Posted inଜାତୀୟ

ବେକାବୁ ହେଲାଣି ବନ୍ୟା: ଭୂସ୍ଖଳନରେ ୯ ମୃତ

ନୂଆଦିଲ୍ଲୀ, ୧୩ା୮(ପି.ଟି.): କେରଳ, କର୍ନାଟକ, ମହାରାଷ୍ଟ୍ର, ଗୁଜରାଟରେ ବର୍ଷାଜନିତ ବନ୍ୟା ପରିସ୍ଥିତି ଏବେ ବି ଗମ୍ଭୀର ରହିଥିବାବେଳେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି। ଏଥିସହ ଉତ୍ତରାଖଣ୍ଡ ଓ ଜମ୍ମୁ-କଶ୍ମୀରରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହୋଇ ୯ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଲଗାଣ ବର୍ଷା ଯୋଗୁ ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ଉତ୍ତରାଖଣ୍ଡର ଚମ୍ବୋଲି ଜିଲାରେ ଜଣେ ମହିଳାଙ୍କ ସମେତ ୬ ଜଣ ପ୍ରାଣ ହରାଇଥିବାବେଳେ ଜମ୍ମୁ-କଶ୍ମୀରର ରେସାଇ ଜିଲାରେ ୩ ପ୍ରାଣ ହରାଇଥିବା ଜଣାପଡ଼ିଛି।
କେରଳରେ ବନ୍ୟା ମୃତ୍ୟୁସଂଖ୍ୟା ୮୦ରେ ପହଞ୍ଚିଥିବାବେଳେ କର୍ନାଟକ, ମହାରାଷ୍ଟ୍ର ଓ ଗୁଜରାଟରେ ଏହି ସଂଖ୍ୟା ୧୦୦ ଟପିଛି। ୪ ବନ୍ୟାକ୍ଲିଷ୍ଟ ରାଜ୍ୟରେ ପ୍ରାୟ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। ମହାରାଷ୍ଟ୍ରର କୋହ୍ଲାପୁରଠାରେ ମୁମ୍ବାଇ-ବେଙ୍ଗାଲୁରୁ ଜାତୀୟ ରାଜପଥ-୪ ବନ୍ଦ ରହିଥିବାବେଳେ ୬ ଦିନପରେ ବନ୍ୟା କମିବାରୁ ସୋମବାର ଏହା ଆଂଶିକ ଖୋଲିଛି। ଅନ୍ୟପକ୍ଷରେ ଗୁଜରାଟର କଚ୍ଛ ଜିଲାରେ ଜଳବନ୍ଦୀ ଥିବା ୧୨୫ ଲୋକଙ୍କୁ ଭାରତୀୟ ବାୟୁସେନା ଉଦ୍ଧାର କରିଛି। କେରଳର ବନ୍ୟାକ୍ଲିଷ୍ଟ ଅଞ୍ଚଳ ଓ୍ବାୟନାଡ଼, ପୁଥୁମାଲାକୁ ସୋମବାର ରାହୁଲ ଗାନ୍ଧୀ ଗସ୍ତ କରିବା ସହ ପ୍ରପୀଡ଼ିତଙ୍କୁ ସମସ୍ତ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ରାଜ୍ୟରେ ବନ୍ୟାସ୍ଥିତି ୬ ଦିନ ମଧ୍ୟରେ ସୁଧୁରିଯିବ ବୋଲି କହିବା ସହ ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି। ବନ୍ୟା ପ୍ରଭାବିତ ଦକ୍ଷିଶ କନ୍ନଡ ଓ ମହୀଶୂର ଗସ୍ତକରି ସୋମବାର ସେ ରିଲିଫ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। କେନ୍ଦ୍ର ତୁରନ୍ତ ୩ହଜାର କୋଟି ଟଙ୍କା ଯୋଗାଇଦେବାକୁ ଅନୁରୋଧ କରାଯାଇଥିବା ସେ କହିଛନ୍ତି। ସେପଟେ ରାଜ୍ୟ ଲାଗି ତୁରନ୍ତ ୫ ହଜାର କୋଟି ଟଙ୍କାର ମଧ୍ୟବର୍ତ୍ତିକାଳୀନ ସହାୟତା ପ୍ରଧାନମନ୍ତ୍ରୀ ଯୋଗାଇ ଦେବାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ା ପତ୍ର ଲେଖି ଦାବି କରିଛନ୍ତି। କେରଳ ଭଳି କର୍ନାଟକ ସ୍ଥିତି ମଧ୍ୟ ଏବେ ଉଦ୍‌ବେଗଜନକ ରହିଛି। କର୍ନାଟକର ବେଲ୍‌ଗାଁଓସ୍ଥିତ ରେବାଗ୍‌ ତାଲୁକରେ ଏକ ଘରର ଛାତ ଉପରେ କୁମ୍ଭୀର ଶୋଇଥିବା ଦେଖିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଲଗାଣ ବର୍ଷା ଜନିତ ବନ୍ୟା ପରିସ୍ଥିତି ଲୋକଙ୍କ ନିଦ ହଜାଇ ଦେଇଥିବାବେଳେ ଲକ୍ଷ ଲକ୍ଷ ଲୋକ ରିଲିଫ କ୍ୟାମ୍ପରେ ରହିବା, ଯୋଗାଯୋଗ ବିଚ୍ଛିନ୍ନ ହେବା, ଅତ୍ୟାବଶ୍ୟକ ସାମଗ୍ରୀ ନ ମିଳିବା ଚିନ୍ତା ବଢାଇଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଏମ୍‌ପି ପଚାରିଲେ ଏମିତି କଥା: ହସି ହସି ପ୍ରଧାନମନ୍ତ୍ରୀ ଖୋଲିଦେଲେ…

ନୂଆଦିଲ୍ଲୀ,୧୯।୧୨: ସଂସଦର ଶୀତକାଳୀନ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିବା ପରେ ଲୋକ ସଭା ବାଚସ୍ପତି ଓମ ବିର୍ଲା ସଂସଦ ଭବନରେ ଥିବା ତାଙ୍କ...

ଭାରତର ନିଦ ହଜାଇଲା ଚାଇନା: ଶେଷରେ ବନ୍ଧୁତା ପଡ଼ିଲା ଭାରୀ

ଓ୍ବାଶିଂଟନ୍‌,୧୯।୧୨: ଆମେରିକା ଦ୍ୱାରା ଭାରତ ଉପରେ ଉଚ୍ଚ ଶୁଳ୍କ ଲାଗୁ କରାଯିବା ପରେ ସରକାର ରପ୍ତାନିକାରୀଙ୍କ ପାଇଁ ବିକଳ୍ପ ବଜାର ଖୋଜିବାର ରଣନୀତି ଗ୍ରହଣ କରିଥିଲେ।...

କେଦାରନାଥ ଧାମରେ ଏ କଣ, ଡିସେମ୍ବର ମାସରେ ଦେଖାଯାଉନି….

ନୂଆଦିଲ୍ଲୀ,୧୯ା୧୨: ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ...

ତହସିଲଦାରଙ୍କୁ ମିଳିଲା ପୁରୁଣା ଜମି କାଗଜପତ୍ର ମ୍ୟୁଟେସନ୍ କ୍ଷମତା; SOP ଜାରି କଲା ରାଜସ୍ୱ ବିଭାଗ

ଭୁବନେଶ୍ୱର,୧୯ା୧୨: ଜମିଜମା ସମ୍ବନ୍ଧୀୟ ଦୀର୍ଘ ଦିନର ମାମଲାକୁ ହ୍ରାସ କରିବା ପାଇଁ ଓଡ଼ିଶା ରାଜସ୍ୱ ବିଭାଗ ଏକ ବଡ଼ ପ୍ରଶାସନିକ ସଂସ୍କାର ଆଣିଛି। ପୁରୁଣା ପଞ୍ଜୀକୃତ...

ଓମାନରେ ମୋଦିଙ୍କୁ ଭବ୍ୟ ସ୍ବାଗତରେ ଥରି ଉଠିଲା ମୁସଲମାନ ଦେଶ, ପାକିସ୍ତାନୀ ବିଶେଷଜ୍ଞ କହିଲେ…

ମସ୍କାଟ୍‌/ନୂଆଦିଲ୍ଲୀ,୧୯ା୧୨: ଜୋର୍ଡାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓମାନରେ ମିଳିଥିବା ଭବ୍ୟ ସ୍ବାଗତରେ ପାକିସ୍ତାନ ରାଗରେ ଖପ୍ପା ହୋଇଉଠିଛି। ମୁସଲମାନ ଦେଶଗୁଡ଼ିକରେ ତାଙ୍କୁ ମିଳିଥିବା ସ୍ବାଗତ...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

ସ୍କୁଲରେ ପାଳନ ହେବନି ଶିଶୁଦିବସ, ଗୁରୁଦିବସ! ସରକାରଙ୍କୁ ଏପରି ଦାବି କଲେ ଶିକ୍ଷକ

ଭୁବନେଶ୍ୱର,୧୯ା୧୨: ୨୦୨୬ ମସିହା ପାଇଁ ପ୍ରକାଶ ପାଇଥିବା ବିଦ୍ୟାଳୟର ବାର୍ଷିକ ଛୁଟି ତାଲିକାରେ ଗୁରୁ ଦିବସ ଏବଂ ଶିଶୁ ଦିବସକୁ ‘ପାଳନୀୟ ଦିବସ’ ଭାବେ ସ୍ଥାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri