Posted inଖେଳ

ବୁଶଫାୟାର ମ୍ୟାଚ୍‌ ଜିତିଲା ପଣ୍ଟିଂ ଏକାଦଶ

ମେଲବୋର୍ନ,୯।୨- କ୍ରିକେଟର ବହୁ କିମ୍ବଦନ୍ତୀ ପୂର୍ବତନ ଖେଳାଳି ଏକାଠି ହୋଇଥିଲେ। ରବିବାର ଜଙ୍କଶନ ଓଭାଲରେ ଅନୁଷ୍ଠିତ ବୁଶଫାୟାର ଚ୍ୟାରିଟି ମ୍ୟାଚ୍‌ରେ ପଣ୍ଟିଂ ଏକାଦଶ ୧ ରନ୍‌ରେ ଗିଲଖ୍ରିଷ୍ଟ ଏକାଦଶକୁ ହରାଇ ଦେଇଛି। କ୍ୟାରିୟରରେ ପ୍ରାୟତଃ ବୋଲିଂ କରି ନ ଥିବା ମାଥ୍ୟୁ ହେଡେନ ଖାଲି ପାଦରେ ବୋଲିଂ କରିବା ଉଲ୍ଲେଖନୀୟ ଘଟଣା ଥିଲା। ମ୍ୟାଚ୍‌ରୁ ଆୟ ୭୭ ନିୟୁତ ଅଷ୍ଟ୍ରେଲିଆନ ଡଲାର ଜଙ୍ଗଲରେ ନିଆଁ କ୍ଷୟକ୍ଷତି ପୂରଣ ପାଇଁ ରେଡକ୍ରସ ପାଣ୍ଠିକୁ ପ୍ରଦାନ କରାଯାଇଛି।
୧୦ ଓଭରିଆ ମ୍ୟାଚ୍‌ରେ ୧୦୫ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଥିବା ଗିଲଖ୍ରିଷ୍ଟ ଏକାଦଶ ପାଇଁ ଶେନ ଓ୍ବାଟଶନ(୩୦) ଓ ଆଡାମ ଗିଲଖ୍ରିଷ୍ଟ ୩ ଓଭରରେ ୪୯ ରନ୍‌ କରିଥିଲେ। ଚତୁର୍ଥ ଓଭରରେ ଲୁକ ହଜ ପ୍ରତିପକ୍ଷ ଦଳର ଅଧିନାୟକ ଗିଲଖ୍ରୀଷ୍ଟ (୧୭)ଙ୍କୁ ଆଉଟ୍‌ କରିଥିଲେ। ଫଳରେ ଯୁବରାଜ ସିଂ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ। କିଛି ସମୟରେ ବ୍ରେଟ ଲି ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ ବ୍ରାଡ ହଜ (୦) ଓ ଯୁବରାଜ (୨)ଙ୍କୁ ଆଉଟ୍‌ କରି ପ୍ୟାଭିଲିୟନ ପଠାଇଥିଲେ। ଏହାପରେ ଆଣ୍ଡ୍ର୍ୟୁ ସାଇମଣ୍ଡ୍ସ ୨୯ ରନ୍‌ର ଚିତାତ୍କର୍ଷକ ଇନିଂସ ଖେଳି ପିଚ୍‌ ଛାଡ଼ିଥିଲେ। କିନ୍ତୁ ପରେ କାମେରନ ସ୍ମିଥ (୫) ଓ ନିକ ରିଓ୍ବଲଟ (୯)ଙ୍କ ଯୋଗଦାନ ସତ୍ତ୍ୱେ ଦଳ ବିଜୟଲକ୍ଷ୍ୟଠାରୁ ଦୁଇ ରନ୍‌ ପଛରେ ପଡ଼ିଯାଇଥିଲା। ଗିଲଖ୍ରୀଷ୍ଟ ଏକାଦଶ ୧୦ଓଭରରେ ୬ ଉଇକେଟ ହରାଇ ୧୦୩ ରନ୍‌ କରିଥିଲା। ଏଥିପୂର୍ବରୁ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ପଣ୍ଟିଂ ଏକାଦଶ ଆରମ୍ଭରୁ ଜଷ୍ଟିନ ଲାଙ୍ଗର (୬)ଙ୍କ ଉଇକେଟ ହରାଇଥିଲା। ପରେ ମାଥ୍ୟୁ ହେଡେନ ଓ ରିକି ପଣ୍ଟିଂ ଦ୍ୱିତୀୟ ଉଇକେଟ ପାଇଁ ୨୯ ରନ୍‌ ଯୋଡ଼ିଥିଲେ। ହେଡେନ (୧୬)ଙ୍କୁ ୫ମ ଓଭରରେ ଆଉଟ୍‌ କରି ଭାରତୀୟ ଅଲରାଉଣ୍ଡର ଯୁବରାଜ ଦଳକୁ ଆବଶ୍ୟକୀୟ ବ୍ରେକ ଥ୍ରୁ ଯୋଗାଇଥିଲେ। ପରେ ପଣ୍ଟିଂ ୨୬ ଓ ବ୍ରାୟନ ଲାରା (୩୦)ଙ୍କ ଯୋଗୁ ଦଳ ୧୦ ଓଭରରେ ୫ ଉଇକେଟ ହରାଇ ୧୦୪ ରନ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଏକ ଦେଶ ଯେଉଁଠି ଲୋକଙ୍କୁ ଦେବାକୁ ପଡେ ନାହିଁ ଇନକମ ଟ୍ୟାକ୍ସ, ଏସବୁ ମିଳେ ମାଗଣାରେ

ବନ୍ଦର ସେରି ବେଗାୱାନ,୮।୧୨: COVID-19 ମହାମାରୀ ପ୍ରାୟ ପ୍ରତ୍ୟେକ ଦେଶର ଅର୍ଥନୀତିକୁ ଏକ ଗମ୍ଭୀର ଆଘାତ ଦେଇଥିଲା। ଅନେକ ଦେଶରେ ସରକାର ଖର୍ଚ୍ଚ ବୃଦ୍ଧି କରିବାକୁ,...

ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର...

ଟ୍ରମ୍ପଙ୍କୁ ନେଇ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ବଡ଼ ଘୋଷଣା

ହାଇଦ୍ରାବାଦ,୮।୧୨: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀ ହାଇଦ୍ରାବାଦର ଏକ ରାସ୍ତାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ଗୌତମ ଗମ୍ଭୀରଙ୍କୁ ନେଇ ଚାଞ୍ଚଲ୍ୟକର କଥା କହିଦେଲେ ରବି ଶାସ୍ତ୍ରୀ: ପରାଜୟ ପାଇଁ କେବଳ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ଆଜିକାଲି ସମାଲୋଚନାର ଶିକାର ହେଉଛନ୍ତି। ଗତବର୍ଷ ଜୁଲାଇରେ କୋଚ ହେବା ପରେ ସେ ଦଳକୁ ଚାମ୍ପିଅନ୍ସ...

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri