ବ୍ରହ୍ମ ତାଳଧ୍ୱଜ ରଥରେ ଯୋଡ଼ା ହେଉଛି ବରାନ୍ଦ

କେନ୍ଦ୍ରାପଡ଼ା ଅଫିସ, ୧୩ା୬: ଆସନ୍ତା ୨୩ ତାରିଖରେ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା। କେନ୍ଦ୍ରାପଡାର ଇଚ୍ଛାପୁରସ୍ଥିତ ବ୍ରହ୍ମ ତାଳଧ୍ୱଜ ରଥରେ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବ ଜୀଉ ବିରାଜମାନ ହୋଇଥାନ୍ତି। ଚଳିତବର୍ଷ କରୋନା ସଂକ୍ରମଣ ପାଇଁ ରଥ ଗଡିବା ନେଇ ସନ୍ଦେହ ଥିଲେ ମଧ୍ୟ ଗତ ସ୍ନାନ ପୂର୍ଣ୍ଣିମାରେ ଚକ ଡେରାଲାଗି ହୋଇ ବରାନ୍ଦ ଯୋଡା ଆରମ୍ଭ ହୋଇଛି। ଆଷାଢ଼ କୃଷ୍ଣପକ୍ଷ ଏକାଦଶୀ ତିଥିରେ ନାହାକା ପୂଜାପୂର୍ବକ ଯୋଡା ହେବ ବୋଲି ରଥ ନିର୍ମାଣ ମୁଖ୍ୟ ରଘୁନାଥ ମହାରଣା କହିଛନ୍ତି। ସେ ସୂଚନା ଦେଇଛନ୍ତି, ଏହି ବିଶାଳ ରଥର ଉଚ୍ଚତା ୪୩ ହାତ ୧୦ ଆଙ୍ଗୁଳି। କଳସ ଓ ନେତକୁ ବାଦ ଦେଲେ କେବଳ ରଥର ଉଚ୍ଚତା ୬୫ ଫୁଟ ୬ ଇଞ୍ଚ ଓ ବ୍ୟାସ ୩୮ ଫୁଟ। ୧୭୨୮ ମସିହାରେ ମରହଟ୍ଟା ସନ୍ନ୍ୟାସୀ ସନ୍ଥ ଗୋପାଳ ଦାସ ତୁଳସୀ କ୍ଷେତ୍ରରେ ଅବସ୍ଥାନ ପରେ ଶ୍ରୀଜୀଉଙ୍କ ମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ନିର୍ମିତ ହୋଇଥିଲା। ଏହି ମହାତ୍ମା ହିଁ ଉକ୍ତ ବିଶ୍ୱବିଖ୍ୟାତ ରଥର ପ୍ରବର୍ତ୍ତକ ବୋଲ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା ଉପଜିଲାପାଳ ଜ୍ୟୋତିଶଙ୍କର ମହାପାତ୍ର ମତ ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଦ୍ୱିବିନ୍ଦ ଦାନବ ବଧ କାଳରେ ତାଳବନରେ ବ୍ରହ୍ମା ଶ୍ରୀ ବଳଦେବଜୀଉଙ୍କୁ ଏହି ତାଳଧ୍ୱଜ ରଥ ପ୍ରଦାନ କରିଥିଲେ। ବଳଦେବ ସ୍ବୟଂ ବାସୁଦେବ ଓ ଅନନ୍ତ। ସେ ପ୍ରଥମେ ତୁଳସୀ କ୍ଷେତ୍ରରେ ଏକାକୀ ପୂଜା ପାଉଥିଲେ। ପରବର୍ତ୍ତୀ କାଳରେ ତୁଳସୀଙ୍କ ପରିବର୍ତ୍ତେ ସୁଭଦ୍ରା ଓ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରାଯାଉଛି। ରଥ ନିର୍ମାଣର ପାରମ୍ପରିକ ରୀତିନୀତି ସମ୍ପର୍କରେ ଟ୍ରଷ୍ଟ ବୋର୍ଡ କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ କୁହନ୍ତି, ଦୋଳ ପୂର୍ଣ୍ଣିମା ପରଦିନ ଚୈତ୍ର କୃଷ୍ଣ ପ୍ରତିପଦ ଦିବସରେ ରଥନିର୍ମାଣ ନିମନ୍ତେ ନିର୍ଦ୍ଦିଷ୍ଟ ବୃକ୍ଷରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ବନ୍ଧାଯାଇ ପୂଜା ପୂର୍ବକ ବୃକ୍ଷଚ୍ଛେଦନ କରାଯାଇଥାଏ। ଅକ୍ଷୟ ତୃତୀୟାରେ ଏହି କାଷ୍ଠ ପୂଜା ପାଇ ରଥ ନିର୍ମାଣ ଶୁଭାରମ୍ଭ ହୋଇଥାଏ। ରଥ କାଠ ସମ୍ପର୍କରେ ଟ୍ରଷ୍ଟି ଧୀରେନ ସାହୁ କୁହନ୍ତି, ଏହି ରଥ ନିର୍ମାଣ ପାଇଁ ବ୍ୟବହୃତ ରଥ କାଠ ଲାଗିଥାଏ। ତେବେ ଦୁଇଟି ନୂତନ ଚକ ଓ ଦୁଇଟି ଅଖ ବଦଳାଯିବା ବିଧାନ ରହିଛି। ଗତ ବର୍ଷର ବଳକା କାଠ ଚଳିତବର୍ଷ ରଥ ନିର୍ମାଣରେ ଲାଗିଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୧୬ରେ ବଡ଼ ନିଷ୍ପତ୍ତି ନେବେ ଏମଏସ ଧୋନୀ! CSK ମ୍ୟାଚ୍…

ନୂଆଦିଲ୍ଲୀ,୧୫।୪:  ଏମଏସ ଧୋନୀ ଏପ୍ରିଲ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ତାଙ୍କର ପରବର୍ତ୍ତୀ ଆଇପିଏଲ ୨୦୨୬ ମ୍ୟାଚରେ ଅଂଶଗ୍ରହଣ କରିବା…

ରାଜଧାନୀରେ ଚାଞ୍ଚଲ୍ୟ: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା

ଭୁବନେଶ୍ୱର,୧୫।୪: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳରେ। ନୟାପଲ୍ଲୀ ଥାନା ସାଲିଆସାହି ନାବାଳିକାଙ୍କ ପତ୍ତା ମିଳୁନି ।…

ମୋକିମଙ୍କ ନୂଆ ଦଳରେ ସୋଫିଆ? ରାଜ୍ୟ ରାଜନୀତିରେ ଚହଳ

ଭୁବନେଶ୍ୱର,୧୫।୪: ନୂଆ ଆଞ୍ଚଳିକ ଦଳ ଲୋକାର୍ପଣ କଲେ ମହମ୍ମଦ ମୋକିମ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏକ ବିରାଟ ସମାବେଶରେ ଲୋକାର୍ପଣ ହେଲା ନୂଆଦଳ। ମୋକିମଙ୍କ ନୂଆ ଦଳ…

ସମ୍ବଲପୁରରେ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ : ଉଦ୍‌ଘାଟିତ ହେଲା ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ

ସମ୍ବଲପୁର,୧୫।୪(ପ୍ରମୋଦ ବହିଦାର): ସମ୍ବଲପୁରର ଐତିହାସିକ ଗୌରବକୁ ନୂଆ ପରିଚୟ ଦେବା ପାଇଁ ବୁଧବାର ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ଅବନୀତଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଉଠିଲା ପ୍ରଶ୍ନ

ଅଭିନେତ୍ରୀ ଅବନୀତ କୌର ଯେତିକି ଗ୍ଲାମରସ୍‌ ସେତିକି ଚର୍ଚ୍ଚିତ ମଧ୍ୟ। ନିଜ ଚମକଦାର ଲୁକ ପାଇଁ ପ୍ରାୟତଃ ପ୍ରଶଂସା ସାଉଁଟନ୍ତି। ନିକଟରେ ସେ ତାହା ତ୍ୱଚାରେ ବୋଟକ୍ସ…

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ସର୍ବନିମ୍ନ ମୌଳିକ ଦରମା…

ନୂଆଦିଲ୍ଲୀ,୧୫।୪: ଅଷ୍ଟମ ବେତନ କମିଶନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବେତନ କମିଶନର ସରକାରୀ ୱେବସାଇଟ ମଧ୍ୟ ବିଭିନ୍ନ ସହରର ଅଂଶୀଦାରମାନଙ୍କ ସହିତ ଆଲୋଚନା ପାଇଁ ଏକ…

ରାଘବ ଚଢାଙ୍କୁ କେନ୍ଦ୍ର ଦେଲା ‘Z’ ସିକ୍ୟୁରିଟି, ଏଏପିକୁ ଝଟ୍‌କା

ନୂଆଦିଲ୍ଲୀ,୧୫।୪: ପଞ୍ଜାବର ଆମ ଆଦମୀ ପାର୍ଟି (ଆପ) ସରକାର ରାଘବ ଚଢାଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଛି, ଯାହା ପରେ କେନ୍ଦ୍ର ସରକାର ତାଙ୍କୁ ‘Z’ ବର୍ଗର ସୁରକ୍ଷା…

ଗଜପତି ପାଇଁ ଗୌରବ ଆଣିଲେ ଯାଜ୍ଞସେନୀ: ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ମୁଖ୍ୟମନ୍ତ୍ରୀଙ୍କଠୁ ପାଇଲେ ପୁରସ୍କାର

ମୋହନା,୧୫।୪( ମନ୍ମଥ ମିଶ୍ର ): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ପକ୍ଷରୁ ଓଡ଼ିଆ ସାହିତ୍ୟ ପକ୍ଷ ୨୦୨୬ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri