ବୃଦ୍ଧା ମା’ ଉପରେ ପୁଅର ବୋଝ

ନୟାଗଡ଼ ଅଫିସ,୨୦ା୯- ପୁଅ ବଡ଼ ହୋଇ ଘର ଚଳାଇବ। ମା’ ବାପାଙ୍କ ଦାୟିତ୍ୱ ନେବ। ସବୁ ମା’ବାପାଙ୍କ ପରି ସ୍ବପ୍ନ ଦେଖିଥିଲେ ଜଣେ ମା’। ହେଲେ ଭାଗ୍ୟର ବିଡ଼ମ୍ବନା, ପୁଅ ଘର ଚଳାଇବା ପରିବର୍ତ୍ତେ ମା’ ଉପରେ ବୋଝ ପାଲଟିଛନ୍ତି। ଖାଲି ପୁଅ ନୁହେଁ , ବୋହୂ ଓ ନାତୁଣୀ ମଧ୍ୟ ନିର୍ଭର କରୁଛନ୍ତି। ମା’ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି।
ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲା ସଦର ବ୍ଲକ ଖୁଣ୍ଟୁବନ୍ଧ ପଞ୍ଚାୟତ ଅଶ୍ୱସ୍ଥପଡ଼ା ଗ୍ରାମରେ। ଉକ୍ତ ଗ୍ରାମର ପ୍ରେମ ରାଉତଙ୍କ ମୁଣ୍ଡରେ ପରିବାର ବୋଝ। ୧୨ ବର୍ଷ ତଳେ ପ୍ରେମଙ୍କ ସ୍ବାମୀ ଛାଟିଆ ରାଉତଙ୍କ ମୃତ୍ୟୁ ହୋଇଥିଲା। ଏକମାତ୍ର ପୁଅ ଦେବଶ୍ରୀଙ୍କ ମୁହଁ ଚାହିଁ ଦୁଃଖ ଭୁଲିବାକୁ ଚେଷ୍ଟା କରିଥିଲେ ପ୍ରେମ। ସେହିପରି ମା’ଙ୍କୁ ସୁଖରେ ରଖିବା ପାଇଁ ପୁଅ ଦେବଶ୍ରୀ ସହରର ବିଭିନ୍ନ ସ୍ଥାନରେ ଶ୍ରମିକ ଭାବେ କାମ କରି ମୂଲ ଟଙ୍କାରେ ପରିବାର ଚଳାଉଥିଲେ। ଏହା ପରେ ଦେବଶ୍ରୀଙ୍କ ବାହାଘର ହୋଇଥିଲା। ବୋହୂ ଆସିବା ପରେ ହସଖୁସିରେ ପ୍ରେମଙ୍କ ସଂସାର ଚଳୁଥିଲା। ନାତୁଣୀଟିଏ ଜନ୍ମ ପରେ ଘରର ଖୁସି ଦ୍ୱିଗୁଣିତ ହୋଇଥିଲା।
ହଠାତ୍‌ ଦିନେ ସେମାନଙ୍କ ଖୁସିରେ ଭଟ୍ଟା ପଡିଗଲା। ସେମାନଙ୍କ ସୁଖର ଆକାଶରେ କଳାବାଦଲ ଘୋଟି ଆସିଲା। ବଦଳିଗଲା ଦେବଶ୍ରୀଙ୍କ ଭାଗ୍ୟ। କ୍ରମେ ଦିବ୍ୟାଙ୍ଗ ପାଲଟିଗଲେ ସେ। ପ୍ରାୟ ଦେଢ଼ ବର୍ଷ ତଳେ ଦେବଶ୍ରୀ ନୟାଗଡ଼ରେ କାମ କରୁଥିବା ବେଳେ ଏକ ସିମେଣ୍ଟ ବୋଝେଇ କଡ଼େଇ ନେଇ ଉପରକୁ ଯାଉଥିବା ବେଳେ ତାଙ୍କ ଉପରେ ପଡ଼ି ଯାଇଥିଲା। ଫଳରେ ଦେବଶ୍ରୀଙ୍କ ଦୁଇ ହାତ ଅଚଳ ହୋଇଗଲା। ଏ ନେଇ ପରିବାର ଲୋକେ ତାଙ୍କୁ ନୟାଗଡ଼ଠାରୁ ଆରମ୍ଭ କରି କଟକ, ଭୁବନେଶ୍ୱର ଆଦି ବିଭିନ୍ନ ଡାକ୍ତରଖାନାରେ ଦେଖାଇଥିଲେ ମଧ୍ୟ ଡାକ୍ତର ତାଙ୍କ ରୋଗ ଚିହ୍ନଟ କରି ପାରୁନାହାନ୍ତି। ବିଭିନ୍ନ ଆଡ଼େ ଦେଖାଇ ସାରିଲା ପରେ ନିରାଶ ହେବାରୁ ଭାଗ୍ୟକୁ ଆଦରି ଘରେ ପଡ଼ି ରହିଛନ୍ତି ଦେବଶ୍ରୀ। ସେ କିଛି ବି କାମ କରିପାରୁନାହାନ୍ତି। ଏପରିକି ପାଣି ବୋତଲଟିଏ ମଧ୍ୟ ଉଠାଇ ପାରୁନାହାନ୍ତି। ଏପରି ସ୍ଥଳେ ମା’ ପ୍ରେମ ବିଭିନ୍ନ ଆଡ଼େ ମୂଲ ମଜୁରି କରି ୪ ପ୍ରାଣୀ କୁଟୁମ୍ବ ଚଳାଉଛନ୍ତି ।
ଦୁଃଖ ଯେତେବେଳେ ଆସେ, ତା’ର ଭାଇ ବନ୍ଧୁ ଜ୍ଞାତି କୁଟୁମ୍ବକୁ ଧରି ଆସେ ବୋଲି ଏକ ଆପ୍ତ ବାକ୍ୟ ଅଛି। ତାହା ମଧ୍ୟ ଉକ୍ତ ପରିବାରରେ ସତ୍ୟ ପ୍ରମାଣିତ ହୋଇଛି। ପ୍ରେମଙ୍କ ନାତୁଣୀଙ୍କୁ ବର୍ତ୍ତମାନ ୨.୫ ବର୍ଷ ହୋଇଥିବା ବେଳେ ସେ କଥା କହିପାରୁନାହିଁ କି ଚାଲି ମଧ୍ୟ ପାରୁନାହିଁ। ବିଭିନ୍ନ ଡାକ୍ତରଙ୍କ ପାଖକୁ ନେଇ ଦେଖାଇ ସାରିଥିଲେ ମଧ୍ୟ କିଛି ଫରକ ପଡ଼ୁନାହିଁ। ନାତୁଣୀ ବର୍ଷା ଘରେ ବସି ରହୁଛି। ବିଭିନ୍ନ ଆଡୁ ଟଙ୍କା ଧାର କରଜ କରି ତାଙ୍କ ପିଛା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସୁନାହିଁ। ପ୍ରେମ ପରିଣତ ବୟସରେ ପାଦ ଦେଇଥିଲେ ମଧ୍ୟ କାମ କରିବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି। ସରକାରଙ୍କ ପକ୍ଷରୁ ତାଙ୍କୁ ବିଧବା ଭତ୍ତା ମିଳୁଥିବା ବେଳେ ରାଶନ କାର୍ଡ଼ରେ ମିଳୁଥିବା ଚାଉଳ ପରିବାର ପାଇଁ ଦୁଇ ଓଳି ଭାତ ଯୋଗାଇ ଦେଉଛି। ହେଲେ ଏହା ସହିତ ଲଗାଇ ଖାଇବା ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପ୍ରତିଦିନ ପ୍ରେମଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ପୁଅ ଓ ନାତୁଣୀ କିପରି ଭଲ ହେବେ, ତାହା ତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରଶାସନ ଉକ୍ତ ପରିବାରକୁ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ଲୋକ ସଭା ଆସନ: ଅଭିଜ୍ଞ ବନାମ ନୂଆ ଚେହେରା

କଟକ,୩୦।୪(ଶିଳ୍ପା ପ୍ରିୟଦର୍ଶିନୀ):କଟକ ସଂସଦୀୟ କ୍ଷେତ୍ରରେ ତ୍ରିମୁଖୀ ଲଢେଇ ହେବା ନେଇ ଆଲୋଚନା ହେଉଛି। ଲୋକ ସଭା ଆସନ ପାଇଁ ବିଜେଡି ସଂତୃପ୍ତ ମିଶ୍ର, ଭାଜପା ଭର୍ତ୍ତୃହରି...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

ଭାଜପାରେ ମିଶିଲେ ୩୦ ପରିବାର

ଚାନ୍ଦବାଲି,୩୦ା୪(କିଷାନ ପାତ୍ର): ଚାନ୍ଦବାଲି ବ୍ଲକର ବଡ଼ଓସ୍ତିଆ ପଞ୍ଚାୟତରେ ଭାଜପା ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଧର ସାହୁଙ୍କ ନେତୃତ୍ୱରେ ୩୦ ପରିବାର ବିଜେଡି ଛାଡ଼ି...

ସର୍ଫିଙ୍ଗ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କ

କୋଣାର୍କ,୩୦।୪(ଜ୍ୟୋତିରାଜ ମହାନ୍ତି):ସମୁଦ୍ରର ନୀଳ ଢ଼େଉରେ ଦୁଃସାହସିକ ଜଳକ୍ରୀଡ଼ା ସର୍ଫିଙ୍ଗ ପାଇଁ ଖାଲି ବିଦେଶ ନୁହେଁ, ଭାରତର ଯୁବବର୍ଗଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ପୁରୀ-କୋଣାର୍କ ବେଳାମାର୍ଗରେ ଅବସ୍ଥିତ...

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୩୦।୪(କଳ୍ପତରୁ ନାୟକ):ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର ସତା...

୩ ଦଶନ୍ଧିରେ ହଜିଲାଣି ୭୦ ପ୍ରତିଶତ ହସ୍ତତନ୍ତ ଶିଳ୍ପ

କେନ୍ଦ୍ରାପଡ଼ା, ୩୦ା୪(ଜଗନ୍ନାଥ ଧଳ):ଅତ୍ୟାଧୁନିକ ମେଶିନ ଓ ଉନ୍ନତ ସୂତା ପାଇଁ କେନ୍ଦ୍ରାପଡ଼ା ଜିଲାର ପୁରାତନ ହସ୍ତତନ୍ତ ଶିଳ୍ପ ଡୁବିଯାଇଛି। ୩ ଦଶନ୍ଧି ମଧ୍ୟରେ ପ୍ରାୟ ୭୦...

ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

କାଳିଆପାଣି,୩୦ା୪(ଅସିତ ମହାନ୍ତ):ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା ଆତ୍ମସାତ୍‌...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri