ବେଆଇନ ବାଣ କାରଖାନାରେ ଚଢ଼ାଉ,୩ ଗିରଫ

ଆସିକା,୧୦ା୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଆସିକା ଥାନା ନଳବଣ୍ଟା ଗ୍ରାମରେ ବେଆଇନ ଭାବେ ଚାଲିଥିବା ୭ ବାଣ କାରଖାନା ଉପରେ ପୋଲିସ ସୋମବାର ଚଢ଼ାଉ କରିଥିଲା। ସେଠାରୁ ବିପୁଳ ପରିମାଣର ବାଣ ଓ ବାରୁଦ ଜବତ କରାଯାଇଛି ା ଜବତ ବାଣ ଓ ବାରୁଦର ମୂଲ୍ୟ ୭୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି କୁହାଯାଇଛି ା ଏହି ଘଟଣାରେ ଉକ୍ତ ଗ୍ରାମର ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସନ୍ତୋଷ କୁମାର ପାଢୀ, ଦିବାନ ସେଠୀ ଓ ବିପ୍ର ସେଠୀ ା କାରଖାନାରୁ ଫେରାର୍‌ ଥିବା ଅନ୍ୟ ୬ ଜଣଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଥିବା ପୋଲିସ ସୂଚନା ଦେଇଛି।
ଆସିକା-ବ୍ରହ୍ମପୁର ୫୯ ନମ୍ବର ଜାତୀୟ ରାଜପଥରେ ଥିବା ନଳବଣ୍ଟା ଗ୍ରାମରେ ପ୍ରସ୍ତୁତ ହେଉଥିବା ବାଣର ଚାହିଦା ରହିଛି। ଏହାର ସୁଯୋଗ ନେଇ କେତେଜଣ ମୁଷ୍ଟିମେୟ ବ୍ୟକ୍ତି ସାହିବସ୍ତିରେ ଥିବା ଘର ଓ ଗ୍ରାମ ସଂଲଗ୍ନ ପରିତ୍ୟକ୍ତ ସ୍ଥାନରେ କୁଡିଆ କରି ରୀତିମତ ବାଣ ପ୍ରସ୍ତୁତି ଚଳାଇ ଆସୁଛନ୍ତି ା ବାଣ ପ୍ରସ୍ତୁତିରେ ପିଲାଙ୍କଠାରୁ ଆରମ୍ଭ କରି ମହିଳାମାନଙ୍କୁ ମଧ୍ୟ ନିୟୋଜିତ କରାଯାଉଛି ା ବିଭିନ୍ନ ସମୟରେ ବାଣ ପ୍ରସ୍ତୁତ ବେଳେ ବିସ୍ଫୋରଣ ଘଟି ବହୁ ଧନଜୀବନ ନଷ୍ଟ ହୋଇଥିବା ମଧ୍ୟ ନଜିର ରହିଛି ା ଆଗକୁ ଦଶହରା ଓ ଦିପାବଳୀ ଆସୁଥିବାରୁ
ଜୋରଦାର ବାଣ ପ୍ରସ୍ତୁତି ଚାଲିଛି। ଏଥିରେ ରୋକ ଲଗାଇବା ପାଇଁ ପୋଲିସ ତତ୍ପର ହୋଇଛି। ସୋମବାର ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ତତ୍ତ୍ୱାବଧାନ ଓ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ୬ ଅଧିକାରୀ ଓ ୨ ପ୍ଲାଟୁନ ସଶସ୍ତ୍ର ପୋଲିସ ନଳବଣ୍ଟା ଗ୍ରାମରେ ଚାଲିଥିବା ବାଣ କାରଖାନାରେ ଚଢ଼ାଉ କରିଥିଲେ। ଆସିକା ତହସିଲଦାର ଆଶୁତୋଷ ଗୌରବକର ମାଜିଷ୍ଟ୍ରେଟ ଭାବେ ଉକ୍ତ ଚଢାଉ ବେଳେ ଉପସ୍ଥିତ ଥିଲେ ା ମୋଟ ୭ଟି କାରଖାନା ଉପରେ ଚଢ଼ାଉ କରାଯାଇ ପ୍ରସ୍ତୁତ ହୋଇ ରହିଥିବା କୁମ୍ପି, ମଥାପି, ହାବେଳି, ଉଚ୍ଚଶବ୍ଦ ସୃଷ୍ଟି କରୁଥିବା ଫୋଟକା ବାଣ ଏବଂ ବହୁ ପରିମାଣର ଗନ ପାଉଡର, ସୁରାଖାର, ଗନ୍ଧକ, ଅଙ୍ଗାର ଆଦି ଜବତ କରାଯାଇଛି ା ଜବତ ବାଣ ଓ ବାରୁଦକୁ ୭ଟି ପିକଅପ୍‌ ଭ୍ୟାନ ଯୋଗେ ଅଣାଯାଇ ଥାନା ପଛପଟେ ରଖାଯାଇଛି। ଏ ନେଇ ପୃଥକ ୭ ମାମଲା (ନଂ.୩୦୭, ୩୦୮, ୩୦୯, ୩୧୦, ୩୧୧, ୩୧୨ ଓ ୩୧୩/୧୯) ରୁଜୁ କରାଯାଇଥିବା ଥାନା ଅଧିକାରୀ ସାହୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ନଳବଣ୍ଟାରେ ବେଧଡକ ଭାବେ ଚାଲିଥିବା ବାଣ କାରଖାନାରେ ପୂର୍ବରୁ ରୀତିମତ ପୋଲିସ ଚଢାଉ କରୁଥିଲେ ମଧ୍ୟ ଏତେ ପରିମାଣର ବାଣ ଓ ବାରୁଦ କେବେ ଜବତ ହୋଇ ନ ଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri