ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବରିଷ୍ଠ ସହାୟକ ପଦୋନ୍ନତି ମାମଲା: ଦରମା ହ୍ରାସ ବିଜ୍ଞପ୍ତି ହାଇକୋର୍ଟରେ ଅସିଦ୍ଧ

କଟକ ଅଫିସ, ୧୫।୧୨: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପଦୋନ୍ନତି ପାଇ କାର୍ଯ୍ୟ କରୁଥିବା ବରିଷ୍ଠ ସହାୟକଙ୍କ ଦରମା ହ୍ରାସ ସମ୍ପର୍କିତ ବିଜ୍ଞପ୍ତି ହାଇକୋର୍ଟରେ ଅସିଦ୍ଧ ହୋଇଛି। ଗଣେଶ ଚନ୍ଦ୍ର ବେହେରା ଏବଂ ରଜତ କୁମାର ପଟ୍ଟନାୟକଙ୍କ ପକ୍ଷରୁ ଆଗତ ଦୁଇଟି ପୃଥକ୍‌ ମାମଲାର ଏକତ୍ର ଶୁଣାଣି ହାଇକୋର୍ଟରେ ହୋଇଥିଲା। ବିଶ୍ୱବିଦ୍ୟାଳୟ ଦ୍ୱାରା ଗଠିତ ଡିପିସି (ଡିପାର୍ଟମେଣ୍ଟାଲ ପ୍ରମୋଶନ କମିଟି)ରେ ବିଧିବଦ୍ଧ ଭାବେ ଆବେଦନକାରୀମାନେ ୧୯୯୮ରୁ ପଦୋନ୍ନତି ସହ ଉଚ୍ଚ ପଦବୀରେ କାର୍ଯ୍ୟ କରି ଉଚ୍ଚ ବେତନ ହାରରେ ଦରମା ନେଇ ସାରିଛନ୍ତି। ତେଣୁ ସେମାନଙ୍କ ଦରମା ହ୍ରାସ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ତାଙ୍କର ୨୮ ପୃଷ୍ଠା ସମ୍ବଳିତ ରାୟରେ ସ୍ପଷ୍ଟ କରିଛନ୍ତି। ଏଥିସହ ଆବେଦନକାରୀଙ୍କ ୧୦ରୁ ୧୨ ବର୍ଷ ବେତନ ହ୍ରାସକୁ ସଂଶୋଧନ ସହ ପୁନଃ ନିର୍ଦ୍ଧାରଣ କରି ଦରମା ପ୍ରଦାନ କରିବାକୁ ହାଇକୋର୍ଟ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଡଭୋକେଟ ଜଗନ୍ନାଥ ପଟ୍ଟନାୟକ ଏହି ମାମଲା ପରିଚାଳନା କରୁଛନ୍ତି।

ମାମଲାର ଶୁଣାଣି ସମୟରେ ଆଡଭୋକେଟ ପଟ୍ଟନାୟକ ଅଦାଲତକୁ ଦର୍ଶାଇଥିଲେ, ଉକ୍ତ ବିଶ୍ୱବିଦ୍ୟାଳୟରେ ଆବେଦନକାରୀମାନେ ପ୍ରଥମେ କନିଷ୍ଠ ସହାୟକ ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିଲେ। ୧୯୯୮ ଡିସେମ୍ବର ୨୨ରେ ସେମାନଙ୍କୁ ବରିଷ୍ଠ ସହାୟକ ପଦବୀକୁ ପଦୋନ୍ନତି ମିଳିଲା। ତଦନୁଯାୟୀ ୨୦୦୧ ଜୁଲାଇ ୧ରେ ୧୦୪ ଜଣ ବରିଷ୍ଠ ସହାୟକଙ୍କୁ ନେଇ ଏକ ଗ୍ରେଡେଶନ ତାଲିକା ପ୍ରକାଶିତ ହୋଇଥିଲା। ଏଥିସହ ସେମାନଙ୍କର ଉଚ୍ଚ ବେତନ ହାରରେ ସଂଶୋଧନ ସହ ଦରମା ନିର୍ଦ୍ଧାରଣ କରାଯାଇଥିଲା। ତେବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କଣ୍ଟ୍ରୋଲର ଅଫ ଫାଇନାନ୍ସ ପକ୍ଷରୁ ୨୦୧୧ରେ ଏକ ରିଭ୍ୟୁ ଡିପିସି କରାଯାଇ ପତ୍ର ସଂଖ୍ୟା ୧୦୯୭୬/୧ା୧୨ା୨୦୧୧ରେ ୪୬ ଜଣ ବରିଷ୍ଠ ସହାୟକଙ୍କ ଦରମା ହ୍ରାସ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଭଳି ବେଆଇନ ବିଜ୍ଞପ୍ତି ଦ୍ୱାରା ଆବେଦନକାରୀମାନଙ୍କର ୧୦ରୁ ୧୨ ବର୍ଷର ବରିଷ୍ଠତା ହରାଇବାକୁ ପଡୁଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଡଭୋକେଟ ବି.ଏସ୍‌. ମିଶ୍ର ଦର୍ଶାଇଥିଲେ, ଆବେଦନକାରୀଙ୍କ କ୍ଷେତ୍ରରେ ରିଭ୍ୟୁ ଡିପିସି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇଛି। ଏବେ ସେମାନେ ବରିଷ୍ଠ ସହାୟକ ପଦବୀର ବେତନ ନେଉଛନ୍ତି। ତେବେ ପୂର୍ବ ପଦୋନ୍ନତି ଚାକିରିର ଯଥାର୍ଥତା ନାହିଁ ବୋଲି ସେ କୋର୍ଟକୁ ଅବଗତ କରିଥିଲେ। ଆବେଦନକାରୀମାନଙ୍କ ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି, ରେଜିଷ୍ଟ୍ରାର, କଣ୍ଟ୍ରୋଲର ଅଫ୍‌ ଫାଇନାନ୍ସ, ଡେପୁଟି ରେଜିଷ୍ଟ୍ରାରଙ୍କ ସମେତ ୨୮ ଜଣଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri