ବେଆଇନ କାଠଗୋଲାରେ ଚଢ଼ାଉ

ବନ୍ତ, ୩୦।୯ (ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବେଆଇନ କାଠଗୋଲାରେ ସୋମବାର ଜିଲା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବହୁ ପରିମାଣର କାଠ ଜବତ କରାଯାଇଥିବା ଜଣାଯାଇଛି। ଭଦ୍ରକ ଡିଏଫ୍‌ଓ ପି ପାଣ୍ଡିଆନଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ୍‌ ବିରାଜ ମୋହନ ମହାନ୍ତି, ବରିଷ୍ଠ ବନପାଳ ଜଗନ୍ନାଥ ମିଶ୍ର, ରେଞ୍ଜର ସମୀର କୁମାର ରାଉତ ଏବଂ ପୋଲିସ ଫୋର୍ସ ସହାୟତାରେ ମାଜିଷ୍ଟ୍ରେଟ୍‌ ଦୀପକ କୁମାର ରାଉତଙ୍କ ଉପସ୍ଥିତିରେ ଚଢ଼ାଉ କରାଯାଇଥିଲା। ବନ୍ତ ସ୍ଥିତ କେନ୍ଦୁଆପଦା ଛକରେ ଥିବା ୪ଟି ବେଆଇନ କାଠଗୋଲାରେ ଚଢ଼ାଉ କରାଯାଇଥିତ୍ବା ବେଳେ ୩ ଶହ ସିପ୍ଟରୁ ଊର୍ଦ୍ଧ୍ୱ କାଠ ଜବତ ହୋଇଥିବା ଜଣାଯାଇଛି। ଏହାପରେ ଉକ୍ତ କାଠଗୋଲାଗୁଡ଼ିକୁ ସିଲ୍‌ କରି ଦିଆଯାଇଛି। ତେବେ ଜବତ କାଠଗୁଡ଼ିକୁ ଜିଲା ବନ ବିଭାଗ କାର୍ଯ୍ୟାଳୟକୁ ନିଆଯାଇ ତାହାର ପରିମାଣ ଓ ମୂଲ୍ୟ ଧାର୍ଯ୍ୟ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଖବର ଲେଖା ହେବା ବେଳକୁ ଚଢ଼ାଉ ଜାରି ରହିଥିବା ବରିଷ୍ଠ ବନପାଳ ମିଶ୍ର କହିଥିଲେ। ପ୍ରକାଶ ଯେ, ବନ୍ତ ବଜାରରେ ୩ଟି ସରକାରୀ ସ୍ବୀକୃତ କାଠଗୋଲା ଥିବାବେଳେ ବେଆଇନ ଭାବେ ବହୁ କାଠଗୋଲା ଖୋଲାଯାଇ ବେପାର ଚାଲୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥାନା ପରିସରରେ ଗଣଧାରଣା: ସୁରକ୍ଷା ଦାବି କଲେ ୨ ପଞ୍ଚାୟତର ଅଧିବାସୀ

ତିହିଡ଼ି,୧୧ା୬(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ଶତାଧିକ ଅଧିବାସୀ ଗୁରୁବାର ପୀରହାଟ ଥାନା ସାମ୍ନାରେ ଗଣଧାରଣା…

ହିଲୁଙ୍ଗ ମଣ୍ଡିରୁ ଉଠୁନି ଧାନ, ରାସ୍ତାରୋକୋ କରି ପ୍ରତିବାଦ କଲେ ଚାଷୀ

ଅମରପାଲି,୧୧।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ମଣ୍ଡିରୁ ଧାନ ଉଠୁ ନଥିବାରୁ ପ୍ରତିବାଦ କରି ରାସ୍ତାରୋକ ଯାଇଛନ୍ତି ଚାଷୀ। ଚାଷୀମାନେ ଧାନ ବିକ୍ରି…

ପୁଣି ଝାଲମୁଢି ଖାଇଲେ ମୋଦି: ଏଥର ଦୋକାନରେ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ହାତରୁ ଖାଇ…

ନୂଆଦିଲ୍ଲୀ,୧୧।୬:କେନ୍ଦ୍ରରେ ମୋଦି ସରକାର ଐତିହାସିକ ୧୨ ବର୍ଷ ଶାସନ ପୂରଣ କରିଛି। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବରେ ସବୁଠାରୁ ଦୀର୍ଘ ଦିନ ପାଇଁ ରେକର୍ଡ…

କୁଲାଡ ରଥଯାତ୍ରା ପ୍ରସ୍ତୁତି ଚାଲିଛି: ଦେବସ୍ନାନ ପୂର୍ଣ୍ଣିମା ପାଇଁ ସେବାୟତଙ୍କ ସହ ଆଲୋଚନା

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କୁଲାଡ ରଥାଯାତ୍ରା ପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି। ଗୁରୁବାର ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାର…

ହର୍ମୁଜ ନିକଟରେ ଭାରତୀୟ ଜାହାଜ ଉପରେ ପୁଣି ଆକ୍ରମଣ: ଚେତାବନୀ ସତ୍ତ୍ୱେ MT Jalveerକୁ ଟାର୍ଗେଟ, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ/ମସ୍କାଟ,୧୧।୬: ଓମାନ ଉପକୂଳରେ ସାମୁଦ୍ରିକ ସୁରକ୍ଷାକୁ ନେଇ ଚିନ୍ତା ଜନକ ସ୍ଥିତି ସୃଷ୍ଟି ହୋଇଛି। ଓମାନ ତଟ ନିକଟରେ ‘ଏମଟି ଜଲବୀର’ (MT Jalveer) ନାମକ ଏକ…

ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି, ଦୁର୍ଘଟଣା ଜନିତ ମୃତ୍ୟୁରେ ଗୃହିଣୀଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା କ୍ଷତିପୂରଣ!

ନୂଆଦିଲ୍ଲୀ,୧୧।୬: ଦୁର୍ଘଟଣାରେ ଯେତେବେଳେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୁଏ, ସେତେବେଳେ ତାଙ୍କର ରୋଜଗାର କିମ୍ୱା ଦରମା ହିସାବରେ କ୍ଷତିପୂରଣ ସ୍ଥିର କରାଯାଏ। କିନ୍ତୁ ହୋମ ମେକର୍‌ (ଗୃହିଣୀ)…

ମମତାଙ୍କ ଦଳରେ ବିଦ୍ରୋହର ସ୍ବର: TMC ଛାଡ଼ିଲେ ଆଉ ଜଣେ ଏମ୍‌ପି, ଏବେ ମାତ୍ର…

କୋଲକାତା,୧୧।୬: ତୃଣମୂଳ କଂଗ୍ରେସ (TMC)ର ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟ୍‌କା। ଦଳର ଏମ୍‌ପିମାନେ ଏକାଠି ହୋଇ ଜଣଙ୍କ ପରେ ଜଣେ ମମତାଙ୍କ ହାତ ଛାଡୁଛନ୍ତି।…

ପ୍ରି-ୱେଡିଂ ସୁଟ୍ ହେଲା କାଳ! ଗଭୀର ପାଣିରେ ଖସିପଡ଼ିଲେ ଯୁବକ, ବାନ୍ଧବୀ ସାମ୍ନାରେ ହେଲା ମୃତ୍ୟୁ

ଜୟପୁର,୧୧।୬: ରାଜସ୍ଥାନର ରାଜସମନ୍ଦ ଜିଲାର ଡିଭେରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ବିବାହ ପୂର୍ବ ଫଟୋସୁଟ୍ ସମୟରେ ଜଣେ ଯୁବକ ପାଣିରେ ବୁଡ଼ି ମୃତ୍ୟୁବରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri