Posted inଜାତୀୟ

ବେତନ ବୃଦ୍ଧି କରି ନ ପାରନ୍ତି ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୨।୩: ମହାମାରୀ କରୋନା ସଂକ୍ରମଣ ସାରା ବିଶ୍ୱର ଅର୍ଥନୀତିକୁ ପ୍ରଭାବିତ କରିଛି। ଭାରତର ଆଇଟି କମ୍ପାନୀଗୁଡ଼ିକ ଉପରେ ଏହାର ପ୍ରଭାବ ପଡିଛି। ତେଣୁ ଏହି କମ୍ପାନୀଗୁଡ଼ିକ ଚଳିତ ବର୍ଷ ବେତନ ବୃଦ୍ଧି ନ କରିପାରନ୍ତି ବୋଲି କୁହାଯାଉଛି। ସେହିପରି ବୋନସ୍‌ ମଧ୍ୟ ହ୍ରାସ ପାଇପାରେ ବୋଲି କୁହାଯାଉଛି। ବୋନସ, ବେତନ ବୃଦ୍ଧି ଓ ଅନ୍ୟାନ୍ୟ ଆର୍ଥିକ ପ୍ରୋତ୍ସାହନକୁ ସ୍ଥଗିତ ରଖାଯାଇଥିବା ଟେକ୍‌ ମହିନ୍ଦ୍ରା ସିଇଓ ସି.ପି. ଗୁଗ୍‌ନାନୀ କହିଛନ୍ତି। ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (ଟିସିଏସ୍‌) ଏହାର ଅଟକଳ ଶେଷ କରିଛି। ତେବେ ବେତନ ବୃଦ୍ଧି ଇତ୍ୟାଦି ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ। ଏହି କମ୍ପାନୀ ଏବେ କ୍ଷତିର ସମ୍ମୁଖୀନ ହୋଇଛି। କାରଖାନାର ପ୍ରଦର୍ଶନ ଓ ଲାଭ ଉପରେ ବୋନସ ନିର୍ଭର କରିଥାଏ। ତେଣୁ ଏହା ହ୍ରାସ ପାଇବା ସ୍ବାଭାବିକ ବୋଲି ଏଭରେଷ୍ଟ ଗ୍ରୁପ୍‌ର ସିଇଓ ପିଟର ବେଣ୍ଡର ସାମୁଏଲ୍‌ କହିଛନ୍ତି। ଓ୍ବିପ୍ରୋ, ଏଚ୍‌ସିଏଲ୍‌ ଟେକ୍‌ ଏବଂ ଇନଫୋସିସ ଭଳି କମ୍ପାନୀ ବର୍ଷ ଶେଷ ଭାଗରେ ବର୍ଦ୍ଧିତ ବେତନ ପ୍ରଦାନ କରିବେ। କରୋନା ସାରା ବିଶ୍ୱର ବ୍ୟବସାୟକୁ ପ୍ରଭାବିତ କରିଥିବା ବିଶ୍ଳେଷକମାନେ କହିଛନ୍ତି। ବୃହତ୍‌ ଓ ମଧ୍ୟମ ପୁଞ୍ଜି ଟେକ୍‌ନୋଲୋଜି କମ୍ପାନୀଗୁଡ଼ିକର ଅଭିବୃଦ୍ଧି ୨ରୁ ୪ ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରିଛି କୋଟାକ ଇନ୍‌ଷ୍ଟିଚ୍ୟୁଶନାଲ ଇକ୍ୟୁଟିଜ୍‌। ମୋଟାମୋଟି ଭାବେ ଏହି ଶିଳ୍ପର ଅଭିବୃଦ୍ଧି ୩ରୁ ୮ ପ୍ରତିଶତ ହ୍ରାସ ପାଇବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri