ବୈତରଣୀରେ ଜଳସ୍ତର ବୃଦ୍ଧି: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଭଣ୍ଡାରିପୋଖରୀ, ୨୦।୮ (ଡି.ଏନ.ଏ.) – ବୈତରଣୀ ନଦୀର ଆଖୁଆପଦାଠାରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳ ୬ଟାଠାରୁ ଜଳସ୍ତର ଆଖୁଆପଦାଠାରେ ଦ୍ରୁତଗତିରେ ବୃଦ୍ଧି ପାଇବା ଆରମ୍ଭ କରିଥିଲା। ରାତି ୯ଟା ସୁଦ୍ଧା ୧୭.୮୦ ମିଟରରେ ପହଞ୍ଚିଥିଲା। ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଙ୍କେତ ୧୭.୮୩ ମିଟର ରହିଛି। ସୂଚନା ଅନୁସାରେ, ବନ୍ୟାଜଳ ମଧ୍ୟାହ୍ନ ୧୨ଟା ସୁଦ୍ଧା ୧୭.୫୭ ମିଟରରେ ପହଞ୍ଚିଥିଲା। ଅପରାହ୍ନ ୧ ଟାରେ ୧୭.୬୨, ୨ଟାରେ ୧୭.୬୬, ୩ଟାରେ ୧୭.୭୦, ୪ଟାରେ ୧୭. ୭୪ ଓ ୫ଟାରେ ୧୭.୭୬ ମିଟରରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ପରେ ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଇ ୧୭.୮୦ ମିଟର ଛୁଇଁଥିଲା।
ବୈତରଣୀ ନଦୀର ଉପରମୁଣ୍ଡରେ ହୋଇଥିବା ବର୍ଷା ରେକର୍ଡ ଅନୁଯାୟୀ ଆଖୁଆପଦାରେ ୦.୬ ମି.ମି., ଆନନ୍ଦପୁରଠାରେ ୬.୪ ମି.ମି., ସୋମପାଟଣାରେ ୧୨.୪ ମି.ମି., କେନ୍ଦୁଝରରେ ୧୩.୮ ମି.ମି., ଠାକୁରମୁଣ୍ଡାରେ ୧୬.୦ ମି.ମି. ଓ ଚମ୍ପୁଆଠାରେ ୫୧.୪ ମି.ମି. ତଥା ସର୍ବାଧିକ ବର୍ଷା ହୋଇଛି। ବୈତରଣୀରେ ବନ୍ୟାଜଳ ବୃଦ୍ଧି ପାଉଥିବା ଦୃଷ୍ଟିରୁ ସୋମବାର ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ, ଉପଜିଲାପାଳ ପୀତାମ୍ବର ସାମଲ, ଭଣ୍ଡାରିପୋଖରୀ ବିଡିଓ ବନମାଳି ତରାଇ, ତହସିଲଦାର ମୃତ୍ୟୁଞ୍ଜୟ ଭୁୟଁା, ଆଖୁଆପଦା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଶଙ୍କର୍ଷଣ ବେହେରା ପ୍ରମୁଖ ଆଖୁଆପଦା ଆନିକଟଠାରେ ପହଞ୍ଚି ବନ୍ୟା ସ୍ଥିତି ସମ୍ପର୍କରେ ତଦାରଖ କରି ଫେରିଥିଲେ। ତେବେ ଏହି ବନ୍ୟାଜଳ ବେଶି ବୃଦ୍ଧି ପାଇବାର ଆଶଙ୍କା ନାହିଁ। ଆନନ୍ଦପୁରଠାରେ ବନ୍ୟାଜଳ କମିଲାଣି ବୋଲି ଆଖୁଆପଦା ସହକାରୀ ଯନ୍ତ୍ରୀ ବେହେରା ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ହିତାଧିକାରୀଙ୍କୁ ଏକାସାଙ୍ଗରେ ମିଳିବ ୩ ମାସର ଭତ୍ତା’

ଭୁବନେଶ୍ୱର,୧୨ା୬: ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ସମସ୍ୟା ରାଜ୍ୟର ନୁହେଁ,…

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ଏଣିକି ୫ କେଜି ବଦଳରେ ମିଳିବ ଏତେ କେଜି ମାଗଣା ଚାଉଳ

ଭୁବନେଶ୍ୱର,୧୨।୬: ମୋହନ ସରକାରକୁ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ଆଜିଠୁ ରାଜ୍ୟରେ ଲାଗୁ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା…

କେନାଲରୁ ମିଳିଲା ଯୁବକଙ୍କ ମୃତଦେହ, ଭଉଣୀ-ଭିଣୋଇଙ୍କୁ ଅଟକ ରଖି…

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ରାଇପୁର ଗାଁର କାହ୍ନୁ ସେଠୀ ନାମକ ଜଣେ ଯୁବକଙ୍କ ମୃତଦେହ ତୋଟା ସାହି ପାଳୁଅ ବାରି କେନାଲରୁ ଶୁକ୍ରବାର ଉଦ୍ଧାର…

ବିଡିଓଙ୍କୁ ଗାଡ଼ି ଉପରକୁ ଟେକାପଥର ମାଡ଼

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ନୟାଗଡ଼ ଜିଲା ଦଶପଲା ବ୍ଲକ ନଛିପୁରରେ ଦଶପଲ୍ଲା ବିଡିଓ ଶରତ ମଲିକଙ୍କ ଗାଡ଼ି ଉପରକୁ ଟେକାପଥରମାଡ଼ ହୋଇଛି। ବିଡିଓ ନିର୍ବାଚନ କାର୍ଯ୍ୟରେ…

ଏସ୍‌ପି ଅଫିସ ଆଗରେ ବାପା-ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଢେଙ୍କାନାଳ,୧୨ା୬(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ରାଣିପାଳ ଗ୍ରାମର ଆଇନ ଛାତ୍ର ସରୋଜ ରାଉତ ଓ ତାଙ୍କ ପିତା ପଦ୍ମନାଭ ରାଉତ ଶୁକ୍ରବାର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ପଢ଼ିବେ ଛାତ୍ରୀଛାତ୍ର, ଖର୍ଚ୍ଚର ବୋଝ ଆଉ…

ଭୁବନେଶ୍ୱର,୧୨ା୬: ମୋହନ ସରକାରକୁ ଶୁକ୍ରବାର ପୂରିଛି ୨ ବର୍ଷ। ଏହି ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଅଭିଭାଷଣ ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଠିକ୍‌…

ଓଡ଼ିଶା ଛୁଇଁଲା ମୌସୁମୀ, ରଜ ପୂର୍ବରୁ…

ଭୁବନେଶ୍ୱର,୧୨ା୬: କେରଳରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଓଡ଼ିଶାରେ ପ୍ରବେଶ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡିଲା ଟିଣ ଛପର, ଘର ଉପରେ ପଡ଼ିଲା ଗଛ

ମୋହନା,୧୨।୬(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଗୋବିନ୍ଦପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗୋବିନ୍ଦପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri