ବୁଲୁଛି ‘କରୋନା’ ଗାଡି

ଭୁବନେଶ୍ୱର,୨୮ା୪(ବ୍ୟୁରୋ): ଅମାନିଆ ଲୋକଙ୍କୁ ସଚେତନ କରିବାକୁ ପ୍ରଥମେ ଭୁବନେଶ୍ୱରରେ କରୋନା ସ୍ଥାପତ୍ୟ ନିର୍ମାଣ କରିଥିଲେ କେତେଜଣ ଶିଳ୍ପୀ। ଏବେ ରାଜଧାନୀ ରାଜରାସ୍ତାରେ ବୁଲିବୁଲି ସଚେତନ କରୁଛି କରୋନା ଗାଡ଼ି। ଖଣ୍ଡଗିରି ବାସିନ୍ଦା ଶିଳ୍ପୀ ପ୍ରମୋଦ ମୁଦୁଲି ନିଜ ସ୍କୁଟିକୁ ଫୋମ୍‌ ଓ ବିଭିନ୍ନ ରଙ୍ଗରେ କରୋନା ଆକୃତି ତିଆରି କରି ନିଆରା ପ୍ରୟାସ କରିଛନ୍ତି। ଏଥିରେ ସେ ସରକାରଙ୍କ କରୋନା ସମ୍ପର୍କିତ ବିଭିନ୍ନ ନିୟମରୁ ଆରମ୍ଭ କରି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ଘରେ ସୁରକ୍ଷିତ ରହିବା ପାଇଁ ବାର୍ତ୍ତା ଦେଇଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଗାଡ଼ି ମରାମତି ଗ୍ୟାରେଜ୍‌ ବନ୍ଦ ଥିତ୍ବାରୁ ନିଜେ ଏଥିରେ ବହୁ ଓ୍ବେଲ୍ଡିଂ କରି ଆଉ ୨ ଚକ ମଧ୍ୟ ଲଗାଇଛନ୍ତି। ଏଥିପାଇଁ ତାଙ୍କୁ ପ୍ରାୟ ସପ୍ତାହେ ଲାଗିଥିବାବେଳେ ଅଧିକ ଆକର୍ଷଣୀୟ କରିବା ପାଇଁ ଏହାକୁ କରୋନା ସଦୃଶ ଚିତ୍ରିତ କରିଛନ୍ତି। ଏଥିସହିତ ଓଡ଼ିଶାବାସୀଙ୍କ ମନରେ ସାହସ ଭରିବାକୁ କରୋନା ହାରିବ, ଓଡ଼ିଶା ଜିତିବାର ବାର୍ତ୍ତା ଦେଉଛନ୍ତି ପ୍ରମୋଦ।
ମଙ୍ଗଳବାର ଖଣ୍ଡଗିରି ପୋଲିସ ନିକଟରୁ ଅନୁମତି ଆଣିବାପରେ ସେ ଭୁବନେଶ୍ୱର ସହରର ଗଳିକନ୍ଦିରେ ବୁଲି ଲୋକଙ୍କୁ ସଚେତନ କରିଥିଲେ। ଖଣ୍ଡଗିରି, ରାଜମହଲ, ୟୁନିଟ୍‌-୮, ସିଆରପି, ଶିରିପୁର ଆଦି ସ୍ଥାନରେ କରୋନା ଗାଡି ବୁଲାଇଥିଲେ। ଏସମ୍ପର୍କରେ ପ୍ରମୋଦ କୁହନ୍ତି, ଭୁବନେଶ୍ୱର କରୋନାର ଏକ ପ୍ରମୁଖ ହଟ୍‌ସ୍ପଟ୍‌। ଏଭଳିସ୍ଥଳେ କିଛି ଲୋକ ସଚେତନ ହୋଇଥିବା ବେଳେ ବସ୍ତିବାସିନ୍ଦା ଏବେ ବି ଏ ସମ୍ପର୍କରେ ଜାଣିନାହାନ୍ତି। ତେଣୁ ସେହି ଲୋକମାନଙ୍କୁ ସଚେତନ କରିବା ମୋର ପ୍ରାଥମିକ ଲକ୍ଷ୍ୟ। ଏହାବ୍ୟତୀତ ପ୍ରତିଦିନ ନିଜ ଜୀବନକୁ ବାଜି ଲଗାଉଥିବା କରୋନା ଯୋଦ୍ଧାଙ୍କୁ ମଧ୍ୟ ସମ୍ମାନ ଜଣାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

ବାହୁଡ଼ା ଯାତ୍ରା ସମୟରେ ଅଘଟଣ: ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ, ମିଳିଛି ପରିଚୟ

ପୁରୀ,୨୪।୭: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ଏକ ଦୁଃଖଦ ଘଟଣା ଘଟିଛି। ଅଧିକ ଭିଡ଼ ଓ ଅଣନିଶ୍ବାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି।…

ବାହୁଡ଼ିଲେ ମହାବାହୁ : ଭକ୍ତିମୟ ଭବାନୀପାଟଣା ସହର

ଭବାନୀପାଟଣା,୨୪।୭:(ଉତ୍ତମ କୁମାର ଦାଶ)- ନବ ଦିନ ଯାତ୍ରା ସାରି ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ସାଥିରେ…

ଗନ୍ଧର୍ବ କଳା ସମ୍ମାନ ପାଇଲେ ଗୌରୀ ଶଙ୍କର ଦୁର୍ଗା: କଳାହାଣ୍ଡି ପାଇଁ ପୁଣି ଆଣିଲେ ଗୌରବ

ଭବାନୀପାଟଣା,୨୪।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ମାଟିର ଜଣାଶୁଣା ଲୋକ ବାଦ୍ୟ କଳାକାର ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ ପ୍ରତିଭା ଗୌରୀ ଶଙ୍କର…

ଦିଗପହଣ୍ଡିରେ ନିଆରା ବାହୁଡ଼ା ଯାତ୍ରା: ପୁରୀ ବାହୁଡ଼ା ଯାତ୍ରାର ଦିନକ ପରେ…

ଦିଗପହଣ୍ଡି,୨୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ନିଆରା ବାହୁଡ଼ା ଯାତ୍ରା ପରମ୍ପରା କେଉଁ ଆବହମାନ କାଳରୁ ଚଳିଆସିଛି। ପୁରୀ ବାହୁଡ଼ା ଯାତ୍ରାର ଦିନକ ପରେ ପବିତ୍ର…

ତିଲୋରୀରେ ନିଆରା ଢଙ୍ଗରେ ପାଳିତ ହେଲା ବାହୁଡ଼ା ଯାତ୍ରା: ଖଟୁଲିରେ ବିଜେ କଲେ…

ଦାରିଙ୍ଗବାଡି, ୨୪/୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ସ୍ଥାନରେ ଶୁକ୍ରବାର ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଶାନ୍ତି ଓ ଶୃଙ୍ଖଳାର ସହ ପାଳିତ ହୋଇଯାଇଛି।…

ଜମି ଦେବାକୁ କହି ୯୨ ଲକ୍ଷ ଟଙ୍କାର ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୪।୭: ଜମି ବିକ୍ରି ନାଁରେ ୯୨ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଭୁବନେଶ୍ୱରର ମେହେରପଲ୍ଲୀ ଓ ମେଣ୍ଢାଶାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri