ଭୁବନେଶ୍ୱର,୨୦।୫: ରୋଟାରି ଓଡ଼ିଶା ପକ୍ଷରୁ ବେଙ୍ଗାଲୁରୁଠାରେ ପ୍ରଥମ ଥର ପାଇଁ ୨ଦିନିଆ ଜିଲା ପ୍ରଶିକ୍ଷଣ ସଭା ‘ଜୟ ହୋ’ର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ଜିଲାରୁ ୪୦୦ରୁ ଅଧିକ ରୋଟାରି ପ୍ରତିନିଧି ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅପରପକ୍ଷରେ ରୋଟାରି ବର୍ଷ ୨୦୨୩-୨୪ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଓ ସେବା ପ୍ରକଳ୍ପଗୁଡ଼ିକ ଉପରେ ରୋଟାରି ସଦସ୍ୟମାନେ ବିଶେଷ ତାଲିମ ହାସଲ କରିଥିଲେ।
ସେହିଭଳି ୩୭ ଜଣ ପ୍ରତିଷ୍ଠିତ ଓଡ଼ିଆ ବ୍ୟକ୍ତିତ୍ୱଙ୍କୁ ପ୍ରାଇଡ୍ ଅଫ୍ ଓଡ଼ିଶା ଏକ୍ସିଲେନ୍ସ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଡିଆର୍ଡିଓର ସାଧାରଣ ନିର୍ଦ୍ଦେଶକ ଡ. ବି.କେ. ଦାସ, ହାଲ୍ର ସିଇଓ ମିହିରକାନ୍ତି ମିଶ୍ର, ବିଇଏମ୍ଏଲ୍ର ପୂର୍ବତନ ଏମ୍ଡି ମାନସ ମହାନ୍ତି, ଟାଟା ଆଇଅନ୍ର ଜିଏସ୍ଏସ୍ ଗ୍ଲୋବାଲ ହେଡ୍ ଗୋପାଳକ୍ରିଷ୍ଣନ୍, ଆଇବିଏମ୍ର ପାର୍ଟନର ତୁଷାର ମିଶ୍ର, ୱିପ୍ରୋର ସିଆଇଓ କୁମାର ଅୟସକାନ୍ତ, ରୋଡ୍ ସାଇନ୍ସର ଲେଖକ ପ୍ରଣବ ପାଣି, ଡିଭି ଆନାଲିଟିକ୍ସର ଅଧ୍ୟକ୍ଷ ଦେବେନ୍ଦ୍ର ରଥ, ସାମ୍ବାଦିକ ରଞ୍ଜନ ଆଚାର୍ଯ୍ୟ, ଓଡ଼ିଶୀ କଳାକାର ସରିତା ମିଶ୍ର ପ୍ରମୁଖ ସାମିଲ ଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍ଡିଏ)ର ଅଧ୍ୟକ୍ଷ ସୁବ୍ରତୋ ବାଗ୍ଚୀ ‘ସ୍ଥାୟୀ ଉଦ୍ଭାବନ କ୍ଷେତ୍ରରେ ନେତୃତ୍ୱ’ ପ୍ରସଙ୍ଗରେ ବିସ୍ତୃତ ମତ ଉପସ୍ଥାପନ କରିଥିଲେ। ସେହିପରି ଷ୍ଟାଟ୍ଅପ୍ ଓଡ଼ିଶାର ଏକ୍ଜିକ୍ୟୁଟିଭ ଚେୟାରମ୍ୟାନ ଡ. ଓମ୍କାର ରାୟ ଓଡ଼ିଶାର ଷ୍ଟାର୍ଟଅପ୍ଗୁଡ଼ିକୁ ବେଙ୍ଗାଲୁରୁରେ ଆଞ୍ଜେଲ ଫଣ୍ଡ୍, ବଜାର ପହଞ୍ଚ, ମାର୍ଗଦର୍ଶକ ଓ ସାଥୀ ନେଟ୍ୱର୍କଗୁଡ଼ିକ ସହ ସଂଯୋଗ କରିବା ପାଇଁ ଏକ ଷ୍ଟାର୍ଟଅପ୍ ବ୍ରିଜ୍ ଅଭିଯାନ ରୋଟାପ୍ରେନ୍ୟୋର୍ସ ଶୁଭାରମ୍ଭ କରିଥିଲେ। ଏଠାରେ ବିଶିଷ୍ଟ ବ୍ୟକ୍ତିଙ୍କ ନିକଟରେ ଓଡ଼ିଶାର ଅନେକ ଷ୍ଟାର୍ଟଅପ୍ ପ୍ରଦର୍ଶନ କରିଥିଲେ ଏବଂ ଯଶଦୀପ୍ ସିଂହଙ୍କ ଟ୍ରାନ୍ସପୋର୍ଟ ସିମ୍ପଲ ଓ ଅଭିଜିତ ସାହୁଙ୍କ ଫାଷ୍ଟେକ୍ ଫ୍ୟାଶନ୍ସ ଭଳି ଯୁବ ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା।
ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ
ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...
‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…
ନୂଆଦିଲ୍ଲୀ, ୨୭।୧୨: ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...
ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍
ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍ ଟ୍ରେନ୍ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....
ଯୁବକଙ୍କୁ ଚାପିଦେଲା ଟ୍ରକ୍: ଆଉ ତା’ପରେ…
କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍ ଧକ୍କାରେ ଜଣେ...
ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ
ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...
ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ
ବ୍ୟାଙ୍କକ୍,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...
ଟି୨୦ରେ ହରମନପ୍ରୀତ୍ଙ୍କ ବିଶ୍ୱ ରେକର୍ଡ
ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...
ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ
ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...
Archives


