥିବା ନୀତି ସମସ୍ୟା ସୃଷ୍ଟି କରୁଛି। ବ୍ରହ୍ମପୁର ଷ୍ଟାଡିୟମ୍‌ ବର୍ତ୍ତମାନ ଏହା ଭୋଗିବାକୁ ଯାଉଛି। ଷ୍ଟାଡିୟମ୍‌ରେ ସକାଳୁ ବ୍ୟାୟାମ କରିବା ପାଇଁ ସର୍ବସାଧାରଣଙ୍କ ପ୍ରବେଶ ଉପରୁ କଟକଣା ହଟାଇବାକୁ ନବନିର୍ବାଚିତ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଘୋଷଣା କରିଥିଲେ। ଏହାକୁ ପେଶାଦାର ଖେଳାଳିମାନେ ତୀବ୍ର ବିରୋଧ କରୁଛନ୍ତି। ଗୁରୁବାର ସକାଳେ ଖେଳାଳିମାନେ ନିଷ୍ପତ୍ତି ବଦଳାଇବା ପାଇଁ ବିଧାୟକଙ୍କୁ ସାକ୍ଷାତ କରିବାକୁ ତାଙ୍କ ଘରକୁ ଯାଇଥିଲେ। ହେଲେ ବିଧାୟକ ସାକ୍ଷାତ କରି ନ ଥିଲେ। ଯାହା ଖେଳାଳିଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ହେଲା, ପ୍ରତିଷ୍ଠା ପରଠୁ ବ୍ରହ୍ମପୁର ଷ୍ଟାଡିୟମ୍‌ରେ ସକାଳୁ ଏବଂ ଉପରବେଳା ବ୍ୟାୟାମ କରିବା ପାଇଁ ସର୍ବସାଧାରଣଙ୍କ ପ୍ରବେଶ ଥିଲା। ହେଲେ ଦେଖିବାକୁ ମିଳିଲା, ଶତାଧିକ ଲୋକ ବ୍ୟାୟାମ କରିବା ଫଳରେ ପଡ଼ିଆ ନଷ୍ଟ ହେବାରେ ଲାଗିଲା, ଘାସ ମରିଗଲା। ଖାଲ ଢ଼ିପ ବଢ଼ିଲା। ଷ୍ଟାଡିୟମ୍‌ର ଉନ୍ନତୀକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ୨୦୧୩ରେ ୫୬ଲକ୍ଷ ଟଙ୍କାର ବ୍ୟୟରେ ଷ୍ଟାଡିୟମ୍‌ର ଉନ୍ନତୀକରଣ କରାଯାଇଛି। ସ୍ପ୍ରିଙ୍କଲର୍‌ ଲଗାଇ ପାଣି ସିଞ୍ଚନ ବ୍ୟବସ୍ଥା ସହ ଅନ୍ୟାନ୍ୟ କାମ ହୋଇଛି। ନିୟମିତ ପାଣି ସିଞ୍ଚନ ଫଳରେ ଘାସ ଉଠିଥିଲା। ହେଲେ ଏହା ପରଠୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା। କାରଣ ଷ୍ଟାଡିୟମ୍‌ରେ କ୍ରୀଡ଼ା ଛାତ୍ରାବାସ ରହିଛି। ବହୁ ଅନ୍ତେବାସୀ ସେଠାରେ ଭଲିବଲ୍‌, ବାସ୍କେଟବଲ୍‌, ଭାରୋତ୍ତୋଳନ ସହ ଅନ୍ୟାନ୍ୟ କ୍ରୀଡ଼ାରେ ତାଲିମ୍‌ ନେଉଛନ୍ତି। ଏଥି ସହ କେବଳ ପେଶାଦାର ଖେଳାଳିଙ୍କୁ ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ ଅନୁମତି ଦିଆଯାଇଥିଲା। ଫଳରେ ଆଥଲେଟିକ୍‌ ଏବଂ ବକ୍ସିଂ ସହ ଅନ୍ୟ କ୍ରୀଡ଼ାର ଖେଳାଳୀମାନେ ନିୟମିତ ଅଭ୍ୟାସ କରିପାରୁଥିଲେ। କୌଣସି ପ୍ରକାର ବାଧା ନ ଥିଲା। ହେଲେ ନବନିର୍ବାଚିତ ବିଧାୟକ ବିକ୍ରମ କୁମାର ପଣ୍ଡା ଗତ ୧୬ତାରିଖରେ ଷ୍ଟାଡିୟମ୍‌ ପରିଦର୍ଶନରେ ଯାଇଥିଲେ।
ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଉଠାଇ ଦେଇଥିଲେ। ଶତାଧିକ ପେଶାଦାର ଖେଳାଳି ତୀବ୍ର ବିରୋଧ କରିଛନ୍ତି। କାରଣ ସର୍ବସାଧାରଣଙ୍କ ପ୍ରବେଶ ଫଳରେ ସେମାନଙ୍କ ଅଭ୍ୟାସ ବାଧାପ୍ରାପ୍ତ ହେବ। ଷ୍ଟାଡିୟମ୍‌ରେ ଲାଗିଥିବା ସ୍ପ୍ରିଙ୍କଲର୍‌, ଘାସ ନଷ୍ଟ ହୋଇଯିବ। ପୂର୍ବଭଳି ସେମାନେ ଅଭ୍ୟାସ କରିପାରିବେ ନାହିଁ। କ୍ରୀଡ଼ା ଛାତ୍ରାବାସରେ ଅନ୍ତେବାସୀମାନେ ରହୁଥିବା ଯୋଗୁ ସେମାନଙ୍କ ସମସ୍ୟା ମଧ୍ୟ ବଢ଼ିଯିବ। ଏଣୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ପୂର୍ବରୁ ରହିଥିବା କଟକଣା ପୁଣି ଥରେ ଲଗାଯିବାକୁ ଖେଳାଳିମାନେ ଦାବି କରିଛନ୍ତି। ଏହି ଦାବିନେଇ ସେମାନେ ଗୁରୁବାର ସକାଳେ ବିଧାୟକଙ୍କ ଘରକୁ ଯାଇଥିଲେ। କିନ୍ତୁ ସେ ସାକ୍ଷାତ କରି ନ ଥିଲେ।ସୂଚନାଯୋଗ୍ୟ, ବ୍ରହ୍ମପୁର ଷ୍ଟାଡିୟମ୍‌ର ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି। ଏହାକୁ ସାଟେଲାଇଟ୍‌ ଷ୍ଟାଡିୟମ୍‌ରେ ପରିଣତ କରିବାକୁ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏପରିକି ଷ୍ଟାଡିୟମ୍‌ କଡ଼ରେ ଥିବା ସେନା ବିଭାଗର କ୍ୱାର୍ଟର୍ସ ଜମିକୁ ମଧ୍ୟ ଅଧିଗ୍ରହଣ କରାଯାଇଛି। ଉନ୍ନତମାନର କ୍ରୀଡ଼ା ଛାତ୍ରାବାସ ସହ ଅନ୍ୟାନ୍ୟ ଅତ୍ୟାଧୁନିକ କ୍ରୀଡ଼ା ସାମଗ୍ରୀ ରଖିବାକୁ ପୂର୍ବରୁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଘୋଷଣା କରିଛି। ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଏଭଳି ସ୍ଥଳେ ଷ୍ଟାଡିୟମ୍‌କୁ ସର୍ବସାଧାରଣଙ୍କ ପ୍ରବେଶ ଫଳରେ କେବଳ ଷ୍ଟାଡିୟମ୍‌ ନଷ୍ଟ ହେବନି ବରଂ ନିର୍ମାଣକାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି କ୍ରୀଡ଼ାବିତ୍‌ମାନେ ଆଲୋଚନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri