ଯାଜପୁର ରୋଡ,୮।୯(ନି.ପ୍ର.)- ବୈତରଣୀ ନଦୀରେ ବନ୍ୟା ଜଳ ଦ୍ୱିତୀୟ ଥର ପାଇଁ ପ୍ରବେଶ କରିଛି। ଆଖୁଆପଦାଠାରେ ବିପଦସଙ୍କେତ ୧୭.୮୩ ମିଟର ଥିବାବେଳେ ବର୍ତ୍ତମାନ ୧୭.୮୫ ମିଟରରେ ଜଳ ପ୍ରବାହିତ ହେଉଛି। ପୂର୍ବାହ୍ନ ୧୦ଟାବେଳେ ୧୭.୭ ମିଟର ଥିବାବେଳେ ମଧ୍ୟାନ୍ନରେ ୧୭.୪୭ ମି., ଅପରାହ୍ନ ୪ଟାବେଳେ ୧୭.୮୫ ମିଟରରେ ବନ୍ୟାଜଳ ଆନିକଟ ଦେଇ ପ୍ରବାହିତ ହେଉଥିଲା। ପରେ ଏହା ବୃଦ୍ଧି ହୋଇ ୧୮.୨୦ ମିଟର ରହିଥିବା ଅନୁମାନ କରାଯାଉଛି। ଫଳରେ ବନ୍ୟା ହେବା ନିଶ୍ଚିତ ହୋଇଛି। ଲଗାଣ ବର୍ଷା ଯୋଗୁ ଠାକୁରମୁଣ୍ଡାରେ ୨୪.୮ ମି.ମି., ଚମ୍ପୁଆରେ ୨୫.୮ ମି.ମି., ସୋମପାଟଣାରେ ୨୮.୬, କେନ୍ଦୁଝରରେ ୨୫.୦ ମି.ମି., ଆନନ୍ଦପୁରରେ ୨୫୫.୧୨ ମି.ମି., ଆଖୁଆପଦାରେ ୩୫.୬ ମି.ମି. ବର୍ଷା ରେକର୍ଡ କରାଯାଇଛି। ଆନନ୍ଦପୁରରେ ରେକର୍ଡ ସଂଖ୍ୟକ ବର୍ଷା ଯୋଗୁ ନଦୀ ଜଳସ୍ତର ବୃଦ୍ଧି ପାଇଛି। ନଦୀରେ ବନ୍ୟା ଜଳ କୂଳ ଲଙ୍ଗିବାରୁ ନଦୀକୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

